BJD Rayagada

BJD Rayagada Committed to Odisha’s progress, social justice, inclusive growth & empowering every citizen.���

ରାୟଗଡ଼ା ଜିଲ୍ଲାର ବରିଷ୍ଠ ନେତା ତଥା ଟ୍ରକ୍ ମାଲିକ ସଂଘର ସଭାପତି ସ୍ୱର୍ଗତ Yalla Kondababu ଙ୍କ ଦେହାନ୍ତର ପରେ Biju Janata Dal Rayagad...
03/09/2026

ରାୟଗଡ଼ା ଜିଲ୍ଲାର ବରିଷ୍ଠ ନେତା ତଥା ଟ୍ରକ୍ ମାଲିକ ସଂଘର ସଭାପତି ସ୍ୱର୍ଗତ Yalla Kondababu ଙ୍କ ଦେହାନ୍ତର ପରେ Biju Janata Dal Rayagada ପକ୍ଷରୁ ତାଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆମର ଅନ୍ତରିକ ସମବେଦନା ଜଣାଉଛୁ। ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ଦୁଃଖରେ ସାମିଲ ହେବା ସହ ସ୍ୱର୍ଗତ କଣ୍ଡାବାବୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲୁ।

ସାମାଜିକ ଜୀବନରେ ତାଙ୍କର ଦୀର୍ଘଦିନର ଅବଦାନ, ନେତୃତ୍ୱ ଓ ଜନସେବା ପ୍ରତି ତାଙ୍କର ନିଷ୍ଠା ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ତଥା ରାୟଗଡ଼ାର ସାମାଜିକ ଓ ସାର୍ବଜନୀନ ଜୀବନ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ବିଜୁ ଜନତା ଦଳ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ରହିଛି। ମହାପ୍ରଭୁ ଜଗନ୍ନାଥ ଦିବଙ୍ଗତ ଆତ୍ମାକୁ ଶାନ୍ତି ଓ ସଦ୍‌ଗତି ପ୍ରଦାନ କରନ୍ତୁ ଏବଂ ପରିବାରବର୍ଗଙ୍କୁ ଏହି ଅପୂରଣୀୟ ବିୟୋଗକୁ ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏହା ହିଁ ବିଜୁ ଜନତା ଦଳର ପ୍ରାର୍ଥନା।
Naveen Patnaik
Biju Janata Dal Odisha

30/08/2026

⛏️ MMDR AMENDMENT BILL: ଓଡ଼ିଶାର ଅଧିକାରକୁ ସଂକୁଚିତ କରିବାର ଆଉ ଏକ ଷଡଯନ୍ତ୍ର!

ଓଡ଼ିଶାର ମାଟି ତଳେ ଥିବା ଲୁହାପଥର, କୋଇଲା, ବକ୍ସାଇଟ୍ ଭଳି ଖଣିଜ ସମ୍ପଦ ଦେଶର ଅର୍ଥନୀତିକୁ ସମୃଦ୍ଧ କରୁଛି। କିନ୍ତୁ ଯେଉଁ ରାଜ୍ୟ ଦେଶର ବିକାଶ ପାଇଁ ନିଜ ସମ୍ପଦ ଦେଉଛି, ସେହି ଓଡ଼ିଶାର ଆର୍ଥିକ ଅଧିକାର ଓ ସ୍ୱାୟତ୍ତତାକୁ ସଂକୁଚିତ କରିବା ଉଦ୍ୟମ କାହିଁକି?

ମାଧ୍ୟମରେ ରାଜ୍ୟମାନଙ୍କ ଖଣିଜ ସମ୍ପଦ ଉପରେ ଆର୍ଥିକ ଅଧିକାରକୁ ସୀମିତ କରିବା ଉଦ୍ୟମ ସଂଘୀୟ ବ୍ୟବସ୍ଥା ପାଇଁ ଏକ ଗମ୍ଭୀର ପ୍ରଶ୍ନ।

👉 ଓଡ଼ିଶାର ସମ୍ପଦ, ଓଡ଼ିଶାର ଅଧିକାର କେଉଁଠି?
👉 ଖଣିଜ ସମ୍ପଦରୁ ରାଜ୍ୟର ନ୍ୟାୟସଙ୍ଗତ ରାଜସ୍ୱ ଅଧିକାରକୁ କାହିଁକି ସଂକୁଚିତ କରାଯିବ?
👉 ରାଜ୍ୟର ଆର୍ଥିକ କ୍ଷମତାକୁ ଦୁର୍ବଳ କରି ଓଡ଼ିଶାର ବିକାଶକୁ କେଉଁ ଦିଗକୁ ନିଆଯାଉଛି?

ଓଡ଼ିଶା କେବଳ ଖଣିଜ ସମ୍ପଦ ଦେବ ନାହିଁ ଓଡ଼ିଶା ନିଜ ଅଧିକାର ମଧ୍ୟ ଦାବି କରିବ। କେନ୍ଦ୍ରର ନିର୍ଭରଶୀଳତା ନୁହେଁ, ରାଜ୍ୟର ଆର୍ଥିକ ସ୍ୱାୟତ୍ତତା ହିଁ ଓଡ଼ିଶାର ଅଧିକାର। ଓଡ଼ିଶାର ସମ୍ପଦ ଉପରେ ଓଡ଼ିଶାର ଅଧିକାର ଏହି ଲଢ଼େଇରେ ବିଜୁ ଜନତା ଦଳ ସଦା ଓଡ଼ିଶାବାସୀଙ୍କ ସହିତ ରହିବ।
Naveen Patnaik

#ଓଡ଼ିଶାରଅଧିକାର #ଓଡ଼ିଶାପାଇଁଲଢ଼େଇ

ରାୟଗଡ଼ା ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ତଥା ଲୋକପ୍ରିୟ ଜନନେତା ଶ୍ରୀ Yalla Kondababu ଙ୍କ ବିୟୋଗରେ  ଖବର ଶୁଣି Biju Janata Dal Ra...
27/08/2026

ରାୟଗଡ଼ା ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ତଥା ଲୋକପ୍ରିୟ ଜନନେତା ଶ୍ରୀ Yalla Kondababu ଙ୍କ ବିୟୋଗରେ ଖବର ଶୁଣି Biju Janata Dal Rayagada ଗଭୀର ଶୋକ ପ୍ରକାଶ କରୁଛୁ।

ବିଜୁ ଜନତା ଦଳରେ ଥିବା ସମୟରେ ତାଙ୍କର ନିଷ୍ଠା, ଲୋକସେବା ଓ ସମାଜ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ରାୟଗଡ଼ା ପାଇଁ ଏକ ଅପୂରଣୀୟ କ୍ଷତି।ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା। 🙏

ଦକ୍ଷିଣ ଓଡ଼ିଶାର ସାମଗ୍ରିକ, ସନ୍ତୁଳିତ ଓ ତ୍ୱରାନ୍ୱିତ ବିକାଶ ପାଇଁ ୨୦୨୪ରେ ଗଠନ ହୋଇଥିଲା  #ଦକ୍ଷିଣ_ଓଡ଼ିଶା_ବିକାଶ_ପରିଷଦ । ଶିକ୍ଷା, ସ୍ୱାସ...
22/08/2026

ଦକ୍ଷିଣ ଓଡ଼ିଶାର ସାମଗ୍ରିକ, ସନ୍ତୁଳିତ ଓ ତ୍ୱରାନ୍ୱିତ ବିକାଶ ପାଇଁ ୨୦୨୪ରେ ଗଠନ ହୋଇଥିଲା #ଦକ୍ଷିଣ_ଓଡ଼ିଶା_ବିକାଶ_ପରିଷଦ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜୀବିକା, ପର୍ଯ୍ୟଟନ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଦକ୍ଷିଣ ଓଡ଼ିଶାକୁ ଆଗକୁ ନେବା ଥିଲା ଏହି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଗଠନକୁ ଦୁଇ ବର୍ଷ ପୂରିବାକୁ ବସିଥିବାବେଳେ ମଧ୍ୟ ପରିଷଦର ରୂପରେଖା ଓ କାର୍ଯ୍ୟକ୍ଷମତା ନେଇ ଯଦି ପ୍ରଶ୍ନ ଉଠୁଛି, ତେବେ ଏହା ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ଏହି Bharatiya Janata Party (BJP) ସରକାର ୨୦୨୫ ବଜେଟ୍‌ରେ ପରିଷଦ ପାଇଁ ₹୨୦୦ କୋଟି ଅନୁଦାନ ଘୋଷଣା କରାଯାଇଥିଲା। ଏହାର ବିନିଯୋଗ ନେଇ ପ୍ରଶ୍ନ ଉଠିବା ପରେ ୨୦୨୬ ବଜେଟ୍‌ରେ ପୁଣି ₹୨୦୦ କୋଟି ବ୍ୟବସ୍ଥା କରାଯାଇଛି। ଅର୍ଥାତ୍, ପରିଷଦ ପାଇଁ ମୋଟ ₹୪୦୦ କୋଟିର ବଜେଟ୍ ବ୍ୟବସ୍ଥା ରହିଛି। କିନ୍ତୁ ଦକ୍ଷିଣ ଓଡ଼ିଶାବାସୀଙ୍କ ତରପରୁ ଏହି ଡବଲ ଇଞ୍ଜିନ ସରକାରଙ୍କୁ କିଛି ପ୍ରଶ୍ନ ଏହି ଅର୍ଥରେ କେଉଁ ପ୍ରକଳ୍ପ ଆରମ୍ଭ ହେଲା? କେଉଁ ଗାଁରେ ରାସ୍ତା ହେଲା? କେଉଁ ସ୍କୁଲ୍‌ର ଉନ୍ନତି ହେଲା? କେଉଁ ହସ୍ପିଟାଲ୍‌କୁ ଉନ୍ନତ କରାଗଲା? କେତେ ଯୁବକ ଯୁବତୀଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି ହେଲା?

ବଜେଟ୍‌ରେ ଅର୍ଥ ବରାଦ୍ଦ କରିଦେବା ବିକାଶ ନୁହେଁ। ସେହି ଅର୍ଥକୁ ସଠିକ୍ ଯୋଜନାରେ ବିନିଯୋଗ କରି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ହିଁ ପ୍ରକୃତ ବିକାଶ। ଦୁଇ ବର୍ଷ ପରେ ବି ରୂପରେଖା ଅସ୍ପଷ୍ଟ କାହିଁକି? ପରିଷଦର କାର୍ଯ୍ୟାଳୟ କେଉଁଠି ହେବ? କେତେ କର୍ମଚାରୀ ରହିବେ? କେଉଁ ଅଧିକାରୀ ଦାୟିତ୍ୱ ନେବେ? କେଉଁ ଜିଲ୍ଲାର କେଉଁ କ୍ଷେତ୍ରକୁ ପ୍ରାଥମିକତା ମିଳିବ? ଅନୁଦାନ କିପରି ଓ କେଉଁ କ୍ଷେତ୍ରରେ ବିନିଯୋଗ ହେବ? ଏହି ପ୍ରଶ୍ନଗୁଡ଼ିକରେ ସ୍ପଷ୍ଟତା ନ ଥିଲେ, ₹୪୦୦ କୋଟିର ବଜେଟ୍ ବରାଦ୍ଦ ମଧ୍ୟ ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ କେବଳ ଏକ ସଂଖ୍ୟା ହୋଇ ରହିଯିବ। ଟାସ୍କଫୋର୍ସ ଗଠନ ହୋଇଛି, ବୈଠକ ମଧ୍ୟ ହୋଇଛି। କିନ୍ତୁ ଦକ୍ଷିଣ ଓଡ଼ିଶାର ଲୋକ ଏବେ ଆଉ ବୈଠକର ଖବର ନୁହେଁ, ବୈଠକର ନିଷ୍ପତ୍ତିର ଫଳାଫଳ ଦେଖିବାକୁ ଚାହୁଁଛନ୍ତି। ଯୋଜନା ବନ୍ଦ, ଦକ୍ଷିଣ ଓଡ଼ିଶାର ଚିନ୍ତା ବଢ଼ିଛି ଅବିଭକ୍ତ କୋରାପୁଟ ଅଞ୍ଚଳର ପଛୁଆପଣ ଦୂର କରିବା ଏବଂ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ KBK ଯୋଜନା ଦୀର୍ଘଦିନ ଧରି ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ମାଧ୍ୟମ ଥିଲା। ଏହା ପରେ ଦକ୍ଷିଣ ଓଡ଼ିଶା ପାଇଁ ନୂଆ ବିକାଶ ବ୍ୟବସ୍ଥା ଗଠନ କରାଯିବ ବୋଲି ଆଶା ସୃଷ୍ଟି ହୋଇଥିଲା।

Biju Janata Dal Odisha ସର୍ବଦା ଓଡ଼ିଶାର ସମସ୍ତ ଅଞ୍ଚଳର ସମାନ ଓ ସନ୍ତୁଳିତ ବିକାଶ ପାଇଁ ସ୍ୱର ଉଠାଇ ଆସିଛି। ଦକ୍ଷିଣ ଓଡ଼ିଶାକୁ କେବଳ ନିର୍ବାଚନ ସମୟର ପ୍ରତିଶ୍ରୁତି ନୁହେଁ, ଏକ ଦୀର୍ଘମିଆଦୀ ବିକାଶ ଦୃଷ୍ଟିକୋଣ ଆବଶ୍ୟକ। ସରକାରଙ୍କୁ ଏବେ ସ୍ପଷ୍ଟ କରିବାକୁ ହେବ ₹୪୦୦ କୋଟିର ଅନୁଦାନ କେବେ ବିନିଯୋଗ ହେବ? ପରିଷଦର ସମ୍ପୂର୍ଣ୍ଣ ଢାଞ୍ଚା କେବେ ଘୋଷଣା ହେବ? ଦକ୍ଷିଣ ଓଡ଼ିଶା ପାଇଁ ଜିଲ୍ଲାଭିତ୍ତିକ ବିକାଶ ଯୋଜନା କେବେ ଆସିବ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ ଦକ୍ଷିଣ ଓଡ଼ିଶାର ଲୋକ କେବେ ଏହି ବିକାଶର ପ୍ରତ୍ୟକ୍ଷ ଲାଭ ପାଇବେ?
Naveen Patnaik
Biju Janata Dal Rayagada

ମାନ୍ୟବର ରାଜ୍ୟ ସଭାପତି ତଥା ଶ୍ରୀ Naveen Patnaik ଙ୍କ ଅନୁମୋଦନ କ୍ରମେ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ Snehangini C...
21/08/2026

ମାନ୍ୟବର ରାଜ୍ୟ ସଭାପତି ତଥା ଶ୍ରୀ Naveen Patnaik ଙ୍କ ଅନୁମୋଦନ କ୍ରମେ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ Snehangini Chhuria ଙ୍କ ଦ୍ୱାରା ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗର ପାଇଁ ନୂତନ ସଭାନେତ୍ରୀମାନଙ୍କ ନାମ ଘୋଷଣା କରାଯାଇଛି। ଏହି ନୂତନ ଦାୟିତ୍ୱ ମହିଳା ନେତୃତ୍ୱକୁ ଆହୁରି ସୁଦୃଢ଼ କରିବା ସହ ରାୟଗଡ଼ାରେ ବିଜୁ ଜନତା ଦଳର ସାଂଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବ।

ସମସ୍ତ ନବନିଯୁକ୍ତ ବ୍ଲକ ଓ ନଗର ସଭାନେତ୍ରୀମାନଙ୍କୁ Biju Janata Dal Rayagada ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା। ଆପଣମାନଙ୍କ ଦୃଢ଼ ନେତୃତ୍ୱ ଓ ସକ୍ରିୟ ଭୂମିକାରେ ରାୟଗଡ଼ାରେ ବିଜୁ ମହିଳା ଜନତା ଦଳ ଆହୁରି ସଶକ୍ତ ଓ ସୁସଂଗଠିତ ହେଉ।
Biju Janata Dal Odisha

21/08/2026

ରାୟଗଡ଼ାରେ ଚାଲିଥିବା କଥିତ #ବାଟି_କଲେକ୍ସନ ପଛରେ ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ୱ ରହିଛି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଯଦି ଏହି ଅଭିଯୋଗରେ ସତ୍ୟତା ଅଛି, ତେବେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ।

ଜନସେବା ପାଇଁ ଦିଆଯାଇଥିବା ରାଜନୈତିକ ଦାୟିତ୍ୱକୁ ଯଦି ଚାନ୍ଦା ଆଦାୟ ଓ ବଟି କଲେକ୍ସନରେ ବ୍ୟବହାର କରାଯାଏ, ତେବେ ଜନତା ନିଶ୍ଚିତ ଭାବେ ପ୍ରଶ୍ନ କରିବେ। Bharatiya Janata Party (BJP) ନେତାମାନେ ସ୍ପଷ୍ଟ କରନ୍ତୁ କିଏ କାହାଠାରୁ, କେଉଁ ଅଧିକାରରେ ଏବଂ କାହା ନାମରେ ଟଙ୍କା ଆଦାୟ କରୁଛି? ଅଭିଯୋଗ ଯଦି ମିଥ୍ୟା, ତେବେ ପ୍ରମାଣ ସହିତ ଖଣ୍ଡନ କରନ୍ତୁ। ଯଦି ସତ୍ୟ, ତେବେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉ।
Naveen Patnaik
Biju Janata Dal Odisha
Biju Janata Dal Rayagada

20/08/2026

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ମଣ୍ଡଳର ବିଜେପି ସଭାପତି Anil Kumar Jadi ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ନଦୀରୁ ବାଳି ଲୋଡ୍ କରୁଥିବା ଟ୍ରାକ୍ଟର ଚାଳକଙ୍କଠାରୁ ରୟାଲିଟି ଆଦାୟ କରୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଟ୍ରାକ୍ଟର ମାଲିକମାନେ ଘଟଣାସ୍ଥଳରେ ପହଞ୍ଚି ଆସି ରୟାଲିଟି ଆଦାୟ ସମ୍ପର୍କରେ ପ୍ରଶ୍ନ କରିବାରୁ, ସେ ସେଠାରୁ ଧୀରେ ଧୀରେ ଖସି ପଳାଇବାକୁ ଚେଷ୍ଟା କରୁଥିଲେ।

ରୟାଲିଟି ଆଦାୟ କରିବାର ଅଧିକାର ତାଙ୍କୁ କିଏ ଦେଇଛି?
ସେ କେଉଁ ସରକାରୀ ବିଭାଗର ଅଧିକାରୀ? କେଉଁ ଆଦେଶ ବଳରେ ସେ ବାଳିଘାଟରେ ଟଙ୍କା ଆଦାୟ କରୁଥିଲେ?
ଆଦାୟ ହୋଇଥିବା ଟଙ୍କାର ସରକାରୀ ରସିଦ୍ କେଉଁଠି? Bharatiya Janata Party (BJP) ସରକାରରେ ଯଦି ନେତାମାନେ ହିଁ ଅଧିକାରୀଙ୍କ କାମ କରିବେ, ତେବେ ସରକାରୀ ବିଭାଗ ଓ ଆଇନର ଆବଶ୍ୟକତା କ’ଣ? ଏହା କେବଳ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନ ନୁହେଁ। ଏହା ସରକାରୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସମ୍ପଦର ସୁରକ୍ଷାର ପ୍ରଶ୍ନ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣନ୍ତୁ।
Naveen Patnaik
Biju Janata Dal Rayagada
Biju Janata Dal Odisha

  ପାଣ୍ଠିକୁ ନେଇ Biju Janata Dal Rayagada ପକ୍ଷରୁ କେନ୍ଦ୍ରର ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ Narendra Modi ଙ୍କୁ କିଛି ସରଳ ପ୍ରଶ୍...
20/08/2026

ପାଣ୍ଠିକୁ ନେଇ Biju Janata Dal Rayagada ପକ୍ଷରୁ କେନ୍ଦ୍ରର ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ Narendra Modi ଙ୍କୁ କିଛି ସରଳ ପ୍ରଶ୍ନ।୨୦୨୪–୨୫ର ଅଡିଟ୍ ତଥ୍ୟ ଅନୁସାରେ ମାର୍ଚ୍ଚ ୨୦୨୫ ସୁଦ୍ଧା PM CARES ପାଣ୍ଠିରେ ₹8,452 କୋଟି ଥିଲା। ସେଥିରୁ ପ୍ରାୟ ₹7,846 କୋଟି ସ୍ଥାୟୀ ଜମାରେ ରହିଥିଲା ଏବଂ ପାଣ୍ଠି ପ୍ରାୟ ₹475 କୋଟି ସୁଧ ଅର୍ଜନ କରିଥିଲା।

କିନ୍ତୁ ପ୍ରଶ୍ନ ହେଉଛି ଏତେ ବଡ଼ ରାଶିର ପାଣ୍ଠି ଥିବା ସତ୍ତ୍ୱେ ୨୦୨୪–୨୫ରେ PM CARES for Children ଯୋଜନାରେ ଖର୍ଚ୍ଚ ମାତ୍ର ₹87.85 ଲକ୍ଷ କାହିଁକି?

କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ ପ୍ରାୟ ₹324 କୋଟି ଫେରାଇଲେ, ସେହି ଟଙ୍କା କେଉଁ ସଂସ୍ଥା କାହିଁକି ଫେରାଇଲା ଏହାର ସବିଶେଷ ତଥ୍ୟ ସାର୍ବଜନୀନ କରାଯାଇନାହିଁ କାହିଁକି?

ଜନସାଧାରଣ ଓ ଦେଶର ଦାତାମାନେ ଦେଇଥିବା ଅର୍ଥର ବ୍ୟବହାର ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସହଜରେ ଲୋକଙ୍କ ପାଖରେ ଉପଲବ୍ଧ କାହିଁକି ହେବ ନାହିଁ?

କୋଭିଡ୍ ପରି ଜାତୀୟ ଜରୁରୀ ପରିସ୍ଥିତିର ଅଭିଜ୍ଞତା ପରେ ମଧ୍ୟ ଏତେ ବଡ଼ ପାଣ୍ଠିର ବ୍ୟବହାର ଓ ଅବ୍ୟବହୃତ ଅର୍ଥ ସମ୍ପର୍କରେ ଅଧିକ ସ୍ୱଚ୍ଛତା କାହିଁକି ରହିବ ନାହିଁ?

ଏହା କେବଳ Bharatiya Janata Party (BJP) କିମ୍ବା ମୋଦି ସରକାରଙ୍କୁ ରାଜନୈତିକ ଭାବେ ଆକ୍ରମଣ କରିବାର ପ୍ରସଙ୍ଗ ନୁହେଁ। ଏହା ଜନତାଙ୍କ ଅର୍ଥ, ଜନତାଙ୍କ ଅଧିକାର ଏବଂ ଜନତାଙ୍କ ପ୍ରତି ସରକାରର ଉତ୍ତରଦାୟିତ୍ୱର ପ୍ରଶ୍ନ। ଯଦି ସରକାର କହୁଛନ୍ତି ଯେ PM CARES ଏକ ସାର୍ବଜନୀନ ଚାରିଟେବଲ୍ ଟ୍ରଷ୍ଟ, ତେବେ ଏହାର ଆୟ, ସୁଧ, ଖର୍ଚ୍ଚ, ଅବ୍ୟବହୃତ ଅର୍ଥ ଏବଂ ଫେରସ୍ତ ହୋଇଥିବା ଟଙ୍କାର ସମ୍ପୂର୍ଣ୍ଣ ହିସାବ ଲୋକଙ୍କ ସାମ୍ନାରେ ରଖିବାରେ ଅସୁବିଧା କ’ଣ?ବିଜୁ ଜନତା ଦଳ ଦାବି କରୁଛି ଜନତାଙ୍କ ଟଙ୍କାର ପ୍ରତ୍ୟେକ ଟଙ୍କାର ହିସାବ ଜନତାଙ୍କୁ ଦିଅନ୍ତୁ। ସ୍ୱଚ୍ଛତା ଦାବି କରିବା ବିରୋଧୀ ରାଜନୀତି ନୁହେଁଏହା ଗଣତନ୍ତ୍ରରେ ଜନତାଙ୍କ ଅଧିକାର।
Naveen Patnaik
Biju Janata Dal Odisha
Mission 125+

19/08/2026

ଆମ ମାଟିରୁ ଲୁହା, ବକ୍ସାଇଟ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ବାହାରିବ। ଖଣି ଅଞ୍ଚଳର ଲୋକେ ଧୂଳି, ଧୂଆଁ, ପ୍ରଦୂଷଣ ଓ ବିସ୍ଥାପନର ଯନ୍ତ୍ରଣା ସହିବେ। କିନ୍ତୁ ସେହି ସମ୍ପଦର ଲାଭ ଯଦି ଦିଲ୍ଲୀ ନେଇଯିବ, ତେବେ ଓଡ଼ିଶାର ଭବିଷ୍ୟତ କେଉଁଠି?

ଆଇନ ସଂଶୋଧନ ମାଧ୍ୟମରେ ଓଡ଼ିଶାର ଆର୍ଥିକ ଅଧିକାରକୁ କ୍ଷୁଣ୍ଣ କରାଯାଇଛି ବୋଲି Biju Janata Dal Odisha ଗଭୀର ଚିନ୍ତା ପ୍ରକାଶ କରୁଛି। Bharatiya Janata Party (BJP) ସରକାର ଓଡ଼ିଶାର ଖଣିଜ ସମ୍ପଦ ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣ ବଢ଼ାଇ ରାଜ୍ୟର ରାଜସ୍ୱ କ୍ଷମତାକୁ ଦୁର୍ବଳ କରିବାକୁ ଚାହୁଁଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ ଏହି ପ୍ରସଙ୍ଗରେ ଚୁପ୍ କାହିଁକି ରହୁଛନ୍ତି..? ସଂସଦରେ ଓଡ଼ିଶାର ଅଧିକାର ପାଇଁ ସେମାନେ କେତେଥର ସ୍ୱର ଉଠାଇଛନ୍ତି...? ଦିଲ୍ଲୀର ନିର୍ଦ୍ଦେଶ ପାଳନ କରିବା ହିଁ କଣ ସେମାନଙ୍କର ଏକମାତ୍ର ଦାୟିତ୍ୱ? ଆଜି ଯଦି ଆମ ଖଣିଜ ସମ୍ପଦର ଅଧିକାର କ୍ଷୁଣ୍ଣ ହୁଏ, ତେବେ ଆସନ୍ତାକାଲିର ଓ ଭବିଷ୍ୟତ ପୀଢ଼ି ଆମକୁ ପଚାରିବେ “ଆମର ସମ୍ପଦ, ଆମର ଅଧିକାରକୁ ରକ୍ଷା କରିବା ପାଇଁ ଆପଣମାନେ କଣ କରିଥିଲେ? Biju Janata Dal Rayagada ସ୍ପଷ୍ଟ କରିଦେଉଛି ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାର ସମ୍ପଦ ଓ ଓଡ଼ିଶାର ଅଧିକାର ସହ କୌଣସି ପ୍ରକାର ସମଝୌତା କରାଯିବ ନାହିଁ। ଓଡ଼ିଶାର ହକ୍ ପାଇଁ ସଂଗ୍ରାମ ଜାରି ରହିବ।
Naveen Patnaik
Mission 125+

ପବିତ୍ର ୮୦ତମ  #ସ୍ୱାଧୀନତା_ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ଭାଇ, ଭଉଣୀ, ଯୁବପିଢ଼ି, କୃଷକ, ଶ୍ରମିକ ଓ ମାତୃଶକ୍ତିଙ୍କୁ Biju Janata ...
15/08/2026

ପବିତ୍ର ୮୦ତମ #ସ୍ୱାଧୀନତା_ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ଭାଇ, ଭଉଣୀ, ଯୁବପିଢ଼ି, କୃଷକ, ଶ୍ରମିକ ଓ ମାତୃଶକ୍ତିଙ୍କୁ Biju Janata Dal Rayagada ପକ୍ଷରୁ ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀମାନଙ୍କର ତ୍ୟାଗକୁ ସ୍ମରଣ କରି ଆସନ୍ତୁ, ଆମ ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନେବା।

ମହାନ ଜନନାୟକ #ବିଜୁ_ପଟ୍ଟନାୟକଙ୍କ ସାହସ, ଦେଶପ୍ରେମ, ତ୍ୟାଗ ଓ ଓଡ଼ିଆ ଅସ୍ମିତା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ଆମ ପାଇଁ ସଦା ପ୍ରେରଣାର ଉତ୍ସ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସ୍ୱାଭିମାନ, ଯୁବଶକ୍ତିର ସଶକ୍ତିକରଣ ଓ ସାଧାରଣ ଲୋକଙ୍କ ଅଧିକାର ପାଇଁ ଏକତ୍ରିତ ହୋଇ ଆଗକୁ ବଢ଼ିବା।
Naveen Patnaik
Biju Janata Dal Odisha

#ବନ୍ଦେଉତ୍କଳଜନନୀ

Address

Rayagada, Odisha
Rayagada
765001

Website

Alerts

Be the first to know and let us send you an email when BJD Rayagada posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category