31/05/2026
ପାଟକୁରାର ସୁଯୋଗ୍ୟ ସନ୍ତାନ ମାନସ ଭାଇ ଜଣେ ସରଳ, ଭଦ୍ର, ବିବାଦଶୂନ୍ୟ ଓ ଜନପ୍ରିୟ ନେତା। ଦୀର୍ଘ ବର୍ଷ ଧରି ସକ୍ରିୟ ରାଜନୀତିରେ ରହିଥିଲେ ମଧ୍ୟ ସେ ନିଜର ସରଳତା, ଭଦ୍ରତା ଏବଂ ଜନସେବା ପାଇଁ ସର୍ବତ୍ର ପରିଚିତ।
ବାଲ୍ୟକାଳରୁ ସେ ଜଣେ ନିଷ୍ଠାବାନ ସ୍ୱୟଂସେବକ ଭାବେ ସମାଜସେବାରେ ନିଜକୁ ସମର୍ପିତ କରିଥିଲେ। ପରବର୍ତ୍ତୀ ସମୟରେ BJPର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ସଂଗଠନକୁ ସୁଦୃଢ କରିବାରେ ନିଜକୁ ନିୟୋଜିତ କରିଥିଲେ। 2014 ମସିହାରୁ ସେ ପାଟକୁରାରେ BJPର ମଙ୍ଗ ଧରି ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ଅଗ୍ରଣୀ ଭୂମିକା ନେଇଆସୁଛନ୍ତି।
2014 ମସିହାରେ ପାଟକୁରାରେ BJPର ମୂଳଦୁଆକୁ ମଜବୁତ କରିବାରେ ତାଙ୍କ ଭୂମିକା ଅବିସ୍ମରଣୀୟ। ସେ ଜଣେ "Maximum Well-Wisher, Minimum Controversy" ବ୍ୟକ୍ତିତ୍ୱ, ଯିଏ ସବୁବେଳେ ଲୋକଙ୍କୁ ଯୋଡ଼ିବାର ରାଜନୀତିରେ ବିଶ୍ୱାସ କରନ୍ତି।
ନିଷ୍ଠା, ସରଳତା, ପରିଶ୍ରମ ଓ ଲୋକଙ୍କ ପ୍ରତି ଅଟୁଟ ସମର୍ପଣ ହିଁ ତାଙ୍କର ପ୍ରକୃତ ପରିଚୟ। ସୋସିଆଲ ମିଡିଆରେ କମ୍, କିନ୍ତୁ ଘରେ ଘରେ ଲୋକଙ୍କ ସହ ସବୁବେଳେ ଜଡିତ ରହିବା ହିଁ ତାଙ୍କର ଶକ୍ତି।
ଆଜି ମଧ୍ୟ ଅନେକ BJP କାର୍ଯ୍ୟକର୍ତ୍ତା ଓ ପାଟକୁରାବାସୀ ମାନସ ଭାଇଙ୍କୁ ନିଜର ନେତା ଭାବେ ଦେଖନ୍ତି।
"ସୋସିଆଲ ମିଡିଆରେ କମ୍, କିନ୍ତୁ ଲୋକଙ୍କ ହୃଦୟରେ ସବୁବେଳେ ସକ୍ରିୟ।"
Santosh Jena PatkuraAssembly Kendrapara
#ପାଟକୁରା #ମାନସଭାଇ