Kakatpur Youth Mass - Kakatpur Constituency

Kakatpur Youth Mass - Kakatpur Constituency Contact information, map and directions, contact form, opening hours, services, ratings, photos, videos and announcements from Kakatpur Youth Mass - Kakatpur Constituency, Social service, Kakatpur block chhak, Kakatpur.

KYM is a nationalist youth organization affiliated with NYKS, Ministry of YOUTH AFFAIRS & Sports, Govt of India (2017) aims for all round development of Kakatpur Constituency.

ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପବିତ୍ର ଝାମୁଯାତ୍ରା ଅବସରରେ କାକଟପୁର ୟୁଥ ମାସ୍ ପକ୍ଷରୁ ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କ ସେବାର୍ଥେ ମ...
06/04/2026

ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପବିତ୍ର ଝାମୁଯାତ୍ରା ଅବସରରେ କାକଟପୁର ୟୁଥ ମାସ୍ ପକ୍ଷରୁ ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କ ସେବାର୍ଥେ ମା ମଙ୍ଗଳା ଙ୍କ ବେଢାରେ ଅବଢ଼ା ପାଣି ସେବା, ଜଳ ସିଞ୍ଚନ, ଶୃଙ୍ଖଳା ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯିବ l କାକଟପୁର ନିର୍ବାଚନମଣ୍ଡଳୀ ର ବିଭିନ୍ନ ପଂଚାୟତ ରୁ ସ୍ବେଛାସେବୀ ମାନେ ଯୋଗଦେବେ l ସମସ୍ତଙ୍କୁ ନିମନ୍ତ୍ରଣ ରହିଲା l
ଜୟ ମାନେ ମଙ୍ଗଳା 🙏

ଝାମୁଯାତ୍ରା ଅବସରରେ ସମସ୍ତଙ୍କୁ କାକଟପୁର ମାଟିକୁ ସାଦର ନିମନ୍ତ୍ରଣ 🙏 Kakatpur Media Forum Sudarsan Nayak Mantri Rout Abhi Rout Ab...
12/04/2025

ଝାମୁଯାତ୍ରା ଅବସରରେ ସମସ୍ତଙ୍କୁ କାକଟପୁର ମାଟିକୁ ସାଦର ନିମନ୍ତ୍ରଣ 🙏

Kakatpur Media Forum Sudarsan Nayak Mantri Rout Abhi Rout Abhi Bikash Dash Jagannath Kalee Prasad

ଜୟ ମା ମଙ୍ଗଳା 🙏🙏
15/03/2024

ଜୟ ମା ମଙ୍ଗଳା 🙏🙏

15/03/2024

ସମସ୍ତ କାକଟପୁରବାସୀଙ୍କୁ ଅଭିନନ୍ଦନ 💐💐ବହୁ ପ୍ରତୀକ୍ଷାର ଅନ୍ତ ସ୍ୱରୂପ କାକଟପୁରକୁ NAC ମାନ୍ୟତା ମିଳିବା ଅଞ୍ଚଳବାସୀଙ୍କ ହକ ଥିଲା I ସାମ୍ବିଧା...
15/03/2024

ସମସ୍ତ କାକଟପୁରବାସୀଙ୍କୁ ଅଭିନନ୍ଦନ 💐💐
ବହୁ ପ୍ରତୀକ୍ଷାର ଅନ୍ତ ସ୍ୱରୂପ କାକଟପୁରକୁ NAC ମାନ୍ୟତା ମିଳିବା ଅଞ୍ଚଳବାସୀଙ୍କ ହକ ଥିଲା I ସାମ୍ବିଧାନିକ ନିୟମ ଅନୁସାରେ ଜନସଂଖ୍ୟା ଦୃଷ୍ଟିକୁ ଲକ୍ଷ୍ୟରେ ରଖି ରୀତିମତ ଅଞ୍ଚଳ ମାନଙ୍କ STATUS UPDATE କରାଯାଇ ଜନସାଧାରଣଙ୍କୁ ଉଚିତ ସୁବିଧା ସୁଯୋଗ ଦେବା ସରକାରଙ୍କ କାମ ହେଲେ ବି ମୂର୍ଖ ଭୋଟର ବାହୁଲ୍ୟ ଯୋଗୁଁ ସେମାନଙ୍କ ନାଗରିକତା ର ଗ୍ରେଡ଼ ବଢ଼ାଇବାକୁ ଦିଆ ନଯାଇ ସେମିତି ଗାଉଁଲି ମୂର୍ଖ କରି ରଖାଯାଏ I ସହରୀ ହେଲେ ଜନତା କାଳେ ଶିକ୍ଷିତ ହେଇ ଜବାବ ମାଗିବେ, ବଡ଼ ବଡ଼ ସ୍କୁଲ କଲେଜ ଡାକ୍ତରଖାନା ପାର୍କ, ଗଳି ଗଳି ରେ ପକ୍କା ସଡ଼କ-ଡ୍ରେନ ଇତ୍ୟାଦି ଦାବୀ କେରିବେ, ସରକାର କଥା ନଶୁଣିଲେ ବୁଦ୍ଧିଜୀବୀ ଚାପ ପକେଇବେ ଆଦି ଭୟରେ ସରକାର ସବୁବେଳେ ଗାଁ କୁ ଗାଁ ରଖିବାକୁ ଚାହାଁନ୍ତି l ଏବେ ଯେଉଁ ମାଳ ମାଳ NAC ଘୋଷଣା କରାଗଲା, ସେସବୁ ଜାଗାର ନାଗରିକମାନେ ଅନେକ ଦିନ ପୂର୍ବରୁ NAC CITIZEN ମାନେ ପାଉଥିବା ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଥିଲେ I ତେବେ ନିର୍ବାଚନ ପୂର୍ବରୁ ଏସବୁ କଥା ବିଭାଗୀୟ କମିସନ ଚିନ୍ତା କରିବା କଥା I
କିନ୍ତୁ ଗଣତନ୍ତ୍ର ଶାସନର ନିୟମ ହେଉଛି ଯେତେବେଳେ ଶାସକ ଦଳ ଅଯୋଗ୍ୟ ଓ ଶାସନ କଳ ଅନ୍ଧ ବଧିର ହେଇଯାଆନ୍ତି, ସେତେବେଳେ ପରିସ୍ଥିତି ଓ ସମାଜ ହିଁ ସମସ୍ୟାର ସମାଧାନ ପାଇଁ ସଂଗ୍ରାମୀ ସୃଜନ କରେ l
ଏଇ ପରିପ୍ରେକ୍ଷୀରେ ସମସ୍ତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିଲେ ବି କାକଟପୁରକୁ NAC ନମିଳିବା ଅଞ୍ଚଳବାସୀଙ୍କ ପାଇଁ ଅପମାନଜନକ ତଥା ସରକାରଙ୍କର ଏକ ତାଚ୍ଛଲ୍ୟ ଥିଲା l ଆଉ ୟାର କାରଣ ଥିଲା ବଡ଼ ନେତାଙ୍କ ଅଯୋଗ୍ୟ ପଣ l ଏହାକୁ ହୃଦୟଙ୍ଗମ କରି କିଛି ଯୁବକ ସ୍ବର ଉତ୍ତୋଳନ କରିଥିଲେ l ବିଜେପି ପକ୍ଷରୁ ମଧ୍ୟ ଗୋଟାଏ ଦିନ ପ୍ରତିବାଦ ହୋଇଥିଲା l ପରବର୍ତୀ ସମୟରେ ସେଇଟା ସ୍ବର ଉତ୍ତୋଳନର ସ୍ଫୁଲିଙ୍ଗ ଦାବାନଳ ର ରୂପ ନେଇ କିଛି ସଂଗ୍ରାମୀଙ୍କୁ ଚଳେଇ ଚଳେଇ ମୁଖ୍ୟମନ୍ତ୍ରୀ ନିବାସ ପର୍ଯ୍ୟନ୍ତ ନେଇଥିଲା l ଆଉ ଯାତ୍ରା ସମୟର ସେଇ ସବୁ ମୁହୂର୍ତ କାକଟପୁର ଯୁବସମାଜ ପାଇଁ ପ୍ରେରଣାଦାୟୀ ପାଲଟିଥିଲା l NAC ମିଳିବା ଅସମ୍ଭବ ନଥିଲା I କିନ୍ତୁ ମାନ୍ୟତା ପାଇବା ପାଇଁ ନାଗରିକଙ୍କ ଭାଗିଦାରୀ ଜରୁରୀ ଥିଲା I ଏଥିରୁ ପ୍ରମାଣିତ ହେଲା ଯେ ସରକାର ଉପରେ ସବୁ ଛାଡି ବସିଯିବା ଅପେକ୍ଷା ସମାଜର ସାଧାରଣ ଲୋକ ନିଜ ସିଙ୍ଗରେ ମାଟି ତାଡ଼ି ଲକ୍ଷ ହାସଲ କରିବା ହିଁ ଶ୍ରେୟସ୍କର I
କାକଟପୁର ର ସବୁ ଯୁବକଙ୍କୁ ପ୍ରେରଣା ଦେଉଥିବା ଆମ ସଂଗଠନ ପକ୍ଷରୁ ସବୁ ସଂଗ୍ରାମୀ ଯୁବକ ମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ I
କାକଟପୁର NAC ହେଲେ ସେଇ ଶିକ୍ଷିତ ଯୁବକ ମାନେ ହିଁ ନେତୃତ୍ୱ ନେବା ଦରକାର I ଆଉ ହଁ, ସେଇ ଯୁବ ବନ୍ଧୁ ମାନଙ୍କ କାରଣରୁ ଅଞ୍ଚଳ ର ବିଜେପି ଓ କଂଗ୍ରେସ, ବିଜେଡି ନେତା ଓ କର୍ମୀମାନେ NAC ର ନାଗରିକତା ପାଇଲେ I ତେଣୁ ସେମାନଙ୍କୁ କେବେ ରାଜନୈତିକ ତରାଜୂ ରେ ମାପିବାକୁ ଦୁଃସାହସ ନକରି ଧନ୍ୟବାଦ ଦେବା ଓ ମାନିବା ଦରକାର I

ଇଏ ଗୋଟେ ଭଲ ଆରମ୍ଭ.. କାକଟପୁର ବିକାଶର....
ଆମ ଟୋକା ହିଁ ଖେଳ କରିବେ...
ଆହୁରି କେତେ କାମ ବାକି ଅଛି..

କେହି କେହି ପଚାରନ୍ତି, ଭାଇ ସଂଗଠନ ବନ୍ଦ ହେଇଗଲା କି!
ଉତ୍ତର ସାମ୍ନାରେ ଅଛି I

ଜୟ ମା ମଙ୍ଗଳା 🙏
#କାକଟପୁରୟୁଥମାସ୍

76ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭ ଅଭିନନ୍ଦନ 💐💐 ଜୟ ହିନ୍ଦ🙏
15/08/2022

76ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭ ଅଭିନନ୍ଦନ 💐💐 ଜୟ ହିନ୍ଦ🙏

08/08/2022

46ଜଣ ଫେଲ l
ସମାଜରୁ ସଂଗୃହିତ ମତାମତ -
ଆମ ମଙ୍ଗଳା ମହାବିଦ୍ୟାଳୟ
ରେ ଦିନକୁ ଦିନ ପାଠପଢାର ମାନ ହ୍ରାସ ହେବାକୁ ଲାଗିଛି l କଲେଜ ରେ କ୍ଲାସ ହଉନି l ଷ୍ଟାଫ ଓ ପ୍ରଶାସନିକ ଅଧିକାରୀମାନେ ଘଣ୍ଟା ଘଣ୍ଟା ଫୋନ ରେ ରିଲ ଦେଖୁଛନ୍ତି l ଅଧା ଲେକ୍ଚର ସରକାରୀ ସମୟ ଅନୁଯାୟୀ ନୁହେଁ, ଭୁବନେଶ୍ୱର ବସ ସମୟରେ ଆସି ଦସ୍ତଖତ କରି ଯାଉଛନ୍ତି l କଲେଜ ଅନେକ ଅଧ୍ୟାପକ ଯାଇ ପ୍ରାଇଭେଟ କଲେଜ ଆଉ କୋଚିଂ ସେଣ୍ଟର ରେ ଖୋଲାଖୋଲି ପଢ଼ାଉଛନ୍ତି l ହେଲେ କଲେଜ ରେ ପଢ଼ଉ ନାହାନ୍ତି l ଟିଉସନ ପିଲାଙ୍କୁ ପ୍ରାକ୍ଟିକାଲ ମାର୍କ ବି ବାଗେଇ ଦିଆଯାଉଛି l NAAC 'B' ଗ୍ରେଡ଼ ମାନ୍ୟତା ଓ WORLD BANK ଟଙ୍କା ପାଉଥିବା କଲେଜର ପରିସର ଜଙ୍ଗଲ ହେଇଗଲାଣି l 10% 20% ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସ ଚାଲୁଛି l ପାଠ ପଢା ନାହିଁ l କଲେଜ ପରିସର ରୁ ବିଶୃଙ୍ଖଳିତ ପିଲା ଓ ଅଣ ଛାତ୍ର ମାନଙ୍କ ଭିଡ଼ିଓ ସବୁ ଭାଇରଲ ହଉଛି l ରିମେଡ଼ିଆଲ କ୍ଲାସ ବ୍ୟବସ୍ଥା ଚୁଲିକୁ ଗଲାଣି l ଏବର୍ଷ ସମୁଦାୟ 227ଆର୍ଟ୍ସ ପିଲାଙ୍କ ଭିତରୁ 46 ଜଣ ଫେଲ ହେଇଛନ୍ତି l
ଫାଷ୍ଟ ଡିଭିଜନ ପାଇଥିବା 71ଜଣଙ୍କର ଶ୍ରେୟ ପାଖାପାଖି ଥିବା କୋଚିଂ ସେଣ୍ଟର ମାନେ ନେଇ ସାରିଲେଣି l ଅଧ୍ୟକ୍ଷ ତ୍ରିପାଠୀ ବାବୁଙ୍କର ଏସବୁରୁ କିଛି ଯାଏ ଆସେ ନାହିଁ l ଗୋଟାଏ କଣ୍ଟ୍ରାକଚୁଆଲ ଷ୍ଟାଫ ମୁଖ୍ୟ କିରାଣୀ ହେଇ କଲେଜ ଚଳାଉଛି ବୋଲି ଲୋକ କହୁଛନ୍ତି l ଆଉ ଗଭର୍ନିଙ୍ଗ ବଡି ସଭାପତି ଚାର୍ଜ ରେ ଥିବା ଆମ ଯୋଗ୍ୟ ଉପ ଜିଲ୍ଲାପାଳ ଆଜିଯାଏ କଲେଜ ପାଇଁ ସ୍ଥାୟୀ ଗଭର୍ନିଙ୍ଗ ବୋର୍ଡ ଗଠନ କରୁନାହାନ୍ତି l ଲୋକପ୍ରତିନିଧି ମାନଙ୍କ ପିଲାମାନେ କଟକ ଭୁବନେଶ୍ୱର କି ନିମାପଡା ରେସିଡେନସିଆଲ ରେ ପଢ଼ୁଥିବାରୁ ସେମାନଙ୍କର ବି ଚିନ୍ତା ନାହିଁ l
ଏହା କଣ କାକଟପୁର ପାଇଁ ଲଜ୍ଜା ଓ ଦୁଃଖର ବିଷୟ ନୁହେଁ କି? ଆଉ ସତ କହିଦେଲେ ଦୋଷ ହେଇଯାଉଛି!!

MANGALA MAHAVIDYALAYA TOTAL APPEARED STUDENTS IN ARTS: 227
1ST CLASS: 71
2ND CLASS: 44
3RD CLASS: 62
FAIL: 46
MP:01
ABSENT: 03

(ସୋସିଆଲ ମିଡ଼ିଆ ରେ ଘୁରି ବୁଲିଥିବା ଏ ରିପୋର୍ଟ ଜାଣିବା ପରେ କାକଟପୁର ର ବୁଦ୍ଧିଜୀବୀ ଓ ମହାବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ କର୍ତ୍ତବ୍ୟ କଣ ଖାଲି ବସି ଦେଖିବା?)
ଆଉ ଆମ ପିଲାମାନେ ଏମିତି ମୂର୍ଖ ହେଇଯିବେ କି Puri District Admin ମହୋଦୟ?

Samir Ranjan Dash କିଛି ବାଟ କରନ୍ତୁ l କଣ କାକଟପୁର ନିର୍ବାଚନମଣ୍ଡଳୀ ର ସବୁଠୁ ବଡ଼ କଲେଜ ମଙ୍ଗଳା ମହାବିଦ୍ୟାଳୟ ଏମିତି ତଳକୁ ତଳକୁ ଯିବ?
ସମସ୍ତେ କଣ ପଇସା ଖର୍ଚ୍ଚ କରି ନିମାପଡା ଯାଇପାରିବେ ପଢିବାକୁ?

#ଆବାହକ, କାକଟପୁର_ୟୁଥ_ମାସ୍
Kakatpur Youth Mass - Kakatpur Constituency

Kakatpur Media Forum

26/07/2022

ପୁରାଣ ବର୍ଣିତ ପ୍ରାଚୀ ସରସ୍ୱତୀ ନଦୀ ଙ୍କ ମାହାତ୍ମ୍ୟ ବିଷୟରେ ବ୍ୟାସକୃତ ''ବରାହ ପୁରାଣ''ରୁ ଉଧୃତ ଏକ ଶ୍ଳୋକ ଏବଂ ତାର ବର୍ଣନା
ସଂଗ୍ରହ: କାଳୀପ୍ରସାଦ

Address

Kakatpur Block Chhak
Kakatpur
752108

Telephone

+918114810313

Website

Alerts

Be the first to know and let us send you an email when Kakatpur Youth Mass - Kakatpur Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kakatpur Youth Mass - Kakatpur Constituency:

Share

Category