29/05/2026
କେନ୍ଦୁଝର ମୁଖ୍ୟାଳୟ ସିରିପୁରର ଅଙ୍ଗନୱାଡି କେନ୍ଦ୍ର ନିକଟରେ ସନ୍ଧ୍ୟା ଚାରି ଘଟିକା ସମୟରୁ ଜଣେ ଅଜଣା ବ୍ୟକ୍ତି ମୁହଁ ମାଡି ପଡ଼ିଥିଲେ। ରାସ୍ତାରେ ଯାଉଥିବା ଲୋକ ମହୁଲି ମଦ ପିଇ ନିଶାରେ ଶୋଇଛି ଭାବି ଧ୍ୟାନ ଦେଉ ନଥିଲେ। କିନ୍ତୁ ରାତି ୯ ଟା ପର୍ଯ୍ୟନ୍ତ ସେ ନ ଉଠିବାରୁ ସିରିପୁରର ସଦସ୍ୟ ଅଭିମନ୍ୟୁ ମାଝୀ ଭରସା ପରିବାର ଟ୍ରଷ୍ଟର ସଭାପତି ଲମ୍ବୋଦର ମହାନ୍ତଙ୍କୁ ଲୋକଟି ମରି ଯାଇଥିବା ସନ୍ଦେହ କରି ଜଣାଇଥିଲେ। ସଭାପତି ଶ୍ରୀ ମହାନ୍ତ ସାଙ୍ଗେ ସାଙ୍ଗେ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମେଡିକାଲ ଫାଣ୍ଡି ଅଧିକାରୀ ଅନାମ ମହାନ୍ତ ଘଟଣା ସ୍ଥଳକୁ ପହଞ୍ଚି ଅଜଣା ବ୍ୟକ୍ତି ଜଣକ ମୃତ ଥିବାର ଦେଖି ଭରସା ପରିବାର ସଭାପତି ଲମ୍ବୋଦର ମହାନ୍ତଙ୍କୁ ଶବକୁ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ଭରସା ପରିବାର ପକ୍ଷରୁ ସଭାପତି ଶ୍ରୀ ମହାନ୍ତ, ସକ୍ରିୟ ସଦସ୍ୟ ସେକ ତହିଦ ଓ ଟୁଣୀ ମହାନ୍ତ ଶବକୁ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହକୁ ପହଞ୍ଚାଇଥିଲେ। ଏଭଳି ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ଫାଣ୍ଡି ଅଧିକାରୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଥିଲେ।
Divisional Forest Officers Keonjhar SP Keonjhar Odisha District Administration Keonjhar,Odisha Social Security and Empowerment of Persons with Disabilities Department, Government of Odisha CMO Odisha