Join Rss Sonepur

Join Rss Sonepur ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଏକ ସୂଚରିତ୍ରବାନ, ସମାଜ ସେବକ ଓ ରାଷ୍ଟ୍ର ଭକ୍ତ ନିର୍ମାଣ କରୁଥିବା ସଂଗଠନ।

06/05/2026
ନାରଦ ଜୟନ୍ତୀ ୨୦୨୬
03/05/2026

ନାରଦ ଜୟନ୍ତୀ ୨୦୨୬

ନାରଦ ଜୟନ୍ତୀ ୨୦୨୬
02/05/2026

ନାରଦ ଜୟନ୍ତୀ ୨୦୨୬

02/05/2026

ନାରଦ ଜୟନ୍ତୀ ୨୦୨୬ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା।

*ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା...
02/05/2026

*ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ* ସୋନପୁର - 02-04 - ଆଜି ୦୨/୦୫/୨୦୨୬ ତାରିଖ ରେ ସୁବର୍ଣ୍ଣପୁର ସ୍ଥାନୀୟ ମୁନ ହୋଟେଲ କନ୍ଫରେନ୍ସ ହଲ୍ ରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ମହା ସମାରୋହ ରେ ପାଳନ ହୋଇ ଯାଇଛି । କାର୍ଯ୍ଯ କ୍ରମ ର ପ୍ରାରମ୍ଭ ରେ ମଞ୍ଚାସିନ ଅତିଥି ଦିଲ୍ଲୀପ କୁମାର ତ୍ରୀପାଠୀ ଜିଲ୍ଲା ସଂଘ ଚାଳକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସୁବର୍ଣ୍ଣପୁର, ଶିବ ପ୍ରସାଦ ପାତ୍ର ନଗର ସଂଘ ଚାଳକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସୋନପୁର ନଗର, ଜୟଦ୍ରଥ ଜଗଦଲା ସହଜିଲ୍ଲା ସଂଘ ଚାଳକ ସୋନପୁର, ମୁଖ୍ୟ ଅତିଥି ସୁଶ୍ରୀ ପ୍ରୀତି ସୁନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲା, ମୁଖ୍ୟ ବକ୍ତା କମ୍ଭୂପାଣି ପ୍ରାନ୍ତ ସମ୍ପର୍କ ପ୍ରମୁଖ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓଡ଼ିଶା ପଶ୍ଚିମ ଙ୍କ ଦ୍ଵାରା ଦେବର୍ଷି ନାରଦ , ଭାରତ ମାତା ଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯକ୍ରମ କୁ ପ୍ରାରମ୍ଭ କରା ଯାଇଥିଲା। ସମସ୍ତ ସାମ୍ବାଦିକ ଓ ଲେଖକ କବି /ଲେଖକ ମାନଙ୍କ ପୂଜନ ପରେ ଉପଢୌକନ ଓ ସଂଘ ସାହିତ୍ୟ ପୁସ୍ତକ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଯୁଧିଷ୍ଠିର ଖମାରୀ ଙ୍କ ଦ୍ଵାରା ଅମୃତ ବଚନ ଓ ଜଳଦେବ ବେରିହାଙ୍କ ଦ୍ଵାରା ବ୍ୟକ୍ତିଗତ ଗୀତ ଗାନ କରାଯାଇଥିଲା । ବକ୍ତବ୍ୟରେ ମୁଖ୍ୟ ଅତିଥି ପ୍ରୀତି ସୁନା ବର୍ତ୍ତମାନ ସମୟରେ ସମାଜର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କର ଭୂମିକା ଗୁରୁ୍ତ୍ଵ ପୂର୍ଣ୍ଣ ବୋଲି କହିଥିଲେ । ତତ୍ ସହିତ ଜଣେ ସାମ୍ବାଦିକ ହିଁ ସମାଜକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖି ଥାଏ । ତାଙ୍କ ପରିଶ୍ରମ ଯୋଗୁଁ ପ୍ରଶାସନ କୁ ମାର୍ଗଦର୍ଶନ କରିପାରେ । ଭୁଲ ଠିକ୍ କୁ ଦର୍ଶାଇ ସମବେତ କବି , ସାମ୍ବାଦିକ ମାନଙ୍କ ସମାଗମ ପାଇଁ ସେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରି ଥିଲେ । ମୁଖ୍ୟ ବକ୍ତା କମ୍ଭୂପାଣି ପାଢ଼ୀ ତାଙ୍କ ବାକ୍ତବ୍ୟ ରେ ସତ୍ୟ ଦ୍ଵାପର ଯୁଗରେ ଏକ ଶ୍ରେଷ୍ଟ ସମ୍ବାଦଦାତା ଥିଲେ ନାରଦ ବୋଲି କହି ସେ ହିଁ ଏକମାତ୍ର ବ୍ୟକ୍ତି ସତ୍ୟ କହିବାର ସତ୍ ସାହସ ରଖି ପାରୁ ଥିଲେ । ସେ ଥିଲେ ଜଣେ ଉତ୍ତମ ସମାଜ ସଂସ୍କାରକ । ତେଣୁ ତାଙ୍କୁ ଆଜି ତାଙ୍କ ଜନ୍ମଦିନରେ ସ୍ମରଣ କରିବାର ଆବଶ୍ୟକତା ରହିଛି । ଧର୍ମକୁ ପାଳନ କରିବା କୁ ଅନୂପାଳନ କରି ଆସିଛି ଭାରତ । ଧର୍ମ ବିନା ଭାରତର ଅସ୍ତିତ୍ବ କଥା ବିଚାର କରାଯାଇ ନ ପାରେ । ସମାଜରେ ଭାରତୀୟ ସଂସ୍କୃତି କୁ ସଦାସର୍ବଦା ବୈଦେଶିକ ଆକ୍ରମଣ ର ଶିକାର ହେବାକୁ ପଡ଼ି ଥିଲା । ତଥାପି ବି ଭାରତୀୟ ସଂସ୍କୃତି କେବେ ପରାଧୀନ ହୋଇ ନାହିଁ । ବର୍ତମାନ ସମୟରେ କବି ଲେଖକ ଓ ସାମ୍ବାଦିକ ମାନେ ହିଁ ଭାରତୀୟ ସସ୍କୃତି କୁ ସୁରକ୍ଷା କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବର୍ତ୍ତମାନ୍ ପର୍ଯ୍ୟlବରଣ କୁ ସୁରକ୍ଷା ତଥା ପ୍ଲାଷ୍ଟିକ ର ବ୍ୟବହାର କମ କରିବା ପାଇଁ ସଚେତନ କରିବା ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇ ଆମ ପରିଚୟ ସଂକ୍ଷିପ୍ତ ନ କରି ମହାନ୍ ଭାରତୀୟ ର ପରିଚୟ ଦେବା ଉଚିତ୍ ବୋଲି କହିଥିଲେ l ନିଜ ନିଜ ପରିବାର କୁ ସୁଚାରୁ ଭାବରେ ପରିଚାଳନା କରିବାର ଆବଶ୍ୟକତା ରହିଛି । ତତ୍ ସହିତ ସମାଜ କୁ ରାଷ୍ଟ୍ର କୁ ଦିଗଦର୍ଶନ ଦେବା ରେ ସମାଜ ରେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଓ ସୁସ୍ଥ ସମାଜ ଗଠନ ଦିଗରେ ସାମ୍ୱାଦିକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ । ଓ ପ୍ରତ୍ୟେକ କ୍ଷେତ୍ରରେ ସତ୍ୟ କୁ ଉପସ୍ଥାପନ କରିବା ସମାଜ କୁ ସକାରାତ୍ମକ ପରିବର୍ତ୍ତନ ଆଣିବା ରେ ସାମ୍ୱାଦିକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହି ଥିଲେ l ଉକ୍ତ ଉତ୍ସବରେ ୬୦ ଜଣ କବି ଓ ସାମ୍ବାଦିକ ଉପସ୍ଥିତ ଥିଲେ । କାର୍ଯକ୍ରମ କୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଣବ କୁମାର ନାଏକ ପଶ୍ଚିମ ପ୍ରନ୍ତ୍ ସହ ପ୍ରଚାର ପ୍ରମୁଖ,ଧର୍ମେନ୍ଦ୍ର ବଦମଲି ଜିଲ୍ଲା କାର୍ଯ୍ୟ ବାହ, ହୃଷୀକେଶ ଭୋଇ ସହ କର୍ୟବାହ ସୋନପୁର ଜିଲ୍ଲା, ରଶ୍ମିରଂଜନ ସୋନପୁର ଜିଲ୍ଲା ପ୍ରଚାର ପ୍ରମୁଖ, ରାଜେଶ ସିଂ ଜିଲ୍ଲା ସହ ପ୍ରଚରପ୍ରମୁଖ, ରାଜେନ୍ଦ୍ର ନାଏକ ଜିଲ୍ଲା ସମ୍ପର୍କ ପ୍ରମୁଖ, ସଞ୍ଜୟ ମିଶ୍ର ପ୍ରଭୁତି କାର୍ଯକ୍ରମ କୁ ସହଯୋଗ କରି ଥିଲେ l

ରାଷ୍ଟ୍ର ଉଦ୍ଦେଶ୍ୟରେ ମଣିଷ ତିଆରି ସଂଘ କାରଖାନାରେ ସ୍ଵୟଂସେବକ ମାନେ ନିଜକୁ ନିର୍ମାଣ କରୁଛନ୍ତି।
29/04/2026

ରାଷ୍ଟ୍ର ଉଦ୍ଦେଶ୍ୟରେ ମଣିଷ ତିଆରି ସଂଘ କାରଖାନାରେ ସ୍ଵୟଂସେବକ ମାନେ ନିଜକୁ ନିର୍ମାଣ କରୁଛନ୍ତି।

Address

Sonepur, RSS OFFICE OD
Sonepur
767017

Telephone

+919777601136

Website

Alerts

Be the first to know and let us send you an email when Join Rss Sonepur posts news and promotions. Your email address will not be used for any other purpose, and you can unsubscribe at any time.

Share