Mallikapur - The Ideal Village

Mallikapur - The Ideal Village Official page of Mallikapur, Jajpur, Odisha
a land of great souls.

Rooted in culture and values, the village has shaped generations of ideological thinkers and social contributors, carrying a legacy that continues to inspire society and pride.

ମୋବାଇଲ ଓ ଇଣ୍ଟରନେଟ୍ ଯୁଗରେ ହଜିଯାଉଥିବା ଆମ ସଂସ୍କୃତିକୁ ବଞ୍ଚାଇବାର ଏକ ସୁନ୍ଦର ପ୍ରୟାସ।ଆସନ୍ତା ଜୁନ ୧୪, ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବ...
26/04/2026

ମୋବାଇଲ ଓ ଇଣ୍ଟରନେଟ୍ ଯୁଗରେ ହଜିଯାଉଥିବା ଆମ ସଂସ୍କୃତିକୁ ବଞ୍ଚାଇବାର ଏକ ସୁନ୍ଦର ପ୍ରୟାସ।

ଆସନ୍ତା ଜୁନ ୧୪, ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବ ରଜ ମହୋତ୍ସବ ୨୦୨୬।
ସ୍ଥାନ –ତରପଦା,

ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଆୟୋଜିତ ହେଉଛି। ଇଚ୍ଛୁକ ପ୍ରତିଯୋଗୀମାନେ ତଳେ ଦିଆଯାଇଥିବା ନମ୍ବରରେ ପଞ୍ଜୀକରଣ କରନ୍ତୁ।

ସମସ୍ତଙ୍କୁ ହୃଦୟଙ୍ଗମ ଆମନ୍ତ୍ରଣ।

ଗଜିଆ ନନାଙ୍କ ଜଳଖିଆ ଦୋକାନ – ମଲ୍ଲିକାପୁର ଛକର ଜୀବନ୍ତ ଇତିହାସମଲ୍ଲିକାପୁର ଛକ… ଆଜି ଯେଉଁଠାରେ ନୂଆ ନୂଆ ଦୋକାନ, ଗାଡ଼ିର ଭିଡ଼, ଚାରିଦିଗରେ ...
25/04/2026

ଗଜିଆ ନନାଙ୍କ ଜଳଖିଆ ଦୋକାନ – ମଲ୍ଲିକାପୁର ଛକର ଜୀବନ୍ତ ଇତିହାସ

ମଲ୍ଲିକାପୁର ଛକ… ଆଜି ଯେଉଁଠାରେ ନୂଆ ନୂଆ ଦୋକାନ, ଗାଡ଼ିର ଭିଡ଼, ଚାରିଦିଗରେ ଚଞ୍ଚଳତା ଦେଖାଯାଏ, ସେହି ଛକର ଏକ ସମୟର ଆତ୍ମା ଥିଲା ଗୋଟିଏ ଛୋଟ ଜଳଖିଆ ଦୋକାନ। ବଉଳାଙ୍ଗ–ମଲ୍ଲିକାପୁର ରାସ୍ତା ପାଖରେ ବଡ଼ ବରଗଛ ତଳେ ଦାଁଡି ଥାଆନ୍ତି ଗଜିଆ ନନା—ଲମ୍ବା ଦେହ, ଦୃଢ଼ ଗଠନ, ମୁହଁରେ ସରଳ ହସ ଓ ସବୁଙ୍କ ପାଇଁ ଆପଣାପଣିଆ ସ୍ନେହ। ତାଙ୍କୁ ଦୂରରୁ ଦେଖିଲେ ମଧ୍ୟ ଲୋକ ଚିହ୍ନିଯାଉଥିଲେ।

ସେ କେବଳ ଜଳଖିଆ ବେପାରୀ ନୁହେଁଥିଲେ, ସେ ଥିଲେ ଜଣେ କଳାକାର। ରାନ୍ଧଣା ତାଙ୍କ ପାଇଁ କାମ ନୁହେଁ, ଏକ ପୂଜା ସମାନ ଥିଲା। ଜଗନ୍ନାଥଙ୍କ ଭକ୍ତ ବ୍ରାହ୍ମଣ ପରିବାରରୁ ଆସିଥିବାରୁ, ତାଙ୍କ ହାତରେ ଥିଲା ଶୁଦ୍ଧତା, ସ୍ୱାଦ ଓ ନିଷ୍ଠାର ମିଶ୍ରଣ। ସେତେବେଳେ ଗାଁ ଅଞ୍ଚଳରେ ଯେତେ ବଡ଼ ବଡ଼ ବିବାହ, ବ୍ରତ, ପୂଜା କିମ୍ବା ଭୋଜି ହେଉଥିଲା, ଗଜିଆ ନନାଙ୍କୁ ମୁଖ୍ୟ ରୋଷେଇଆ ଭାବରେ ଡାକାଯାଉଥିଲା।

ଗାଁର ବୟସ୍କ ଲୋକମାନେ ଆଜିବି କହନ୍ତି – “ଗଜିଆ ନନାଙ୍କ ବୋଇତାଳୁ ଘାଣ୍ଟ ଭଳି ସ୍ୱାଦ ଆଉ କେହି କରିପାରିବେନି।” ସେହି ଘାଣ୍ଟର ସୁଗନ୍ଧ ମାତ୍ରେ ଲୋକଙ୍କ ଭୋକ ବଢ଼ିଯାଉଥିଲା। ମସଲାର ସଠିକ ମାପ, ସବୁଜିର ମିଶ୍ରଣ, ହାତର ନିପୁଣତା—ସବୁକିଛି ମିଶି ସେ ଖାଦ୍ୟକୁ ଅମୃତ କରିଦେଉଥିଲେ।

ତାଙ୍କ ଦୋକାନ କେବଳ ଗାଁର ଲୋକଙ୍କ ପାଇଁ ନୁହେଁଥିଲା। ଧୋବଳ, ଧୁଷୁରୀ ଓ ଭଦ୍ରକ ପଟୁ ଆସୁଥିବା ଅନେକ ବେପାରୀ ମଧ୍ୟ ମଲ୍ଲିକାପୁର ଛକକୁ ଆସିଲେ ଗଜିଆ ନନାଙ୍କ ଦୋକାନରେ ନିଶ୍ଚୟ ଖାଇଯାଉଥିଲେ। ଦୂର ରାସ୍ତାର କ୍ଲାନ୍ତି, ବ୍ୟବସାୟର ଚାପ ଓ ଦିନଭରିର ଶ୍ରମ ପରେ, ନାନାଙ୍କ ଦୋକାନର ଗରମ ଘୁଗୁନି ଓ ଗୁଲୁଗୁଲା ସେମାନଙ୍କୁ ନୂଆ ଉର୍ଜା ଦେଉଥିଲା।

ସବୁଠାରୁ ବଡ଼ କଥା ହେଉଛି, ଗଜିଆ ନାନା ସମସ୍ତଙ୍କୁ ନିଜ ଲୋକ ଭାବୁଥିଲେ। ବୃଦ୍ଧାବସ୍ଥାରେ ମଧ୍ୟ ଯେ କୌଣସି ପୁରୁଣା ବେପାରୀ ଆସୁଥିଲେ, ସେ ହସି ହସି କହୁଥିଲେ – “ଆସ ଆମର ଲୋକ, ବସ… ପ୍ରଥମେ ଖାଇନିଅ।” ସେହି କଥାରେ ଥିଲା ମଜା, ସ୍ନେହ ଓ ଅପଣାପଣିଆ ଭାବ। ଏହି ସ୍ନେହ ପାଇଁ ଲୋକ ଦୋକାନକୁ ଆସୁଥିଲେ, କେବଳ ଖାଦ୍ୟ ପାଇଁ ନୁହେଁ।

ସେହି ଦୋକାନ କେବଳ ଜଳଖିଆ ଖାଇବା ଜାଗା ନୁହେଁଥିଲା, ସେ ଥିଲା ଗାଁର ମିଳନ ସ୍ଥଳ, ଖବର କାଗଜ, ଆଡ଼ା ଘର, ହସର ମଞ୍ଚ ଓ ସ୍ମୃତିର ଧନଭଣ୍ଡାର। ସକାଳେ ସୂର୍ଯ୍ୟ ଉଠିବା ପୂର୍ବରୁ ଗଜିଆ ନାନାଙ୍କ ଚୁଲ୍ହି ଜଳିଯାଉଥିଲା। ବରଗଛ ତଳୁ ଧୂଆଁ ଉଠୁଥିଲା, ଆଉ ସେଥିରୁ ଆସୁଥିବା ଘୁଗୁନିର ସୁଗନ୍ଧ ଲୋକଙ୍କୁ ଘରୁ ବାହାର କରି ଆଣୁଥିଲା।

ମୁଁ ମଧ୍ୟ 2000 ମସିହାରେ ପିଲାଦିନରେ ବଡ଼ଲୋକମାନଙ୍କ ମୁଖରୁ ଏହି ସବୁ କାହାଣୀ ଶୁଣିଛି। ସେମାନେ ଯେପରି ଭଲପାଇ କହୁଥିଲେ, ସେହି କଥା ଶୁଣି ମୁଁ ମଧ୍ୟ ଅନେକଥର ଗଜିଆ ନାନାଙ୍କ ଦୋକାନରେ ଖାଇଛି। ସେ ସ୍ୱାଦ ସହିତ ସେହି ଆପଣାପଣିଆ ଭାବ ଆଜି ମଧ୍ୟ ମନେ ଅଛି।

ସମୟ ବଦଳିଲା। ନୂଆ ଦୋକାନ ଆସିଲା, ଆଧୁନିକତା ବଢ଼ିଲା, ଲୋକଙ୍କ ଜୀବନଶୈଳୀ ବଦଳିଗଲା। ବୟସର ଭାରରେ ଗଜିଆ ନାନା ଦୋକାନ ବନ୍ଦ କରିଦେଲେ। କିଛି ବର୍ଷ ପରେ ସେ ଏହି ସଂସାର ଛାଡ଼ି ଚାଲିଗଲେ।

କିନ୍ତୁ ଆଜି ମଧ୍ୟ ଯେତେବେଳେ ମଲ୍ଲିକାପୁର ଛକରେ ବୟସ୍କ ଲୋକମାନେ ଏକଠା ହୁଅନ୍ତି, କଥା ଆରମ୍ଭ ହୁଏ – “ଆହା… ଗଜିଆ ନାନାଙ୍କ ଘୁଗୁନି, ଗୁଲୁଗୁଲା ଓ ବୋଇତାଳୁ ଘାଣ୍ଟର ସ୍ୱାଦ ଆଉ କେଉଁଠି?”

ବରଗଛ ହୋଇପାରେ ଆଜି ଶାନ୍ତ, ଚୁଲ୍ହି ନିରବ, କିନ୍ତୁ ସେହି ସ୍ଥାନର ମାଟିରେ ଆଜିବି ଗଜିଆ ନାନାଙ୍କ ପଦଚିହ୍ନ ରହିଛି।

**କେତେକ ଲୋକ ଦୋକାନ ଚଲାନ୍ତି, କେତେକ ଲୋକ ଇତିହାସ ଗଢ଼ନ୍ତି… ଗଜିଆ ନନା ସେମାନଙ୍କ ମଧ୍ୟରୁ ଜଣେ।**

ପଞ୍ଚାୟତ ନିର୍ବାଚନ ଆସିଲେ ନେତାମାନେ ଆସନ୍ତି, କର୍ମୀମାନେ ସକ୍ରିୟ ହୁଅନ୍ତି, ଗାଁରେ ଚର୍ଚ୍ଚା ବଢେ, ପକ୍ଷ-ବିପକ୍ଷ ତିଆରି ହୋଇଯାଏ। କିଛି ଦିନ ...
25/04/2026

ପଞ୍ଚାୟତ ନିର୍ବାଚନ ଆସିଲେ ନେତାମାନେ ଆସନ୍ତି, କର୍ମୀମାନେ ସକ୍ରିୟ ହୁଅନ୍ତି, ଗାଁରେ ଚର୍ଚ୍ଚା ବଢେ, ପକ୍ଷ-ବିପକ୍ଷ ତିଆରି ହୋଇଯାଏ। କିଛି ଦିନ ପାଇଁ ସବୁଠାରେ ରାଜନୀତିର ମହଲ ରହେ।

କିନ୍ତୁ ନିର୍ବାଚନ ସରିଗଲେ ନେତାମାନେ ନିଜ ରାସ୍ତାକୁ ଚାଲିଯାନ୍ତି, କର୍ମୀମାନେ ମଧ୍ୟ ନିଜ କାମରେ ବ୍ୟସ୍ତ ହୋଇଯାନ୍ତି। ଗାଁରେ ରହିଯାଏ ଆମ ସମ୍ପର୍କ, ଭାଇଚାରା ଓ ପଡୋଶୀ ସମ୍ବନ୍ଧ।

ସେଥିପାଇଁ କାହା ପାଇଁ କାହା ସହିତ ଶତ୍ରୁତା କରନ୍ତୁ ନାହିଁ। ନେତା ଓ କର୍ମୀମାନେ ବଦଳିବେ, କିନ୍ତୁ ଆମ ଗାଁ ଓ ଆମ ଲୋକ ସଦା ଏଠିରେ ରହିବେ।

ମତଭେଦ ରହୁ, କିନ୍ତୁ ମନଭେଦ ନ ହେଉ। ଗାଁର ଏକତା ହିଁ ସବୁଠାରୁ ବଡ ଶକ୍ତି।

#ପଞ୍ଚାୟତ_ନିର୍ବାଚନ #ଗାଁର_ଏକତା #ଭାଇଚାରା #ସଚେତନତା

ମହାନ୍ତିପାଟଣା ରେ ଏକ ସାହି ଭିତରେ ୩.୫ ଲକ୍ଷ ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବା ଦର୍ଶାଯାଇଛି। କିନ୍ତୁ ପ୍ରକୃତରେ କେମିତି କାମ ହୋଇଛି, କେତେ...
24/04/2026

ମହାନ୍ତିପାଟଣା ରେ ଏକ ସାହି ଭିତରେ ୩.୫ ଲକ୍ଷ ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବା ଦର୍ଶାଯାଇଛି। କିନ୍ତୁ ପ୍ରକୃତରେ କେମିତି କାମ ହୋଇଛି, କେତେ ଲାଇଟ୍ ଲାଗିଛି ଓ ସେଗୁଡ଼ିକ ଚାଲୁ ଅଛି କି ନାହିଁ, ସେଥିର ସଠିକ ଉତ୍ତର ସ୍ଥାନୀୟ ଲୋକେ ହିଁ କହିପାରିବେ।

ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ (ଅହିୟାସ)  ୧ ନମ୍ବର ୱାର୍ଡରେ କମ୍ୟୁନିଟି ହଲ୍ ପାଇଁ ୩୦ ଲକ୍ଷ ଟଙ୍କାର ଏକ ବିଲ୍ଡିଂ ଦେଖାଯାଇଛି। କିନ୍ତୁ ପ୍ର...
24/04/2026

ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ (ଅହିୟାସ) ୧ ନମ୍ବର ୱାର୍ଡରେ କମ୍ୟୁନିଟି ହଲ୍ ପାଇଁ ୩୦ ଲକ୍ଷ ଟଙ୍କାର ଏକ ବିଲ୍ଡିଂ ଦେଖାଯାଇଛି। କିନ୍ତୁ ପ୍ରକୃତରେ ସେହି କାମ ସମ୍ପୂର୍ଣ୍ଣ ହୋଇଛି କି ନାହିଁ, ସେଥିର ସଠିକ ଉତ୍ତର ସ୍ଥାନୀୟ ଲୋକେ ହିଁ କହିପାରିବେ।

ମଲ୍ଲିକାପୁରରେ ଥିବା ବୁଢ଼ୀ ଜାଗୁଳାଇ ମନ୍ଦିରର ବାଉଣ୍ଡାରି ୱାଲ୍ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। କିନ୍ତୁ ପ୍ରକୃତରେ କାମ ସଂପୂର୍ଣ୍...
24/04/2026

ମଲ୍ଲିକାପୁରରେ ଥିବା ବୁଢ଼ୀ ଜାଗୁଳାଇ ମନ୍ଦିରର ବାଉଣ୍ଡାରି ୱାଲ୍ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। କିନ୍ତୁ ପ୍ରକୃତରେ କାମ ସଂପୂର୍ଣ୍ଣ ହୋଇଛି କି ନାହିଁ, ସେଥିର ସଠିକ ଉତ୍ତର ସ୍ଥାନୀୟ ଲୋକେ ହିଁ ଦେଇପାରିବେ।

ସୂଚନା ଅଧିକାର ଆଇନ ବଳରେ ଗତ ୪ ବର୍ଷର ହିସାବ ସାମ୍ନାକୁ ଆସୁଛି।

Mallikapur Project UP School ର ଉନ୍ନତି ପାଇଁ ଏହି ସମୟଟି ସର୍ବୋତ୍ତମ ସମୟ। ବର୍ତ୍ତମାନ ସରକାରଙ୍କ ପଞ୍ଚ ସଖା ଶିକ୍ଷା ସେତୁ କାର୍ଯ୍ୟକ୍ରମ ...
24/04/2026

Mallikapur Project UP School ର ଉନ୍ନତି ପାଇଁ ଏହି ସମୟଟି ସର୍ବୋତ୍ତମ ସମୟ। ବର୍ତ୍ତମାନ ସରକାରଙ୍କ ପଞ୍ଚ ସଖା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ଉନ୍ନୟନ ପାଇଁ ବିଶେଷ ସୁଯୋଗ ରହିଛି।

ଏହି ଯୋଜନାରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନଙ୍କ ପକ୍ଷରୁ ଯେତେ ଅନୁଦାନ ଆସିବ, ସରକାର ସେଥିପାଇଁ ପ୍ରାୟ ଦୁଇଗୁଣା ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ସ୍କୁଲ ଉନ୍ନତି କାମରେ ସହଯୋଗ କରିପାରିବେ (ଯୋଜନା ନିୟମାବଳୀ ଅନୁଯାୟୀ)। ଅର୍ଥାତ୍, ଆମର ଛୋଟ ସହଯୋଗ ବଡ଼ ବିକାଶର ଦ୍ୱାର ଖୋଲିଦେବ।

ଡ୍ରେନେଜ୍ ବ୍ୟବସ୍ଥା, ଚେମ୍ବର ନିର୍ମାଣ, ଫ୍ଲୋର ଟାଇଲ୍ସ, ପିଏଜଳ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ କାମ ପାଇଁ ସମସ୍ତଙ୍କୁ ଆଗକୁ ଆସିବାକୁ ଅନୁରୋଧ।

ଆସନ୍ତୁ, ଆମ ପିଲାମାନଙ୍କ ଭବିଷ୍ୟତ ପାଇଁ ଏହି ମାସ ମଧ୍ୟରେ ସମ୍ଭବ ଅନୁସାରେ ଅନୁଦାନ କରିବା।

ଧନ୍ୟବାଦ।

23/04/2026

ଗତକାଲି ମୁଁ ଆମ ଗାଁରେ ଘଟୁଥିବା ଦୁର୍ନୀତି ବିଷୟରେ ପୋଷ୍ଟ କରିଥିଲି। ସେଥିରେ ମୁଁ କାହାରି ନାମ ନେଇନି, କୌଣସି ବ୍ୟକ୍ତି କିମ୍ବା କୌଣସି ରାଜନୈତିକ ଦଳକୁ ଉଲ୍ଲେଖ କରିନି। ତଥାପି କିଛି ଲୋକ ଏତେ ବ୍ୟକ୍ତିଗତ ହୋଇଗଲେ ଯେ କେହି ମୋତେ ଚୋର କହିଲେ, କେହି କୁକୁର କହିଲେ। ଏଭଳି ଭାଷା ସେମାନଙ୍କ ପରିବାରିକ ସଂସ୍କାର ଓ ଶିକ୍ଷାକୁ ପ୍ରକାଶ କରେ।

ମୁଁ କାହାରି ବିରୋଧୀ ନୁହେଁ, କୌଣସି ଦଳର ବିରୋଧୀ ମଧ୍ୟ ନୁହେଁ। ମୋର ଏକମାତ୍ର ଭାବନା ହେଉଛି ଆମ ଗାଁ ଓ ଆମ ଲୋକଙ୍କ ଭଲ।

ଆମ ଗାଁର ଲୋକେ କେବେ ସମସ୍ୟାରେ ପଡ଼ିଲେ, ଯେତେବେଳେ ଆବଶ୍ୟକ ହେବ, ମୁଁ ସେମାନଙ୍କ ସହ ସଦା ଦଣ୍ଡାୟମାନ ରହିବି।

ସତ୍ୟ କହିବାକୁ ଯଦି କାହାରି କଷ୍ଟ ହୁଏ, ତାହେଲେ ସେଥିରେ ମୋର ଦୋଷ ନାହିଁ। ଗାଁର ଭଲ ପାଇଁ ପ୍ରଶ୍ନ କରିବା ଅପରାଧ ନୁହେଁ।

RTI ଗୁରୁତର ପ୍ରଶ୍ନ ଉଠାଇଛି!ମଲ୍ଲିକାପୁରର ବିବେକାନନ୍ଦ ଲାଇବ୍ରେରୀ ଯଦି ଗାଁର civil society / ସ୍ଥାନୀୟ ସଚେତନ ଲୋକମାନଙ୍କ ଉଦ୍ୟମ ଓ ଅର୍ଥସ...
22/04/2026

RTI ଗୁରୁତର ପ୍ରଶ୍ନ ଉଠାଇଛି!

ମଲ୍ଲିକାପୁରର ବିବେକାନନ୍ଦ ଲାଇବ୍ରେରୀ ଯଦି ଗାଁର civil society / ସ୍ଥାନୀୟ ସଚେତନ ଲୋକମାନଙ୍କ ଉଦ୍ୟମ ଓ ଅର୍ଥସହଯୋଗରେ ନିର୍ମାଣ ହୋଇଥିଲା, ତେବେ RTI ରେ ₹2.5 ଲକ୍ଷ ସରକାରୀ ଖର୍ଚ୍ଚ କାହିଁକି ଦର୍ଶାଯାଇଛି?

ପ୍ରଶ୍ନ ହେଉଛି:

ଲୋକଙ୍କ ଉଦ୍ୟମର କାମକୁ ସରକାରୀ କାମ ବୋଲି ଦେଖାଗଲା କି?
ଏହି ₹2.5 ଲକ୍ଷ କାହାକୁ ଦିଆଗଲା?
କେଉଁ କାମ ପାଇଁ ବିଲ୍ ପାସ୍ ହେଲା?
ଗାଁର ସମାଜସେବୀଙ୍କ ଶ୍ରମକୁ କାଗଜରେ ହଜମ କରାଗଲା କି?

ଗାଁର ଲୋକ ଗଢ଼ିଲେ, ସରକାର ବିଲ୍ କଲା?

ଏହାର ସଠିକ ତଦନ୍ତ ଆବଶ୍ୟକ।

RTI ଖୋଲିଦେଲା ସତ୍ୟ!ମଲ୍ଲିକାପୁର GP ଅନ୍ତର୍ଗତ ଆହିୟାସ ହାଇସ୍କୁଲ ଖେଳପଡିଆ ବିକାଶ ପାଇଁ 5T ଯୋଜନାରେ ₹10 ଲକ୍ଷ ଖର୍ଚ୍ଚ ଦର୍ଶାଯାଇଛି।କିନ୍ତୁ...
22/04/2026

RTI ଖୋଲିଦେଲା ସତ୍ୟ!

ମଲ୍ଲିକାପୁର GP ଅନ୍ତର୍ଗତ ଆହିୟାସ ହାଇସ୍କୁଲ ଖେଳପଡିଆ ବିକାଶ ପାଇଁ 5T ଯୋଜନାରେ ₹10 ଲକ୍ଷ ଖର୍ଚ୍ଚ ଦର୍ଶାଯାଇଛି।

କିନ୍ତୁ ପ୍ରଶ୍ନ ହେଉଛି — ମାଟିରେ କାମ କେଉଁଠି?
ନ ଖେଳପଡିଆ ବିକାଶ, ନ ଲେଭେଲିଂ, ନ କୌଣସି ଦୃଶ୍ୟମାନ ପରିବର୍ତ୍ତନ।

₹10 ଲକ୍ଷ ଗଲା କେଉଁଠି? କାମ କଲା କିଏ? କାଗଜରେ ସରିଗଲା କି?

ତୁରନ୍ତ ତଦନ୍ତ ଦରକାର।

ଆମ ଗ୍ରାମ ପାଇଁ ଗର୍ବର ମୁହୂର୍ତ୍ତ! ଅନେକ ଅନେକ ଅଭିନନ୍ଦନ ସୁଦୀପ ପତି (ପିତା: ଶ୍ରୀ ଦିଲ୍ଲୀପ କୁମାର ପତି - କାଳିଆ ନନା)! 💐ସୁଦୀପ JEE Main ...
17/02/2026

ଆମ ଗ୍ରାମ ପାଇଁ ଗର୍ବର ମୁହୂର୍ତ୍ତ!

ଅନେକ ଅନେକ ଅଭିନନ୍ଦନ ସୁଦୀପ ପତି (ପିତା: ଶ୍ରୀ ଦିଲ୍ଲୀପ କୁମାର ପତି - କାଳିଆ ନନା)! 💐

ସୁଦୀପ JEE Main ପରୀକ୍ଷାରେ ୯୯.୯୫ (99.95) ପର୍ସେଣ୍ଟାଇଲ୍ ରଖି ଆମ ମାଟିର ନାମ ଉଜ୍ଜ୍ୱଳ କରିଛନ୍ତି। ତାଙ୍କର ଏହି ସଫଳତା ଆମ ଗ୍ରାମର ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚୟ ଏକ ବଡ଼ ପ୍ରେରଣା ହେବ।

ସୁଦୀପଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ସମସ୍ତ ଗ୍ରାମବାସୀ ଶୁଭକାମନା ଜଣାଉଛୁ।

Address

Mallikapur
Mangalpur
755036

Website

Alerts

Be the first to know and let us send you an email when Mallikapur - The Ideal Village posts news and promotions. Your email address will not be used for any other purpose, and you can unsubscribe at any time.

Share