Demand for the Development of Tourism Sector in Mayurbhanj District

  • Home
  • India
  • Jashipur
  • Demand for the Development of Tourism Sector in Mayurbhanj District

Demand for the Development of Tourism Sector in Mayurbhanj District ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦାବି।

ଶାଳପତ୍ର ସ୍ବାଦ
19/10/2024

ଶାଳପତ୍ର ସ୍ବାଦ

ପ୍ରକୃତରେ ମୟୂରଭଞ୍ଜ ଜିଲ୍ଲା ପ୍ରକୃତି  ର ଗନ୍ତାଗରPC: Rathod A***n
31/07/2024

ପ୍ରକୃତରେ ମୟୂରଭଞ୍ଜ ଜିଲ୍ଲା ପ୍ରକୃତି ର ଗନ୍ତାଗର

PC: Rathod A***n

ପ୍ରକୃତରେ ମୟୂରଭଞ୍ଜ ଜିଲ୍ଲା ପ୍ରକୃତି  ର ଗନ୍ତାଗରPC : Møhanta R
30/07/2024

ପ୍ରକୃତରେ ମୟୂରଭଞ୍ଜ ଜିଲ୍ଲା ପ୍ରକୃତି ର ଗନ୍ତାଗର

PC : Møhanta R

 #ଫରେଷ୍ଟ_ଗାର୍ଡ_ହିମାଂଶୁ_ମହାନ୍ତଙ୍କୁ_ଦିଲ୍ଲୀରେ_ସମ୍ବର୍ଦ୍ଧନାବିଶ୍ୱ ବ୍ୟାଘ୍ର ଦିବସରେ ଫରେଷ୍ଟ ଗାର୍ଡ ହିମାଂଶୁ ମହାନ୍ତଙ୍କୁ ଦିଲ୍ଲୀରେ ସମ୍ବ...
30/07/2024

#ଫରେଷ୍ଟ_ଗାର୍ଡ_ହିମାଂଶୁ_ମହାନ୍ତଙ୍କୁ_ଦିଲ୍ଲୀରେ_ସମ୍ବର୍ଦ୍ଧନା

ବିଶ୍ୱ ବ୍ୟାଘ୍ର ଦିବସରେ ଫରେଷ୍ଟ ଗାର୍ଡ ହିମାଂଶୁ ମହାନ୍ତଙ୍କୁ ଦିଲ୍ଲୀରେ ସମ୍ବର୍ଦ୍ଧନା। ଶ୍ରୀ ମହାନ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି। ଗତ ୨୯ ତାରିଖରେ ନୂଆଦିଲ୍ଲୀଠାରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।

କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପିନ୍ଦର ଯାଦବ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସିଜିପିପି ତାଙ୍କର କାର୍ଯ୍ୟରେ କେବଳ ଏହି ମହାନ ପ୍ରାଣୀମାନଙ୍କୁ ପୋଚିଂ ଓ ଅନ୍ୟାନ୍ୟ ବିପଦରୁ ରକ୍ଷା କରିବା ନୁହେଁ, ବରଂ ସେମାନଙ୍କ ପାଇଁ ନିରାପଦ ବାସସ୍ଥାନ ଏବଂ ସେମାନଙ୍କ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା କାର୍ଯ୍ୟରେ ଅଛନ୍ତି। (ଇକୋସିଷ୍ଟମ୍ )ଜୈବ ବିବିଧତା ରକ୍ଷା କରିବା ଏବଂ ବାଘ ପରି ବିଲୁପ୍ତପ୍ରାୟ ପ୍ରଜାତିର ଭବିଷ୍ୟତ ଅଛି ବୋଲି ନିଶ୍ଚିତ କରିବା ପାଇଁ ସେମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଅଟେ ବୋଲି ହିମାଂଶୁ କୁହନ୍ତି।

🦚🦚🦚🦚  #ଦ୍ୱିତୀୟ_ଶ୍ରୀକ୍ଷେତ୍ରେ_ରଥଯାତ🦚🦚🦚🦚         ⚜️⚜️⚜️  ୋଡ଼ଶୀ_ରାଜା⚜️⚜️⚜️🌳🌳🌳🦚  ିମିଳିପାଳିଆ_ହାତୀ🦚🌳🌳🌳ଏବେ ଚାଲିଛି ମହାପ୍ରଭୁ ଙ୍କର ...
06/07/2024

🦚🦚🦚🦚 #ଦ୍ୱିତୀୟ_ଶ୍ରୀକ୍ଷେତ୍ରେ_ରଥଯାତ🦚🦚🦚🦚
⚜️⚜️⚜️ ୋଡ଼ଶୀ_ରାଜା⚜️⚜️⚜️
🌳🌳🌳🦚 ିମିଳିପାଳିଆ_ହାତୀ🦚🌳🌳🌳
ଏବେ ଚାଲିଛି ମହାପ୍ରଭୁ ଙ୍କର ମହା ମାନବୀୟ ଲୀଳା । ସେଥି ପାଇଁ ଚଳ ଚଞ୍ଚଳ ଆମ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ଲକ୍ଷ ଲକ୍ଷ ଭକ୍ତଙ୍କର ସୁଅ ଛୁଟିଛି ବାରପଦା କୁ । ତେବେ ରଥ ଯାତ୍ରା କୁ ନେଇ ଏ ଗହଳ ଚହଳ ଏ ସାଜସଜ୍ଜା ଆଜିର ନୁହେଁ , ଶହ ଶହ ବର୍ଷ ଧରି ରାଜା ରାଜୁଡା ଅମଳ ରୁ ଏ ପରମ୍ପରା ଚଳିଆସୁଛି । ଆଜ୍ଞା .. ହଁ , ବୃହତ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ର ତତ୍କାଳୀନ ଭଞ୍ଜ ବଂଶୀୟ ମହାରାଜା ବୈଦ୍ୟନାଥ ଭଞ୍ଜ ମହାପ୍ରଭୁ ଙ୍କ ଠାରୁ ସ୍ୱପ୍ନାଦେଶ ପାଇ ୧୫୬୮ ମସିହା ରେ ବାରିପଦା ର ବଳଙ୍ଗ ନଦୀ କୂଳ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ଏକ ଭବ୍ୟ ମନ୍ଦିର ର ନିର୍ମାଣ ଆରମ୍ଭ କଲେ । ୧୫୭୫ ମସିହା ରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚତୁର୍ଦ୍ଦା ମୂର୍ତ୍ତି ଙ୍କୁ ପ୍ରତିଷ୍ଠା କରାଗଲା । ପୁରୀ ପରେ ଦ୍ୱିତୀୟ ସ୍ଥାନ ଭାବେ ବାରିପଦା ଠାରେ ଚତୁର୍ଦ୍ଦା ମୂର୍ତ୍ତି ଙ୍କୁ ପ୍ରତିଷ୍ଠା କରାଯାଇ ସ୍ୱତନ୍ତ୍ର ରୀତିନୀତି ରେ ପୂଜାର୍ଚ୍ଚନା ଆରମ୍ଭ କରାଗଲା ଏବଂ ସେହି ବର୍ଷ ହିଁ ବାରିପଦା ଠାରେ ପୁରୀ ପରେ ଦ୍ୱିତୀୟ ସ୍ଥାନ ଭାବେ ରଥ ଯାତ୍ରା ର ମଧ୍ୟ ଶୁଭାରମ୍ଭ କରା ଗଲା । ସେତେ ବେଳେ ମନ୍ଦିର ପ୍ରତିଷ୍ଠା ଏବଂ ରଥ ଯାତ୍ରା ଆୟୋଜନ କରିବା କଥା ଆମ ମୟୂରଭଞ୍ଜ ମହାରାଜା ଙ୍କ ପକ୍ଷ ରେ ଏତେ ବି ସହଜ ନ ଥିଲା । କାରଣ ସେତେ ବେଳେ ସମଗ୍ର ଉତ୍କଳ ବର୍ଷ ରେ ଚାଲି ଥିଲା କଳା ପାହାଡ଼ର ଧ୍ୱଂସ ଲୀଳା। ତାହାରି ଭୟ ରେ ପୁରୀ ର ସେବାୟତ ମାନେ ଦାରୁ ବିଗ୍ରହ ପ୍ରଭୁ ଜଗନ୍ନାଥ ମାତା ସୁଭଦ୍ରା ଓ ପ୍ରଭୁ ବଳରାମ ଙ୍କୁ ଶଗଡ଼ ଓ ନୌକା ରେ ନେଇ ଚିଲିକା ର ପାରିକୁଦ ଦ୍ୱୀପ ରେ ଲୁଚେଇ ରଖିଥିଲେ । କଳା ପାହାଡ଼ ର ଭୟ ରେ ସମସ୍ତ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ର ନୀତି କାନ୍ତି ପର୍ବ ପର୍ବାଣୀ ଆଦି ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଥିଲା । ଆକ୍ରମଣ ଭୟ ରେ ଜନସାଧରଣ କେହି ମନ୍ଦିର ଯାଉ ନ ଥିଲେ କିମ୍ବା କୌଣସି ପର୍ବ ପର୍ବାଣି ର ଆୟୋଜନ କରୁ ନ ଥିଲେ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜଗନ୍ନାଥ ସଂସ୍କୃତି ତଥା ଉତ୍କଳୀୟ ପରମ୍ପରା ର ରକ୍ଷା ନିମନ୍ତେ #ମୟୂରଭଞ୍ଜ #ମହାରାଜା #ଶ୍ରୀ_ବୈଦ୍ୟନାଥ_ଭଞ୍ଜ ଆଗେଇ ଆସି ଥିଲେ । ତାଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରେରଣା ଯଗାଉ ଥାନ୍ତି ତାଙ୍କ ଜେଜେମା ତଥା ଉତ୍କଳସମ୍ରାଟ ପ୍ରତାପରୁଦ୍ର ଦେବ ଙ୍କ ରାଜ ଜେମା #ମନାତ_ଦେବୀ । ରଥ ଯାତ୍ରା ର ଆୟୋଜନ କଲେ ମଧ୍ୟ ଘନ ଘନ ଆକ୍ରମଣ ର ଭୟ ଥିବାରୁ ପ୍ରଜା ମାନେ ଏହି ଯାତ୍ରା ରେ ସାମିଲ ହେବା ପାଇଁ ପ୍ରଥମେ କୁଣ୍ଠାବୋଧ କଲେ । ଏହା ଦେଖି ମହାରାଜା ଚିନ୍ତିତ ହେଲେ । ପ୍ରଜା ବିନା ରଥ ଯାତ୍ରା ହେବ କେମିତି ...!!!! ତେବେ ସୁରକ୍ଷା କଥା ଭାବି ନିଜ ମନ୍ତ୍ରୀ ପାରିଷଦ ଙ୍କର ପରାମର୍ଶ କ୍ରମେ ମହାରାଜା ଆମ ମୟୂରଭଞ୍ଜ ର ଆଖ ପାଖ ରେ ଥିବା ଆମ ପୋଡ଼ଶୀ ଗଡ଼ଜାତ ରାଜା ମାନଙ୍କୁ ପତ୍ର ଲେଖି ଏ ବିଷୟ ରେ ଅବଗତ କରାଇଲେ । ମହାପ୍ରଭୁ ଙ୍କର ଆଶୀର୍ବାଦ ରୁ ପୋଡ଼ଶୀ ରାଜା ମାନେ ପତ୍ର ପାଉ ପାଉ ବାରିପଦା ରଥ ଯାତ୍ରା ପାଇଁ ସମର୍ଥନ ଜଣାଇବା ସହ ରଥ ଯାତ୍ରା ରେ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ନିଜର ସେନା ବାହିନୀ ରେ ଥିବା ବଛା ବଛା ଯୁଦ୍ଧଖର୍ ଦୁର୍ଦ୍ଦର୍ଷ ଯୋଦ୍ଧା ମାନଙ୍କୁ ବାରିପଦା ଅଭିମୁଖେ ପ୍ରେରଣ କଲେ ।
ରଥ ଟଣା ସମୟ ରେ ଶହ ଶହ ସଶସ୍ତ୍ର ପାଇକ ଯୋଦ୍ଧା ତୀର ,ତରବାରୀ , ବର୍ଚ୍ଛା ଢାଲ ଆଦି ଧରି ରଥ ସାଙ୍ଗେ ସାଙ୍ଗେ ଚାଲୁ ଥିଲେ । ରଥ ଯାତ୍ରା ସମୟ ରେ ସମସ୍ତ ସେନା ର ନେତୃତ୍ୱ ନେଉ ଥାନ୍ତି ଖଦ ମୟୂରଭଞ୍ଜ ମହାରାଜା । ରଥ ଆଗେ ଆଗରେ ନିଜେ ମହାରାଜା ସୁସ୍ୱଜିତ ହାତୀ ପିଠି ରେ ବସି ଆଗେଇ ଚାଲି ଥାନ୍ତି । ତାଙ୍କ ପଛେ ପଛେ #ନୀଳଗିରି ର ରାଜା , #ଷଢ଼େଇକଳା ର ରାଜା , #ଧଳଭୂମଗଡ଼ ର ରାଜା , #ହଲଦୀପୋଖରୀ ର ରାଜା , #କେନ୍ଦୁଝରଗଡ଼ ର ରାଜା ମାନେ ସୁସ୍ୱଜିତ ହାତୀ ପିଠି ରେ ସାବର ହୋଇ ଚାଲୁ ଥାନ୍ତି । ଏହି ଭଳି ଭାବ ରେ ସମସ୍ତଙ୍କ ଭକ୍ତିପୂତ ସହଯୋଗ ଓ ମନାତ ଦେବୀ ଙ୍କ ବଳିଷ୍ଠ ମାର୍ଗଦର୍ଶନ ବଳ ରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ରେ ୧୫୭୫ ମସିହା ରେ ଅଭୂତପୂର୍ବ ସୁରକ୍ଷାବଳୟ ମଧ୍ୟ ରେ ମହାପ୍ରଭୁଙ୍କ ରଥ ଯାତ୍ରା ସମାପନ ହୋଇ ଥିଲା । ୧୫୭୫ ମସିହାରୁ ଏହି ରଥ ଯାତ୍ରା ନିରବଚ୍ଛିନ୍ନ ଭାବେ ଆଜି ଯାଏ ପ୍ରଚଳିତ ହୋଇ ଆସୁଛି ଆମର ଏହି ପୁଣ୍ୟ ବାରିପଦା ମାଟି ରେ । ତେବେ ଏହି ରଥଯାତ୍ରା ର ଅନ୍ୟତମ ବଳିଷ୍ଠ ସହଯୋଗୀ ସାଜୁ ଥିଲେ ଆମର ଶିମିଳିପାଳିଆ ହାତୀ ମାନେ । ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେତେ ବେଳେ ବାରିପଦା ର ରାସ୍ତା ଘାଟ ସେତେ ଉନ୍ନତ ନ ଥିଲା । ଖାଲ ଖମା ରେ ପରିପୂର୍ଣ୍ଣ ବଡ଼ଦାଣ୍ଡ ରେ ଆଜିର ପରି ଉଚ୍ଚ ଉଚ୍ଚ ଅଟ୍ଟାଳିକା ମଧ୍ୟ ନ ଥିଲା । ଅନେକ ସମୟ ରେ ରଥ ଚକ ଗୁଡିକ ରାସ୍ତା ରେ ଥିବା ଖାଲ ଖମା ରେ ଲାଗି ଯିବା ସହ ମାଟି ରାସ୍ତା ଥିବା ରୁ ରଥ ଦବି ଯାଉ ଥିଲା । ଏହି ସ୍ଥିତି ର ମୁକାବିଲା ପାଇଁ ଆମ ମହାରାଜା ଶିମିଳିପାଳ ରୁ ଅଣାଯାଇ ଥିବା ତାଲିମ ପ୍ରାପ୍ତ ହାତୀ ଙ୍କୁ ନିୟୋଜିତ କରୁ ଥିଲେ । ତାଲିମ ପ୍ରାପ୍ତ ହାତୀ ମାନେ ରଥ କୁ ଆବଶ୍ୟକ ସ୍ଥଳେ ଟାଣିବା ସହ ପଛ ରୁ ମଧ୍ୟ ଠେଲୁ ଥିଲେ । ବାରିପଦା ରେ ରଥ ଯାତ୍ରା ର ଆରମ୍ଭ ବର୍ଷ ଠାରୁ ଆମ ପୋଡ଼ଶୀ ଗଡ଼ଜାତ ରାଜା ମାନେ ଆମକୁ ସାହାଯ୍ୟ ସହଯୋଗ କରି ଆସୁଥିଲେ । ତେଣୁ ସେମାନେ ଅନନ୍ୟ ସମ୍ମାନ ର ଅଧିକାରୀ ଥିଲେ । ପ୍ରତିବର୍ଷ ରଥଯାତ୍ରା ସମୟ ରେ ତାଙ୍କୁ ଆମ ମହାରାଜା ଙ୍କ ତରଫ ରୁ ନିମନ୍ତ୍ରଣ କରାଯିବା ସହ ତାଙ୍କର ଆତିଥ୍ୟ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଉ ଥିଲେ । କେତେ ବେଳେ କେନ୍ଦୁଝର ଗଡ଼ ର ମହାରାଜା ତୋ କେତେ ବେଳେ ଷୋଢେଇ କଳା ର ମହାରାଜା , ଏମତି ଅନେକ ରାଜା ମହାରାଜା ମାନେ ଯୋଗ ଦେଇ ରଥ ଯାତ୍ରା କୁ ଉପଭୋଗ କରୁ ଥିଲେ । ତାଙ୍କ ପାଇଁ ତାଲିମ ପ୍ରାପ୍ତ ହାତୀ ମାନଙ୍କୁ ସୁସଜ୍ଜିତ କରି ରଖା ଯାଉ ଥିଲା । ହାତୀ ପିଠି ରେ ସାବାର୍ ହୋଇ ରାଜା ମହାରାଜା ମାନେ ନଗର ପରିକ୍ରମା କରିବା ସହ ରଥ ଯାତ୍ରା ରେ ଭାଗ ନଉ ଥିଲେ ।
ଆଜି ବଦଳିଯାଇଛି ସମ୍ପୂର୍ଣ୍ଣ ରଥ ଯାତ୍ରା ର ଚିତ୍ରପଟ , ଆଉ ନାହିଁ ରାଜା ଶାସନ କି ନାହିଁ ଆଉ ତୀର ତଲୱାର ର ସୁରକ୍ଷା ପ୍ରହରୀ । ଖାଲ ଖମା ରାସ୍ତା ଆଜି ଉନ୍ନତ ଓ ସୁଗମ ପଥ ପାଲଟିଛି । ଲକ୍ଷ ଲକ୍ଷ ଭକ୍ତ ଙ୍କ ଗହଣ ରେ ହର୍ଷ ଉଲ୍ଲାସ ରେ ରଥ ଯାତ୍ରା ସମାପନ ହେଉଛି । କିନ୍ତୁ ତଥାପି ଆମ ଗୌରବମୟ ଇତିହାସରେ ପୃଷ୍ଠା ମଣ୍ଡନ କରି ଥିବା ଆମ ରାଜା ମହାରାଜା ଏବଂ ଆମର ପୋଡ଼ଶୀ ରାଜା ମହାରାଜା ମାନେ ସବୁ ଦିନ ପାଇଁ ଚିର ନମସ୍ୟ ହୋଇ ରହିବେ ଆଉ ତା' ସହ ସବୁ ଦିନ ପାଇଁ ମନେ ରହିବେ ଆମର ଶିମିଳିପାଳିଆ ହାତୀ ମାନେ ....

ଆଲେଖ୍ୟ - ଆଦିତ୍ୟ କୁମାର ନାଏକ
ମୟୂରଭଞ୍ଜ ମିରର୍
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା
ରଥ ଯାତ୍ରା ଇତିହାସ

ଚନ୍ଦନ ଯାତ୍ରା ୨୦୨୪ , ଯଶିପୁର , ମୟୂରଭଞ୍ଜ      #ଯଶିପୁର  #ମୟୂରଭଞ୍ଜ  #ଓଡିଶା
25/05/2024

ଚନ୍ଦନ ଯାତ୍ରା ୨୦୨୪ , ଯଶିପୁର , ମୟୂରଭଞ୍ଜ
#ଯଶିପୁର #ମୟୂରଭଞ୍ଜ #ଓଡିଶା

Vote For Better Jashipur
26/04/2024

Vote For Better Jashipur

ଜଳୁଛି ଶିମିଳିପାଳ ଅଭୟାରଣ୍ୟ
26/04/2024

ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ଏଣିକି ଶିମିଳିପାଳରେ ବାଘକୁ  ଜଗିବେ ହାତୀ । ଏଥିପାଇଁ ଚନ୍ଦକାରୁ କୁଙ୍କି ହାତୀ ଯଶୋଦା ଏବଂ ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାରକ...
05/03/2024

ଏଣିକି ଶିମିଳିପାଳରେ ବାଘକୁ ଜଗିବେ ହାତୀ । ଏଥିପାଇଁ ଚନ୍ଦକାରୁ କୁଙ୍କି ହାତୀ ଯଶୋଦା ଏବଂ ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଖୁବଶୀଘ୍ର ଶିମିଳିପାଳ ଅଣାଯିବ

କଳା ବାଘଙ୍କ ସଂଖ୍ୟା ବଢ଼ିଲେ କ’ଣ ହେବ?  ଚିନ୍ତା ବଢ଼ାଇଛି କଳା ବାଘ ସଂଖ୍ୟା ବୃଦ୍ଧି, ୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂ...
27/02/2024

କଳା ବାଘଙ୍କ ସଂଖ୍ୟା ବଢ଼ିଲେ କ’ଣ ହେବ?

ଚିନ୍ତା ବଢ଼ାଇଛି କଳା ବାଘ ସଂଖ୍ୟା ବୃଦ୍ଧି, ୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂଖ୍ୟା ୧୩କୁ ବଢ଼ିଛି।

ଦୁଇ ବର୍ଷରେ ରାଜ୍ୟରେ ୫୦ ପ୍ରତିଶତ ବଢ଼ିଛି ମହାବଳ ବାଘଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରଥମ ବାଘ ଗଣନା ରିପୋର୍ଟରୁ ମିଳିଛି ଏମିତି ତଥ୍ୟ। ଅନ୍ୟପକ୍ଷରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଥିଲେ ବି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ଶିମିଳିପାଳର ମେଲାନିଷ୍ଟିକ୍ ଟାଇଗର ବା କଳା ବାଘଙ୍କ ବଂଶବୃଦ୍ଧି।

୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂଖ୍ୟା ୧୩କୁ ବଢ଼ିଛି। ଇନ୍ ବ୍ରିଡିଂ ବା ସମବଂଶୀଙ୍କ ମଧ୍ୟରେ ମେଟିଂ ଫଳରେ ଜିନ୍‌ଗତ ସମସ୍ୟାରୁ କଳାବାଘଙ୍କ ସଂଖ୍ୟା ବଢ଼ୁଛି। ୧୦ ବର୍ଷ ତଳେ ଶିମିଳିପାଳରେ ମୋଟ ମହାବଳ ବାଘରୁ କଳା ବାଘଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତରେ ସୀମିତ ଥିଲା ବେଳେ ଏବେ ଏହା ୪୦ ପ୍ରତିଶତରେ ପହଞ୍ଚିଲାଣି।

ଏଭଳି ସ୍ଥିତି ଲାଗି ରହିଲେ, ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଏହି କଳାବାଘଙ୍କ ସଂଖ୍ୟା ବଢ଼ିଯିବ, ଯାହାକି ବାଘବଂଶ ଲୋପର ବି କାରଣ ପାଲଟିପାରେ ବୋଲି ଆଶଙ୍କା ପ୍ରକାଶ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ। ତେବେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ଯେ କଳା ବାଘ ସଂଖ୍ୟା ବୃଦ୍ଧିରେ ରୋକ୍ ଲଗାଇବାକୁ ଏନ୍‌ଟିସିଏର ସହଯୋଗରେ ଅନ୍ୟ ସ୍ଥାନରୁ କିଛି ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା କରାଯାଉଛି। ସଠିକ୍ ତର୍ଜମା ପରେ ଏହି କାର୍ଯ୍ୟ କରାଯିବ। ଏହା ଟିକେ ସମୟ ସାପେକ୍ଷ।

ରାଜ୍ୟ ସରକାରଙ୍କ ପ୍ରଥମ ନିଜସ୍ୱ ବାଘ ଗଣନା ରିପୋର୍ଟରୁ ଓଡ଼ିଶାରେ ମହାବଳ ସଂଖ୍ୟା ୫୦ ପ୍ରତିଶତ ବଢ଼ିବା ପରେ ଆଜି ଏମିତି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଦ୍ୱାରା ପ୍ରକାଶିତ ୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ମାତ୍ର ୨୦ଟି ମହାବଳ ବାଘ ଥିଲେ। ଯେଉଁଥିରୁ ୧୬ଟି କେବଳ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିଲେ। ତେବେ ନିକଟରେ ସମାପ୍ତ ହୋଇଥିବା ରାଜ୍ୟ ବାଘ ଗଣନା ରିପୋର୍ଟ କହୁଛି, ଶିମିଳିପାଳରେ ଅଛନ୍ତି ୨୭ଟି ମହାବଳ ସହ ୮ଟି ବାଘ ଶାବକ। ଏମିତିକି କେନ୍ଦୁଝର, ପାରଳାଖେମୁଣ୍ଡି ଓ ସମ୍ବଲପୁରର ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ବାଘ ଠାବ ହୋଇଛନ୍ତି। ଏହା ରାଜ୍ୟରେ ମହାବଳ ସଂଖ୍ୟା ବୃଦ୍ଧି ନେଇ ଏକ ଶୁଭ ସଙ୍କେତ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍।

ମହାବଳ ବାଘ ଉପରେ ବର୍ଷ ତମାମ ବନ ବିଭାଗ ନଜର ରଖିବ। ସେମାନଙ୍କ ଗତିବିଧିକୁ ଟ୍ରାକ୍ କରାଯିବ। ଏହା ସହିତ ପ୍ରତିବର୍ଷ ରାଜ୍ୟରେ ବାଘ ଗଣନା କରାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ଶ୍ରୀ ନନ୍ଦ କହିଛନ୍ତି।

  The Black Majesty of Odisha Melanistic Black Tigers are under Tracking inside Similipal, Mayurbhanj
29/01/2024


The Black Majesty of Odisha Melanistic Black Tigers are under Tracking inside Similipal, Mayurbhanj

ଶିମିଳିପାଳରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ । ମେଲାନିଷ୍ଟିକ ବାଘ ସଫାରୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋ...
24/01/2024

ଶିମିଳିପାଳରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ । ମେଲାନିଷ୍ଟିକ ବାଘ ସଫାରୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି


ଆମ ପରିବାର ଅନେକ ଦାବି ମଧ୍ୟରୁ ଏହା ଗୋଟିଏ ଦାବି ଥିଲା , ବହୁତ ବହୁତ ଧନ୍ୟବାଦ ।
ଯଥା ଶୀଘ୍ର କାମ ଆରମ୍ଭ କରିବାକୁ ନିବେଦନ , ଏହି ଯୋଜୋନା ରେ ମୁଗୁନି ପଥର ର ବଡ ମୂର୍ତି ନିର୍ମାଣ କରିବାକୁ ଅନୁରୋଧ ଖଈରି ବାଘୁଣି ଙ୍କ । ଆଉ ରାମତୀର୍ଥ କୁ ଉନ୍ନତିକରଣ କରିବାକୁ ନିବେଦନ ।
Naveen Patnaik ଧନ୍ୟବାଦ ସାର 🙏

Address

Jashipur
757034

Website

Alerts

Be the first to know and let us send you an email when Demand for the Development of Tourism Sector in Mayurbhanj District posts news and promotions. Your email address will not be used for any other purpose, and you can unsubscribe at any time.

Share

Category