31/01/2026
କେନ୍ଦ୍ରାପଡ଼ା ର ଅମର କୁମାର ମଲ୍ଲିକ, ଯିଏ କି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ଏତିକି ରେ ଦଇବ ଖୁସି ହେଲାନି ଯେ କଷ୍ଟ ଉପରେ ଆଉ ଏକ କଷ୍ଟ ଆଣି ଦେଇଗଲା। ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରେ ମଧ୍ୟ ପୀଡ଼ିତ ଅଛନ୍ତି, ଭୁବନେଶ୍ୱର SUM Hospital ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ Power Point Engineering ର ଡାଇରେକ୍ଟର ତଥା ମୋ ଗାଁ ସେବାସାଥି ପରିବାର ର ମୁଖ୍ୟ ନିର୍ଦ୍ଦେଶକ Dr. Samir kumar Nayak ପ୍ରତ୍ୟେକ ମାସ ତାଙ୍କୁ ଚିକିତ୍ସା ନିମନ୍ତେ ୧୦,୦୦୦/- ଟଙ୍କା ଅର୍ଥରାଶି ଯୋଗାଇ ଦେଉଛନ୍ତି।
ଶ୍ରୀଯୁକ୍ତ. ନାୟକ ଏମିତି ବହୁତ୍ ଅସହାୟ ରୋଗୀ ଙ୍କୁ ନିୟମିତ ଭେଟିବାକୁ ଯାଆନ୍ତି ଏବଂ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରନ୍ତି। ତାଙ୍କର ଏମିତି ଉଦାର ମନୋଭାବ ପାଇଁ ସେ ସମାଜ ରେ ଗରିବ ଓ ଅସହାୟ ଙ୍କ ସାଥୀ ଭାବେ ପରିଚିତ। ଏମିତି ଜଣେ ବ୍ୟକ୍ତିତ୍ୱ ଙ୍କୁ ଆମ ଗହଣ ରେ ପାଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ନିହାତି ଏହି କାର୍ଯ୍ୟ ଯୁବ ପିଡ଼ି ଙ୍କୁ ସମାଜ ସେବା ଦିଗରେ ପ୍ରେରଣା ପ୍ରଦାନ କରିବ