Jayanta Kumar Sarangi

Jayanta Kumar Sarangi Contact information, map and directions, contact form, opening hours, services, ratings, photos, videos and announcements from Jayanta Kumar Sarangi, Baseli sahi, Puri.

Official Page Ex-Councillor Puri, Ex-Chairman Puri,Ex-M L A Puri , Social worker, Special Invitee Member Bharatiya Janata Party (BJP) BJP Odisha BJP Puri

ସେବକ ଶ୍ରୀକ୍ଷେତ୍ର ଧାମ ( ପୁରୀ )
🙏 ଜୟ ଜଗନ୍ନାଥ 🙏

ଜୟ ଜଗନ୍ନାଥ 🙏ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ |
13/06/2026

ଜୟ ଜଗନ୍ନାଥ 🙏
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ |

ଶିକ୍ଷା କ୍ଷେତ୍ରରେ ଲୋକଙ୍କ ସରକାରରେ ଐତିହାସିକ ନିଷ୍ପତ୍ତି | ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ ଘୋଷଣା କଲେ ଲୋକ ପ୍ରିୟ ମୁଖ୍ୟମନ୍ତ୍...
13/06/2026

ଶିକ୍ଷା କ୍ଷେତ୍ରରେ ଲୋକଙ୍କ ସରକାରରେ ଐତିହାସିକ ନିଷ୍ପତ୍ତି | ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ ଘୋଷଣା କଲେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ |

କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ହେବ ସମ୍ପୂର୍ଣ୍ଣ ଦେୟମୁକ୍ତ। ସମସ୍ତ ବିଦ୍ୟାର୍ଥୀ ବିଶେଷ କରି ଆର୍ଥିକ ସ୍ତରରେ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହେବ। ରାଜ୍ୟରେ ବିଜେପି ସରକାରଙ୍କ ୨ବର୍ଷ ପୂ୍‌ର୍ତ୍ତି ଅବସରରେ ବଡ଼ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi | ଏପରି ନିଷ୍ପତ୍ତି ନେବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ |

ଏହି ନିଷ୍ପତ୍ତି ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି |
Narendra Modi Nitin Nabin Bharatiya Janata Party (BJP) BJP Odisha BJP Puri

ଋଷିଆରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ‘ଋଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ୍ ମାଷ୍ଟର କପ୍’ ଜିତିଥିବାରୁ ଓଡ଼ିଶାର ଗର୍ବ, ...
13/06/2026

ଋଷିଆରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ‘ଋଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ୍ ମାଷ୍ଟର କପ୍’ ଜିତିଥିବାରୁ ଓଡ଼ିଶାର ଗର୍ବ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ Sudarsan Pattnaik ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି |

ଜଳବାୟୁ ପରିବର୍ତ୍ତନକୁ ନେଇ ଆପଣଙ୍କ ଏହି ବାଲୁକା କଳା ବିଶ୍ଵକୁ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିଛି |

ଏହି ସଫଳତା ପାଇଁ ଆଜି ସାରା ଦେଶ ଗର୍ବିତ ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି |

ଖୋର୍ଦ୍ଧାର ଲୋକପ୍ରିୟ ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ | ମହାପ୍ରଭୁ ଜଗତର ନାଥ ଜଗନ...
13/06/2026

ଖୋର୍ଦ୍ଧାର ଲୋକପ୍ରିୟ ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ |

ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରୁଛି |

13/06/2026

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ତମ କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି |

ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନ ସଂଶୋଧନ କରି ମୂଳ ଓଡ଼ିଆ ନାମ ପୁନଃସ୍ଥାପନ କରାଯିବା ସହ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବାରେ ଏହା ଏକ ଐତିହାସିକ ପଦକ୍ଷେପ |

ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’ ଅଧୀନରେ ୫,୫୭୫ କୋଟି ଟଙ୍କା ବ୍ୟୟ ସହ ଗ୍ରାମୀଣ ବିକାଶ ଓ ଜୀବିକା ସୃଷ୍ଟିକୁ ଆହୁରି ଶକ୍ତିଶାଳୀ କରାଯିବ, ଯେଉଁଥିରେ ଯୋଗ୍ୟ ପରିବାରକୁ ବର୍ଷକୁ ୧୨୫ ଦିନ କାର୍ଯ୍ୟ ସୁନିଶ୍ଚିତ କରାଯିବ |

ଭୁବନେଶ୍ୱର ବିକାଶ କର୍ତ୍ତୃପକ୍ଷ (BDA) ଅଞ୍ଚଳରେ ୧୭୫ କୋଟି ଟଙ୍କା ବ୍ୟୟରେ ଭୂତଳ ଡ୍ରେନେଜ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି |

ସେହିପରି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମାବଳୀ-୨୦୨୬, ବନ୍ଦ ସମବାୟ ସୂତାକଳ ଓ ଅନ୍ୟାନ୍ୟ ୟୁନିଟ୍‌ର ବକେୟା ପରିଶୋଧ ପାଇଁ ଅର୍ଥମଞ୍ଜୁରି, ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ ସଂଶୋଧନ, ରାଜ୍ୟ ବିଧି ଆୟୋଗ ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି ଓ ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନାରେ ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଧ୍ୟ ଅନୁମୋଦନ ମିଳିଛି |

ଏହି ସମସ୍ତ ନିଷ୍ପତ୍ତି ରାଜ୍ୟର ସମଗ୍ର ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ, ସାଂସ୍କୃତିକ ପରିଚୟ ସୁରକ୍ଷା ଓ ଜନକେନ୍ଦ୍ରିକ ଶାସନ ପ୍ରତି ସରକାରଙ୍କ ଅଟୁଟ ସମର୍ପଣକୁ ପ୍ରତିବିମ୍ବିତ କରେ |

ରାଜ୍ୟର ଏହି ଉନ୍ନୟନ ଯାତ୍ରା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି |
Narendra Modi Nitin Nabin Amit Shah Mohan Charan Majhi Bharatiya Janata Party (BJP) BJP Odisha Dharmendra Pradhan Dr. Sambit Patra

ସେବା, ସୁଶାସନ ଓ ସମର୍ପଣର ୨ବର୍ଷ | ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶାରେ ‘ଲୋ...
12/06/2026

ସେବା, ସୁଶାସନ ଓ ସମର୍ପଣର ୨ବର୍ଷ |

ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶାରେ ‘ଲୋକଙ୍କ ସରକାର’ ସଫଳତାର ସହ ଦୁଇ ବର୍ଷ ପୂରଣ କରିଛି |

ମାନ୍ୟବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଆଜି ବିକଶିତ ଭାରତ ଗଠନରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆଗେଇ ଚାଲିଛି |
PMO India CMO Odisha BJP - Bharatiya Janata Party BJP Odisha BJP Puri Manmohan Samal Dharmendra Pradhan Dr. Sambit Patra

ଆଜିକୁ ଦୁଇ ବର୍ଷ ତଳେ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ କୃପାରୁ ଏବଂ ଆପଣଙ୍କ ବିଶ୍ୱାସ ଓ ସମର୍ଥନ ସହ ଓଡ଼ିଶାର ରାଜନୈତିକ ଇତିହାସରେ ହୋଇଥିଲ...
12/06/2026

ଆଜିକୁ ଦୁଇ ବର୍ଷ ତଳେ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ କୃପାରୁ ଏବଂ ଆପଣଙ୍କ ବିଶ୍ୱାସ ଓ ସମର୍ଥନ ସହ ଓଡ଼ିଶାର ରାଜନୈତିକ ଇତିହାସରେ ହୋଇଥିଲା ଏକ ଯୁଗାନ୍ତକାରୀ ପରିବର୍ତ୍ତନ |

ଭାରତୀୟ ଜନତା ପାର୍ଟି ଉପରେ ସଂପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ରଖି ଓଡ଼ିଶାବାସୀ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ ଓ ଓଡିଶାରେ ଲୋକଙ୍କ ସରକାର ଗଠନ ହୋଇଥିଲା |

ବିଗତ ୨ ବର୍ଷରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ମାର୍ଗଦର୍ଶନରେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ବରେ ଆମ ଡବଲ ଇଞ୍ଜିନ ସରକାର ରାଜ୍ୟରେ ସୁଶାସନର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି |

ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ନିଯୁକ୍ତି ଏବଂ ଭିତ୍ତିଭୂମିର ବିକାଶ ଆଦି ଅନେକ କ୍ଷେତ୍ରରେ ଆମ ସରକାର ପ୍ରଗତିର ନୂଆ ଧାରା ସୃଷ୍ଟି କରିଛି | ଲୋକଙ୍କ ସେବା କରିବା ଆମ ସରକାରର ଏକମାତ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ |
PMO India Nitin Nabin Manmohan Samal BJP Odisha BJP Puri

କୋମଳମତି ଶିଶୁମାନଙ୍କ ହାତରେ କାମର ଉପକରଣ ନୁହେଁ, ବରଂ ବହି ଓ କଲମ ରହିବା ଉଚିତ |ଶିଶୁ ଶ୍ରମ କେବଳ ଗୋଟିଏ ଶିଶୁର ପିଲାଦିନ ଛଡ଼ାଇ ନେଇନଥାଏ, ବ...
12/06/2026

କୋମଳମତି ଶିଶୁମାନଙ୍କ ହାତରେ କାମର ଉପକରଣ ନୁହେଁ, ବରଂ ବହି ଓ କଲମ ରହିବା ଉଚିତ |

ଶିଶୁ ଶ୍ରମ କେବଳ ଗୋଟିଏ ଶିଶୁର ପିଲାଦିନ ଛଡ଼ାଇ ନେଇନଥାଏ, ବରଂ ସମଗ୍ର ଦେଶର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଥାଏ |

ଆସନ୍ତୁ, ଆଜିର ଦିନରେ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଯେ ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବଂ ପ୍ରତ୍ୟେକ ଶିଶୁକୁ ଶିକ୍ଷା ଓ ସୁରକ୍ଷାର ଅଧିକାର ଦେବାରେ ସହାୟକ ହେବା |

Address

Baseli Sahi
Puri
752001

Telephone

+919040146936

Website

Alerts

Be the first to know and let us send you an email when Jayanta Kumar Sarangi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jayanta Kumar Sarangi:

Share