06/07/2024
🦚🦚🦚🦚 #ଦ୍ୱିତୀୟ_ଶ୍ରୀକ୍ଷେତ୍ରେ_ରଥଯାତ🦚🦚🦚🦚
⚜️⚜️⚜️ ୋଡ଼ଶୀ_ରାଜା⚜️⚜️⚜️
🌳🌳🌳🦚 ିମିଳିପାଳିଆ_ହାତୀ🦚🌳🌳🌳
ଏବେ ଚାଲିଛି ମହାପ୍ରଭୁ ଙ୍କର ମହା ମାନବୀୟ ଲୀଳା । ସେଥି ପାଇଁ ଚଳ ଚଞ୍ଚଳ ଆମ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ଲକ୍ଷ ଲକ୍ଷ ଭକ୍ତଙ୍କର ସୁଅ ଛୁଟିଛି ବାରପଦା କୁ । ତେବେ ରଥ ଯାତ୍ରା କୁ ନେଇ ଏ ଗହଳ ଚହଳ ଏ ସାଜସଜ୍ଜା ଆଜିର ନୁହେଁ , ଶହ ଶହ ବର୍ଷ ଧରି ରାଜା ରାଜୁଡା ଅମଳ ରୁ ଏ ପରମ୍ପରା ଚଳିଆସୁଛି । ଆଜ୍ଞା .. ହଁ , ବୃହତ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ର ତତ୍କାଳୀନ ଭଞ୍ଜ ବଂଶୀୟ ମହାରାଜା ବୈଦ୍ୟନାଥ ଭଞ୍ଜ ମହାପ୍ରଭୁ ଙ୍କ ଠାରୁ ସ୍ୱପ୍ନାଦେଶ ପାଇ ୧୫୬୮ ମସିହା ରେ ବାରିପଦା ର ବଳଙ୍ଗ ନଦୀ କୂଳ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ଏକ ଭବ୍ୟ ମନ୍ଦିର ର ନିର୍ମାଣ ଆରମ୍ଭ କଲେ । ୧୫୭୫ ମସିହା ରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚତୁର୍ଦ୍ଦା ମୂର୍ତ୍ତି ଙ୍କୁ ପ୍ରତିଷ୍ଠା କରାଗଲା । ପୁରୀ ପରେ ଦ୍ୱିତୀୟ ସ୍ଥାନ ଭାବେ ବାରିପଦା ଠାରେ ଚତୁର୍ଦ୍ଦା ମୂର୍ତ୍ତି ଙ୍କୁ ପ୍ରତିଷ୍ଠା କରାଯାଇ ସ୍ୱତନ୍ତ୍ର ରୀତିନୀତି ରେ ପୂଜାର୍ଚ୍ଚନା ଆରମ୍ଭ କରାଗଲା ଏବଂ ସେହି ବର୍ଷ ହିଁ ବାରିପଦା ଠାରେ ପୁରୀ ପରେ ଦ୍ୱିତୀୟ ସ୍ଥାନ ଭାବେ ରଥ ଯାତ୍ରା ର ମଧ୍ୟ ଶୁଭାରମ୍ଭ କରା ଗଲା । ସେତେ ବେଳେ ମନ୍ଦିର ପ୍ରତିଷ୍ଠା ଏବଂ ରଥ ଯାତ୍ରା ଆୟୋଜନ କରିବା କଥା ଆମ ମୟୂରଭଞ୍ଜ ମହାରାଜା ଙ୍କ ପକ୍ଷ ରେ ଏତେ ବି ସହଜ ନ ଥିଲା । କାରଣ ସେତେ ବେଳେ ସମଗ୍ର ଉତ୍କଳ ବର୍ଷ ରେ ଚାଲି ଥିଲା କଳା ପାହାଡ଼ର ଧ୍ୱଂସ ଲୀଳା। ତାହାରି ଭୟ ରେ ପୁରୀ ର ସେବାୟତ ମାନେ ଦାରୁ ବିଗ୍ରହ ପ୍ରଭୁ ଜଗନ୍ନାଥ ମାତା ସୁଭଦ୍ରା ଓ ପ୍ରଭୁ ବଳରାମ ଙ୍କୁ ଶଗଡ଼ ଓ ନୌକା ରେ ନେଇ ଚିଲିକା ର ପାରିକୁଦ ଦ୍ୱୀପ ରେ ଲୁଚେଇ ରଖିଥିଲେ । କଳା ପାହାଡ଼ ର ଭୟ ରେ ସମସ୍ତ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ର ନୀତି କାନ୍ତି ପର୍ବ ପର୍ବାଣୀ ଆଦି ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଥିଲା । ଆକ୍ରମଣ ଭୟ ରେ ଜନସାଧରଣ କେହି ମନ୍ଦିର ଯାଉ ନ ଥିଲେ କିମ୍ବା କୌଣସି ପର୍ବ ପର୍ବାଣି ର ଆୟୋଜନ କରୁ ନ ଥିଲେ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜଗନ୍ନାଥ ସଂସ୍କୃତି ତଥା ଉତ୍କଳୀୟ ପରମ୍ପରା ର ରକ୍ଷା ନିମନ୍ତେ #ମୟୂରଭଞ୍ଜ #ମହାରାଜା #ଶ୍ରୀ_ବୈଦ୍ୟନାଥ_ଭଞ୍ଜ ଆଗେଇ ଆସି ଥିଲେ । ତାଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରେରଣା ଯଗାଉ ଥାନ୍ତି ତାଙ୍କ ଜେଜେମା ତଥା ଉତ୍କଳସମ୍ରାଟ ପ୍ରତାପରୁଦ୍ର ଦେବ ଙ୍କ ରାଜ ଜେମା #ମନାତ_ଦେବୀ । ରଥ ଯାତ୍ରା ର ଆୟୋଜନ କଲେ ମଧ୍ୟ ଘନ ଘନ ଆକ୍ରମଣ ର ଭୟ ଥିବାରୁ ପ୍ରଜା ମାନେ ଏହି ଯାତ୍ରା ରେ ସାମିଲ ହେବା ପାଇଁ ପ୍ରଥମେ କୁଣ୍ଠାବୋଧ କଲେ । ଏହା ଦେଖି ମହାରାଜା ଚିନ୍ତିତ ହେଲେ । ପ୍ରଜା ବିନା ରଥ ଯାତ୍ରା ହେବ କେମିତି ...!!!! ତେବେ ସୁରକ୍ଷା କଥା ଭାବି ନିଜ ମନ୍ତ୍ରୀ ପାରିଷଦ ଙ୍କର ପରାମର୍ଶ କ୍ରମେ ମହାରାଜା ଆମ ମୟୂରଭଞ୍ଜ ର ଆଖ ପାଖ ରେ ଥିବା ଆମ ପୋଡ଼ଶୀ ଗଡ଼ଜାତ ରାଜା ମାନଙ୍କୁ ପତ୍ର ଲେଖି ଏ ବିଷୟ ରେ ଅବଗତ କରାଇଲେ । ମହାପ୍ରଭୁ ଙ୍କର ଆଶୀର୍ବାଦ ରୁ ପୋଡ଼ଶୀ ରାଜା ମାନେ ପତ୍ର ପାଉ ପାଉ ବାରିପଦା ରଥ ଯାତ୍ରା ପାଇଁ ସମର୍ଥନ ଜଣାଇବା ସହ ରଥ ଯାତ୍ରା ରେ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ନିଜର ସେନା ବାହିନୀ ରେ ଥିବା ବଛା ବଛା ଯୁଦ୍ଧଖର୍ ଦୁର୍ଦ୍ଦର୍ଷ ଯୋଦ୍ଧା ମାନଙ୍କୁ ବାରିପଦା ଅଭିମୁଖେ ପ୍ରେରଣ କଲେ ।
ରଥ ଟଣା ସମୟ ରେ ଶହ ଶହ ସଶସ୍ତ୍ର ପାଇକ ଯୋଦ୍ଧା ତୀର ,ତରବାରୀ , ବର୍ଚ୍ଛା ଢାଲ ଆଦି ଧରି ରଥ ସାଙ୍ଗେ ସାଙ୍ଗେ ଚାଲୁ ଥିଲେ । ରଥ ଯାତ୍ରା ସମୟ ରେ ସମସ୍ତ ସେନା ର ନେତୃତ୍ୱ ନେଉ ଥାନ୍ତି ଖଦ ମୟୂରଭଞ୍ଜ ମହାରାଜା । ରଥ ଆଗେ ଆଗରେ ନିଜେ ମହାରାଜା ସୁସ୍ୱଜିତ ହାତୀ ପିଠି ରେ ବସି ଆଗେଇ ଚାଲି ଥାନ୍ତି । ତାଙ୍କ ପଛେ ପଛେ #ନୀଳଗିରି ର ରାଜା , #ଷଢ଼େଇକଳା ର ରାଜା , #ଧଳଭୂମଗଡ଼ ର ରାଜା , #ହଲଦୀପୋଖରୀ ର ରାଜା , #କେନ୍ଦୁଝରଗଡ଼ ର ରାଜା ମାନେ ସୁସ୍ୱଜିତ ହାତୀ ପିଠି ରେ ସାବର ହୋଇ ଚାଲୁ ଥାନ୍ତି । ଏହି ଭଳି ଭାବ ରେ ସମସ୍ତଙ୍କ ଭକ୍ତିପୂତ ସହଯୋଗ ଓ ମନାତ ଦେବୀ ଙ୍କ ବଳିଷ୍ଠ ମାର୍ଗଦର୍ଶନ ବଳ ରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ରେ ୧୫୭୫ ମସିହା ରେ ଅଭୂତପୂର୍ବ ସୁରକ୍ଷାବଳୟ ମଧ୍ୟ ରେ ମହାପ୍ରଭୁଙ୍କ ରଥ ଯାତ୍ରା ସମାପନ ହୋଇ ଥିଲା । ୧୫୭୫ ମସିହାରୁ ଏହି ରଥ ଯାତ୍ରା ନିରବଚ୍ଛିନ୍ନ ଭାବେ ଆଜି ଯାଏ ପ୍ରଚଳିତ ହୋଇ ଆସୁଛି ଆମର ଏହି ପୁଣ୍ୟ ବାରିପଦା ମାଟି ରେ । ତେବେ ଏହି ରଥଯାତ୍ରା ର ଅନ୍ୟତମ ବଳିଷ୍ଠ ସହଯୋଗୀ ସାଜୁ ଥିଲେ ଆମର ଶିମିଳିପାଳିଆ ହାତୀ ମାନେ । ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେତେ ବେଳେ ବାରିପଦା ର ରାସ୍ତା ଘାଟ ସେତେ ଉନ୍ନତ ନ ଥିଲା । ଖାଲ ଖମା ରେ ପରିପୂର୍ଣ୍ଣ ବଡ଼ଦାଣ୍ଡ ରେ ଆଜିର ପରି ଉଚ୍ଚ ଉଚ୍ଚ ଅଟ୍ଟାଳିକା ମଧ୍ୟ ନ ଥିଲା । ଅନେକ ସମୟ ରେ ରଥ ଚକ ଗୁଡିକ ରାସ୍ତା ରେ ଥିବା ଖାଲ ଖମା ରେ ଲାଗି ଯିବା ସହ ମାଟି ରାସ୍ତା ଥିବା ରୁ ରଥ ଦବି ଯାଉ ଥିଲା । ଏହି ସ୍ଥିତି ର ମୁକାବିଲା ପାଇଁ ଆମ ମହାରାଜା ଶିମିଳିପାଳ ରୁ ଅଣାଯାଇ ଥିବା ତାଲିମ ପ୍ରାପ୍ତ ହାତୀ ଙ୍କୁ ନିୟୋଜିତ କରୁ ଥିଲେ । ତାଲିମ ପ୍ରାପ୍ତ ହାତୀ ମାନେ ରଥ କୁ ଆବଶ୍ୟକ ସ୍ଥଳେ ଟାଣିବା ସହ ପଛ ରୁ ମଧ୍ୟ ଠେଲୁ ଥିଲେ । ବାରିପଦା ରେ ରଥ ଯାତ୍ରା ର ଆରମ୍ଭ ବର୍ଷ ଠାରୁ ଆମ ପୋଡ଼ଶୀ ଗଡ଼ଜାତ ରାଜା ମାନେ ଆମକୁ ସାହାଯ୍ୟ ସହଯୋଗ କରି ଆସୁଥିଲେ । ତେଣୁ ସେମାନେ ଅନନ୍ୟ ସମ୍ମାନ ର ଅଧିକାରୀ ଥିଲେ । ପ୍ରତିବର୍ଷ ରଥଯାତ୍ରା ସମୟ ରେ ତାଙ୍କୁ ଆମ ମହାରାଜା ଙ୍କ ତରଫ ରୁ ନିମନ୍ତ୍ରଣ କରାଯିବା ସହ ତାଙ୍କର ଆତିଥ୍ୟ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଉ ଥିଲେ । କେତେ ବେଳେ କେନ୍ଦୁଝର ଗଡ଼ ର ମହାରାଜା ତୋ କେତେ ବେଳେ ଷୋଢେଇ କଳା ର ମହାରାଜା , ଏମତି ଅନେକ ରାଜା ମହାରାଜା ମାନେ ଯୋଗ ଦେଇ ରଥ ଯାତ୍ରା କୁ ଉପଭୋଗ କରୁ ଥିଲେ । ତାଙ୍କ ପାଇଁ ତାଲିମ ପ୍ରାପ୍ତ ହାତୀ ମାନଙ୍କୁ ସୁସଜ୍ଜିତ କରି ରଖା ଯାଉ ଥିଲା । ହାତୀ ପିଠି ରେ ସାବାର୍ ହୋଇ ରାଜା ମହାରାଜା ମାନେ ନଗର ପରିକ୍ରମା କରିବା ସହ ରଥ ଯାତ୍ରା ରେ ଭାଗ ନଉ ଥିଲେ ।
ଆଜି ବଦଳିଯାଇଛି ସମ୍ପୂର୍ଣ୍ଣ ରଥ ଯାତ୍ରା ର ଚିତ୍ରପଟ , ଆଉ ନାହିଁ ରାଜା ଶାସନ କି ନାହିଁ ଆଉ ତୀର ତଲୱାର ର ସୁରକ୍ଷା ପ୍ରହରୀ । ଖାଲ ଖମା ରାସ୍ତା ଆଜି ଉନ୍ନତ ଓ ସୁଗମ ପଥ ପାଲଟିଛି । ଲକ୍ଷ ଲକ୍ଷ ଭକ୍ତ ଙ୍କ ଗହଣ ରେ ହର୍ଷ ଉଲ୍ଲାସ ରେ ରଥ ଯାତ୍ରା ସମାପନ ହେଉଛି । କିନ୍ତୁ ତଥାପି ଆମ ଗୌରବମୟ ଇତିହାସରେ ପୃଷ୍ଠା ମଣ୍ଡନ କରି ଥିବା ଆମ ରାଜା ମହାରାଜା ଏବଂ ଆମର ପୋଡ଼ଶୀ ରାଜା ମହାରାଜା ମାନେ ସବୁ ଦିନ ପାଇଁ ଚିର ନମସ୍ୟ ହୋଇ ରହିବେ ଆଉ ତା' ସହ ସବୁ ଦିନ ପାଇଁ ମନେ ରହିବେ ଆମର ଶିମିଳିପାଳିଆ ହାତୀ ମାନେ ....
ଆଲେଖ୍ୟ - ଆଦିତ୍ୟ କୁମାର ନାଏକ
ମୟୂରଭଞ୍ଜ ମିରର୍
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା
ରଥ ଯାତ୍ରା ଇତିହାସ