18/08/2026
#ଗଞ୍ଜେଇ *****na
ଗଞ୍ଜେଇ କେବଳ ଆମ ଦେଶରେ ହିଁ ନୁହେଁ ସାରା ବିଶ୍ୱରେ ଭିନ୍ନ ଭିନ୍ନ ନାଁରେ ପରିଚିତ, ଏହାର ପ୍ରୟୋଗ କୋଉଠି ନିଶା ପାଇଁ ହୋଇଥାଏତ ଆଉ କୋଉଠି ଔଷଧ (ଆୟୁର୍ବେଦିକ) ପାଇଁ କିମ୍ବା କପଡ଼ା ନିର୍ମାଣରେ ବ୍ୟବହାର କରା ଯାଇଥାଏ,ଏପରିକି ଭାରତରେ ଏହାର ପୌରାଣିକ ମହତ୍ଵ ସହିତ ପୁରାଣରେ ଏହାକୁ "ଭୋଲେ ବାବାଙ୍କ ପ୍ରସାଦ"ଭାବେ ଉଲ୍ଲେଖ ଅଛି, ଅୟୁର୍ବେଦରେ ଏହାଦ୍ୱାରା ବହୁ ରୋଗରେ ଔଷଧ ରୂପେ ବ୍ୟବହାର କରାଯାଏ,ଅର୍ଥାତ ଏହାର ଖରାପ ଗୁଣ ସହିତ ବହୁ ଭଲ ଗୁଣ ମଧ୍ୟ ଅଛି, ଗଞ୍ଜେଇର ପତ୍ର ଯାହାକି ଭାଙ୍ଗ ନାଁରେ ପରିଚିତ, ତାହା ଭାରତର ବିହାର ଉତ୍ତର ପ୍ରଦେଶରେ ବହୁଳ ଭାବେ ବ୍ୟବହାର ହୋଇଥାଏ, ଓଡ଼ିଶାରେ ପୁରୀ ଜିଲ୍ଲାରେ ଏହାର ସର୍ବାଧିକ ପ୍ରଚଳନ ହୋଇଥାଏ, ବର୍ତ୍ତମାନ ଓଡ଼ିଶାର ଶିଳାପତି (ଶିଳାବତୀ)ଗଞ୍ଜେଇର ଡ଼ିମାଣ୍ଡ ସାରା ଭାରତରେ ବହୁତ ଅଛି, ତେଣୁ ବେଆଇନ ଘୋଷିତ ଏହି ମାଦକ ଦ୍ରବ୍ୟଟିର ଚୋରା ଚାଲାଣ ପ୍ରବଳ ମାତ୍ରାରେ ହେଉଛି, ଅବଶ୍ୟ ପୋଲିସ ଏବଂ ଅବକାରୀ ବିଭାଗ ଧରାଧରି କରୁଛନ୍ତି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି, ତେବେ NDPC ଆକ୍ଟ ଲାଗୁ ହେବା ପୂର୍ବରୁ ଭାଙ୍ଗ ଏବଂ ଗଞ୍ଜେଇ ସାଧାରଣ ମାଦକ ଦ୍ରବ୍ୟ ଶ୍ରେଣୀରେ ଆସୁଥିଲା, ଏବଂ ସରକାରୀ "ପଟ୍ଟାଦାର" ଦୋକାନରେ ମଧ୍ୟ ଏହା ଅଫିମ ଭଳି ବିକ୍ରି ହେଉଥିଲା, ତେବେ ବର୍ତ୍ତମାନ ଯଦି ଅଫିମ ଚାଷ ହୋଇ ପାରୁଛି ତାହେଲେ ଗଞ୍ଜେଇ ଭାଙ୍ଗ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ, କାରଣ ଅଫିମ ପାଇଁ ଉର୍ବର ଭୂମି ସହିତ ଅନ୍ୟାନ୍ୟ ବହୁ ଅନୁସାଙ୍ଗିକ ପ୍ରସ୍ତୁତି ପାଇଁ ତାହା ସବୁଠାରେ ଚାଷ ହୋଇ ପାରେ ନାହିଁ, କିନ୍ତୁ ଗଞ୍ଜେଇ ଆରମସେ ପଥୁରିଆ ଜମିରେ ମଧ୍ୟ ବିନା ରାସାୟନିକ ସାରରେ ଉତ୍ପାଦନ ହୋଇପାରେ, ଆଉ ଏହି ଫସଲକୁ ଗାଈ ଛେଳି ଆଦି ନଷ୍ଟ କରିବାର ସମ୍ଭାବନା ମଧ୍ୟ କମ ଥାଏ, ତେଣୁ ସରକାର ଯଦି ଏହାର ଚାଷକୁ ରୋକି ପାରୁନାହାନ୍ତି ତେବେ ତାକୁ ନିଜେ ଚାଷ କରନ୍ତୁ କିମ୍ବା ସରକାର ନିଜ ନିୟନ୍ତ୍ରଣରେ ଚାଷୀ ମାନଙ୍କୁ ଚାଷ କରିବା ପାଇଁ ଲାଇସେନ୍ସ ଦିଅନ୍ତୁ, କାରଣ ବିଶ୍ୱର ତିରିଶଟି ଦେଶ ଏଥିପାଇଁ ଅନୁମତି ଦେଇଛନ୍ତି, ଏବଂ ଭାରତରେ ମଧ୍ୟ ଅରୁଣାଚଳ ପ୍ରଦେଶ ସମେତ ତିନୋଟି ରାଜ୍ୟ ଏଥିପାଇଁ ସରକାରୀ "ନିୟନ୍ତ୍ରିତ" ଚାଷ ପାଇଁ ଅନୁମତି ଦେଇଛନ୍ତି, ଆଉ ସରକାର ମଧ୍ୟ ଏଥିରୁ ଭଲ ରାଜସ୍ୱ ପାଇବା ସହିତ ଚୋରା ଚାଲାଣ ଉପରେ ମଧ୍ୟ ଏହାର ଭଲ ପ୍ରଭାବ ପଡୁଛି, ତେଣୁ ସରକାରଙ୍କୁ ଏବିଷୟରେ ଗୁରୁତ୍ୱ ଦେଇ ଚିନ୍ତା କରିବାକୁ ଅନୁରୋଧ,