PattamundaiPolitics

PattamundaiPolitics Contact information, map and directions, contact form, opening hours, services, ratings, photos, videos and announcements from PattamundaiPolitics, Political organisation, Pattamundai, Pattamundai.

25/03/2026

ବିରୋଧୀ ଏବେ ଦମଦାର ଫର୍ମରେ ଅଛନ୍ତି। ରାଜ୍ୟସଭା ନିର୍ବାଚନ ପରେ ସବୁ ପ୍ରସଙ୍ଗରେ ଏକାଠି। ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ଏଭଳି ଢଙ୍ଗରେ ବିରୋଧ କରି ଶାସକ ଦଳକୁ ନାକେଦମ କଲେଣି। ଆଗକୁ ଯଦି ଏକାଠି ହେବେ, ତେବେ କଣ ହେବ ଓଡ଼ିଶା ରାଜନୀତି।



କଥା କୁହା ଫଟୋବିଜେପି ନେତା ବିଷ୍ଣୁ ଦାସଙ୍କ ସହ ନଜର ଆସିଲେ ଅଂଶୁମାନ ମହାନ୍ତି। ଅବଶ୍ୟ ଫଟୋଟା ଏକ ସାମାଜିକ କାର୍ଯ୍ୟକ୍ରମର, ତଥାପି ଗତ କିଛିଦି...
12/01/2026

କଥା କୁହା ଫଟୋ

ବିଜେପି ନେତା ବିଷ୍ଣୁ ଦାସଙ୍କ ସହ ନଜର ଆସିଲେ ଅଂଶୁମାନ ମହାନ୍ତି। ଅବଶ୍ୟ ଫଟୋଟା ଏକ ସାମାଜିକ କାର୍ଯ୍ୟକ୍ରମର, ତଥାପି ଗତ କିଛିଦିନ ହେବ ଅଂଶୁମାନଙ୍କ ଗତିବିଧି ଭିନ୍ନ ଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଉଛି।
📌 ପଦ୍ମ ଧରିବେ କି ଅଂଶୁମାନ
📌 ନିର୍ବାଚନମଣ୍ଡଳୀ ଭଙ୍ଗ ହେଲେ ରାଜନଗରରୁ ହେବେ କି ବିଜେପି ପ୍ରାର୍ଥି?
ବିଗତ କିଛି ଦିନ ହେବ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ଓ ରାଜନଗରରେ ବିଜେଡି ରାଜନୀତିରେ ସେତେଟା ସକ୍ରିୟ ନାହାନ୍ତି। ରାଜନଗରରେ ବିଜେପି ନେତା ଲଳିତ ବେହେରାଙ୍କ ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ତୁଣ୍ଡ ଖୋଲିଲେନି। ଏସବୁ ଦେଖିଲେ ଲାଗୁଛି କିଛି ନୂଆ ନିଷ୍ପତ୍ତି ନେଇପାରନ୍ତି ଅଂଶୁମାନ।
#ପଟ୍ଟାମୁଣ୍ଡାଇ_ପଲିଟିକ୍ସ




03/01/2026

ମହିଳା ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା ନିଜ ପକ୍ଷ ରଖିଲେ। ଗଣମାଧ୍ୟମରେ ପିସି କାରବାରର ସାଂଘାତିକ ଅଭିଯୋଗ ଆଣିଲେ। ହେଲେ ମହିଳା ବିଡିଓ ଏଯାଏଁ ଚୁପ୍।
📌 ଉପରୁ ଚାପ ପକାଇ ଚୁପ୍ କରାଯାଇଛି କି?
📌ଯଦି ନା ତେବେ ନିଜ ପକ୍ଷ ରଖିବାରେ କାହିଁକି କୁଣ୍ଠାବୋଧ? 📌ଯଦି ଚୁପ୍ ରହିବେ ତାହା ହେଲେ ଧରି ନିଆଯିବ କି ବିଧାୟକ ପ୍ରାର୍ଥୀ ଆଣିଥିବା ଅଭିଯୋଗ ସତ?
📌 ମହିଳା ଅଫିସରଙ୍କ ଉପରେ ଆକ୍ରମଣ ଘଟଣାରେ ସରକାରଙ୍କ ନୀରବତା ଅନ୍ୟ ସବୁଠୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବନି କି?
📌କୁଆଡେ ଗଲା ଓଏଏସ୍ ସଂଘ?
📌କେବଳ ରାଜଧାନୀରେ ଅଫିସର ମାଡ଼ ଖାଇଲେ ପ୍ରତିବାଦ, ରାଜନଗରରେ ଆକ୍ରମଣ ହେଲେ କର୍ମଚାରୀ ସଂଘ ଚୁପ୍ କାହିଁକି?

ସତ ସାମ୍ନାକୁ ଆସୁ, ଦୋଷୀ ଦଣ୍ଡ ପାଆନ୍ତୁ
ସିଏ ବିଧାୟକ ପ୍ରାର୍ଥୀ ହୁଅନ୍ତୁ ବା ମହିଳା ବିଡିଓ

ରାଜନଗରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ସମ୍ରାଟ କେଶରୀ ଜେନା ! ଅଂଶୁମାନ ଦଳ ଛାଡ଼ିବା ପରେ ସମ୍ରାଟ କଂଗ୍ରେସର ବିଧାୟକ ପ୍ରାର୍ଥୀ ...
14/02/2024

ରାଜନଗରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ସମ୍ରାଟ କେଶରୀ ଜେନା ! ଅଂଶୁମାନ ଦଳ ଛାଡ଼ିବା ପରେ ସମ୍ରାଟ କଂଗ୍ରେସର ବିଧାୟକ ପ୍ରାର୍ଥୀ ହେବା ନେଇ ବାଟ ଫିଟିଲା। ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଭାରତ ଯୋଡ ଯାତ୍ରା ସମୟରେ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ ସମ୍ରାଟ। Adv Samrat Keshari Jena

କଂଗ୍ରେସ ଛାଡିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ଖୁବଶୀଘ୍ର ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ! ଗଣେଶ୍ୱର ବେହେରା ମଧ୍ୟ ଖୁ...
14/02/2024

କଂଗ୍ରେସ ଛାଡିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ଖୁବଶୀଘ୍ର ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ! ଗଣେଶ୍ୱର ବେହେରା ମଧ୍ୟ ଖୁବଶୀଘ୍ର କଂଗ୍ରେସ ଛାଡୁଥିବା ନେଇ ବଢିଲା ଚର୍ଚ୍ଚା।

କେନ୍ଦ୍ରାପଡା ରାଜନୀତିର ଉଜ୍ଜ୍ୱଳ ନକ୍ଷତ୍ର Adv Samrat Keshari Jena  । ମାଟିର ପୁଅ, ଆମ ପଟ୍ଟାମୁଣ୍ଡାଇର ପୁଅ । ସମସ୍ତଙ୍କୁ ଯେତେବେଳେ ସୁଯ...
14/01/2024

କେନ୍ଦ୍ରାପଡା ରାଜନୀତିର ଉଜ୍ଜ୍ୱଳ ନକ୍ଷତ୍ର Adv Samrat Keshari Jena । ମାଟିର ପୁଅ, ଆମ ପଟ୍ଟାମୁଣ୍ଡାଇର ପୁଅ । ସମସ୍ତଙ୍କୁ ଯେତେବେଳେ ସୁଯୋଗ ମିଳୁଛି, ଆମ ପଟ୍ଟାମୁଣ୍ଡାଇର ଟୋକାକୁ କାହିଁକି ସୁଯୋଗ ଦେବାନି । ହାତ ହଲାଇ ଚାଲିଯିବା ଲୋକ ନୁହେଁ, ହାତ ଧରି ଭଲମନ୍ଦ ପଚାରି ବୁଝିବା ଭଳି ଉଦ୍ୟମୀ ଯୁବକଟିଏ । ନେତା ତ ନୁହେଁ, କାହା ପାଇଁ ଭାଇ, କାହା ପାଇଁ ପ୍ରେରଣାର ଉତ୍ସ । ପଟ୍ଟାମୁଣ୍ଡାଇ କଲେଜର ସଭାପତି ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ସମ୍ରାଟ ପରବର୍ତ୍ତୀ ସମୟରେ ଜାତୀୟ ରାଜନୀତିରେ ଯୁବ ନେତୃତ୍ୱ ଭାବେ ଉଭା ହୋଇଛନ୍ତି । ଆମର ଭଳିଆ ଗାଉଁଲିଆ ପିଲାଟି, ଗାଁ ଗାଁ ବୁଲୁଛି, ଘର ଘର ଚିହ୍ନିଛି । ଭିଜନ ଅଛି, ଦକ୍ଷତା ବି ଅଛି । ଖାଲି ଆପଣମାନଙ୍କର ସହଯୋଗର ଆବଶ୍ୟକତା ରହିଛି । ଆମ ମାଟିର ପୁଅ ଯଦି ଆଗକୁ ବଢୁଛି ତେବେ ଆମେ କଣ ଆଶୀର୍ବାଦ କରିପାରିବାନି । କାହାକୁ ବିରୋଧ ନୁହେଁ ବରଂ ସମ୍ରାଟଙ୍କୁ ସମର୍ଥନ ଓ ସ୍ନେହ ତ ଦେଇପାରିବା । ଏବେ ନୁହେଁ ତ କେବେ ନୁହେଁ । ଆସନ୍ତୁ ଏଥର ସମ୍ରାଟଙ୍କ ସହ ଆଗକୁ ବଢିବା । କୌଣସି ଦଳ ପାଇଁ ନୁହେଁ, ମାଟିର ପୁଅ ପାଇଁ ଏ ପୋଷ୍ଟ #ପଟ୍ଟାମୁଣ୍ଡାଇ_ପଲିଟିକ୍ସ Adv Samrat Keshari Jena

ରାଜନୈତିକ ପୃଷ୍ଠାରେ ପଟ୍ଟାମୁଣ୍ଡାଇର ପରିଚୟ ଏବେ ଇତିହାସ। କିଛି ସ୍ବାର୍ଥବାଦୀ ନେତାଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପଟ୍ଟାମୁଣ୍ଡାଇ ତା'ର ପରିଚ...
23/09/2023

ରାଜନୈତିକ ପୃଷ୍ଠାରେ ପଟ୍ଟାମୁଣ୍ଡାଇର ପରିଚୟ ଏବେ ଇତିହାସ। କିଛି ସ୍ବାର୍ଥବାଦୀ ନେତାଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପଟ୍ଟାମୁଣ୍ଡାଇ ତା'ର ପରିଚୟ ହରାଇଛି। ପଟ୍ଟାମୁଣ୍ଡାଇକୁ ସବୁ ସ୍ତରରେ ପଙ୍ଗୁ କରିବାକୁ ହୀନ ଉଦ୍ୟମ ଚାଲିଛି। ଏବେଠୁ ସ୍ବର ଉଠାନ୍ତୁ, ନଚେତ ଆଗକୁ ହାତରେ କିଛି ନଥିବ। ଆମକୁ ଦରକାର ଆମ ପଟ୍ଟାମୁଣ୍ଡାଇର ପୂର୍ବ ପରିଚୟ। ଆନ୍ଦୋଳନର ଯାତ୍ରା ଆରମ୍ଭ ହୋଇଛି, ପଥିକ ଭାବେ ସାମିଲ ହୁଅନ୍ତୁ। ନେତାଙ୍କ ଉପରେ ଭରସା କରି ନୁହେଁ, ନିଜ ମାଟିର ପରିଚୟ ନିଜେ ବଞ୍ଚାଇବାକୁ ଏକସ୍ବର ହୁଅନ୍ତୁ।
#ପଟ୍ଟାମୁଣ୍ଡାଇ_ପଲିଟିକ୍ସ

ଅଶୋକଙ୍କ ପକ୍ଷଛେଦନ ଆରମ୍ଭ...ବିଧାୟକ ଲଡୁ ଖାଇବା ଇଚ୍ଛା ପଡ଼ିଲା ମହଙ୍ଗା...ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ରାଜନଗରର ବ୍ଲକ ସଭାପତି ...
28/08/2023

ଅଶୋକଙ୍କ ପକ୍ଷଛେଦନ ଆରମ୍ଭ...
ବିଧାୟକ ଲଡୁ ଖାଇବା ଇଚ୍ଛା ପଡ଼ିଲା ମହଙ୍ଗା...
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ରାଜନଗରର ବ୍ଲକ ସଭାପତି ପଦରୁ ଅଶୋକ ପ୍ରତିହାରୀଙ୍କୁ ବହିଷ୍କାର କଲେ ବିଜେଡି କେନ୍ଦ୍ରାପଡା ଜିଲ୍ଲା ସଭାପତି। କାରଣ ଦର୍ଶାଅ ନୋଟିସ ଜାରି କରି ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି ବିଜେଡି ଜିଲ୍ଲା ସଭାପତି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ ଅଶୋକ। ୨୦୨୪ ନିର୍ବାଚନ ପାଇଁ ବିଜେଡିରୁ ଟିକେଟ ଆଶାୟୀ ଥିଲେ ଅଶୋକ। ସୋସିଆଲ ମିଡିଆରେ ଏନେଇ ପୋଷ୍ଟ ଘୂରି ବୁଲୁଥିଲା। କିନ୍ତୁ ବ୍ଲକ ସଭାପତି ପଦରୁ ଅଶୋକ ହଟିବା ଧ୍ରୁବଙ୍କ ଚିନ୍ତାକୁ କିଛି ମାତ୍ରାରେ କମାଇଛି। ଦେଖାଯାଉ ରାଜନଗର ରାଜନୀତିରେ ଆଗକୁ କଣ ହେଉଛି...। #ପଟ୍ଟାମୁଣ୍ଡାଇ_ପଲିଟିକ୍ସ

📌ବଦଳୁଛି ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ରାଜନୀତି📌ନିର୍ବାଚନ ପୂର୍ବରୁ ଦଳ ଭିତରେ ଜୋରଦାର ଛକାପଞ୍ଝା!📌ସୋସିଆଲ ମିଡିଆରେ ଆରମ୍ଭ ହେଲାଣି ପଲି...
27/08/2023

📌ବଦଳୁଛି ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ରାଜନୀତି
📌ନିର୍ବାଚନ ପୂର୍ବରୁ ଦଳ ଭିତରେ ଜୋରଦାର ଛକାପଞ୍ଝା!
📌ସୋସିଆଲ ମିଡିଆରେ ଆରମ୍ଭ ହେଲାଣି ପଲିଟିକାଲ ଓ୍ବାର
📌ଟିକେଟ ଲଢେଇରେ କେହି କାହାକୁ‌ ବାଟ ଛାଡ଼ିବାକୁ ନାରାଜ
📌ଦୁଇ ବିଲେଇର ଲଢେଇ ଭିତରେ ମାଙ୍କଡ଼ର ଲାଭ ଭଳି ଉପୁଜିବ ସ୍ଥିତି
📌ଖାଲି ରାଜନଗରରୁ ନୁହେଁ ପଟ୍ଟାମୁଣ୍ଡାଇରୁ ବି ରେସରେ‌ ସାମିଲ ହେଲେଣି ଟିକେଟ ଆଶାୟୀ
📌ପଟ୍ଟାମୁଣ୍ଡାଇର ଯୁବ ନେତୃତ୍ବ ଏବେ ଟିକେଟ ରେସରେ
📌 କଂଗ୍ରେସ ନେତା ବିଜେଡିରେ ସାମିଲ ହେବା ନେଇ ବଢୁଛି ଚର୍ଚ୍ଚା

👁️‍🗨️ବି.ଦ୍ର : ଖବରକାଗଜ ଓ ସୋସିଆଲ ମିଡିଆରେ କେବଳ ୨ ଜଣ ନେତାଙ୍କୁ ନେଇ ହେଉଛି ଚର୍ଚ୍ଚା, କିନ୍ତୁ ବଜାର ଖଟିରେ ୧୦ରୁ ୧୨ ଜଣ ନେତାଙ୍କ ନାଁକୁ ନେଇ ହେଉଛି ଚର୍ଚ୍ଚା। ଯେଉଁଥିରେ ପଟ୍ଟାମୁଣ୍ଡାଇରୁ ରହିଛି ସର୍ବାଧିକ ଆଶାୟୀଙ୍କ ନାଁ। ସମୟ ବିତିବା ସହ ଗୋଟିଏ ପରେ ଗୋଟିଏ ନାଁ ସାମ୍ନାକୁ ଆସିବ।

ପଟ୍ଟାମୁଣ୍ଡାଇ ରାଜନୀତି ଆକାଶର ଉଜ୍ଜ୍ୱଳ ତାରକା। ସଙ୍ଗଠନ କେମିତି ହୁଏ, ତାହା ବି ବିନା ଅର୍ଥ ଓ ବାହୁବଳରେ ତାହାର ନିଚ୍ଛକ ଉଦାହରଣ ହେଉଛନ୍ତି ସ...
23/07/2023

ପଟ୍ଟାମୁଣ୍ଡାଇ ରାଜନୀତି ଆକାଶର ଉଜ୍ଜ୍ୱଳ ତାରକା। ସଙ୍ଗଠନ କେମିତି ହୁଏ, ତାହା ବି ବିନା ଅର୍ଥ ଓ ବାହୁବଳରେ ତାହାର ନିଚ୍ଛକ ଉଦାହରଣ ହେଉଛନ୍ତି ସମ୍ରାଟ। ଭିଡ଼ ଭିତରୁ ଟିକେ ଅଲଗା। ନା ଅଛି ବାଦବିବାଦ, ନା କ୍ଷମତାର ଲୋଭ। କଂଗ୍ରେସ ଉପରୁ ଯେତେବେଳେ ସମସ୍ତେ ଭରସା ତୁଟାଉଛନ୍ତି, ସେତେବେଳେ କଂଗ୍ରେସକୁ ପୁଣିଥରେ ଅଣ୍ଟା ସଳଖି ଛିଡ଼ା କରାଇବାର ଦମ୍ଭ ଓ ସାହାସ ସମ୍ରାଟଙ୍କୁ ଦେଇଛି ନୂଆ ପରିଚୟ। ରାଜନୀତିର ପ୍ରଥମ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏବେ ଆଗକୁ ବଢିବାର ମୁହୂର୍ତ୍ତ। ନୂଆ ଦାୟିତ୍ବ ପାଇଁ ଅନେକ ଅନେକ ଶୁଭେଚ୍ଛା। Adv Samrat Keshari Jena #ପଟ୍ଟାମୁଣ୍ଡାଇ_ପଲିଟିକ୍ସ

ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡାର ଯୁବ ନେତା ତଥା ପୂର୍ବତନ ଖଦି ବୋର୍ଡ ଚେୟାରମ୍ୟାନ ତେଜେଶ୍ବର ପରିଡ଼ା।
30/09/2022

ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡାର ଯୁବ ନେତା ତଥା ପୂର୍ବତନ ଖଦି ବୋର୍ଡ ଚେୟାରମ୍ୟାନ ତେଜେଶ୍ବର ପରିଡ଼ା।

Address

Pattamundai
Pattamundai
754215

Website

Alerts

Be the first to know and let us send you an email when PattamundaiPolitics posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to PattamundaiPolitics:

Share