19/07/2026
ଆଜି ଗଙ୍ଗାଧରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ଦୁଇବର୍ଷର ଜନସମ୍ପର୍କ କାର୍ଯ୍ୟକ୍ରମ–୨୦୨୬” ଅନ୍ତର୍ଗତ “ବିକାଶର ଧାରା, ଓଡ଼ିଶା ସାରା” ମହତ ସଂକଳ୍ପକୁ ନେଇ ଏକ ମନୋଜ୍ଞ ଜନକଲ୍ୟାଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ଏହି ଗରିମାମୟ ଅବସରରେ, ଆମ ଅଞ୍ଚଳର ବିକାଶର ସାରଥି ତଥା ଲୋକପ୍ରିୟ ବିଧାୟକ ସମ୍ମାନୀୟ ଶ୍ରୀ ହିମାଂଶୁ ଶେଖର ସାହୁ ମହୋଦୟଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ଓ ପ୍ରେରଣାରେ ମୁଁ ଉପସ୍ଥିତ ରହିବାର ସୌଭାଗ୍ୟ ଲାଭ କରିଥିଲି। ଶିବିରରେ ଉପସ୍ଥିତ ସର୍ବସାଧାରଣଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସହୃଦୟତାର ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ସରକାରଙ୍କ ଜନହିତକର ଯୋଜନାର ସୁଫଳ ଯେପରି ପ୍ରତିଟି ସ୍ତରରେ ପହଞ୍ଚିପାରିବ, ସେ ନେଇ ଏକ ସକାରାତ୍ମକ ଭାବବିନିମୟ ହୋଇଥିଲା।
“ବିକାଶର ଧାରା, ଓଡ଼ିଶା ସାରା” ଆଭିମୁଖ୍ୟକୁ ସାକାର କରିବା ସହ ସମାଜର ଶେଷ ଧାଡ଼ିରେ ଥିବା ମଣିଷର କଲ୍ୟାଣ ସାଧନ ଦିଗରେ ଏହି ଶିବିର ଏକ ଯୁଗାନ୍ତକାରୀ ଏବଂ ପ୍ରଶଂସନୀୟ ପଦକ୍ଷେପ।