Aam Aadmi Party Dhenkanal

Aam Aadmi Party Dhenkanal This is the official page of Aam Aadmi Party Dhenkanal

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ  ଆମ୍ ଆଦମୀ ପାର୍ଟିର ବି...
19/12/2024

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ, ଜିଲ୍ଲା ସଙ୍ଗଠନ ଇସ୍ତଫା ଦାବୀ କଲା, ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ।

ଢେଙ୍କାନାଳ : ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଢେଙ୍କାନାଳ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ l ଏହି ପରିପ୍ରେକ୍ଷୀରେ ଜୟ ଭୀମ ସଂଗଠନର ଅଧ୍ୟକ୍ଷ କୈଳାଶ ବେହେରା ଏବଂ ଆପ୍ ଓଡ଼ିଶା ରାଜ୍ୟ ସଂଗଠନ ସମ୍ପାଦକ ଭରତ ଦାସ ଯୋଗଦେଇ କଟୁ ମନ୍ତବ୍ୟ ଯୋଗୁଁ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ସଂସଦର ପବିତ୍ର ମନ୍ଦିର ପରିସରରେ ଭାରତବର୍ଷର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କର ଅଶାଳୀନ ଓ ଅପମାନ ଜନକ ଟିପ୍ପଣୀ କୋଟି କୋଟି ଭାରତୀୟଙ୍କ ଭାବାବେଗକୁ କୁଠାରାଘାତ କରିଛି। ସଂସଦର ଶୀତକାଳୀନ ସତ୍ର ଚାଲିଥିବା ସମୟରେ ସଂସଦୀୟ ମର୍ଯ୍ୟାଦା ଓ ଶୃଙ୍ଖଳା ଆବଦ୍ଧରେ ରହି ବିରୋଧୀ ଦଳର ଅନେକ ସାଂସଦ କେନ୍ଦ୍ରସରକାରଙ୍କର ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପର ଦୃଢ଼ ପ୍ରତିବାଦ କରିବା ଅବସରରେ ବାବା ସାହେବ୍ ଭୀମରାଓ ଆମ୍ବଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ କରିବାର ଦେଖାଯାଇଥିଲା। ଦୁର୍ଭାଗ୍ୟବଶତଃ କେନ୍ଦ୍ରସରକାର ବିରୋଧୀ ଦଳର ସାଂସଦ ମାନଙ୍କର ଅଭିବ୍ୟକ୍ତିକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଖୋଦ୍ ସରକାରଙ୍କ ପ୍ରତିନିଧି ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ବାବାସାହେବଙ୍କ ନାମକୁ ଅତି ତାତ୍ସଲ୍ୟ ପୂର୍ଣ୍ଣ ଭଙ୍ଗୀରେ ଅପମାନିତ କରି ବିରୋଧୀଙ୍କୁ "ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ ନ କରି ଈଶ୍ୱରଙ୍କ ନାମ ଉଚ୍ଚାରଣ କଲେ ସାତ ଜନ୍ମ ପାଇଁ ସ୍ୱର୍ଗପ୍ରାପ୍ତି ହେବ" କହି ଲଜ୍ଜ୍ୟାଜନକ ପରାମର୍ଶ ଦେବାର ପରିଦୃଶ୍ୟ ହୋଇଥିଲା। ଗୃହମନ୍ତ୍ରୀଙ୍କର ଏଭଳି ଅସୌଜନ୍ୟ ଟିପ୍ପଣୀ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ସରକାରଙ୍କର ସମ୍ବିଧାନ ବିରୋଧୀ ମାନସିକତାକୁ କେବଳ ଉଜାଗର କରିନି ବରଂ ବିଗତ ଦିନରେ ଦେଶବାସୀଙ୍କ ମନରେ ଉଙ୍କି ମାରିଥିବା କେନ୍ଦ୍ରସରକାରଙ୍କ ସମ୍ବିଧାନ ପରିବର୍ତ୍ତନ କରିବାର କ୍ରୁର ପ୍ରୟାସର ଆଶଙ୍କାକୁ ସ୍ପଷ୍ଟ କରିଛି। ସଂସଦ ଭିତରେ ଓ ସଂସଦ ବାହାରେ ଗଣତନ୍ତ୍ରର ବାରମ୍ବାର କଣ୍ଠରୋଦ୍ଧନ କରୁଥିବା କେନ୍ଦ୍ରସରକାରଙ୍କ ଗୃହ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ନେତୃତ୍ୱ ନେଉଥିବା ଶ୍ରୀ ଶାହା ଙ୍କର ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଶବାସୀଙ୍କୁ କଠୋର ଆଘାତ କରିଛି। ଏଭଳି ଏକ ଦୁର୍ବିସହ ଘଟଣାକ୍ରମରେ ବାବା ସାହେବଙ୍କ ପ୍ରଣୀତ ସମ୍ବିଧାନ ମାଧ୍ୟମରେ ଅଧିକାର ଓ ସମ୍ମାନର ହକଦାର ହୋଇଥିବା ସମାଜର ଅନ୍ତିମ ସୋପାନର ବ୍ୟକ୍ତିଙ୍କୁ ବିଶେଷକରି ଗଭୀର ମାନସିକ ଦୁଃସ୍ଥିତି ମଧ୍ୟକୁ ଠେଲି ଦେଇଛି। ବାବା ସାହେବଙ୍କ ପ୍ରଣୀତ ଭାରତୀୟ ସମ୍ବିଧାନର ଅନୁକରଣରେ ନିର୍ବାଚନ ବିଧି ବ୍ୟବସ୍ଥାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ ବାରମ୍ବାର ସମ୍ବିଧାନ ବିରୋଧୀ ଚିନ୍ତାଧାରାକୁ ଶାଣିତ କରିବାର କ୍ରୂର ଉଦ୍ୟମ ଜାରି ରଖିଛି ଯାହା ଭାରତୀୟ ସମ୍ବିଧାନ ଓ ଏହା ପ୍ରଦତ୍ତ ଦେଶବାସୀଙ୍କର ମୌଳିକ ଅଧିକାରର ଅକ୍ଷୁର୍ଣ୍ଣତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭକରି ରାଷ୍ଟ୍ର ନିର୍ମାତାଙ୍କ ପର୍ଯ୍ୟନ୍ତ ସମଗ୍ର ରାଷ୍ଟ୍ରବାସୀ ସଂପ୍ରତି ଏକ ସଙ୍କଟପୂର୍ଣ୍ଣ ଓ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥିଲା ବେଳେ କୋଟି କୋଟି ଭାରତୀୟଙ୍କ ଚଳନ୍ତି ଈଶ୍ୱରଙ୍କୁ ଗୃହମନ୍ତ୍ରୀଙ୍କର ଅପମାନ ସୂଚକ ଚରମ ଔଦ୍ଧତ୍ୟାମିକୁ କଦାପି ବରଦାସ୍ତ କରିବେ ନାହିଁ ଆପ୍ କହିଛି l ଆମ୍ ଆଦମୀ ପାର୍ଟି ଦାବି କରୁଛି ଗୃହମନ୍ତ୍ରୀ ଶ୍ରୀ ଶାହା ଦେଶବାସୀଙ୍କ ସମ୍ମାନରେ ମଥାନତ ହୋଇ କ୍ଷମା ପ୍ରାର୍ଥନା କରିବାସହ ଅବିଳମ୍ବେ ଇସ୍ତଫା ପ୍ରଦାନ କରନ୍ତୁ। ଯଦି ଅମିତ ଶାହା ତୁରନ୍ତ ନିଜ କୁକର୍ମର ପ୍ରାୟଶ୍ଚିତ ନ କରନ୍ତି ତେବେ ଆଗାମୀ ଦିନରେ ବାବା ସାହେବଙ୍କ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯିବା ସହ ଆନ୍ଦୋଳନର ଚେତାବନୀ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ନାରୀ ନେତ୍ରୀ ରୁନୁବାଳା ଚିନାରା, ମୁନିସିପାଲିଟି ସଭାପତି ଦେବାଶିଷ ନନ୍ଦ, ରଚିତା ନାଏକ, ଇଂ ପିତାମ୍ବର ଦାସ, ସୋସିଆଲ ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ସନ୍ତୋଷ ନାଏକ, ପ୍ରସନ୍ନ ବରାଳ, ଜୟନ୍ତ ଦାସ, ଉପେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ବାବା ସାହେବଙ୍କୁ ଅପମାନ ସୂଚକ ମନ୍ତବ୍ୟକୁ ପ୍ରତିବାଦ କରିଥିଲେ l

14/12/2024

ବଙ୍ଗଳାଦେଶୀ ରୋହିଙ୍ଗ୍ଯା ଅନୁପ୍ରବେଶକାରୀ କାହାର ଦାୟିତ୍ଵ? ଏଥିପାଇଁ ଦାୟୀ କିଏ? ରାଜ୍ୟ ସରକାର ନା କେନ୍ଦ୍ର ସରକାର?
ଅରବିନ୍ଦ କେଜରିୱାଲ
ଆବାହକ
ଆମ୍ ଆଦମୀ ପାର୍ଟି

ଟାଟା ପାଓ୍ବାରର ଅତ୍ୟାଚାର ବିରୋଧରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଗାଁ ଗାଁରେ ପ୍ରତିବାଦ ସଭା ଓ ବିକ୍ଷୋଭ lଢେ଼ଙ୍କାନାଳ : ବିଜୁଳି ଯୋଗାଣ କମ୍ପାନ...
03/12/2024

ଟାଟା ପାଓ୍ବାରର ଅତ୍ୟାଚାର ବିରୋଧରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଗାଁ ଗାଁରେ ପ୍ରତିବାଦ ସଭା ଓ ବିକ୍ଷୋଭ l

ଢେ଼ଙ୍କାନାଳ : ବିଜୁଳି ଯୋଗାଣ କମ୍ପାନୀ ଟାଟା ପାୱାରର ଶୋଷଣ ଧୀରେ ଧୀରେ ବଢ଼ି ଚାଲିଛି l ପୂର୍ବରୁ ଜମା ଥିବା ଉପଭୋକ୍ତା ମାନଙ୍କର ସିକ୍ୟୁରିଟି ରାଶି ବର୍ଦ୍ଧିତ କରିବାପାଇଁ ଗତ ଦୁଇ ମାସ ହେଲା ନୋଟିସ ଦେଇ ଆସୁଛି l ଏହି ସିକ୍ୟୁରିଟି ରାଶି ବର୍ଦ୍ଧିତ କରିବାର ଉଦ୍ଦେଶ୍ୟ କଣ l ଏବେ ପୁଣି ସାତ ହଜାର ଟଙ୍କା ବଦଳରେ ସ୍ମାର୍ଟ ମିଟର ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି l ଟାଟା ପାୱାରର ଦୌରାତ୍ମ୍ୟ ଅଧିକ ରୁ ଅଧିକ ବଢ଼ିଚାଲିଛି l ଗତ ଦୁଇ ଦିନ ତଳେ ସଦର ବ୍ଲକ ତାଳବରକୋଟ ପଞ୍ଚାୟତ ଅନ୍ତର୍ଗତ ସିଆରିଆ ଖୁଣ୍ଟକଟା ସାହିରେ ଟାଟା ପାଓ୍ବାରର ଅତ୍ୟାଚାର ସହି ନପାରି ଗୋଟିଏ ପରିବାର ମୁରବୀ ଶୂନ୍ଯ ହୋଇ ପଡ଼ିଛି। ମାତ୍ର କେତୋଟି ଟଙ୍କାର ବିଜୁଳି ବିଲ୍ ଦେଇ ନପାରିବାରୁ ଏହି ଗ୍ରାମର ଗୋକୁଳାନନ୍ଦ ରାଉଳ ନାମକ ବ୍ୟକ୍ତି କମ୍ପାନୀର ଅତ୍ୟାଚାର ସହି ନପାରି ସପତ୍ନୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଗୋକୁଳାନନ୍ଦ ମୃତ୍ୟୁ ବରଣ କରିଥିବା ବେଳେ ପତ୍ନୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବିଜୁଳି ଉତ୍ପାଦନରେ ବଳକା ରାଜ୍ଯ ହୋଇଥିବା ଓଡ଼ିଶା ଲୋକମାନଙ୍କ ଉପରେ କମ୍ପାନୀର ଅତ୍ୟାଚାର ଏକ ନିନ୍ଦନୀୟ ଓ ଦୁଃଖଦ ଘଟଣା। ବଡ଼ ବଡ଼ ଧନୀକ ବ୍ୟକ୍ତି ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବିଜୁଳି ବିଲ୍ ଛାଡ଼ ହେଉଥିବା ବେଳେ ମାତ୍ର କେତୋଟି ଟଙ୍କାର ବିଜୁଳି ବିଲ୍ ଯୋଗୁଁ ଅନେକ ଗରିବ ଲୋକମାନଙ୍କର ବିଜୁଳି ସଂଯୋଗ କାଟି ଦିଆଯାଉଛି l ବିଶେଷ କରି ଦଳିତ ଗରିବ ଲୋକ ଏହାର ଶିକାର ହେଉଛନ୍ତି l ପ୍ରକାଶ ଥାଉକି, ଆମ୍ ଆଦମୀ ପାର୍ଟି ଗତ ୨୬ ନଭେମ୍ବର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏହି ଅତ୍ୟାଚାରକୁ ବନ୍ଦ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲା l ଏହି ପରିପ୍ରେକ୍ଷୀରେ ଆପ୍ ର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବେଲଟିକିରି, ଦେଓଗାଁ, ଗଁଦିଆ, ଷଡ଼ଙ୍ଗୀ, ପୋରୂହଖୋଜ, ପିଙ୍ଗୁଆ, ବିଧାରପୁର ଆଦି ପଞ୍ଚାୟତ ମାନଙ୍କର ଛୋଟ ଛୋଟ ବଜାର ଅଞ୍ଚଳରେ ପଥପ୍ରାନ୍ତ ସଭା କରି ଟାଟା ପାୱାର କରୁଥିବା ଅତ୍ୟାଚାର ଓ ସ୍ମାର୍ଟ ମିଟରକୁ ବିରୋଧ କରିବାପାଇଁ ଲୋକମାନଙ୍କୁ ସଚେତନ କରିଥିଲେ l ସ୍ମାର୍ଟ ମିଟର ଲଗାଇ ନଦେବାକୁ ଡାକବାଜି ଯନ୍ତ୍ର ଓ ପ୍ରଚାର ପତ୍ର ବଣ୍ଟନ କରିଥିଲେ ଏବଂ ବିଜୁଳି ବିଲ୍ ଦେଇନପାରିଥିବା ସିଆରିଆ ଗ୍ରାମର ଆତ୍ମହତ୍ୟା ପରି ଲୋମହର୍ଷଣ କାରୀ ଘଟଣା ନଦୋହରାଇବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ। ବିଜେପି ସରକାରକୁ ଆସିବା ପୂର୍ବରୁ ଯେପରି ୩୦୦ ୟୁନିଟ ବିଜୁଳି ଫ୍ରି ଦେବା କଥା କହିଥିଲା, ଯଦି ଫ୍ରି ବିଜୁଳି ଦେଇଥାନ୍ତା ତେବେ ଏପରି ଘଟଣା ଘଟିନଥାନ୍ତା l ବିଜୁଳି ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଆମ୍ ଆଦମୀ ପାର୍ଟି ସଦା ସର୍ବଦା ଲୋକ ମାନଙ୍କ ସହିତ ଛିଡ଼ା ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ଢେଙ୍କାନାଳ ମୁନିସିପାଲିଟର ପିତାମ୍ବର ସାମାନ୍ତରାୟ, ଦେବାଶିଷ ନନ୍ଦ ଓ ବରିଷ୍ଠ ସଦସ୍ୟ ପ୍ରଶନ୍ନ ବରାଳ, ଭରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

27/11/2024
ସମ୍ବିଧାନ ଦିବସ ଏବଂ ଆପ୍ ର ସ୍ଥାପନା ଦିବସ ପାଳିତ, ସ୍ମାର୍ଟ ମିଟରକୁ ବିରୋଧ କରି ଗର୍ଜିଲା ଆପ୍, ୩୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ନିରବଛିନ୍ନ ଭ...
26/11/2024

ସମ୍ବିଧାନ ଦିବସ ଏବଂ ଆପ୍ ର ସ୍ଥାପନା ଦିବସ ପାଳିତ, ସ୍ମାର୍ଟ ମିଟରକୁ ବିରୋଧ କରି ଗର୍ଜିଲା ଆପ୍, ୩୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ନିରବଛିନ୍ନ ଭାବରେ ଯୋଗାଇବା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଢେଙ୍କାନାଳ : ୨୬/୧୧ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଳର ପୁରୀ ବିଧାୟକ ପ୍ରାର୍ଥୀ ସତ୍ୟଜିତ ମହାନ୍ତି ଯୋଗଦେଇ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପଦାନ ସହିତ ପୂଜାର୍ଚନା କରି ସ୍ମୃତି ଚାରଣ କରିଥିଲେ l ତତସଙ୍ଗେ ବାଜିଚୌକ ଛକ ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏକତ୍ରିତ ହୋଇ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦଳୀୟ କର୍ମୀ ମାନେ ପରସ୍ପରକୁ ଲଡ଼ୁ ଖୁଆଇ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଲଡ଼ୁ ଖୋଇ ସ୍ଥାପନା ଦିବସ ପାଳନ କରିଥିଲେ l ପରେ ଟାଟା ପାୱାରର ପ୍ରସ୍ତାବିତ ସ୍ମାର୍ଟ ମିଟର ଓ ବିଜୁଳି ଶୋଷଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବାଜିଚୌକ ଛକ ଠାରୁ ଏକ ପଟୁଆରରେ ବାହାରି ମୁଖ୍ୟ ବଜାରର ରାସ୍ତା ଦୁଇ ପାଖ ଲିଫଲେଟ ବଣ୍ଟନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ସେଠାରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ଜିତେନ୍ଦ୍ର ବେହେରା, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ପରଜଙ୍ଗ ବ୍ଲକ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ସରୋଜ ଧଳ, କାମାକ୍ଷାନଗର ବ୍ଲକର ସୁବୋଧ ବେହେରା ଓ କାର୍ତ୍ତିକ ସାମଲ, କଙ୍କଡ଼ାହାଡ଼ର ଅରୁଣ ଦାସ, ଭୁବନ ବ୍ଲକର ଗୌରାଙ୍ଗ ସାମଲ, ସଦର ବ୍ଲକର ଅନିଲ ସାମଲ ଓ ରାଜକୁମାର ପ୍ରଧାନ, ପୌରାଞ୍ଚଳର ଦେବାଶିଷ ନନ୍ଦ, ହିନ୍ଦୋଳ ବ୍ଲକର ରୁନୁବାଳା ଚିନାରା ଓ ଦୀନବନ୍ଧୁ ସାହୁ, ଓଡାପଡ଼ା ବ୍ଲକର ସନାତନ ନାଏକଙ୍କ ପରିଚାଳନାରେ ଦଳୀୟ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରି ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ଗର୍ଜନ କରିଥିଲେ l ଗତ ନିର୍ବାଚନ ସମୟରେ ଖୋଲା ମଞ୍ଚରେ ୩୦୦ ୟୁନିଟ ବିଜୁଳି ଦେୟମୁକ୍ତ ଯୋଗାଇ ଦେବା ପ୍ରତିଶୃତି ଦେଇ ବର୍ତ୍ତମାନ ଏଥିରୁ ଓହରି ଯାଇଛି ରାଜ୍ୟ ବିଜେପି ସରକାର। ବିଜୁଳି ମାଗଣା ଦେବା ଦୂର କଥା ଏବେ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ନାଁ ରେ ଅତିରିକ୍ତ ସାତ ହଜାର ଟଙ୍କା ବୋଝ ଲଦି ଦେବାକୁ ମସୁଧା ଚଳାଇଛି। ପୂର୍ବରୁ ମିଟର ବାବଦକୁ ବିଦ୍ୟୁତ କମ୍ପାନୀ ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ସିକୁରିଟି ଟଙ୍କା ନେଇ ସାରିଥିବା ବେଳେ ପୁଣି ନୂଆ ସ୍ମାର୍ଟ ମିଟର ପାଇଁ ଆଉ ଥରେ ୭,୦୦୦ ଟଙ୍କା ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ ନୁହେଁ କି? ପରିବର୍ତ୍ତନ ନାଁ ରେ ଓଡ଼ିଶାବାସୀଙ୍କ ସହ ଏକ ଛଳନା କରାଯାଉଛି। ଓଡ଼ିଶା ବିଜୁଳି ଉତ୍ପାଦନରେ ବଳକା ରାଜ୍ଯ ହୋଇଥିବା ବେଳେ ବଳକା ବିଜୁଳି ଅନ୍ଯ ରାଜ୍ୟକୁ ବିକ୍ରି କରୁଛି l ଅଥଚ ଓଡ଼ିଶାର ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ୍ ମାନ ଓ ସେବା ଶକ୍ତି ବିଭାଗ ଯୋଗାଇ ପାରୁନାହିଁ। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଓଡ଼ିଶାରୁ ବିଜୁଳି କିଣି ଦିଲ୍ଲୀ ବାସୀଙ୍କୁ ଯଦି ମାଗଣା ବିଜୁଳି ଯୋଗାଇ ପାରୁଛି, ଓଡ଼ିଶାରେ କାହିଁକି ତାହା ସମ୍ଭବ ନୁହେଁ? ପୂର୍ବରୁ ବିଜେଡି ସରକାର ଓଡ଼ିଶାର ବିଜୁଳି ବିଭାଗକୁ ୨୫ ବର୍ଷ ପାଇଁ ଟାଟା କମ୍ପାନୀକୁ ବିକ୍ରି କରିଦେଇଥିବା ବେଳେ ବର୍ତ୍ତମାନ ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛି l ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ଦାବି କରିଛି ୩୦୦ ୟୁନିଟ ଦେୟମୁକ୍ତ ବିଜୁଳି ଓଡ଼ିଶାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉ, ଟାଟା ପାୱାରର ପ୍ରସ୍ତାବିତ ସାତ ହଜାର ଟଙ୍କା ନେଇ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ, ୨୪×୭ ନିରବଛିନ୍ନ ବିଜୁଳି ଯୋଗାଯାଉ, ଲୋ- ଭୋଲ୍ଟେଜକୁ ଦୂର କରିବାପାଇଁ ଉପଯୁକ୍ତ ଟ୍ରାନ୍ସଫର୍ମର ଲଗାଯାଉ ଓ ବିଜୁଳି ବିଲ ନଦେଇ ପାରିଥିବା ଯୋଗୁଁ ଯେଉଁ ଗରିବ ଉପଭୋକ୍ତା ମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ସେମାନଙ୍କର ପୁନଃ ସଂଯୋଗ କରାଯାଉ l ଯଦି ଉପରୋକ୍ତ ଦାବି ଗୁଡିକ ପୂରଣ କରାନଯାଏ ତେବେ ଆମ୍ ଆଦମୀ ପାର୍ଟି ଏହି ଆନ୍ଦୋଳନ ଆହୁରି ତୀବ୍ରତର କରି ଏହାକୁ ଜାରି ରଖିବ l ଏହି କାର୍ଯ୍ୟକ୍ରମରେ ପିତାମ୍ବର ସାମନ୍ତରାୟ, ଜୟନ୍ତ ଦାସ, ପ୍ରସନ୍ନ ବରାଳ, ଶକ୍ତିରଞ୍ଜନ ମହାପାତ୍ର, ନାରୀନେତ୍ରୀ ରଚିତା ନାଏକ, ରୋହିତ ବେହେରା, ଅମର ପାତ୍ର, ସୁଭାଶିଷ ନାୟକ, ଲକ୍ଷ୍ମଣ ଦାସ,ବିନୟ ସାହୁ, ମଳୟ ମହାରଣା, ବଳରାମ ଖିଲାରଙ୍କ ସହିତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଟାଟା ପାୱାର ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବାପାଇଁ ଢେଙ୍କାନାଳ ବାସୀଙ୍କୁ ସହଯୋଗ ଭିକ୍ଷା କରିଛନ୍ତି l

ବନ୍ଧୁଗଣ, ଓଡ଼ିଶାରେ ବିଜେପି ୩୦୦ ୟୁନିଟ ବିଜୁଳି ମାଗଣା  ଦେବାକୁ କହି ଶାସନ ଦଖଲ କଲା। ମାଗଣା ଦେବା ତ ଦୂରର କଥା, ଏବେ ସ୍ମାର୍ଟ ମିଟର ଲଗାଇବା...
25/11/2024

ବନ୍ଧୁଗଣ,
ଓଡ଼ିଶାରେ ବିଜେପି ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହି ଶାସନ ଦଖଲ କଲା। ମାଗଣା ଦେବା ତ ଦୂରର କଥା, ଏବେ ସ୍ମାର୍ଟ ମିଟର ଲଗାଇବା ନାଁ ରେ ଅତିରିକ୍ତ ପ୍ରାୟ ୭୦୦୦ ଟଙ୍କା ଉପଭୋକ୍ତାଙ୍କ ଠାରୁ ଆଦାୟ କରିବା ପାଇଁ ଏକ ଷଡ଼ଯନ୍ତ୍ର କରୁଛି। ଯଦି କୌଣସି ଉପଭୋକ୍ତାଙ୍କର ମିଟର ଠିକ ଅଛି ଓ ତାଙ୍କ ବିଲ୍ ଠିକ୍ ଆସୁଛି ଏବଂ ତାକୁ ସେ ଠିକ ସମୟରେ ପୈଠ ମଧ୍ୟ କରୁଛନ୍ତି, ତେବେ ସ୍ମାର୍ଟ ମିଟରର ପ୍ରହସନ କାହିଁକି? ଏ ଅତିରିକ୍ତ ସାତ ହଜାର ଟଙ୍କା ଜନତାଙ୍କ ଠାରୁ ଆଦାୟ କାହା ସ୍ୱାର୍ଥ ପାଇଁ ହେଉଛି? ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରିବା ସହିତ ଆସନ୍ତା _ତା ୨୬-୧୧-୨୦୨୪_ ରେ ବିକ୍ଷୋଭ ପ୍ରଦର୍ଶନ ଢେଙ୍କାନାଳ ଟାଉନରେ କରିବାକୁ ଯାଉଛି। ଆସନ୍ତୁ ନିଜ ହକ୍ ଓ ସରକାରଙ୍କ ଏଭଳି ଜନ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରିବା ଏବଂ ଏହି ଆନ୍ଦୋଳନକୁ ସମର୍ଥନ କରି ଏଥିରେ ଯୋଡି ହୋଇ ଆନ୍ଦୋଳନକୁ ସଫଳ କରିବା।
ଧନ୍ୟବାଦ
ଜିଲ୍ଲା ସଭାପତି
ଆପ୍ , ଢେଙ୍କାନାଳ

17/10/2024

ଗଡ଼ଜାତ ଗାନ୍ଧୀ ସାରଙ୍ଗ ଧର ଦାସଙ୍କ ଜନ୍ମ ଜୟନ୍ତୀ ପାଳନ କଲା ଆପ୍

ପବିତ୍ର କୁମାର ପୂର୍ଣ୍ଣିମା ତିଥିରେ ଜନ୍ମ ଗ୍ରହଣ କରିଥିବା ଗଡ଼ଜାତ ଗାନ୍ଧୀ ସାରଙ୍ଗ ଧର ଦାସଙ୍କ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଧୂପଦାନ କରାଯାଇଥିଲା l ଆପ୍ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଜିଲ୍ଲା ସଭାପତି ପଙ୍କଜ ନାୟକ ଯୋଗଦେଇ ସେହି ମହାନ ପୁରୁଷଙ୍କ ଗୁଣଗାନ କରି ତାଙ୍କରି ନୀତି ଆଦର୍ଶକୁ ଅନୁକରଣ କରି ନୂତନ ଢେଙ୍କାନାଳ ତଥା ନୂତନ ନୂତନ ଓଡ଼ିଶା ଗଢ଼ି ତୋଳିବା ପାଇଁ ଆହ୍ୱାନ କରିଥିଲେ l ଏହି କ୍ରମରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ମହିଳା ନେତ୍ରୀ ଟିକିନା ବେହେରା, ରଚିତା ନାଏକ, ସକ୍ରିୟ ସଦସ୍ୟ ଦେବାଶିଷ ନନ୍ଦ, ପ୍ରସନ୍ନ ବରାଳ, ଶରତ ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଲୋଗାନ ଦେଇ ସାରଙ୍ଗ ଧର ଦାସଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ l

11/10/2024

ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ସମସ୍ତ ରାଜ୍ୟବାସୀଙ୍କୁ Aam Aadmi Party Odisha ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ।

#नवरात्रि
#ଦୁର୍ଗାପୂଜା

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଉତ୍କଳମଣି ଗ...
10/10/2024

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି l ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭରତ ଦାସ, ଜିଲ୍ଲା ଆବାହକ ପଙ୍କଜ ନାୟକ, ମହିଳା ନେତ୍ରୀ ରଚିତା ନାଏକ, ସକ୍ରିୟ ସଦସ୍ୟ ରତିରଞ୍ଜନ ଜେନା, ପିତାମ୍ବର ସାମନ୍ତରାୟ, ଚକ୍ରଧର ବାରିକ ପ୍ରମୁଖ ଟାଉନ ହଲ ସ୍ଥିତ ଉତ୍କଳମଣିଙ୍କୁ ଧୂପଦାନ ସହିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l

09/10/2024

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ।
ବଡ ଦୁଃଖର କଥା ଓଡିଆ ଅସ୍ମିତା କଥା କହି ଶାସନକୁ ଆସିଥିବା ବିଜେପି ସରକାର ଆଜି ଓଡ଼ିଶାର ମହାପୁରୁଷମାନଙ୍କୁ ଭୁଲି ଯାଇଛି। ଆପଣମାନେ ପୂର୍ବରୁ ଦେଖିଥିଲେ ସହିଦ୍ ବାଜି ରାଉତଙ୍କ ଜନ୍ମଦିନରେ ବାଜିଚୌକ ଠାରେ ଥିବା ସହିଦ ମିନାର ଅବସ୍ଥା କ'ଣ ଥିଲା। ଆଜି ସମାନ ଚିତ୍ର ଗୋପବନ୍ଧୁ ଟାଉନ୍ ହଲ୍ ସାମ୍ନାରେ ଥିବା ଉତ୍କଳ ମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ଦେଖିବାକୁ ମିଳିଛି। ଫୁଲହାର ଟିଏ ଦେବାକୁ ଏମାନେ ଭୁଲି ଯାଇଛନ୍ତି। ଏଇଟା ଆମ ଓଡିଆ ଅସ୍ମିତା ନୁହେଁ ତ ଆଉ କ'ଣ?

09/10/2024

ଜମ୍ମୁ-କାଶ୍ମୀରରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରଚଣ୍ଡ ବିଜୟ🔥

📣 ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟ ପରେ ପଞ୍ଚମ ରାଜ୍ୟ ଭାବେ ଜମ୍ମୁ-କାଶ୍ମୀରରେ ଖାତା ଖୋଲିଲା ଆପ୍

📣ଡୋଡା ବିଧାନସଭା କ୍ଷେତ୍ରରୁ ଆପ୍ ପ୍ରାର୍ଥୀ ଶ୍ରୀ Mehraj Malik ବିଜୟ ଲାଭ କରିଛନ୍ତି ।

08/10/2024

କେବେ ସୁଧୁରିବ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବସ୍ଥା?
୧- ଆଜି ପର୍ଯ୍ୟନ୍ତ ଆବଶ୍ୟକ ସଂଖ୍ୟକ ଡାକ୍ତର ବା ଅନ୍ୟ ପଦବୀଗୁଡ଼ିକ ପୂରଣ ହୋଇପାରିଲା ନାହିଁ।
୨- ଆଇସିୟୁରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି।
୩- ବିଲଡିଙ୍ଗର ତିନି ମହଲା ଉପରକୁ ପ୍ରାୟ କୋଠରୀରେ ତାଲା ଝୁଲୁଛି। ଅର୍ଥାତ୍ ଅନେକ ବିଭାଗରେ ଡ଼ାକ୍ତର ନାହାଁନ୍ତି।
୪- ପୁରୁଷ ଭେଷଜ ବିଭାଗର ଶୌଚାଳୟ ଗୁଡିକ ଅନେକ ଦିନରୁ ମରାମତି ନାଁ ରେ ତାଲା ଝୁଲୁଛି।
୫- ରାତିରେ ରୋଗୀମାନଙ୍କ ସମ୍ପର୍କୀୟମାନେ ଖାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କାରଣ ମେଡିକାଲ ଭିତରେ କୌଣସି କ୍ଯାଣ୍ଟିନ ବ୍ୟବସ୍ଥା ନାହିଁ।
୬- ନୂଆ ସିଟି ସ୍କାନ ପିପି ମୋଡ୍ରେ ପରିଚାଳନା ହେଉଛି। କାରଣ ନିଯୁକ୍ତି ନାହିଁ। ପ୍ରାୟ ବିଭାଗ ଠିକା କର୍ମଚାରୀମାନଙ୍କ ଦ୍ବାରା ପରିଚାଳିତ।

ସ୍ବାସ୍ଥ୍ୟ ସେବାକୁ ଘରୋଇକରଣ କରିବା ପାଇଁଁ ପ୍ରାକ୍ ପ୍ରସ୍ତୁତି ଚାଲିଛି।
ଢେଙ୍କାନାଳବାସୀ ଯଦି ବେଳ ଥାଉଁ ଜାଗ୍ରତ ନହେବେ ଆଗକୁ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେବେ।

Address

Kacheri Road
Dhenkanal

Telephone

+917008694292

Website

Alerts

Be the first to know and let us send you an email when Aam Aadmi Party Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aam Aadmi Party Dhenkanal:

Share