30/05/2026
ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR 2026) କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଆଜିଠାରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଘରକୁ ଘର ଯାଇ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ଜୟ ଢୋଲକିଆଙ୍କୁ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏନ୍ୟୁମେରେସନ୍ ଫର୍ମ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀମତୀ ସୁର୍ମି ସୋରେନ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ବିଏଲଓମାନଙ୍କ ସହ ଘରକୁ ଘର ବୁଲି ମତଦାତାମାନଙ୍କୁ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କରିବା ସହ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଉଦ୍ଦେଶ୍ୟ ଓ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଥିଲେ।