Hrushikesh Parida

Hrushikesh Parida Contact information, map and directions, contact form, opening hours, services, ratings, photos, videos and announcements from Hrushikesh Parida, Jajpur.
(1)

ପ୍ରଥମେ ମୁଁ ସନାତନୀ ହିନ୍ଦୁ🚩 ଓ ପରେ ବିଜେପି କର୍ମୀ
मैं जानता हूँ मेरे अकेले के शोर मचाने से हिन्दुत्व नहीं जागने वाला
परन्तु मैं प्राण रहने तक प्रयास करता रहूँगा .
जय श्री राम🚩

ଯାଜପୁର ଜିଲ୍ଲାରେ ଆଉ ଏକ ସିଲିକନ୍ ନାମକ ସଂସ୍ଥାର ପ୍ରଶାସନ ଉପରେ ପ୍ରଭାବ ବିସ୍ତାର !ଜିଲ୍ଲାପାଳଙ୍କୁ ପ୍ରଭାବିତ କରି ସିଡ଼ିଏମଓ କାର୍ଯ୍ୟାଳୟ ଦ...
04/06/2026

ଯାଜପୁର ଜିଲ୍ଲାରେ ଆଉ ଏକ ସିଲିକନ୍ ନାମକ ସଂସ୍ଥାର ପ୍ରଶାସନ ଉପରେ ପ୍ରଭାବ ବିସ୍ତାର !
ଜିଲ୍ଲାପାଳଙ୍କୁ ପ୍ରଭାବିତ କରି ସିଡ଼ିଏମଓ କାର୍ଯ୍ୟାଳୟ ଦ୍ୱାରା ପ୍ରିଣ୍ଟିଂ ସାମଗ୍ରୀ କିଣିବା ପାଇଁ ଆହୁତ ଟେଣ୍ଡରକୁ ଏଥର ବି ବାତିଲ ନିମନ୍ତେ ଅପଚେଷ୍ଟା ଚଳାଇଛି ନିର୍ଦ୍ଧିଷ୍ଟ ଏକ ଅଯୋଗ୍ୟ ସଂସ୍ଥା !
ପୋଲିସ ସବଇନ୍ସପେକ୍ଟର ପରୀକ୍ଷାକୁ ପ୍ରଭାବିତ କରିଥିବା ସିଲିକନ୍ ନାମକ ଏକ ସଂସ୍ଥା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା ଯାଜପୁର ଜିଲ୍ଲାରେ ଆଉ ଏକ ସିଲିକନ୍ ନାମକ ସଂସ୍ଥା କିଭଳି ଜିଲ୍ଲା ପ୍ରଶାସନ ଉପରେ ପ୍ରଭାବ ବିସ୍ତାର କରି ଆସିଛି ତାହା ଏବେ ଚର୍ଚ୍ଚାକୁ ଆସିଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ନିମନ୍ତେ ଷ୍ଟେସନାରୀ ଓ ପ୍ରିଣ୍ଟିଂ ସାମଗ୍ରୀ ଯୋଗାଣ ପାଇଁ ଯୋଗ୍ୟ ଏଜେନ୍ସି ଚୟନ କରିବାକୁ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ବିଡ଼ ସଂଖ୍ୟା ୧୭୨୦ ମାଧ୍ୟମରେ ଏକ ଟେଣ୍ଡର ଆହ୍ୱାନ କରିଥିଲେ । ଏଥିରେ ମୋଟ ୫ ଗୋଟି ସଂସ୍ଥା ଟେଣ୍ଡର ପକାଇଥିବା ବେଳେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ତନ୍ମଧ୍ୟରୁ ୩ ଗୋଟି ସଂସ୍ଥାର ବୈଷୟିକ ବିଡ଼ର କାଗଜପତ୍ର ଯାଞ୍ଚ ପରେ ଆବଶ୍ୟକ ଯୋଗ୍ୟତା ନ ଥିବା ଦର୍ଶାଇ ସେମାନଙ୍କର ଦରଖାସ୍ତକୁ ଖାରଜ କରି ବୈଷୟିକ ଯୋଗ୍ୟତା ରଖୁଥିବା ବାକି ୨ ଗୋଟି ସଂସ୍ଥାର ଆର୍ଥିକ ବିଡ଼ର କାଗଜପତ୍ର ଚଳିତ ମାସ ୨୪ ତାରିଖ ଦିନ ଯାଞ୍ଚ ପାଇଁ କ୍ରୟ କମିଟି ପକ୍ଷରୁ ଉକ୍ତ ଦୁଇ ସଂସ୍ଥାକୁ ଚିଠି କରାଯାଇ ଯାଞ୍ଚ କାର୍ଯ୍ୟକୁ ହଠାତ ପୁଣି ସ୍ଥଗିତ କରି ଦିଆଯାଇଥିଲା । ଏହାପରେ ପୁଣି ଆସନ୍ତା ୨୭ ତାରିଖରେ ଯାଞ୍ଚ କାର୍ଯ୍ୟ ପାଇଁ କ୍ରୟ କମିଟି ଦିନ ଧାର୍ଯ୍ୟ କରିଛି । ତେବେ ଏସବୁ ହେବା ପଛରେ ସିଲିକନ୍ ଇନଫୋକେୟାର ଲିମିଟେଡ଼ ନାମକ ସଂସ୍ଥାର ନିର୍ଦ୍ଦେଶକଙ୍କ ହାତ ଥିବା ନେଇ କ୍ରୟ କମିଟିର ସଦସ୍ୟ ଥିବା ଜନୈକ ବରିଷ୍ଠ ଅଧିକାରୀ ନିଜ ନାମ ପ୍ରକାଶ ନ କରିବାର ସର୍ତ୍ତ ରଖି ସୂଚନା ଦେଇଛନ୍ତି । ଏହି ଅଧିକାରୀଙ୍କ ସୂଚନା ଅନୁସାରେ ସିଲିକନ୍ ଇନଫୋକେୟାର ମଧ୍ୟ ଏହି ଟେଣ୍ଡରରେ ଏକ ବିଡ଼ର ଥିଲା, ମାତ୍ର ବୈଷୟିକ ବିଡ଼ରେ ଆବଶ୍ୟକ କାଗଜପତ୍ର ନ ଥିବା କାରଣରୁ କ୍ରୟ କମିଟି ତାର ବିଡ଼କୁ ଖାରଜ କରିଦେବା ପରେ ଏଥିରେ ଉତକ୍ଷିପ୍ତ ହୋଇ 'ମୁଁ ଜିଲ୍ଲାପାଳଙ୍କୁ କହି ଏହି ଟେଣ୍ଡରକୁ ରଦ୍ଦ କରିଦେବି' ବୋଲି ଉକ୍ତ ସଂସ୍ଥାର ନିର୍ଦ୍ଦେଶକ କମିଟିର ସଦସ୍ୟ ମାନଙ୍କୁ ଧମକ ଦେଇଥିଲେ । ତାଙ୍କ ଧମକ ଅନୁସାରେ ଜିଲ୍ଲପାଳ ବି ମଧ୍ୟ କମିଟିର ସଦସ୍ୟମାନଙ୍କୁ କୁଆଡେ ଫୋନ କରି ଉକ୍ତ ସଂସ୍ଥାକୁ କୌଣସି ମତେ ଟେଣ୍ଡର ପ୍ରକ୍ରିୟାରେ ସାମିଲ କରିବାକୁ ତା' ସପକ୍ଷରେ ଯୁକ୍ତି ରଖିଥିଲେ । ପ୍ରକାଶ ଥାଉକି ବିଗତ ୨୦୨୫ ମସିହା ଏପ୍ରିଲ ୨୫ ତାରିଖରେ ଷ୍ଟେସନାରୀ ଓ ପ୍ରିଣ୍ଟିଂ ସାମଗ୍ରୀ ଯୋଗାଣ ପାଇଁ ଯୋଗ୍ୟ ଏଜେନ୍ସି ଚୟନ କରିବାକୁ ସମାନ ଭାବେ ଏକ ଟେଣ୍ଡର (ବିଡ଼ ସଂଖ୍ୟା ୧୩୧୫) ଆହ୍ୱାନ କରିଥିଲେ । ଯେଉଁଥିରେ ବିଡ଼ିଂ ନିମନ୍ତେ ନିଜର ଯୋଗ୍ୟତା କମ ଥିବାରୁ ଏହି ସିଲିକନ ସଂସ୍ଥାର ନିର୍ଦ୍ଦେଶକ ତତ୍କାଳୀନ ଜିଲ୍ଲାପାଳଙ୍କୁ ପ୍ରଭାବିତ କରି ଉକ୍ତ ସଂସ୍ଥାକୁ ସୁହାଇଲା ଭଳି ବିଡ଼ିଂ ନିୟମାବଳୀକୁ ଆଉ ଟିକେ ସରଳୀକରଣ କରାଯାଇ ୨୦୨୫ ମସିହା ମେ ୨୫ ତାରିଖରେ ପୁନଶ୍ଚ ଏହି ଟେଣ୍ଡରର ଏକ ସଂଶୋଧିତ ଵିଜ୍ଞାପନ ଜାରି କରାଯାଇଥିଲା । ତଥାପି ଏହି ସଂସ୍ଥା ଯେତେବେଳେ ଉକ୍ତ ଟେଣ୍ଡରକୁ ହାତେଇବାରେ ବିଫଳ ହେଲା ସେତେବେଳେ କୌଣସି ସଂସ୍ଥା ଚୟନ ହୋଇ ପାରି ନ ଥିଲା ଏବଂ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୂର୍ବବର୍ଷ ଟେଣ୍ଡର ପାଇଥିବା ସଂସ୍ଥାର ଯୋଗାଣ ଅବଧିକୁ ପୁଣି ସାମଗ୍ରୀ ଯୋଗାଇବା ପାଇଁ ବୃଦ୍ଧି କରି ଦିଆଯାଇଥିଲା । କେବଳ ସେତିକି ନୁହେଁ ଉକ୍ତ ସିଲିକନ ସଂସ୍ଥା ନାମରେ ଅଭିଯୋଗର ଲମ୍ବା ତାଲିକା ଏବେ ସାମ୍ନାକୁ ଆସିଛି । ପୂର୍ବ ସରକାର ଅମଳରେ ସର୍ବଶିକ୍ଷା ଅଧୀନରେ ଜିଲ୍ଲାର ବିଭିନ୍ନ ୫-ଟି ସ୍କୁଲକୁ କମ୍ପ୍ୟୁଟର ଯୋଗାଇବାକୁ ଉକ୍ତ ସଂସ୍ଥା ପାଇଁ ତତ୍କାଳୀନ ଜିଲ୍ଲା ପ୍ରଶାସନ କୋହଳ ନୀତି ଆପଣେଇ ଏହି ସଂସ୍ଥାକୁ ୫କୋଟିରୁ ଉର୍ଦ୍ଧ ଟଙ୍କାର ଟେଣ୍ଡର ପ୍ରଦାନ କରିବା ନେଇ ଉକ୍ତ ସଂସ୍ଥା ଓ ଯାଜପୁର ଜିଲ୍ଲାପାଳ ପକ୍ଷଭୁକ୍ତ ଥିବା ଏକ ମାମଲା ଏବେ ବି ଲୋକାୟୁକ୍ତରେ ବିଚାରାଧୀନ ରହିଛି । ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଭାବିତ କରି ଏହି ସଂସ୍ଥା ହିଁ ଷ୍ଟେସନାରୀ କିଣା, ଭିଡ଼ିଓଗ୍ରାଫି, ପରିଚୟ ପତ୍ର ପ୍ରସ୍ତୁତି, ଖାଦ୍ୟ ଯୋଗାଣ, ବୈଦ୍ୟୁତିକ ମରାମତି ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କିଣା ଏବଂ ଶ୍ରମିକଙ୍କ ମଜୁରୀ ବାବଦରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ ସେତେବେଳେ ଅଭିଯୋଗ ଆସିଥିଲେ ମଧ୍ୟ ତତ୍କାଳୀନ ପ୍ରଶାସନିକ ଅଧିକାରୀ ମାନେ ଉଦ୍ୟମ କରି ତାହାକୁ ଚପାଇ ଦେଇଥିଲେ ।ସେଇଭଳି କୌଣସି ଟେଣ୍ଡର ଵିଜ୍ଞାପନ ବିନା ଏବେ ଜିଲ୍ଲାପାଳ ଚଢ଼ୁଥିବା ଦାମୀ ଇନୋଭା ହାଇକ୍ରସ୍ ଗାଡ଼ିଟିକୁ କୁଆଡ଼େ ଏହି ସିଲିକନ୍ ସଂସ୍ଥାର ନିର୍ଦ୍ଦେଶକ ଡ଼ିଏମଏଫ ପାଣ୍ଠି ମାଧ୍ୟମରେ ଯୋଗାଇ ଦେଇଥିବା ଶୁଣିବାକୁ ମିଳୁଛି ଯାହା ବି ତଦନ୍ତ ସାପେକ୍ଷ । ଅନ୍ୟପଟେ ଆବଶ୍ୟକସ୍ଥଳେ ଯାଜପୁର ବିଧାୟିକାଙ୍କ ଦ୍ୱାରା ପ୍ରଶାସନିକ ଅଧିକାରୀଙ୍କୁ ପ୍ରଭାବିତ କରାଇବା ଲକ୍ଷ୍ୟରେ ତାଙ୍କ ନାମରେ ଥିବା ଏକ ସ୍କର୍ପିଓ ଗାଡ଼ିକୁ ବି ସେ କୁଆଡ଼େ ବିଧାୟିକାଙ୍କୁ ପ୍ରଦାନ କରିଥିବା ଯାଜପୁର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ଏକ ସଂସ୍ଥାର ବିଗତ ଦିନର ସମସ୍ତ କାର୍ଯ୍ୟ ଏବଂ ଆର୍ଥିକ କାରବାର ଉପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ହୋଇଛି ।
Mohan Charan Majhi CMO Odisha Prabhati Parida Sangram Keshari Patra Suresh Pujari Manmohan Samal Rabi Behera Rabindra Narayan Behera

04/06/2026

ସତ୍ୟ ନାରାୟଣ ସାହୁ ଯାଜପୁର ଜିଲ୍ଲାର କଣ ଜଣେ ଏତେ ପାରଙ୍ଗମ ସହକାରୀ ଯନ୍ତ୍ରୀ କି🙄
ଶିକ୍ଷାଗତ ଯୋଗ୍ୟତା ତାଙ୍କର ଡିପ୍ଲୋମା ଏବଂ ସମଗ୍ର ଶିକ୍ଷା ଅଭିଯାନର ଯାଜପୁର ଜିଲ୍ଲା ପ୍ରକଳ୍ପ ସଂଯୋଜଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ପ୍ରଯୁକ୍ତିକ (ଟେକ୍ନିସିଆନ୍) ଭାବେ ଦୀର୍ଘ ପ୍ରାୟ ୧୦ବର୍ଷ ଧରି କାର୍ଯ୍ୟରତ ଅଛନ୍ତି ! ଏଥିସହିତ ତାଙ୍କୁ କୁଆଡ଼େ ଡେପୁଟେସନ୍ ଭିତ୍ତିରେ ଯାଜପୁର ଜିଲ୍ଲା ପରିଷଦର ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ଅତିରିକ୍ତ ଭାବେ ଯାଜପୁର ମ୍ୟୁନିସିପାଲିଟି, ରସୁଲପୁର ଓ ବରୀ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ମଧ୍ୟ District Administration, Jajpur ପକ୍ଷରୁ କାର୍ଯ୍ୟ କରିବାକୁ ଆଦେଶ ଦିଆଯିବା ପଛର ରହସ୍ୟ ତେବେ କଣ ? ସେ ଅତି ପାରଙ୍ଗମ ନା ଜଣେ କରିତକର୍ମା ଯୋଗାଡ଼ିଆ ସେ ସମ୍ପର୍କରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଦୟାକରି ଉତ୍ତର ଦେବେ କି ? ୨୦୨୩ ମସିହାରେ ଜିଲ୍ଲାର ସମସ୍ତ ୫-ଟି ବିଦ୍ୟାଳୟ ପାଇଁ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ କମ୍ପ୍ୟୁଟର୍ କିଣା ଘୋଟାଲାରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ନେଇ ସେତେବେଳେ ଅଭିଯୋଗ ବି ଆସିଥିଲା ! ଏବେକାର ଜିଲ୍ଲାପାଳଙ୍କର ସେ କୁଆଡ଼େ ଜଣେ ଅତି ବିଶ୍ୱସ୍ତ ସାଜିଛନ୍ତି, ତାଙ୍କ ମାଧ୍ୟମରେ ବି କୁଆଡ଼େ ବିଭିନ୍ନ ସାମଗ୍ରୀ ଯୋଗାଣର ଏଜେନ୍ସି ଚୟନ କରାଯାଉଥିବା ନେଇ ଅଭିଯୋଗ ଆସୁଛି ! ସେ ଯାହାବି ହେଉ ନା କାହିଁକି ସେ ଗୋଟିଏ ସ୍ଥାନରେ ୩ବର୍ଷରୁ ଉର୍ଦ୍ଧ୍ୱ ସମୟ ଓ ଗୋଟିଏ ଜିଲ୍ଲାରେ ନିରବଛିନ୍ନ ଭାବେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କ ପ୍ରତି ସରକାରଙ୍କ ବଦଳି ନିୟମ ଲାଗୁ ନ ହେବା ଏବଂ ପୁଣି ତାଙ୍କୁ ଏକାଧିକ ପଦରେ କାର୍ଯ୍ୟ କରିବାକୁ ନିଯୁକ୍ତି କରାଯିବା ଘଟଣା ତ ସ୍ୱାଭାବିକ ଭାବେ ତାଙ୍କ ଉପରକୁ ଅଙ୍ଗୁଳି ଉଠୁଛି ! ତାଙ୍କ ପ୍ରତି ଜିଲ୍ଲା ପ୍ରଶାସନର କାହିଁକି ଏତେ ଅନୁକମ୍ପା ପ୍ରକାଶ ପାଇଛି ତାହା ସମେତ ସେ ଡେପୁଟେସନ୍ ଭିତ୍ତିରେ କାର୍ଯ୍ୟ କରୁଥିବା ପଦରେ ରହି ଯେଉଁ ସବୁ କାର୍ଯ୍ୟର ଇତିମଧ୍ୟରେ ବିଲ୍ ପାସ୍ କରାଇଛନ୍ତି ସେସବୁ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମାନ୍ୟବର Governor Odisha ଏବଂ CMO Odisha ଶ୍ରୀ Mohan Charan Majhi iଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ Nityananda Gond, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ Rabinarayana Naik, Housing & Urban Development Department, Govt. of Odisha ମନ୍ତ୍ରୀ DrKrushna Chandra Mahapatraଙ୍କୁ ଅନୁରୋଧ କରୁଛି !
Odisha Vigilance

 #ଖୋଦ_ରକ୍ଷକ_ଏଠି_ଭକ୍ଷକ_ନାଁ_କୁ_ମାତ୍ର_ତଦନ୍ତ
04/06/2026

#ଖୋଦ_ରକ୍ଷକ_ଏଠି_ଭକ୍ଷକ_ନାଁ_କୁ_ମାତ୍ର_ତଦନ୍ତ

04/06/2026

କୌଣସି ଆର୍ଥିକ ସାହାଯ୍ୟ ଆବଶ୍ୟକ ନାହିଁ, କେବଳ ଥଇଥାନ ର ବ୍ୟବସ୍ତା 093371 25677

ନାରୀ ସଶକ୍ତି କରଣ
04/06/2026

ନାରୀ ସଶକ୍ତି କରଣ

04/06/2026

#ଚାରି_ଜୁନ_ବିଜେଡି O
ଆଜିର ଦିନରେ ଦୀର୍ଘ ସଂଘର୍ଷ ପରେ ଓଡିଶା ବାସୀ ଭାଜପା କୁ ସୁଯୋଗ ଦେଇଥିଲେ, ଆଜି ଏହାର ଦୁଇ ବର୍ଷ ପୂର୍ତ୍ତି ଅବସରରେ
ସମସ୍ତ ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତା ଓ ନେତୃ ମଣ୍ଡଳୀ ଓ ଓଡିଶା ବାସୀ ଙ୍କୁ ଅନେକ ଅନେକ ଧନ୍ୟବାଦ 🙏🏿

ବିନା କୌଣସି ଡର ଲୋଭ ଭୟ କୁ ଖାତିର ନ କରି ସବୁବେଳେ ସମାଜ ହିତ ପାଇଁ ମୋର ସ୍ୱର ମୁଁ ଶାଣିତ କରି ଆସିଛି, ଆଜି ଏହାର ସାତ ବର୍ଷ ପୂର୍ତ୍ତି ଅବସରର...
04/06/2026

ବିନା କୌଣସି ଡର ଲୋଭ ଭୟ କୁ ଖାତିର ନ କରି ସବୁବେଳେ ସମାଜ ହିତ ପାଇଁ ମୋର ସ୍ୱର ମୁଁ ଶାଣିତ କରି ଆସିଛି, ଆଜି ଏହାର ସାତ ବର୍ଷ ପୂର୍ତ୍ତି ଅବସରରେ ଆପଣ ମାନଙ୍କୁ ଧନ୍ୟବାଦ ଦେଉଛି ଆପଣଙ୍କ ସହଯୋଗ ପାଇଁ 🙏🏿

ଯାଜପୁର ରେ ଚାଲିଛି କଣ??
03/06/2026

ଯାଜପୁର ରେ ଚାଲିଛି କଣ??

ଯଦି ଆପଣ ବ୍ୟବହାର କରୁଥିବା ଇନୋଭା ହାଇକ୍ରସ୍ ଗାଡ଼ିଟି ଏକ ବ୍ୟକ୍ତିଗତ କମ୍ପାନୀ ନାମରେ ପଞ୍ଜିକୃତ, ତେବେ କେଉଁ ନିୟମ ଅନୁଯାୟୀ ଏହାକୁ ସରକାରୀ ...
03/06/2026

ଯଦି ଆପଣ ବ୍ୟବହାର କରୁଥିବା ଇନୋଭା ହାଇକ୍ରସ୍ ଗାଡ଼ିଟି ଏକ ବ୍ୟକ୍ତିଗତ କମ୍ପାନୀ ନାମରେ ପଞ୍ଜିକୃତ, ତେବେ କେଉଁ ନିୟମ ଅନୁଯାୟୀ ଏହାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉଛି?

ଗାଡ଼ିଟି ସରକାରୀ ଭଡ଼ା ପ୍ରକ୍ରିୟା ମାଧ୍ୟମରେ ନିଆଯାଇଛି କି? ଯଦି ହଁ, ତାହାର ସମସ୍ତ ଦଲିଲ ଜନସାଧାରଣଙ୍କ ସମ୍ମୁଖରେ ରଖାଯିବ କି?

ସରକାରଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳଙ୍କ ଗାଡ଼ି ପାଇଁ ନିର୍ଦ୍ଧାରିତ ସୀମାକୁ ଏହା ଅତିକ୍ରମ କରୁନାହିଁ କି?

ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ପ୍ରଶ୍ନ ଉଠୁଛି, ସେତେବେଳେ ନିରବତା କାହିଁକି? ଲୋକଙ୍କ ସରକାର କୁ କଣ ପାଇଁ ବଦନାମ କରୁଛନ୍ତି ଏ ବ୍ୟକ୍ତି ଜଣଙ୍କ??

ପ୍ରଶ୍ନ ଆମର, ଉତ୍ତର ଆପଣଙ୍କର। ଜନତା କେବଳ ସତ୍ୟ ଜାଣିବାକୁ ଚାହୁଁଛନ୍ତି।

District-Admin Jajpur

03/06/2026

ଯାଜପୁର ବିଜେପି ସଭାନେତ୍ରୀ ଙ୍କୁ କହି ରଖିବାକୁ ଚାହେଁ ଯୋଉ ମାନଙ୍କ ଶହ ମଞ୍ଚ ସେଆର କରୁଛନ୍ତି, ବିଗତ ଦିନରେ ଆପଣ ଙ୍କୁ ବିରୋଧ କରିଥିଲେ ସଭାପତି ହେବା ପାଇଁ, କିଛି ଯୁବ ନେତାଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆପଣ ଏ ଗାଦିରେ ଅଛନ୍ତି

Address

Jajpur

Alerts

Be the first to know and let us send you an email when Hrushikesh Parida posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Hrushikesh Parida:

Share