Odisha Police Organisation

Directions Website Contact the organization

Odisha Police Organisation Odisha Police

10/10/2026

ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) ପକ୍ଷରୁ ଦୃଢ଼ ପଦକ୍ଷେପ । ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଶୂନ୍ୟ ସହନଶୀଳତା।

ନିଶାମୁକ୍ତ ଓଡ଼ିଶା ପାଇଁ ଦୃଢ଼ ପଦକ୍ଷେପ!ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଶୂନ୍ୟ ସହନଶୀଳତା। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ କନ୍ଧମାଳରୁ ବେଆ...
10/10/2026

ନିଶାମୁକ୍ତ ଓଡ଼ିଶା ପାଇଁ ଦୃଢ଼ ପଦକ୍ଷେପ!

ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଶୂନ୍ୟ ସହନଶୀଳତା।

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ କନ୍ଧମାଳରୁ ବେଆଇନ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଓଡ଼ିଶା ପୋଲିସର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) ତରଫରୁ ବେଆଇନ ଗଞ୍ଜେଇ ଚାଷ ପ୍ରତି ଶୂନ୍ୟ ସହନଶୀଳତା ଅଭିଯାନ ଆରମ୍ଭ କରିଛି।

ଯୁବପିଢ଼ିର ଭବିଷ୍ୟତ ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ପୋଲିସର ଦୃଢ଼ ସଂକଳ୍ପ।

ନିଶାକୁ ନା, ଜୀବନକୁ ହଁ!

କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୧ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆଇ...
09/10/2026

କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୧ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି।

The closing ceremony of the 71st Police Duty Meet 2026 was held at the Reserve Police Ground in Cuttack.
On the occasion Minister for Law, Works and Excise, Shri Prithviraj Harichandan attended as the Chief Guest and felicitated the participants.

ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ଆଜିର 12 ଘଣ୍ଟିଆ ବନ୍ଦ ପାଳନ ସମୟରେ ସାରା ରାଜ୍ୟରେ ଜନ ସାଧାରଣଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବାରେ ଓଡ...
08/10/2026

ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ଆଜିର 12 ଘଣ୍ଟିଆ ବନ୍ଦ ପାଳନ ସମୟରେ ସାରା ରାଜ୍ୟରେ ଜନ ସାଧାରଣଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବାରେ ଓଡ଼ିଶା ପୋଲିସର ସୁଚିନ୍ତିତ ପଦକ୍ଷେପ ଓ ପ୍ରୟାସ ପ୍ରଶଂସନୀୟ।

ସାରା ରାଜ୍ୟରେ ସମଗ୍ର ପରିସ୍ଥିତିକୁ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ପରିଚାଳନା କରିଥିବାରୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ରଜ୍ୟର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ଶାନ୍ତି ଶୃଙ୍ଖଳା ଓ ଧନ ଜୀବନ ସୁରକ୍ଷା—ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା।

ଆଜି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ପୋଲିସର ୭୧ତମ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛିଯାଇଛି। ରାଜ୍ୟ ଆରକ୍ଷୀ ମହାନ...
06/10/2026

ଆଜି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ପୋଲିସର ୭୧ତମ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛିଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ପୋଲିସ କର୍ମଚାରୀଙ୍କ ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ୩୯ଟି ପୋଲିସ ୟୁନିଟରୁ ୩୧୯ ଜଣ ପ୍ରତିଯୋଗୀ, ୪୫ ଶ୍ଵାନ, ୪୫ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି । ୪୪ ଜଣ ଇନ୍ସପେକ୍ଟର, ୫୨ ଜଣ ଏସ.ଆଇ, ୫୪ ଜଣ ଏ.ଏସ.ଆଇ, ୧୭ ଜଣ ହାବିଲଦାର, ୧୫୨ ଜଣ କନଷ୍ଟେବଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।

Today, the 71st State Police Duty Meet was inaugurated at the Reserve Police Ground, Cuttack. DGP, Odisha, Shri Vinaytosh Mishra, IPS, formally inaugurated the competition.

A total of 319 police personnel from 39 units, along with 45 sniffer dogs and 45 handlers, are participating to enhance professional skills, expertise and operational excellence.

ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସ...
06/10/2026

ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି।

ବୈଠକରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ, ପର୍ବପର୍ବାଣୀ ସମୟରେ ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଏବଂ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ବିସ୍ତୃତ ସମୀକ୍ଷା କରିଥିଲେ।

A high level review meeting was held this morning at the State Police Headquarters under the chairmanship of DGP Shri Vinaytosh Mishra, with all District SPs and Range IGs/DIGs joining through video conferencing.

During the meeting, the DGP conducted a detailed review of several important issues, including the upcoming Students’ Union elections scheduled for the 15th, maintenance of law and order during the festive season, women’s safety, cybercrime, crime control, and the ‘Nasha Mukt Odisha Abhiyan’, among other key matters.

ପାର୍ବଣ ପୂର୍ବରୁ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ। ନିଶାଦ୍ରବ୍ୟ, ବେଆଇନ ମଦ କାରବାର, ଜୁଆ ଓ ସଂଗଠିତ ଅପରାଧ ବିରୋଧରେ କଡ଼ା କାର୍...
04/10/2026

ପାର୍ବଣ ପୂର୍ବରୁ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ। ନିଶାଦ୍ରବ୍ୟ, ବେଆଇନ ମଦ କାରବାର, ଜୁଆ ଓ ସଂଗଠିତ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ।

ପାର୍ବଣରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ଓଡ଼ିଶା ପୋଲିସ ସର୍ବଦା ସଜାଗ।

Odisha Police launches a statewide ‘Daman’ campaign ahead of the festive season, taking strict action against narcotics, illegal liquor trade, gambling and organised crime.

Odisha Police remains ever vigilant to ensure peace and security throughout the festive season.

04/10/2026

ରାଜ୍ୟରେ ଅସାମାଜିକ କାର୍ଯ୍ୟକଳାପ, ସାଇବର ଠକେଇ ଓ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଓଡ଼ିଶା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Odisha Police continues its strong action against anti-social activities, cyber fraud, and the illegal trade of narcotic substances across the state.

Address

Cuttack
753001

Alerts

Be the first to know and let us send you an email when Odisha Police Organisation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Police Organisation:

Shortcuts

Share