SUCIC - Cuttack ଏସୟୁସିଆଇସି - କଟକ

SUCIC - Cuttack ଏସୟୁସିଆଇସି - କଟକ SUCI(C) is based on Marxism-Leninism-Shibdas Ghosh Thought and emerged as a genuine communist party in Indian soil.

It was founded on the 24th of April 1948 under the leadership of the foremost Marxist thinker Comrade Shibdas Ghosh.

Demonstration by SUCI ( Communist) against rising price of petrol and diesel amidst falling crude price in the internati...
29/05/2026

Demonstration by SUCI ( Communist) against rising price of petrol and diesel amidst falling crude price in the international market.

Demonstration by SUCI ( Communist) against rising price of petrol and diesel amidst falling crude price in the internati...
28/05/2026

Demonstration by SUCI ( Communist) against rising price of petrol and diesel amidst falling crude price in the international market.
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର କମି ଚାଲିଥିଲା ବେଳେ କେନ୍ଦ୍ର ବିଜେପି ସରକାର ଗତ ୧୦ ଦିନ ମଧ୍ୟରେ ଚାରି ଥର ପେଟ୍ରୋଲ, ଡିଜେଲ ଓ ସିଏନଜି ର ଦର ବୃଦ୍ଧି କରିଛନ୍ତି। ରୁଷ ଓ ଇରାନ ଭାରତୀୟ ଟଙ୍କା ବିନିମୟରେ କମ୍ ଦରରେ ଆବଶ୍ୟକ ପରିମାଣର ଅଶୋଧିତ ତେଲ ଭାରତକୁ ଯୋଗାଇବ ବୋଲି ଘୋଷଣା କରିବା ସତ୍ତ୍ୱେ କେନ୍ଦ୍ର ବିଜେପି ସରକାର ଚଢ଼ା ଦରରେ ଅମେରିକା ଠାରୁ ଅଶୋଧିତ ତେଲ କିଣୁଛନ୍ତି। ରାଜ୍ୟ ବିଜେପି ସରକାର ମଧ୍ୟ ଭାଟ ହ୍ରାସକରି ସାଧାରଣ ଗ୍ରାହକଙ୍କୁ ମୂଲ୍ୟ ବୃଦ୍ଧିରୁ ରିହାତି ଦେଉନାହାନ୍ତି। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଫଳରେ ଖାଦ୍ୟ ସାମଗ୍ରୀ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ହେଉଚି। ଅନ୍ୟ ଦିଗରେ ଉତ୍କଟ ବେକାରୀ, ଛଟେଇ, ବର୍ଷ ବର୍ଷ ଧରି ଦରମା ବୃଦ୍ଧି ନହେବା, ଫସଲର ଅଭାବୀ ବିକ୍ରି ଇତ୍ୟାଦି ଫଳରେ ସାଧାରଣ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ପାଉଛି। ଏହିଭଳି ପରିସ୍ଥିତିରେ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶା ମଧ୍ୟରେ ନିକ୍ଷେପ କରିଚି। ପେଟ୍ରୋଲ ଡିଜେଲ ର ବର୍ଦ୍ଧିତ ଦର ହ୍ରାସ କରିବା ଓ ଆମେରିକା ପରିବର୍ତ୍ତେ ଅନ୍ୟ ଦେଶରୁ ଅଶୋଧିତ ତେଲ ଖରିଦ କରିବା ଦାବିରେ ଆଜି ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜୁଳି କାଟ, ଲୋ ଭୋଲ୍ଟେଜ ଜନିତ ପରିସ୍ଥିତି ପାଇଁ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ -  ଏସୟୁସିଆଇ ( କମ୍ୟୁନିଷ୍ଟ)କଟକ - ଆଜି ଯୋବ୍ରାସ...
26/05/2026

ବିଜୁଳି କାଟ, ଲୋ ଭୋଲ୍ଟେଜ ଜନିତ ପରିସ୍ଥିତି ପାଇଁ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ - ଏସୟୁସିଆଇ ( କମ୍ୟୁନିଷ୍ଟ)

କଟକ - ଆଜି ଯୋବ୍ରାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଆହୂତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛିଯେ - ଗତ କିଛି ଦିନ ଧରି ମାରାତ୍ମକ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି।ଏକଚାଟିଆ ପୁଞ୍ଜିପତି ମାନଙ୍କ ଲାଭପାଇଁ ଖଣି ଖୋଳିବା ଓ ଶିଳ୍ପ ପ୍ରତିଷ୍ଠା ଆଳରେ ସମଗ୍ର ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ପ୍ରୋତ୍ସାହନରେ ବ୍ୟାପକ ଜଙ୍ଗଲ କ୍ଷୟ ଓ ପରିବେଶର ସନ୍ତୁଳନ ବିଗିଡିବା ଫଳରେ ଉତ୍ତାପ କ୍ରମାଗତ ବୃଦ୍ଧି ପାଇବା ଯୋଗୁ ପରିସ୍ଥିତି ଦିନକୁ ଦିନ ଭୟାବହ ହେଉଚି। ଏହା ସହିତ ସମଗ୍ର ରାଜ୍ୟରେ ବ୍ୟାପକ ବିଜୁଳିକାଟ୍ ଓ ଲୋ ଭୋଲ୍ଟେଜ ଫଳରେ ରାଜ୍ୟର ସାଧାରଣ ଲୋକ ବିଶେଷ କରି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶା ଏକ ବଳକା ବିଜୁଳି ଉତ୍ପାଦନକାରୀ ରାଜ୍ୟ ହୋଇଥିବାରୁ ଚଳିତ ବର୍ଷ ଗ୍ରୀଷ୍ମ କାଳରେ ଆଦୌ ବିଜୁଳିକାଟ୍ ହେବନାହିଁ ବୋଲି ରାଜ୍ୟ ବିଜେପି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ବିଜୁଳିକାଟ୍ ହେଲେ ଏଥିପାଇଁ ଦାୟୀ ଅଧିକାରୀ ମାନଙ୍କୁ ଜେଲ୍ ପଠାଇ ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍ ବିଭାଗର ମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ବର୍ତ୍ତମାନ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳି ଲାଗିରହିଥିବା ବେଳେ ଗ୍ରାମାଞ୍ଚଳରେ ଲଗାତର ୧୦ ଘଣ୍ଟା , ୧୨ ଘଣ୍ଟା ଧରି ବିଜୁଳି କାଟ ହେଉଛି। ସହରାଞ୍ଚଳରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲୋ ଭୋଲ୍ଟେଜ ଓ ବିଜୁଳି କାଟ ଲାଗିରହିଛି।ଖରା ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ଆଦୌ ବିଜୁଳି କାଟ ହେବନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବା ରାଜ୍ୟ ଶକ୍ତିମନ୍ତ୍ରୀ ବର୍ତ୍ତମାନର ବିଜୁଳି କାଟ ଓ ଲୋ ଭୋଲ୍ଟେଜ ପାଇଁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ( ଏସି) ଅଧିକ ବ୍ୟବହାର ଉପରେ , ଅର୍ଥାତ ଲୋକଙ୍କ ଉପରେ ଦୋଷ ଲଦି ଦେଇଛନ୍ତି।

ମନ୍ତ୍ରୀ ମହୋଦୟ ଲୋକଙ୍କୁ ବିଭ୍ରାନ୍ତ କରିବାପାଇଁ ଏହି ପ୍ରସଙ୍ଗରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଷୟ ଗୋପନ କରିବାକୁ ଉଦ୍ୟମ କରିଛନ୍ତି। ପ୍ରଥମଟି ହେଉଛି ଦୁର୍ବଳ ବିଦ୍ୟୁତ୍ ଭିତ୍ତି ଭୂମି। ଅର୍ଥାତ ଟାଟା କମ୍ପାନୀ ରାଜ୍ୟରେ ବିଜୁଳି ବିତରଣ କରି ପ୍ରଚୁର ମୁନାଫା ଅର୍ଜନ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ଭିତିରି ବୁଝାମଣା କରି ଆବଶ୍ୟକ ଲୋଡ ସହିବା ଭଳି ନୂଆ ଟ୍ରାନସଫର୍ମର ବସାଉ ନାହିଁ । ଫଳରେ ଖରାଦିନେ ଅଧିକ ବିଜୁଳି ବ୍ୟବହାର ହେଲେ ଟ୍ରାନସଫର୍ମର, କେବଲ ଓ ତାର ପୋଡ଼ି ଯାଉଚି। ଦ୍ୱିତୀୟ କଥାଟି ହେଉଚି ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟରେ ଆବଶ୍ୟକ ବିଜୁଳି ଶକ୍ତି ଉପଲବ୍ଧ ନହେବା ଫଳରେ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ହେଉଚି ବୋଲି ବିଭାଗୀୟ ମନ୍ତ୍ରୀ ଦାବି କରିଛନ୍ତି। ମାତ୍ର ଏହା ସତ୍ୟ ନୁହେଁ, ବର୍ତ୍ତମାନ ରାଜ୍ୟରେ ଅମାନବୀୟ ବିଜୁଳି କାଟ ଚାଲିଥିଲା ବେଳେ ଆଜିବି ଚଢ଼ା ଦରରେ ରାଜ୍ଯ ବାହାରେ ବିଜୁଳି ବିକ୍ରି କରିବାକୁ ରାଜ୍ୟ ବିଜେପି ସରକାର ଟାଟା କମ୍ପାନୀକୁ ସୁଯୋଗ ଦେଇଛନ୍ତି । ଫଳରେ ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଇଛି । ସୁତରାଂ, ରାଜ୍ୟ ବିଜେପି ସରକାର ଟାଟା କମ୍ପାନୀର ମୁନାଫା ପାଇଁ ଯେ ଆଜି ରାଜ୍ୟବାସୀଙ୍କୁ ଏହି ଧରଣର ନାହିଁ ନଥିବା ସଙ୍କଟ ମଧ୍ୟକୁ ଠେଲି ଦେଇଛନ୍ତି ତାହା ଦିବାଲୋକ ଭଳି ସ୍ପଷ୍ଟ।

ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିବା ପରିବର୍ତ୍ତେ ସରକାର ଗୋଟିଏ ଦିଗରେ ଲୋକଙ୍କୁ ବିଭ୍ରାନ୍ତ କରିବା ଓ ଅନ୍ୟ ଦିଗରେ ଟାଟା କମ୍ପାନୀ ଦ୍ୱାରା ଛଟେଇ ହୋଇ ଦୀର୍ଘଦିନ ଧରି ପେଟପାଟଣା ପାଇଁ ଆନ୍ଦୋଳନ ଚଳାଇ ଥିବା ପ୍ରାୟ ୧୦ ହଜାର ଅସ୍ଥାୟୀ ବିଜୁଳି କର୍ମଚାରୀଙ୍କ ଆନ୍ଦୋଳନକୁ ଦମନ କରିବାପାଇଁ ଏସମା ଲାଗୁ କରିଛନ୍ତି।ସତେ ଯେଭଳି କର୍ମଚାରୀ ମାନେ ଆନ୍ଦୋଳନ କରୁଛନ୍ତି ବୋଲି ବିଜୁଳି କାଟ ଓ ଲୋ ଭୋଲ୍ଟେଜ ହେଉଛି।

ଇତି ମଧ୍ୟରେ ରଜ୍ୟର ବିଭିନ୍ନ ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ଆସୁଛି।ଏହି ଧରଣର ଗ୍ରୀଷ୍ମ ପ୍ରବାହ ଆହୁରି ସପ୍ତାହେ କିମ୍ବା ୧୦ ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯିବା ପରିପ୍ରେକ୍ଷୀରେ ତୁରନ୍ତ ବିଜୁଳିକାଟ ବନ୍ଦ ନହେଲେ ଅଂଶୁଘାତ ଜନିତ ମୃତ୍ୟୁ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। ହେଲେ ମନ୍ତ୍ରୀ କହିଦେଇଛନ୍ତି ବର୍ତ୍ତମାନ ସରକାରଙ୍କର ଆଉ କିଛି କରିବାର ନାହିଁ।

ଏହି ପରିସ୍ଥିତିରେ ୧) ରାଜ୍ୟ ବାହାରେ ବିଦ୍ୟୁତ୍ ବିକ୍ରି ବନ୍ଦ କରି ତୁରନ୍ତ ସମଗ୍ର ରାଜ୍ୟରେ ଉପଭୋକ୍ତା ମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରିବା ୨) ଯୁଦ୍ଧକାଳୀନ ଭିତ୍ତିରେ ସମଗ୍ର ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଆବଶ୍ୟକ ସୁଧାର କରିବା ୪) ତୁରନ୍ତ ଏସମା ପ୍ରତ୍ୟାହାର କରିବା ଓ ଛଟେଇ କର୍ମଚାରୀ ମାନଙ୍କୁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦେବା ୪)ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ମୁକ୍ତ କରିବା ୫) ବିଦ୍ୟୁତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଓ ଅତ୍ୟାବଶ୍ୟକ କ୍ଷେତ୍ରକୁ ରାଜ୍ୟ ସରକାର ହାତକୁ ନେବା ପାଇଁ ପାର୍ଟି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ, ଅଫିସ ସମ୍ପାଦକ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ, ମାଳବିକା ସାମଲ, ବସନ୍ତ ନାୟକ, ଭାଗ୍ୟରବି ଦାସ, ସୌଭାଗ୍ୟ ସାମଲ, ଦୀପକ ଦାସ ବିନୋଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Protest demonstration by SUCI( Communist ) party in front of Netaji Statue,College Square demanding justice for r**e vic...
22/05/2026

Protest demonstration by SUCI( Communist ) party in front of Netaji Statue,College Square demanding justice for r**e victims sisters forced to commit su***de in BJP ruled Rajastan .

Protest demonstration by SUCI( Communist ) party in front of Netaji Statue,College Square demanding justice for r**e vic...
20/05/2026

Protest demonstration by SUCI( Communist ) party in front of Netaji Statue,College Square demanding justice for r**e victims sisters forced to commit su***de in BJP ruled Rajastan.
ବିଜେପି ଶାସିତ ରାଜସ୍ଥାନରେ ଏକ ମର୍ମାନ୍ତିକ ନାରୀ ଧର୍ଷଣ ଓ ପୀଡ଼ିତା ମାନଙ୍କ ଜଣଙ୍କ ପରେ ଜଣେ ଆତ୍ମହତ୍ୟା ଘଟଣା ଦେଶରେ ଚହଳ ପକାଇଛି। ପ୍ରଥମେ ବଡ଼ ଭଉଣୀଙ୍କୁ ଗଣ ଦୁଷ୍କର୍ମ କରି ତାର ଭିଡିଓ ଉତ୍ତୋଳନ କରି ସେହି ଭିଡିଓ ବଳରେ ତାଙ୍କୁ ବର୍ଷାଧିକ କାଳ ଦୁଷ୍କର୍ମ କରାଯାଇଥିଲା। ଉପାୟଶୂନ୍ୟ ହୋଇ ସେ ଆତ୍ମହତ୍ୟାର ରାସ୍ତା ବାଛି ନେବାକୁ ବାଧ୍ୟ ହୋଇଥିଲେ। ତା ପରେ ସାନ ଭଉଣୀଙ୍କୁ ମଧ୍ୟ ସମାନ ଭାବରେ ଲଗାତର ଗଣ ଦୁଷ୍କର୍ମ କରାଯାଇଥିଲା । ଫଳରେ ସେ ମଧ୍ୟ କିଛି ମାସ ପରେ ଆତ୍ମହତ୍ୟା କରିଥିଲେ। ଉଭୟ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଧର୍ଷଣକାରୀ ମାନଙ୍କୁ ସୁରକ୍ଷା ଦେଇଥିଲା।ରାଜ୍ୟ ସରକାର ମଧ୍ୟ ଅପରାଧୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହି ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ଦାବିରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ଆହୂତ ସାରା ଭାରତ ପ୍ରତିବାଦ ଦିବସରେ ଆଜି କଟକ କଲେଜ ଛକ ଠାରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅନୁଗୁଳ ଠାରେ ମଇ ୧୭,୧୮ ଓ ୧୯ ତାରିଖରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ଦଳର ନେତା, କର୍ମୀ ଓ ସମର୍ଥକ ମାନଙ୍କ ସନ୍ତାନ ସନ୍ତତି, ବିଶେଷ କରି ତରୁ...
19/05/2026

ଅନୁଗୁଳ ଠାରେ ମଇ ୧୭,୧୮ ଓ ୧୯ ତାରିଖରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ଦଳର ନେତା, କର୍ମୀ ଓ ସମର୍ଥକ ମାନଙ୍କ ସନ୍ତାନ ସନ୍ତତି, ବିଶେଷ କରି ତରୁଣ ତରୁଣୀ ମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ସାଂସ୍କୃତିକ ସମାବେଶ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ଏହି ଶିବିରରେ ଯୋଗଦେବାପାଇଁ କାପ୍ତିପଦା ଅଞ୍ଚଳରୁ ୧୯ ଜଣ ତରୁଣ ତରୁଣୀ ଅନୁଗୁଳ ଯିବାପାଇଁ ସୋର ରେଳ ଷ୍ଟେସନ୍ ରେ ଅପେକ୍ଷାକରି ଥିବାବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବଜରଙ୍ଗ ଦଳର କର୍ମୀ ବୋଲି ଦାବି କରୁଥିବା ଗୋଟିଏ ଗୋଷ୍ଠୀର ଚାପରେ ରେଳବାଇ ପୋଲିସ ଓ ସୋର ଥାନା ପୋଲିସ ଏହାକୁ " ଧର୍ମାନ୍ତରୀକରଣ ପାଇଁ ଶିଶୁ ଚାଲାଣ" ଭାବରେ ଚିତ୍ରିତ କରି ପିଲା ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜରିଆରେ ୧୬ ତାରିଖ ରାତିରୁ ସୋରସ୍ଥ ପୂରବୀ ବାଳାଶ୍ରମ ଓ ବାଲେଶ୍ୱରସ୍ଥ ଉତ୍କଳ ବାଳାଶ୍ରମ ଠାରେ ଅଟକ ରଖିଛି। ପିଲାମାନଙ୍କ ଅଭିଭାବକମାନେ ଷ୍ଟେସନ ରେ ପହଞ୍ଚି ପିଲାମାନେ ସେମାନଙ୍କ ଅନୁମତି ଓ ସ୍ଵିକୃତିରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି କହିବା ସତ୍ତ୍ୱେ ମଧ୍ୟ ପିଲା ମାନଙ୍କୁ ଅଟକ ରଖାଯାଇଛି। ଗତକାଲି ଅଭିଭାବକ ମନେ ଉତ୍କଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କୁ ଘରକୁ ନେବାପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କୁ ଛଡ଼ା ଯାଇନାହିଁ। ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି, ବାଲେଶ୍ୱର ଏ ଡି ଏମ ଙ୍କୁ ଦାବିପତ୍ର ଦିଆଯାଇଛି। ସମ୍ପୃକ୍ତ ଅସାମାଜିକ ଗୋଷ୍ଠୀ ଓ ରେଳବାଇ ଓ ସୋରୋ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

Protest by SUCI ( Communist) against hike in petrol, diesel and cooking gas price.
18/05/2026

Protest by SUCI ( Communist) against hike in petrol, diesel and cooking gas price.

Protest by SUCI ( Communist) against hike in petrol, diesel and cooking gas price.ଅନ୍ତର୍ଜାତୀୟ ତୈଳ ସଙ୍କଟ ଆଳରେ ଗତ ୩ ଦିନଧରି...
16/05/2026

Protest by SUCI ( Communist) against hike in petrol, diesel and cooking gas price.
ଅନ୍ତର୍ଜାତୀୟ ତୈଳ ସଙ୍କଟ ଆଳରେ ଗତ ୩ ଦିନଧରି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ସମଗ୍ର ଦେଶରେ ତେଲ ଟାଙ୍କି ମାନଙ୍କରେ ପରିକଳ୍ପିତ ଭାବରେ ଅଚଳାବସ୍ଥା ସୃଷ୍ଟି କରିବାପରେ ଗତକାଲି ପେଟ୍ରୋଲ, ଡିଜେଲ ଓ ସିଏନଜି ଦରବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଆଳରେ କେନ୍ଦ୍ର ସରକାର ଘରୋଇ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି କରିଥିଲେ। ପେଟ୍ରୋଲ , ଡିଜେଲ ଓ ସିଏନଜି ଦରବୃଦ୍ଧି ଫଳରେ ବସ୍ ଭଡ଼ା, ଅଟୋ ଭଡ଼ା ସମେତ ସମସ୍ତ ଚାଉଳ, ଡାଲି, ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଘଟିଛି। ଗୋଟିଏ ଦିଗରେ ସାଧାରଣ ଲୋକଙ୍କର ଚାକିରି ଯାଉଚି, ଆୟ ହ୍ରାସ ପାଉଛି, ବେକାରୀ ଉଦବେଗଜନକ ହୋଇଚି। ଅନ୍ୟଦିଗରେ ବ୍ୟାପକ ଦରବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଚି। ଏହି ଭଳି ପରିସ୍ଥିତିରେ ତୁରନ୍ତ ପେଟ୍ରୋଲ ପମ୍ପ ମାନଙ୍କରେ ପରିସ୍ଥିତି ସ୍ୱାଭାବିକ କରିବା ଓ ବର୍ଦ୍ଧିତ ପେଟ୍ରୋଲ, ଡିଜେଲ, ସିଏନଜି ଓ ରନ୍ଧନ ଗ୍ୟାସ୍ ର ଦର ହ୍ରାସ କରିବା ଦାବିରେ ଆଜି ଏସୟୁସିଆଇ।

Demonstration by SUCI ( Communist) in front of the Cuttack collectorate against deteriorating law and order situation in...
12/05/2026

Demonstration by SUCI ( Communist) in front of the Cuttack collectorate against deteriorating law and order situation in Odisha.

Demonstration by SUCI ( Communist) in front of the Cuttack collectorate against deteriorating law and order situation in...
11/05/2026

Demonstration by SUCI ( Communist) in front of the Cuttack collectorate against deteriorating law and order situation in Odisha.
ରାଜ୍ୟରେ ଘଟି ଚାଲିଥିବା ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଭିଡ଼ ହତ୍ୟା ଓ ନାରୀ ନିର୍ଯାତନା ଘଟଣା ଅତ୍ୟନ୍ତ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ହେବାପରେ , ବିଶେଷ କରି ଗତ ନିର୍ବାଚନରେ ରାଜ୍ୟରେ ଡବଲ ଇଞ୍ଜିନ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ପରିକଳ୍ପିତ ଓ ଯୋଜନାବଦ୍ଧ ଭାବରେ ଶାସକ ଦଳ ଦ୍ୱାରା ଘୃଣା ଓ ହିଂସା ର ପ୍ରଚାର କରାଯାଉଛି। ଏହା ଫଳରେ ସମଗ୍ର ସମାଜର ଦ୍ରୁତ ଅପରାଧିକରଣ ଘଟୁଛି। ଏହାର ଫଳଶ୍ରୁତିରେ ହିଁ ସମ୍ପ୍ରତି ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଭତ୍ସ ହତ୍ୟାକାଣ୍ଡ ଓ ନାରୀ ନିର୍ଯାତନା ଘଟଣା ଘଟି ଚାଲିଛି। ନିଜ ଭିଟାମାଟି ଏବଂ ଚାଷ ଜମିକୁ ରକ୍ଷା କରିବାପାଇଁ ଲଢେଇ କରୁଥିବା ସଧାରଣ ଲୋକ , ବିଶେଷ କରି ଆଦିବାସୀ ପ ଦଳିତ ମାନଙ୍କ ଉପରେ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ଅକଥନୀୟ ଅତ୍ଯାଚାର କରୁଥିବା ବେଳେ ଏହି ଧରଣର ଅପରାଧ ରୋକିବା କ୍ଷେତ୍ରରେ ସଂପୂର୍ଣ୍ଣ ନିଷ୍କ୍ରିୟ । ବରଂ ଅପରାଧୀମାନେ ପୋଲିସ ପ୍ରଶାସନ ଓ ଶାସକ ଦଳର ପୃଷ୍ଠ ପୋଷାକତା ଲାଭ କରୁଛନ୍ତି। ଶାସକ ବିଜେପି ଦଳ ଦ୍ୱାରା ସୃଷ୍ଟି କରାଯାଉଥିବା ବିଷାକ୍ତ ସାମାଜିକ ପରିବେଶରେ ମହିଳା ମାନଙ୍କ ଉପରେ ନିର୍ଯାତନା ଦ୍ରୁତ ବଢ଼ି ଚାଲିଛି। ଏହା ବିରୁଦ୍ଧରେ ଆଜି ଏସୟୁସିଆଇ ( କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ଉଦ୍ୟୋଗରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

State level public meeting at Saheed Bhawan on the occasion of the 79 th foundation day of the SUCI( Communist) party.
27/04/2026

State level public meeting at Saheed Bhawan on the occasion of the 79 th foundation day of the SUCI( Communist) party.

Address

Jobra Road
Cuttack
753003

Alerts

Be the first to know and let us send you an email when SUCIC - Cuttack ଏସୟୁସିଆଇସି - କଟକ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to SUCIC - Cuttack ଏସୟୁସିଆଇସି - କଟକ:

Share