Rourkela Municipal Corporation

Rourkela Municipal Corporation Rourkela was declared as Municipal Corporation on 14 Nov 2014 comprising of 26 Revenues Villages in 53.29 sq km area bounded by River Koel & Sankha
(4)

ବିଶ୍ଵ ପରିବେଶ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ବିଭିନ୍ନ ସ୍ଥାନରେ 'ମା' ପାଇଁ ଗଛଟିଏ' ଅଭିଯାନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ଯକ୍...
05/06/2026

ବିଶ୍ଵ ପରିବେଶ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ବିଭିନ୍ନ ସ୍ଥାନରେ 'ମା' ପାଇଁ ଗଛଟିଏ' ଅଭିଯାନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସ୍ଥିତ ଏକ ନମ୍ବର ପାର୍କିଂ ଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ଯକ୍ରମରେ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବି ମୀନା ପ୍ରମୁଖ ବୃକ୍ଷରୋପଣ କରିବା ସହ ପ୍ରକୃତି ତଥା ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ଓ ତାହାର ଯତ୍ନ ନେବା, ଥରେ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ କରିବା, ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Jual Oram Information & Public Relations Department, Government of Odisha District Administration, Sundargarh, Odisha Swachh Bharat Mission, India Swachh Bharat Mission - Urban

ଆସନ୍ତୁ, ବିଶ୍ଵ ପରିବେଶ ଦିବସ ଅବସରରେ ଶପଥ ନେବା। ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଗଛଟିଏ ଲଗାଇବା ଏବଂ ଏକ ସୁସ୍ଥ ଓ ସବୁଜ ପୃଥିବୀ ଗଠନ କର...
05/06/2026

ଆସନ୍ତୁ, ବିଶ୍ଵ ପରିବେଶ ଦିବସ ଅବସରରେ ଶପଥ ନେବା। ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଗଛଟିଏ ଲଗାଇବା ଏବଂ ଏକ ସୁସ୍ଥ ଓ ସବୁଜ ପୃଥିବୀ ଗଠନ କରିବା।

CMO Odisha Information & Public Relations Department, Government of Odisha District Administration, Sundargarh, Odisha

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ଆଜି ଶେଷ ହୋଇଛି। ୭-୧୭ ବର୍ଷ ବୟସ୍କଙ୍କ ପାଇଁ ଅନୁଷ୍ଠିତ ...
04/06/2026

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ଆଜି ଶେଷ ହୋଇଛି। ୭-୧୭ ବର୍ଷ ବୟସ୍କଙ୍କ ପାଇଁ ଅନୁଷ୍ଠିତ ଏହି ଶିବିରରେ ୫୦ରୁ ଉର୍ଦ୍ଧ୍ଵ ଶିଶୁ ସାମିଲ ହୋଇଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ଅନ୍ତିମ ଦିବସରେ ଉଭୟ ବାଳକ ଓ ବାଳିକା ବିଭାଗରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

CMO Odisha Department of Sports and Youth Services, Government of Odisha Information & Public Relations Department, Government of Odisha District Administration, Sundargarh, Odisha

ସ୍ଥାନୀୟ PK Das Colony ଅଞ୍ଚଳରେ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ Storm Water Drainage System ପ୍ରକଳ୍ପ ନିର୍ମାଣ କରାଯାଉଛି। ...
03/06/2026

ସ୍ଥାନୀୟ PK Das Colony ଅଞ୍ଚଳରେ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ Storm Water Drainage System ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ନିର୍ମାଣ ଫଳରେ ବର୍ଷା ଦିନେ ବିଶେଷକରି ଜଳବନ୍ଦୀ ସମସ୍ୟାର ପ୍ରତିକାର ହୋଇ ପାରିବ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha District Administration, Sundargarh, Odisha

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ପ୍ରତି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍...
01/06/2026

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ପ୍ରତି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଏଥିରେ ପିଲାମାନେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଠାରୁ ବ୍ୟାଡମିଣ୍ଟନର ବିଭିନ୍ନ କୌଶଳ ଶିକ୍ଷା ଲାଭ କରି ପାରୁଛନ୍ତି। ଯାହା ବ୍ୟାଡମିଣ୍ଟନରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ପିଲାଙ୍କ ଲାଗି ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି।

CMO Odisha Department of Sports and Youth Services, Government of Odisha Information & Public Relations Department, Government of Odisha District Administration, Sundargarh, Odisha

ମୌସୁମୀ ଆଗମନ ପୂର୍ବରୁ ସହରର ମୁଖ୍ୟ ଡ୍ରେନ୍ ସମେତ ସମସ୍ତ ଶାଖା ଡ୍ରେନ୍ ଗୁଡିକରେ ସଫେଇ ସହ ପଙ୍କୋଦ୍ଧାର କାର୍ଯ୍ୟ କରାଯାଉଛି। ଦୟାକରି ଡ୍ରେନ୍ ...
01/06/2026

ମୌସୁମୀ ଆଗମନ ପୂର୍ବରୁ ସହରର ମୁଖ୍ୟ ଡ୍ରେନ୍ ସମେତ ସମସ୍ତ ଶାଖା ଡ୍ରେନ୍ ଗୁଡିକରେ ସଫେଇ ସହ ପଙ୍କୋଦ୍ଧାର କାର୍ଯ୍ୟ କରାଯାଉଛି। ଦୟାକରି ଡ୍ରେନ୍ ରେ ଅଳିଆ ଆବର୍ଜନା ତଥା ପ୍ଲାଷ୍ଟିକ୍ କିମ୍ବା ଅନ୍ୟ କୌଣସି ସାମଗ୍ରୀ ପକାନ୍ତୁ ନାହିଁ। ଏହା ଦ୍ଵାରା ଡ୍ରେନ୍ ରେ ଜଳ ପ୍ରବାହରେ ବାଧା ସୃଷ୍ଟି ହେବା ସହ ଜଳ ନିଷ୍କାସନ ଠିକ୍ ଭାବେ ହୋଇ ନଥାଏ। ଯେଉଁଥିପାଇଁ ଅନେକ ସମୟରେ ସ୍ଥାନୀୟ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୁଏ।

ତେଣୁ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଡ୍ରେନରେ ଅଳିଆ ଆବର୍ଜନା ପକାଇବାରୁ ନିବୃତ୍ତ ରୁହନ୍ତୁ। ଆମ ସହରକୁ ସ୍ଵଚ୍ଛ ଓ ସୁନ୍ଦର ରଖନ୍ତୁ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha District Administration, Sundargarh, Odisha

29/05/2026

BLOଙ୍କ ଘରେ ଘରେ ପହଞ୍ଚିବାର ପଦକ୍ଷେପ ଏବଂ ଆପଣଙ୍କ ଏକ ସକ୍ରିୟ ସହଯୋଗ ମିଶି ଗଢ଼ିବ ଏକ ଅଧିକ ସଠିକ୍, ନିର୍ଭୁଳ ଏବଂ ବିଶ୍ୱସନୀୟ ଭୋଟର ତାଲିକା। 🗳️

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ସମୟରେ BLO ଆପଣଙ୍କ ଘରକୁ ଆସିଲେ, ଆବଶ୍ୟକ ସୂଚନା ପ୍ରଦାନ କରି ସହଯୋଗ କରନ୍ତୁ। ଆପଣଙ୍କ ଏହି ଛୋଟ ପଦକ୍ଷେପ ଗଣତନ୍ତ୍ରକୁ କରିବ ଆହୁରି ସଶକ୍ତ।

29/05/2026

BLO ଆସୁଛନ୍ତି ଆପଣଙ୍କ ଘରକୁ!
ପରିଗଣନା ଫର୍ମ ଗ୍ରହଣ କରନ୍ତୁ, ସଠିକ୍ ତଥ୍ୟ ଦିଅନ୍ତୁ ଏବଂ ନିଜ ଭୋଟର ବିବରଣୀକୁ ଅଦ୍ୟତନ ରଖନ୍ତୁ।
ଆପଣମାନଙ୍କ ସମସ୍ତଙ୍କ ସହଯୋଗ କାମନା। 🙏

29/05/2026

🗳️ ସଠିକ୍ ଓ ନିର୍ଭୁଳ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅତ୍ୟାବଶ୍ୟକ।
ଡୁପ୍ଲିକେଟ୍, ମୃତ ଓ ଅଯୋଗ୍ୟ ନାମ ବିଲୋପ କରି ସମସ୍ତ ଯୋଗ୍ୟ ମତଦାତାଙ୍କୁ ତାଲିକାରେ ସମ୍ମିଳିତ କରାଯାଉଛି।

ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା, ସୁଦୃଢ଼ ଗଣତନ୍ତ୍ର। 🇮🇳

ଆମ ସହରକୁ ସ୍ଵଚ୍ଛ ରଖିବା ପାଇଁ ପ୍ରତିଦିନ ଅଳିଆ ଗାଡ଼ି ସାହାଯ୍ୟରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ଉକ୍ତ ଗାଡ଼ିରେ ଓଦା ଓ ଶୁଖିଲା ଅଳି...
29/05/2026

ଆମ ସହରକୁ ସ୍ଵଚ୍ଛ ରଖିବା ପାଇଁ ପ୍ରତିଦିନ ଅଳିଆ ଗାଡ଼ି ସାହାଯ୍ୟରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ଉକ୍ତ ଗାଡ଼ିରେ ଓଦା ଓ ଶୁଖିଲା ଅଳିଆ ସହ ସାନିଟାରୀ ବର୍ଜ୍ୟବସ୍ତୁ ଓ ଘରୋଇ ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ସଂଗ୍ରହ ନିମନ୍ତେ ଅଲଗା ଅଲଗା Chamber ରହିଛି ।

ଜଣେ ସଚେତନ ନାଗରିକ ଭାବେ ଦୟାକରି ଆପଣଙ୍କ ଘରର ବର୍ଜ୍ୟବସ୍ତୁ ଗୁଡିକୁ ପୃଥକ ପୃଥକ କରି ସଂଗ୍ରହ ଗାଡ଼ିରେ ଦିଅନ୍ତୁ। ଆମ ସହରକୁ ସ୍ଵଚ୍ଛ ରଖନ୍ତୁ। ଏଥିସହ ବର୍ତ୍ତମାନ ସ୍ଵଚ୍ଛ ସର୍ବେକ୍ଷଣ ୨୦୨୫-୨୬ ନିମନ୍ତେ ଭୋଟିଂ ଚାଲିଥିବା ବେଳେ ଆପଣ ରାଉରକେଲା ସହର ପାଇଁ ସକରାତ୍ମକ ମତାମତ ଦିଅନ୍ତୁ। ଆପଣଙ୍କ ମତାମତ ରାଉରକେଲାକୁ ବିଜୟୀ କରିବାରେ ସହାୟକ ହେବ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha Swachh Bharat Mission, India Swachh Bharat Mission - Urban Swachh Survekshan

Address

Udit Nagar
Rourkela
769012

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

+9118003457468

Alerts

Be the first to know and let us send you an email when Rourkela Municipal Corporation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Rourkela Municipal Corporation:

Share