06/04/2026
ଆଜି ଓଡ଼ିଆ ପକ୍ଷ–୨୦୨୬ର ଷଷ୍ଠ ଦିବସ ଅବସରରେ “ସ୍ୱଚ୍ଛତା ଦିବସ” ସୁନ୍ଦରଗଡ଼ ପୌରପାଳିକା ଦ୍ୱାରା ଯଥାଯଥ ଭାବରେ ପାଳନ କରାଯାଇଅଛି।
ଏହି ଅବସରରେ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ, CDO-cum-Executive Officer, ଜିଲ୍ଲା ପରିଷଦ, ସୁନ୍ଦରଗଡ଼ ଏବଂ ସମସ୍ତ ୱାର୍ଡର ସଭ୍ୟ ଓ ସଭ୍ୟାମାନଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ମା’ ସମଲେଇ ମନ୍ଦିର ପରିସରରେ ସମୂହ ସଫାଇ କାର୍ଯ୍ୟକ୍ରମ (ଶ୍ରମଦାନ) ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି ସହ ନଗରବାସୀଙ୍କୁ ସ୍ୱଚ୍ଛ ପରିବେଶ ଗଠନରେ ସହଭାଗୀ ହେବା ପାଇଁ ପ୍ରେରିତ କରାଯାଇଅଛି।
#ଓଡ଼ିଆପକ୍ଷ
#ସ୍ୱଚ୍ଛତାଦିବସ