30/05/2026
ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହେବା ଅବସରରେ ତା ୨୯-୦୫-୨୦୨୬ରିଖ ଅପରାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭୋଟର ତାଲିକାକୁ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ହେଉଛି SIR ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।
ଆଜି ଠାରୁ ତଥା ମଇ ୩୦ ରୁ ଜୁନ ୨୮ ପର୍ଯ୍ୟନ୍ତ ଜିଲ୍ଲାରେ ୧୬୩୯ଜଣ ବିଏଲଓ ଏବଂ ୧୬୪ଜଣ ବିଏଲଓ ସୁପରଭାଇଜର ଘରକୁ ଘର ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ।ମତଦାତାମାନଙ୍କଠାରୁ ପ୍ରାପ୍ତ ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯିବ।
ଏହି ଅବସରରେ ଜିଲ୍ଲାପାଳ ଏସଆଇଆର୍ ସମୟ ସାରଣୀ, ଫର୍ମ ପୂରଣ ପ୍ରକ୍ରିୟା, ଆପତ୍ତି ଦାଖଲ ଓ ସମାଧାନ, ବିଏଲଓଙ୍କ ଦାୟିତ୍ୱ, ହେଲ୍ପଲାଇନ୍ ଡେସ୍କ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ଜନସାଧାରଣଙ୍କୁ ଏସଆଇଆର ସମ୍ବନ୍ଧୀୟ କୌଣସି ଗୁଜବ କିମ୍ବା ମିଥ୍ୟା ଖବରରେ ବିଶ୍ୱାସ ନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଅଧିକ ସୂଚନା ପାଇଁ ନିକଟସ୍ଥ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବିଡ଼ିଓ କିମ୍ବା ତହସିଲଦାରଙ୍କ ସହ ଯୋଗାଯୋଗ କରିବା ସହ ଟୋଲ୍ ଫ୍ରୀ ନମ୍ବର ☎️ ୧୯୫୦ ରେ କଲ୍ କରିପାରିବେ।
CMO Odisha Ceoodisha Information & Public Relations Department, Government of Odisha