04/03/2026
ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ। ଏହି ରଙ୍ଗର ଉତ୍ସବ ଆମ ଜୀବନରେ ନୂତନ ଆଶା ଓ ସଦ୍ଭାବନା ଭରିଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିର ରଙ୍ଗରେ ରଙ୍ଗୀନ ହେଉ।
ଏହି ଅବସରରେ ମୋର ଅନୁରୋଧ, ପରିବେଶକୁ ସୁହାଇଲା ଭଳି ପ୍ରାକୃତିକ ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ। ନିରାପଦରେ ରହି ଖୁସି ବାଣ୍ଟନ୍ତୁ ଏବଂ ହୋଲିକୁ ଶାନ୍ତିପୂର୍ଣ୍ଣ ଭାବେ ଉପଭୋଗ କରନ୍ତୁ।