Akshya Kumar Rout

Akshya Kumar Rout Social Worker & Politician

ବୁଗୁଡ଼ା ବ୍ଲକ ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ର କିଛି ମୁହୂର୍ତ୍ତ।
05/01/2026

ବୁଗୁଡ଼ା ବ୍ଲକ ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ର କିଛି ମୁହୂର୍ତ୍ତ।

ନୂତନ ବର୍ଷ ଉପଲକ୍ଷେ ସମାଜ ସେବୀ ଅକ୍ଷୟ କୁମାର ରାଉତଙ୍କ ଦ୍ଵାରା ବୁଗୁଡ଼ା ଏଵଂ ପୋଲସରା ଡାକ୍ତରଖାନା ରେ ସାଲ ଏବଂ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ...
05/01/2026

ନୂତନ ବର୍ଷ ଉପଲକ୍ଷେ ସମାଜ ସେବୀ ଅକ୍ଷୟ କୁମାର ରାଉତଙ୍କ ଦ୍ଵାରା ବୁଗୁଡ଼ା ଏଵଂ ପୋଲସରା ଡାକ୍ତରଖାନା ରେ ସାଲ ଏବଂ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ।

21/11/2025
ରକ୍ତ କୋଷିକା ଉପାଦାନ ସଂଗ୍ରହ  ଉପରେ ଗୁରୁତ୍ବ ଦେବାକୁ ଦାବି lଗୋଟିଏ ରକ୍ତ ଦାନ ତିନି ଜଣଙ୍କ ଜୀବନ ବଞ୍ଚେଇ ପାରେ  ଯାହାକି ରକ୍ତ କୋଷିକା ଉପାଦ...
05/03/2025

ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ବ ଦେବାକୁ ଦାବି l

ଗୋଟିଏ ରକ୍ତ ଦାନ ତିନି ଜଣଙ୍କ ଜୀବନ ବଞ୍ଚେଇ ପାରେ ଯାହାକି ରକ୍ତ କୋଷିକା ଉପାଦାନ ସଂଗ୍ରହ ଦ୍ଵାରା ସମ୍ଭବ ହୋଇପାରୁଛି। ତେବେ ରାଜ୍ୟ ର ରାଜଧାନୀ ର ପ୍ରମୁଖ ସରକାରୀ ଡାକ୍ତରଖାନା ଏବଂ ମେଡିକାଲ କଲେଜ ରେ ଅବସ୍ଥିତ କ୍ୟାପିଟାଲ ରକ୍ତ କେନ୍ଦ୍ର ରେ ଏହି ସୁବିଧାରୁ ଅନେକ ଲୋକ ବଞ୍ଚିତ ହେଉଛନ୍ତି କାହିଁକି ?

ଆବଶ୍ୟକତା ସମୟରେ ରକ୍ତ ଯୋଗାଡ଼ କରିବାରେ ଏବେ ବି ଓଡ଼ିଶା ସ୍ଵୟଂ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ସରକାରୀ , ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରିବା, ଆବଶ୍ୟକ ସ୍ଥଳେ ସିଧାସଳଖ ରକ୍ତ ମଧ୍ୟ ଦାନ କରିଥାନ୍ତି। ତଥାପି ମଧ୍ୟ ଆବଶ୍ୟକ ସମୟରେ ରକ୍ତ ବଦଳ ରେ ରକ୍ତ ନ୍ୟାୟରେ ରୋଗୀ ଙ୍କ ସମ୍ପର୍କୀୟ ମାନେ ରକ୍ତ ଦାନ କରିଥାନ୍ତି।

ଆଜି ଓଡିଶା ରକ୍ତଦାତା ମହାସଂଘ (FBDOO) ତରଫରୁ ସଭାପତି #ଅକ୍ଷୟ_କୁମାର_ରାଉତ ଙ୍କ ଅଧ୍ୟକ୍ଷତାରେ ଏକ ସମ୍ପାଦକ ତ୍ରିଲୋଚନ ଦାଶ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି, କୋଷାଧ୍ୟକ୍ଷ ରାଜେଶ ନାୟକ ଓ ଅନ୍ୟ ସଦସ୍ୟ ମାନେ ତିନି ଦଫା ସମ୍ମିଳିତ ଏକ ଦାବି ପତ୍ର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ୍ୟ ରକ୍ତଦାନ ପରିଷଦ ର ନିର୍ଦ୍ଦେଶକଙ୍କୁ ଭେଟି ତିନି ଦଫା ସମ୍ମିଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବି ମଧ୍ୟରେ କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ ରେ ଶହେ ପ୍ରତିଶତ ରକ୍ତ କମ୍ପୋନେଣ୍ଟ କରିବା , ରକ୍ତ ଭଣ୍ଡାରରେ ସ୍ବେଛାକୃତ ଶିବିର ବଢେଇ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ଆଗାମୀ ଗ୍ରୀଷ୍ମ ପ୍ରବାହ ରେ କିପରି ରକ୍ତଦାନ ବୃଦ୍ଧି ହୋଇପାରିବ ଏ ନେଇ ଆଲୋଚନା କରା ଯାଇଥିଲା ।

ସାରା ରାଜ୍ୟରେ ଥିବା ବ୍ଲଡ଼ ସେଣ୍ଟର୍ ରେ ଯଦି ଶହେ ପ୍ରତିଶତ ରକ୍ତ କଣିକା ଉପାଦାନ ସଂଗୃହିତ ହୋଇ ପାରୁଛି ତାହେଲେ କ୍ୟାପିଟାଲ ହସ୍ପିଟାଲରେ କାହିଁକି ପ୍ରତିଦିନ ମାତ୍ର ୧୬ଟି ହେଉଛି ବୋଲି ସମ୍ପାଦକ ତ୍ରିଲୋଚନ ଦାଶ ପ୍ରଶ୍ନ କରି ଥିଲେ । ଏହା ଦ୍ବାରା ଅନେକ ଲୋକ ହଇରାଣ ହେବା ସହିତ ଆଗକୁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଆଗକୁ ଖରା ର ପ୍ରକୋପ ବୃଦ୍ଧି ସମୟ ରେ ଯଦି କ୍ୟାପିଟାଲ ବ୍ଲଡ ସେଣ୍ଟର୍ ଯଦି କର୍ମଚାରୀ ଅଭାବ ରୁ ରକ୍ତଦାନ ଶିବିର ଆୟୋଜନ ରେ ସମସ୍ୟା ସୃଷ୍ଟି ହୁଏ ତାହେଲେ ଅନେକ ସମସ୍ୟା ଉପୁଜି ପାରେ ବୋଲି ସଭାପତି ଅକ୍ଷୟ କୁମାର ରାଉତ ଚିନ୍ତା ପ୍ରକଟ କରିଛନ୍ତି । କ୍ୟାପିଟାଲ ନିର୍ଦ୍ଦେଶକ ଆଗାମୀ ଦିନରେ ଏହି ଦିଗରେ ପଦେକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି କହିଛନ୍ତି ଯେ ଆଗାମୀ କିଛି ଦିନ ରେ ଯଦି ଦାବି ଗୁଡିକକୁ ପୂର୍ଣ୍ଣ ନକରାଯାଏ ତାହେଲେ ଓଡ଼ିଶା ରକ୍ତଦାତା ମହାସଂଘ ଆଗାମୀ ଦିନ ରେ ଆନ୍ଦୋଳନ ଆରମ୍ଭ କରିବା ବୋଲି ଜଣାଇଛନ୍ତି।

18/02/2025

Address

Manitara
Buguda
761118

Telephone

+919439725737

Website

Alerts

Be the first to know and let us send you an email when Akshya Kumar Rout posts news and promotions. Your email address will not be used for any other purpose, and you can unsubscribe at any time.

Share

Category