ବିଜୁ ଯୁଵ ଜନତା ଦଳ, ଖୋର୍ଧା ଜିଲ୍ଲା

  • Home
  • India
  • New Delhi
  • ବିଜୁ ଯୁଵ ଜନତା ଦଳ, ଖୋର୍ଧା ଜିଲ୍ଲା

ବିଜୁ ଯୁଵ ଜନତା ଦଳ, ଖୋର୍ଧା ଜିଲ୍ଲା Contact information, map and directions, contact form, opening hours, services, ratings, photos, videos and announcements from ବିଜୁ ଯୁଵ ଜନତା ଦଳ, ଖୋର୍ଧା ଜିଲ୍ଲା, Political organisation, New Delhi.

ଆମ ଭାରତବର୍ଷର ସ୍ବର୍ଣ୍ଣିମ ଭବିଷ୍ୟତ ଗଢିତୋଳିବାର ଗୁରୁଦାୟିତ୍ବ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି...ଏକ ପ୍ରଗତିବାଦୀ ଚିନ୍ତନକୁ ନେଇ ବିଶାଳ ...
25/01/2020

ଆମ ଭାରତବର୍ଷର ସ୍ବର୍ଣ୍ଣିମ ଭବିଷ୍ୟତ ଗଢିତୋଳିବାର ଗୁରୁଦାୟିତ୍ବ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି...
ଏକ ପ୍ରଗତିବାଦୀ ଚିନ୍ତନକୁ ନେଇ ବିଶାଳ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ ଓ ସୁରକ୍ଷିତ ରଖିବାର ସମୟ ଆସିଛି...
ଲାଳସା ଓ ସ୍ବାର୍ଥରହିତ ସରକାର ଗଠନର ଅଭୀପ୍ସା ଆଜି ଏକ ବିପ୍ଳବରେ ପରିଣତ ହୋଇଛି...
"ଜାତୀୟ ମତଦାତା ଦିବସ" ସଚେତନତା ଓ ନବଚିନ୍ତନର ବାର୍ତ୍ତା ନେଇଆସିଛି...
🇮🇳Save Democracy-25th January National Voters Day🇮🇳
🐚 ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା 🐚

ଓଡ଼ିଶାର ଚାଷୀ ଏବଂ ଚାଷୀମାନଙ୍କର ପ୍ରତିନିଧି ମାନେ ନୂଆଦିଲ୍ଲୀରେ ବିକ୍ଷୋଭ , ଧାରଣା ଓ ପ୍ରତିବାଦ ସଭା କରିଛନ୍ତି ।ଦାବୀ ଧାନର କୁଇଣ୍ଟାଲ ପିଛା...
09/01/2019

ଓଡ଼ିଶାର ଚାଷୀ ଏବଂ ଚାଷୀମାନଙ୍କର ପ୍ରତିନିଧି ମାନେ ନୂଆଦିଲ୍ଲୀରେ ବିକ୍ଷୋଭ , ଧାରଣା ଓ ପ୍ରତିବାଦ ସଭା କରିଛନ୍ତି ।
ଦାବୀ ଧାନର କୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରି ୨୯୩୦ ଟଙ୍କା କରାଯାଉ , ଏକଥା ମଧ୍ୟ BJP ତାର ନିର୍ବାଚନ ଇସ୍ତାହାରରେ ୨୦୧୪ ମସିହାରେ ଘୋଷଣା କରିଥିଲା ।
BJD , CONGRESS , BJP ଏବଂ ଅନ୍ୟାନ୍ୟ ଦଳ ସମେତ ସମସ୍ତଙ୍କ ଉପସ୍ଥିତରେ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ମାନ୍ୟବର ବାଚସ୍ପତିଙ୍କ ନେତୃତ୍ୱରେ ଗୃହ କମିଟି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବୀ ଜଣେଇବାକୁ ନିଷ୍ପତିକ୍ରମେ - ସମୟ ମଗାଯାଇଥିଲା। କିନ୍ତୁ ଦୁଃଖ ଓ ପରିତାପର କଥା ଭେଟିବାକୁ ସୁଯୋଗ ଦେଲେନାହିଁ ।
ବାରମ୍ବାର ଦାବୀସତ୍ତ୍ୱେ ଦେଇଥିବା ପ୍ରତିଶୃତି ଏବଂ ଦାବୀ ମାନିଲେ ନାହିଁ। ବରଂ ରାଜ୍ୟକୁ ଚିଠି ଲେଖିଛନ୍ତି ବୋନସ ଦେଲେ। କେନ୍ଦ୍ର ଦେଇଥିବା ସହାୟକ ମୂଲ୍ୟ (MSP) କାଟିଦିଆଯିବ। ଏ ସମସ୍ତ କଥାର ପ୍ରତିବାଦରେ ନୂଆଦିଲ୍ଲୀଠାରେ ବିଜୁ ଜନତା ଦଳର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଗଲା।
🐚ବିଜୁ ଯୁବ ଜନତା ଦଳ। ଖୋର୍ଦ୍ଧା ଜିଲ୍ଲା🐚

କର୍ମବ୍ୟସ୍ତ ଜୀବନକୁ ପୁଞ୍ଜି କରି ଏହି ଶତାବ୍ଦୀ ପୁରୁଷଙ୍କ ଉତ୍ତମ ଓ ନିର୍ଭୁଲ ସାହିତ୍ୟ ସାଧନା ଏଯାବତ୍ ଚିରସ୍ମରଣୀୟ ରହିଛି...ଜଣେ ପ୍ରଖର ଉତ୍ତ...
06/12/2018

କର୍ମବ୍ୟସ୍ତ ଜୀବନକୁ ପୁଞ୍ଜି କରି ଏହି ଶତାବ୍ଦୀ ପୁରୁଷଙ୍କ ଉତ୍ତମ ଓ ନିର୍ଭୁଲ ସାହିତ୍ୟ ସାଧନା ଏଯାବତ୍ ଚିରସ୍ମରଣୀୟ ରହିଛି...
ଜଣେ ପ୍ରଖର ଉତ୍ତୁଙ୍ଗ ପତ୍ରକାର ତଥା ରାଷ୍ଟ୍ରବାଦୀ ଚିନ୍ତନର ସମୁଜ୍ଜଳ ଅଭିବ୍ୟକ୍ତି ଭାବରେ ତାଙ୍କର ବ୍ୟକ୍ତିତ୍ବ ନିଜର ଏକ ସ୍ବତନ୍ତ୍ର ପରିଧି ସୃଷ୍ଟି କରିଛି...
ଅଭିବୃଦ୍ଧିମୁଖୀ ସମାଜ ଗଠନର ମଗ୍ନ ସାଧନାର ଦୁନ୍ଦୁଭି ସ୍ବର ଆଜି ବି ଗୁଞ୍ଜରି ଉଠୁଛି...
ପଦ୍ମ-ଭୂଷଣ,ଉତ୍କଳ ରତ୍ନ "ଡ. ରାଧାନାଥ ରଥ"ଙ୍କ ଜନ୍ମ-ଜୟନ୍ତୀରେ ସାଦର ପ୍ରଣାମ ଜଣାଉଛି...
🍁Remembering Radhanath Rath Ji On His Birth Anniversary 6-Dec🍁
🐚 ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା 🐚

ଖୋର୍ଦ୍ଧା ଏବଂ ଜଟଣୀ ଅଞ୍ଚଳ ପାଇଁ "ବସୁଧା" ଜଳପ୍ରକଳ୍ପର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଛନ୍ତି।ଏହି ପ୍ରକଳ୍ପପ ଦ...
24/11/2018

ଖୋର୍ଦ୍ଧା ଏବଂ ଜଟଣୀ ଅଞ୍ଚଳ ପାଇଁ "ବସୁଧା" ଜଳପ୍ରକଳ୍ପର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଛନ୍ତି।ଏହି ପ୍ରକଳ୍ପପ ଦ୍ୱାରା ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ, IIT, NISER ଓ ଇଡ୍କୋ ଅଞ୍ଚଳ ବାସି ଉପକୃତ ହେବେ।କଟକ ନାରାଜ ରୁ ପାଣି ଅଣାଯାଇ ଜଳ ଯୋଗାଣ କରାଯିବ। ଏହାସହ ୯୫ ଟି ପୌରାଞ୍ଚଳର ୫ ଶହ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଦ୍ବାରା ୨ ଲକ୍ଷ ଲୋକ ଉପକୃତ ହେବେ।ଏହି ପ୍ରକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪୦୮କୋଟି ଟଙ୍କା ଅନୁମୋଦନ କରିଛନ୍ତି।ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ,ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ବିଭୂତି ଭୂଷଣ ବଲବନ୍ତରାୟ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଅମିତ ମହାରଣା, ଖୋର୍ଦ୍ଧା ଜିଲ୍ଲା ଯୁବ ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ଡେଙ୍ଗ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ ଦଳେଇ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୩୫ ହଜାରରୁ ଉର୍ଦ୍ଧ୍ବ ଲୋକେ ଯୋଗ ଦେଇଥିଲେ।ଏହା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
🐚ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା🐚

୧୯୭୧ ମସିହା ଭାରତ-ପାକ୍ ମଧ୍ୟରେ "ଲୋଙ୍ଗେଓ୍ବାଲା" ସ୍ଥାନରେ ଯୁଦ୍ଧ-ପ୍ରତିରୋଧର ସେଇ ରାତି ଆଜି ବି ଶୌର୍ଯ୍ୟ-ବିଜୟର ପରାକ୍ରମକୁ ମନେପକାଉଛି...୧...
18/11/2018

୧୯୭୧ ମସିହା ଭାରତ-ପାକ୍ ମଧ୍ୟରେ "ଲୋଙ୍ଗେଓ୍ବାଲା" ସ୍ଥାନରେ ଯୁଦ୍ଧ-ପ୍ରତିରୋଧର ସେଇ ରାତି ଆଜି ବି ଶୌର୍ଯ୍ୟ-ବିଜୟର ପରାକ୍ରମକୁ ମନେପକାଉଛି...
୧୨୦ ଜଣ ବୀର ଯବାନ୍ ଓ ଦଳମୁଖ୍ୟଙ୍କ ବୀରତ୍ବ ଏକ ସ୍ବତନ୍ତ୍ର ଅଧ୍ୟାୟ ରଚନା କରିଛି...
ଏହି ବରେଣ୍ୟଙ୍କ ସ୍ମରଣରେ ନିର୍ମିତ "ବର୍ଡର" ନାମକ ଚଳଚ୍ଚିତ୍ର ଭାରତୀୟଙ୍କ ମନରେ ଏଯାବତ୍ ଚିରସବୁଜ ରହିଛି...
ମହାବୀର ଚକ୍ର ଉପାଧିରେ ଭୂଷିତ ବ୍ରିଗେଡିୟର୍ "କୁଲଦୀପ ସିଂ ଚାନ୍ଦପୁରୀ"ଙ୍କ ବିୟୋଗରେ ସମଗ୍ର ଭାରତବର୍ଷ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି...
🇮🇳Tribute To Brigadier Kuldip Singh Chandpuri Ji🇮🇳
🐚ବିଜୁ ଯୁବ ଜନତ ଦଳ।ଖୋର୍ଦ୍ଧା ଜିଲ୍ଲା🐚

କାର୍ତ୍ତିକ-ମାସ ସମଗ୍ର ଆର୍ଯ୍ୟାବର୍ତ୍ତରେ ଧର୍ମୀୟ ଭାବନା ଓ ପରମ୍ପରାର ଅପୂର୍ବ ସମାହାର ସୃଷ୍ଟି କରିଛି...ପୁରାଣ ବର୍ଣ୍ଣିତ ଦେବ-ଦେବୀଙ୍କ ସମାଗ...
15/11/2018

କାର୍ତ୍ତିକ-ମାସ ସମଗ୍ର ଆର୍ଯ୍ୟାବର୍ତ୍ତରେ ଧର୍ମୀୟ ଭାବନା ଓ ପରମ୍ପରାର ଅପୂର୍ବ ସମାହାର ସୃଷ୍ଟି କରିଛି...
ପୁରାଣ ବର୍ଣ୍ଣିତ ଦେବ-ଦେବୀଙ୍କ ସମାଗମର ସାକ୍ଷୀ ପୁଷ୍କର-ତୀର୍ଥ ଆଜି ବିଶ୍ବ-ଆତିଥେୟତାରେ ପଲ୍ଲବିତ ହୋଇଉଠିଛି...
ସବୁଠାରୁ ବୃହତ୍ତ ପଶୁ-ସମ୍ପଦ ଓ "ଓଟ"ମାନଙ୍କୁ ନେଇ ଏହି ମେଳା ତଥା ପ୍ରଦର୍ଶନୀ ପର୍ଯ୍ୟଟକ ମାନଙ୍କ ପାଇଁ ବିଶେଷ ଅନୁଭୂତି ସହିତ ପ୍ରତୀକ୍ଷା କରିଛି...
ରାଜସ୍ଥାନର ପ୍ରସିଦ୍ଧ ସପ୍ତ-ଦିନ ବ୍ୟାପୀ "ପୁଷ୍କର ମେଳା" ଶୁଭାରମ୍ଭର ଶୁଭ-ବାର୍ତ୍ତା ଭେଟିଦେଉଛି...
🐪A Blessed PUSHKAR Fair🐪
🐚ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା🐚

ଯାହାର ସ୍ବାଭିମାନ ଓ ବୀରତା ବନବାସୀ ସମାଜର ଗୌରବ ବୃଦ୍ଧି ସହ ଆଦିବାସୀ ଯୁବ ସମାଜ ମନରେ ସ୍ବାଧୀନତାର ପ୍ରେରଣା,ସ୍ଫୁଲିଙ୍ଗ ଭରି ଦେଇଥିଲା, ସେହି...
15/11/2018

ଯାହାର ସ୍ବାଭିମାନ ଓ ବୀରତା ବନବାସୀ ସମାଜର ଗୌରବ ବୃଦ୍ଧି ସହ ଆଦିବାସୀ ଯୁବ ସମାଜ ମନରେ ସ୍ବାଧୀନତାର ପ୍ରେରଣା,ସ୍ଫୁଲିଙ୍ଗ ଭରି ଦେଇଥିଲା, ସେହି ବିପ୍ଳବୀଙ୍କୁ ତାଙ୍କ ଜନ୍ମ ତିଥିରେ ବିଜୁ ଯୁବ ଜନତା ଦଳର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
🐚 ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା 🐚

ମରାଳ ମାଳିନୀ ନିଳାମ୍ବୁ ଚିଲିକା ବହୁବିଧ ପକ୍ଷୀମାନଙ୍କ କଳ-ରବରେ ଆଜି ପୁଲକିତ ହୋଇଉଠିଛି...ଏ ଅନନ୍ୟ ସମ୍ଭାରକୁ ନେଇ ବରେଣ୍ୟଙ୍କ ସନ୍ଦର୍ଭ ଓଡିଶ...
13/11/2018

ମରାଳ ମାଳିନୀ ନିଳାମ୍ବୁ ଚିଲିକା ବହୁବିଧ ପକ୍ଷୀମାନଙ୍କ କଳ-ରବରେ ଆଜି ପୁଲକିତ ହୋଇଉଠିଛି...
ଏ ଅନନ୍ୟ ସମ୍ଭାରକୁ ନେଇ ବରେଣ୍ୟଙ୍କ ସନ୍ଦର୍ଭ ଓଡିଶାର ପରିଚିତିକୁ ଭିନ୍ନ ରୂପରେଖ ଦେଇପାରିଛି...
ପ୍ରକୃତିର ଏହି କୋମଳମତି ଅବଦାନକୁ ଦୀର୍ଘସୂତ୍ରୀ ସାଇତି ରଖିବାର ଗୁରୁଦାୟିତ୍ବ ଆମ ଉପରେ ନ୍ୟସ୍ତ ରହିଛି...
ଭାରତର ପକ୍ଷୀ-ମାନବ "ସଲିମ୍ ମୋଇଜୁଦ୍ଦିନ୍ ଅବ୍ଦୁଲ ଅଲ୍ଲୀ"ଙ୍କ ଜନ୍ମ-ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ସାଦର ପ୍ରଣାମ ଜଣାଉଛି...
🐦Remembering Dr. SALIM Ali ji On His Birth Anniversary 12th Nov🐦
🐚 ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା 🐚

ସ୍ବାଧୀନୋତ୍ତର ଭାରତବର୍ଷର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ତଥା ବଳିଷ୍ଠ କରିବା ଦିଗରେ ତାଙ୍କର ଅନନ୍ୟ ଅବଦାନ ରହିଛି...ଏକ କ୍ଷୁଧା-ମୁକ୍ତ ଏବଂ ଶିକ...
11/11/2018

ସ୍ବାଧୀନୋତ୍ତର ଭାରତବର୍ଷର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ତଥା ବଳିଷ୍ଠ କରିବା ଦିଗରେ ତାଙ୍କର ଅନନ୍ୟ ଅବଦାନ ରହିଛି...
ଏକ କ୍ଷୁଧା-ମୁକ୍ତ ଏବଂ ଶିକ୍ଷା-ଯୁକ୍ତ ରାଷ୍ଟ୍ରର ନବନିର୍ମାଣ ଦିଗରେ ତାଙ୍କର ବଳିଷ୍ଠ ଅଭିବ୍ୟକ୍ତି ଆଗାମୀ ପିଢିକୁ ପ୍ରେରଣା ଯୋଗାଇ-ଚାଲିଛି...
ଆମ ଦେଶର ପ୍ରଥମ ଶିକ୍ଷା-ମନ୍ତ୍ରୀ ତଥା ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(IIT)ର ଜନକଙ୍କ କୃତି ଓ ଖ୍ୟାତି ଏକ ସ୍ବତନ୍ତ୍ର ଅଧ୍ୟାୟ ରଚନା କରିଛି...
ଜାତୀୟ ଶିକ୍ଷା ଦିବସରେ ବରପୁତ୍ର "ମୌଲାନା ଆବୁଲ କାଲାମ୍ ଆଜାଦ୍"ଙ୍କ ଜନ୍ମ-ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ଶ୍ରଦ୍ଧାସୁମନ ଅର୍ପଣ କରୁଛି...
🍁Tribute To MAULANA AZAD Ji On His Birth Anniversary 11th Nov🍁
ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା

ସାମଗ୍ରିକ ତ୍ୟାଗ ଓ ବଳିଦାନକୁ ପୁଞ୍ଜି କରି ଭାରତୀୟ ସ୍ବାଧୀନତା ସଂଗ୍ରାମ ପୂର୍ଣ୍ଣ ରୂପରେଖ ଲାଭ କରିପାରିଛି...ସାମ୍ବିଧାନିକ ଉଦ୍ଦେଶ୍ୟ ସାଧନ ତ...
10/11/2018

ସାମଗ୍ରିକ ତ୍ୟାଗ ଓ ବଳିଦାନକୁ ପୁଞ୍ଜି କରି ଭାରତୀୟ ସ୍ବାଧୀନତା ସଂଗ୍ରାମ ପୂର୍ଣ୍ଣ ରୂପରେଖ ଲାଭ କରିପାରିଛି...
ସାମ୍ବିଧାନିକ ଉଦ୍ଦେଶ୍ୟ ସାଧନ ତଥା "ବେଙ୍ଗଲୀ" ସମ୍ବାଦ-ପତ୍ର ମାଧ୍ୟମରେ ଜନତାଙ୍କୁ ରାଷ୍ଟ୍ରର ହିତ ନିମିତ୍ତ ସଚେତନ କରିବାର ପ୍ରୟାସ ଆଜି ବି ଚିରସ୍ମରଣୀୟ ରହିଛି...
ଭାରତୀୟ ଜାତୀୟ ସଂଘ ପ୍ରତିଷ୍ଠା ତଥା ବଙ୍ଗ ବିଭାଜନକୁ ବିରୋଧ କରି ତାଙ୍କର ବଳିଷ୍ଠ ଅଭିବ୍ୟକ୍ତି ନିଜର ଏକ ସ୍ବତନ୍ତ୍ର ଅଧ୍ୟାୟ ରଚନା କରିଛି...
ବଙ୍ଗର ମୁକୁଟ ବିହୀନ ସମ୍ରାଟ ତଥା ଉଦ୍ଦାତ୍ତ ସ୍ବାଧୀନତା ସଂଗ୍ରାମୀ "ସୁରେନ୍ଦ୍ରନାଥ ବାନାର୍ଜୀ"ଙ୍କ ଜନ୍ମଜୟନ୍ତୀରେ ବିଜୁ ଯୁବ ଜନତା ଦଳ ଶ୍ରଦ୍ଧାସୁମନ ଅର୍ପଣ କରୁଛି...
🍁Tribute To Surendranath Banerjee" On His Birth Anniversary 10th Nov🍁
ବିଜୁ ଯୁବ ଜନତା ଦଳ।ଖୋର୍ଦ୍ଧା ଜିଲ୍ଲା

Address

New Delhi
110###

Website

Alerts

Be the first to know and let us send you an email when ବିଜୁ ଯୁଵ ଜନତା ଦଳ, ଖୋର୍ଧା ଜିଲ୍ଲା posts news and promotions. Your email address will not be used for any other purpose, and you can unsubscribe at any time.

Share