29/08/2026
ତା.୨୮.୦୮.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ,ସଂପୃକ୍ତ ସମସ୍ତ ଅଧିକାରୀ ଓ ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ । ମହିଳା ମାନେ କିପରି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଅଭିଭାଷଣ ପ୍ରଦାନ କରିଥିଲେ l lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା , ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ ସଚେତନ କରିପାରିବେ l CMO Odisha Information & Public Relations Department, Government of Odisha Women & Child Development, Government of Odisha