07/09/2026
ପ୍ରଶାନ୍ତ ସଭାପତି ହରିଶଙ୍କର ସମ୍ପାଦକ ମନୋନୀତ।
__________________________________
ଗତ 06.09.2026, ପୂର୍ବାହ୍ନ 11 ଘଣ୍ଟା ସମୟରେ ସ୍ୱାଧୀନତା ସଂଗ୍ରାମୀ ହଲ ଠାରେ ଉତ୍ସର୍ଗ ଅନୁଷ୍ଠାନ ର ସାଧାରଣ ସଭା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭ ରେ ଦିବଂଗତ ସଭ୍ୟ ସ୍ବର୍ଗତ ରାଜୀବ ବିଶ୍ୱାସ, ଚିତ୍ତ ରଞ୍ଜନ ବେହେରା, ଜଗତ କିଶୋର ଦାନୀ, ଅମ୍ବରିଶ ପାଣିଗ୍ରାହୀ ଓ ଅଶୋକ ପଣ୍ଡା ଙ୍କ ବିୟୋଗ ରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଆଗାମୀ ଦିନରେ ଅନୁଷ୍ଠାନ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସଭ୍ୟ ସର୍ବଶ୍ରୀ ଧୀରେଶ୍ୱର ଷଡ଼ଙ୍ଗୀ,ଲୋକନାଥ ପାଣ୍ଡେ,ବିଜୟ ପ୍ରଧାନ,ସୁବାଷ ନନ୍ଦ, ମୋହନ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଆଗାମୀ ବର୍ଷ ପାଇଁ ଅନୁଷ୍ଠାନ ର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ପ୍ରଶାନ୍ତ ପାଟଯୋଶୀ ସଭାପତି, ଜୟନ୍ତ ନନ୍ଦ ଉପସଭାପତି, ହରିଶଙ୍କର ମେହେର ସମ୍ପାଦକ,ସନତ ବେହେରା ସହ ସମ୍ପାଦକ,ଭାବଗ୍ରାହୀ ପଣ୍ଡା କୋଷାଧକ୍ଷ ଭାବରେ ମନୋନୀତ ହୋଇଥିଲେ। ଏତଦବ୍ୟତୀତ ଆମ୍ବୁଲାନ୍ସ ଦାୟିତ୍ୱ ରେ ରାଜେନ୍ଦ୍ର ମିଶ୍ର,ସମ୍ପୂର୍ଣ ଶରୀର ଦାନ ପାଇଁ ବିଜୟ ପ୍ରଧାନ,ଶିବ ପାଣିଗ୍ରାହୀ,ଓ ଲକ୍ଷ୍ମଣ ପାଣିଗ୍ରାହୀ ମେଡିକାଲ ସାମଗ୍ରୀ ପାଇଁ ମହେନ୍ଦ୍ର ମିଶ୍ର,କୁନା ଦାନୀ ଓ ରାଜେନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ସଂଜୀବ ମିଶ୍ର ଓ ପ୍ରିୟ ରଞ୍ଜନ ସାହୁ ଦାଇତ୍ୱ ଗ୍ରହଣ କରିଥିଲେ। ପୃବର୍ତନ ସଂଯୋଜକ ସୁଧୀର ପୂଜାରୀ, ଜୟଦେବ ବଗର୍ତି ଓ ସଂଜୀବ ଗୌନ୍ତିଆ ଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅଥିତି ସହ 15 ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ମନୋନୀତ ହୋଇଥିଲେ।
କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ହେଲେ ସର୍ବଶ୍ରୀ ରଜନୀ ନାଗ,ଲମ୍ବୋଦର ମିଶ୍ର, ସତ୍ୟ ନାରାୟଣ ଠାକୁର,ରୁପେଶ ପଟେଲ,ଦୁର୍ଗା ମାଧଵ ମିଶ୍ର,ଡାକ୍ତର ସଂଜୀବ ମିଶ୍ର,ଲାଲମୋହନ ପଟନାୟକ,ଶେଖର ଅଗ୍ରୱାଲ,ସରୋଜ ସାହୁ,ସୂର୍ଯ୍ୟ ନାରାୟଣ ପଟନାୟକ,ଗଙ୍ଗଦେବ ବଗର୍ତି,ହରି ଶଙ୍କର ପଣ୍ଡା,ପ୍ରବୀଣ ଦୀକ୍ଷିତ,ଉମା ଶଙ୍କର ଯୋଶୀ ଓ ସୁଦୀପ୍ତ ପଣ୍ଡା।
ଆସନ୍ତା 09 ତାରିଖ ସନ୍ଧ୍ୟା 6.30 ମିନିଟ ସମୟରେ ଉତ୍ସର୍ଗ ର 42 ତମ ବାର୍ଷିକଉତ୍ସବ ତପସ୍ୱିନୀ ହଲ ଠାରେ ପାଳିତ ହେବ। ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଯୋଗଦାନ ପାଇଁ ବିନମ୍ବ୍ର ଅନୁରୋଧ.