Jay Odisha - ଜୟ ଓଡ଼ିଶା

Jay Odisha - ଜୟ ଓଡ଼ିଶା Contact information, map and directions, contact form, opening hours, services, ratings, photos, videos and announcements from Jay Odisha - ଜୟ ଓଡ଼ିଶା, Khaliabagicha, 2nd Lane, Boudh.

ଜୟ ଓଡ଼ିଶା ଏକ ବିପ୍ଳବର ଆହ୍ବାନ! ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଆମ ପ୍ରାଥମିକତା। ଓଡ଼ିଆ ଭାଷା,ସଂସ୍କୃତି,ରୀତି-ନୀତି, ଚଳଣୀ ଓ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ସମର୍ପିତ।ଓଡ଼ିଆଙ୍କ ସ୍ବାର୍ଥ ସର୍ବାଗ୍ରେ।🙏
YouTube channel

https://youtube.com/?si=HFkKmxNpeSLUz35N

ଓଡ଼ିଶା ମୋ' ମାଆ। ଓଡ଼ିଆ ମୋ' ଭାଷା। ଜଗନ୍ନାଥ ମୋ' ଅସ୍ତିତ୍ୱ। ମୁଁ ଓଡ଼ିଆ - ଏ ମୋ' ପରିଚୟ। ଏ ମାଟିରେ ଜନ୍ମ ନେବା ଏକ ସୌଭାଗ୍ୟ, ଏକ ଗର୍ବ, ଏ...
01/04/2026

ଓଡ଼ିଶା ମୋ' ମାଆ। ଓଡ଼ିଆ ମୋ' ଭାଷା। ଜଗନ୍ନାଥ ମୋ' ଅସ୍ତିତ୍ୱ। ମୁଁ ଓଡ଼ିଆ - ଏ ମୋ' ପରିଚୟ।
ଏ ମାଟିରେ ଜନ୍ମ ନେବା ଏକ ସୌଭାଗ୍ୟ, ଏକ ଗର୍ବ, ଏକ ମହାର୍ଘ ଅନୁଭବ। ସଗର୍ବେ କୁହେ ମୁଁ "ଜୟ ଓଡ଼ିଶା" । " ଓଡ଼ିଶା ସର୍ବୋପରେ, ଓଡ଼ିଆ ସର୍ବାଗ୍ରେ"।- ଏ ମୋ ଜୀବନର ମୂଳମନ୍ତ୍ର।

ଜୟ ଜଗନ୍ନାଥ।
ଜୟ ଓଡ଼ିଶା।
ବନ୍ଦେ ଓଡ଼ିଶା ଜନନୀ। 🙏

ଓଡ଼ିଆ ସାମାଜିକ ଜୀବନର ମୂଲ୍ୟବୋଧର ଶ୍ରେଷ୍ଠତାକୁ ଅନୁଭବ କରିବାକୁ ହେଲେ ଆମକୁ ଓଡ଼ିଆ ପର୍ବ-ପର୍ବାଣୀ, ଚଳଣୀ ଓ ସଂସ୍କୃତିକୁ ନିରିଖେଇ ଦେଖିବାକୁ...
12/11/2025

ଓଡ଼ିଆ ସାମାଜିକ ଜୀବନର ମୂଲ୍ୟବୋଧର ଶ୍ରେଷ୍ଠତାକୁ ଅନୁଭବ କରିବାକୁ ହେଲେ ଆମକୁ ଓଡ଼ିଆ ପର୍ବ-ପର୍ବାଣୀ, ଚଳଣୀ ଓ ସଂସ୍କୃତିକୁ ନିରିଖେଇ ଦେଖିବାକୁ ପଡ଼ିବ, ତାହାର ଅନୁଶୀଳନ କରିବାକୁ ପଡ଼ିବ ।
ଆଜି ପ୍ରଥମାଷ୍ଟମୀ । ସ୍ଥାନାନ୍ତରେ ଏହାକୁ ପରୁହାଁ ଅଷ୍ଟମୀ, ବା ପଢ଼ୁଆଁ ଅଷ୍ଟମୀ ବା ପୋଢୁଆଁ ଅଷ୍ଟମୀ କୁହାଯାଏ। ବଳରାମ ଦାସଙ୍କ " ଲକ୍ଷ୍ମୀ ପୁରାଣ" ଅନୁଯାୟୀ ମାର୍ଗଶିର ହେଉଛି ସାର ବା ଶ୍ରେଷ୍ଠ ମାସ। ଅନେକଙ୍କ ମତରେ ମାର୍ଗଶିର ପାଞ୍ଜି ପ୍ରଚଳନ ପୂର୍ବରୁ ଥିଲା ବର୍ଷର ପ୍ରଥମ ମାସ। ସେହି ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ଆମେ "ପ୍ରଥମାଷ୍ଟମୀ" ଭାବେ ପାଳନ କରୁ।
କିମ୍ବଦନ୍ତୀ କୁହେ ଏହି ଦିନ ଶ୍ରୀକୃଷ୍ଣ ଓ ବଳରାମ ଦୁଇ ଭାଇ ନୂତନ ପୋଷାକ ପରିଧାନ କରି ନିଜ ମାମୁଁ କଂସଙ୍କ ଘରକୁ ବୁଲିବାକୁ ଯାଇଥିଲେ।
ଓଡ଼ିଶାରେ ଆଜି ପ୍ରଭୁ ବଳଭଦ୍ରଙ୍କୁ ପରୁହାଁ କରିବା ପାଇଁ କଟକ ନିଆଳି ସ୍ଥିତ ମାଧବାନନ୍ଦ ଜୀଉ ମନ୍ଦିରର ପଢ଼ୁଆଁ ଭାର ଆସେ। ପ୍ରଭୁ ଲିଙ୍ଗରାଜଙ୍କୁ ପରୁହାଁ କରନ୍ତି ତାଙ୍କ ମାମୁଁ ବରୁଣେଶ୍ୱର, ଓ ମାଇଁ ବନ ଦେବୀ। ଏଠି ଲକ୍ଷ୍ୟ କରିବା କଥା ଯେ ଓଡ଼ିଆ ଜୀବନରେ ପ୍ରତିଟି ଭଗବାନ ସାଧାରଣ ମଣିଷ ଭଳି ଜୀବନ ବଞ୍ଚନ୍ତି, ଆଉ ସେଥି ପାଇଁ ଆମେ ଭଗବାନଙ୍କୁ ଭୟ ନ କରି ଭଲ ପାଉ।

ଇଏ ତ ଗଲା କିମ୍ବଦନ୍ତୀର କଥା। କିନ୍ତୁ ପ୍ରଥମାଷ୍ଟମୀର ଏକ ବୈଶିଷ୍ଟ୍ୟ ହେଉଛି ଏହା ପଛରେ ଲୁକ୍କାୟିତ ଥିବା ସାମାଜିକ, ପାରିବାରିକ ମୂଲ୍ୟବୋଧ, ଓ ବୈଜ୍ଞାନିକ - ଅର୍ଥନୈତିକ କାରଣ।

ସାମାଜିକ ମୂଲ୍ୟବୋଧ : -
ପାଶ୍ଚାତ୍ୟ ସଭ୍ୟତାରେ ଆମେ "ନାରୀ ସଶକ୍ତିକରଣ" ପାଇଁ ଦାବୀ ଦେଖିଲୁ ସପ୍ତଦଶ ଶତାବ୍ଦୀରେ। କିନ୍ତୁ ଓଡ଼ିଆ ଜୀବନରେ " ନାରୀ - ପୁରୁଷ ସମାନତା" ଏତେ ଦୂର ସ୍ଵାଭାବିକ ପ୍ରକ୍ରିୟା ଥିଲା ଯେ ସେଥି ପାଇଁ ଆମକୁ କେବେ ଚିନ୍ତା କରିବାକୁ ପଡ଼ି ନାହିଁ। ରଜ, ମାଣବସା, ରଥ ପରି ପର୍ବରେ ଆମେ ଏହାର ପ୍ରତିଫଳନ ଦେଖୁ ଏବଂ ପ୍ରଥମାଷ୍ଟମୀ ଏହି ଚିନ୍ତାଧାରାର ଦିଗବାରେଣୀ। ପୁଅ ହେଉ ବା ଝିଅ, ଯିଏ ବଡ଼, ସିଏ ପରୁହାଁ ହେବ। ଘରର ବଡ଼ ହିସାବରେ ସେ ସମ୍ବର୍ଦ୍ଧିତ ହେବ। ସେଥିରେ ନା ଲିଙ୍ଗଗତ ବିଷମତା ରହିବ ନା କିଛି ଭେଦ ଭାବ।

ପାରିବାରିକ ମୂଲ୍ୟବୋଧ : -
ଘରର ବଡ଼ ସନ୍ତାନ ଘରର ଉତ୍ତରାଧିକାରୀ, ଘରର ଗରିମା,ପରିଚୟକୁ ଏକ ପୀଢ଼ିରୁ ଅନ୍ୟ ପୀଢ଼ିକୁ ହସ୍ତାନ୍ତର କରିବା ପାଇଁ। କେବଳ ଅଧିକାର ନୁହେଁ ଦାୟିତ୍ଵର ମଧ୍ୟ ସେ ଉତ୍ତରାଧିକାରୀ। ତେଣୁ ପ୍ରଥମାଷ୍ଟମୀ ମାଧ୍ୟମରେ ତାକୁ ତା' ଅବଚେତାନରେ ଏହା ସୂଚେଇ ଦିଆ ଯାଏ ।
ପୁନର୍ବାର ଝିଅଟିଏ ବାହା ହୋଇ ଚାଲିଗଲା ପରେ ନିଜ ପରିବାରର ଜଞ୍ଜାଳ ମଧ୍ୟରେ ବାନ୍ଧି ହୋଇପଡେ। ନିଜ ପରିବାର ସହ ନିୟମିତ ଯୋଗାଯୋଗରେ ରହିବା କଷ୍ଟ ହୋଇ ପଡ଼େ। ସେହି ଶିଥିଳ ହୋଇ ଆସୁଥିବା ସମ୍ପର୍କକୁ ପୁନଃ ସୁଦୃଢ଼ କରେ ପ୍ରଥମାଷ୍ଟମୀ। ପର୍ବର ଆଳରେ ମାମୁଁ ଭାର ଧରି ପହଞ୍ଚେ ନିଜ ଭଉଣୀ ଘରେ। ସେଥି ପାଇଁ 'ମାମୁଁ ଘର' କୁ ଅଷ୍ଟମୀ ବନ୍ଧୁ ମଧ୍ୟ କୁହାଯାଏ। ପୁଅ ହେଉ ବା ଝିଅ, ଘରର ଅଗ୍ରଜ ପିତୃକୂଳ ଓ ମାତୃ କୂଳ ମଧ୍ୟରେ ସମ୍ପର୍କର ସେତୁ ସାଜେ।

ଜୀବନ ଦର୍ଶନ : -
ମାର୍ଗଶିର ମାସ ହେଉଛି ଅମଳର ମାସ। ପ୍ରଥମାଷ୍ଟମୀ ଏକ ଅମଳ ପର୍ବ ( Harvest Festival) । ଅମଳ ଯେ ସବୁ ବେଳେ ଭଲ ହେବ, ତାହାର କୌଣସି ନିଶ୍ଚିତତା ନ ଥାଏ। କିନ୍ତୁ "ମା ଫଳେଷୁ କଦାଚନ" ନୀତିରେ ଯାହା ମିଳେ ତାହାକୁ ସାଦରେ ଗ୍ରହଣ କରି ଚାଷୀଟି ନିଜ ଦୈନଦିନ ଜୀବନରେ ନିମଗ୍ନ ରୁହେ।
କୃତଜ୍ଞତା ରହିବାର କଳା ଆମକୁ ଶିକ୍ଷା ଦେବା ପାଇଁ ଆଜି ବଜାରରେ ଅନେକ ପୁସ୍ତକ, ଭିଡିଓ ଉପଲବ୍ଧ। କିନ୍ତୁ ପ୍ରଥମାଷ୍ଟମୀ ମାଧ୍ୟମରେ ଚାଷୀଟି ନିଜ ଅମଳକୁ କୃତଜ୍ଞତାର ସହ ମା' ଲକ୍ଷ୍ମୀ ଓ ନିଜ ଇଷ୍ଟ ଦେବୀଙ୍କୁ ସମର୍ପଣ କରିବା ବେଳେ ସେ ଏ କଳା ସ୍ଵୟଂ ଆୟତ୍ତ କରିଯାଏ।

ପାରମ୍ପରିକ ବିଜ୍ଞାନ:
ମାର୍ଗଶିର ମାସରେ ଥଣ୍ଡା ପଡ଼ିଯାଏ। ଆମେ କଫ, ଥଣ୍ଡା ରୋଗ ପ୍ରତି ଉନ୍ମୁକ୍ତ ରହୁ। ତେଣୁ ଆମେ ଶରୀରକୁ ଉଷ୍ମତା ଦେବା ପାଇଁ ଆମକୁ ପ୍ରଥମାଷ୍ଟମୀ ପିଠା ମାଧ୍ୟମରେ ଦିଆ ଯାଏ ରାଶି, ଛେନା, ବିରି । ଚର୍ମ ରୋଗର ପ୍ରତିରୋଧ ପାଇଁ ହଳଦୀ ପତ୍ରର ବ୍ୟବହାର କରାଯାଏ ଏଣ୍ଡୁରୀ ପିଠା ତିଆରି ବେଳେ। ପିଠାରେ ବ୍ୟବହୃତ ହେଉଥିବା ନଡ଼ିଆ ମଧ୍ୟ ଶୀତ ଋତୁରେ ଉପାଦେୟ ସାବ୍ୟସ୍ତ ହୁଏ। ଥଣ୍ଡା ପାଇଁ ଆମେ ପାଣି କମ୍ ପିଉଥିବା ହେତୁ ଆଖୁରସ ଆମ ପାଇଁ ଉପକାରୀ ରୁହେ। ହଳଦୀର ଆଣ୍ଟିବାୟୋଟିକ ଓ ରୋଗ ପ୍ରତିରୋଧକ ପ୍ରକୃତି ସମ୍ପର୍କରେ ବର୍ତ୍ତମାନ ବିଜ୍ଞାନ ମଧ୍ୟ ସମ୍ମତି ପ୍ରଦାନ କରେ।

ଅର୍ଥନୀତି:

ଯେ କୌଣସି ଜିନିଷର ମୂଲ୍ୟ ଏହାର ଯୋଗାଣ ଓ ଚାହିଦା ଉପରେ ନିର୍ଭରଶୀଳ ରୁହେ। ନୂଆ ଅମଳ ହୋଇଥିବା ବିରି ଓ ଚାଉଳ ବହୁଳ ପରିମାଣରେ ଉପଲବ୍ଧ ହେଲେ ଓ ଏହାର ଚାହିଦା କମ ରହିଲେ, ମୂଲ୍ୟ କମ୍ ରହିବ ଓ ଚାଷୀକୂଳ କ୍ଷତିଗ୍ରସ୍ତ ହେବେ। ତେଣୁ ଏକ ପର୍ବ ମାଧ୍ୟମରେ ପ୍ରତିଟି ଓଡ଼ିଆ ପରିବାରକୁ ଉପଭୋକ୍ତା ବା ଗରାଖ ବନାଇ ଦିଆଗଲା, ଯାହାଦ୍ଵାରା ଯୋଗାଣ - ଚାହିଦା ( Supply - Demand ) ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇ ପାରିବ।
ଏଠି ଲକ୍ଷ୍ୟ କରନ୍ତୁ ଆଉ ଏକ ସୁନ୍ଦର ବ୍ୟବସ୍ଥା। ଏହି ସମୟରେ ହଳଦୀ ମଧ୍ୟ ଅମଳ ହୁଏ। ହଳଦୀ ପତ୍ର ସାଧାରଣତଃ ପ୍ରତ୍ୟେକ୍ଷ ଭାବେ ଆମ ଦୈନନ୍ଦିନ ଆବଶ୍ୟକତାରେ ବ୍ୟବହୃତ ହୋଇ ପାରି ନ ଥାଏ। ଏକ ପତ୍ର ଭାବେ ଏହା ବେଶୀ ଦିନ ସଂରକ୍ଷିତ ମଧ୍ୟ ରହି ପାରିବ ନାହିଁ। କିନ୍ତୁ ପ୍ରଥମାଷ୍ଟମୀ ମାଧ୍ୟମରେ ଏହି ପତ୍ର ପାଇଁ ମଧ୍ୟ ଚାହିଦା ସୃଷ୍ଟି କରାଯାଏ, ଯାହା ଚାଷୀ ମାନଙ୍କୁ ଅର୍ଥନୈତିକ ଲାଭ ପହଞ୍ଚିବାରେ ସାହାଯ୍ୟ କରେ।

କି ସୁନ୍ଦର ସାମାଜିକ ପରିକଳ୍ପନା।

ଆପଣ ମାନଙ୍କୁ ପବିତ୍ର ପ୍ରଥମାଷ୍ଟମୀ ପର୍ବର ଶୁଭେଚ୍ଛା ଓ ଶୁଭକାମନା।

ଜୟ ଜଗନ୍ନାଥ।
ଜୟ ଓଡ଼ିଶା।
ଜୟ ଓଡ଼ିଆ। 🙏

 #ଇଣ୍ଡୋନେସିଆ ଓ  #କଳିଙ୍ଗହିନ୍ଦୁ ଧର୍ମ, ସଂସ୍କୃତି ତଥା ରାମାୟଣ ଓ ମହାଭାରତ ଭଳି ଗ୍ରନ୍ଥକୁ ଇଣ୍ଡୋନେସିଆ ସମେତ ଅନେକ ଦକ୍ଷିଣପୂର୍ବ ଏସିୟ ରାଷ...
29/10/2025

#ଇଣ୍ଡୋନେସିଆ ଓ #କଳିଙ୍ଗ

ହିନ୍ଦୁ ଧର୍ମ, ସଂସ୍କୃତି ତଥା ରାମାୟଣ ଓ ମହାଭାରତ ଭଳି ଗ୍ରନ୍ଥକୁ ଇଣ୍ଡୋନେସିଆ ସମେତ ଅନେକ ଦକ୍ଷିଣପୂର୍ବ ଏସିୟ ରାଷ୍ଟ୍ର ଓ ଆଫ୍ରିକା ଉପକୂଳର ଭାରତ ମହାସାଗରୀୟ ଦ୍ଵୀପ ରାଷ୍ଟ୍ର ( ଯେମିତିକି ମରିସସ, ମାଡାଗାସ୍କର, ସିଚେଲେଶ୍ ଇତ୍ୟାଦି) ମାନଙ୍କରେ ଘରେ ଘରେ ପରିଚିତ କରେଇବା ପାଇଁ ମୁଖ୍ୟତଃ କଳିଙ୍ଗର ସାଧବମାନେ ଧନ୍ୟବାଦାର୍ହ।

ଶ୍ରୀଜଗନ୍ନାଥ ଓଡିଶାର ସଂସ୍କୃତି ଏବଂ ଧର୍ମର ପ୍ରତୀକ, ଏବଂ ତାଙ୍କୁ କେନ୍ଦ୍ର କରି ଓଡିଶାର ସମସ୍ତ ପର୍ବ,ପର୍ବାଣୀ, ରୀତିନୀତି ଏବଂ ପରମ୍ପରା ଗଢି ଉଠିଛି | ଗୋଟିଏ ଶବ୍ଦରେ ଜଗନ୍ନାଥ ଅର୍ଥ ହେଉଛି ଓଡିଶାର ଲୋକଙ୍କ ପାଇଁ ସବୁକିଛି | ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଶା ଜନଜୀବନର ଆତ୍ମା |

ଅନ୍ୟପକ୍ଷରେ, ଇଣ୍ଡୋନେସିଆ ର ସଂସ୍କୃତି, ପ୍ରାଚୀନ କଳିଙ୍ଗ ଏବଂ ଶ୍ରୀ ଜଗନ୍ନାଥଙ୍କ ଙ୍କ ସଂସ୍କୃତି କୁ ବାଦ୍ ଦେଇ ଚିନ୍ତା କରାଯାଇପାରେନା | ଇଣ୍ଡୋନେସିଆର ବାଲି ଦ୍ଵୀପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ଯଥେଷ୍ଟ ସାଦୃଶ୍ୟ ଥିବା ତିନୋଟି ଦେବତାଙ୍କୁ ପୂଜା କରାଯାଏ । ଇଣ୍ଡୋନେସିଆରେ ୨୧ ଟି ଜଗନ୍ନାଥ ମନ୍ଦିର ଅଛି |

ଅତୀତରେ, ଓଡ଼ିଶାର ବିଭିନ୍ନ ନାମ ଯଥା ଉତ୍କଳ, କଳିଙ୍ଗ,ଉଡ୍ର, କୋଶଳ ଏବଂ କଙ୍ଗୋଦ ଇତ୍ୟାଦି ଥିଲା | କିନ୍ତୁ ଏହାର ଅନନ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ଗୋୖରବମୟ ପରମ୍ପରା ଏହାର ମହାନତା ବିଷୟରେ କହିଥାଏ | ପୌରାଣିକ କଥାକୁ ଅନୁସରଣ କରି ଆମେ ସଂସ୍କୃତ ମହାଭାରତରେ (ଆଦି ପର୍ବ ଶ୍ଲୋକ ୨୧-୨୫) ସୁଦେଶ୍ନା ନାମକ ଜଣେ ରାଣୀ ଦିର୍ଘତ୍ତମ ନାମକ ଏକ ରୁଷିଙ୍କ ସହ ମିଳିତ ହୋଇ ଅଙ୍ଗ, ବଙ୍ଗ ଏବଂ କଳିଙ୍ଗ ନାମକ ବୀର ପୁତ୍ରଙ୍କୁ ଜନ୍ମ ଦେଇଥିବାର ଏକ ମଜାଦାର ବିବରଣୀ ପାଇଥାଉ | କଳିଙ୍ଗ ସଂପର୍କରେ ରାମାୟଣ(କିସ୍କିନ୍ଧା କାଣ୍ଡ), ସ୍କନ୍ଦ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, କପିଳ ସଂହିତାରେ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ଇଣ୍ଡିଆ ଉପରେ ମେଗସ୍ଥିନିସଙ୍କ ପୁସ୍ତକ, ଇଣ୍ଡିକା କଲିଂଗେ (ଖ୍ରୀଷ୍ଟପୂର୍ବ ତୃତୀୟ) ରେ ଉଲ୍ଲେଖ କରାଯାଇଛି।

ପ୍ରାଚୀନ କଳିଙ୍ଗ ର ବଣିକ ମାନଙ୍କର ସାମୁଦ୍ରିକ ବାଣିଜ୍ୟ କାର୍ଯ୍ୟକଳାପ କଳିଙ୍ଗର ସଂସ୍କୃତିକୁ ବିଶ୍ଵ ର ଅନ୍ୟାନ୍ୟ ସ୍ଥାନକୁ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏପରିକି ଚାଇନାର ରେକର୍ଡଗୁଡ଼ିକ ଇଣ୍ଡୋନେସିଆରେ ବିଶେଷ କରି ବାଲି ଏବଂ ଜାଭାଠାରେ ତୃତୀୟ – ଚତୁର୍ଥ ଶତାବ୍ଦୀ A.D. ରେ ଏକ ବିଶାଳ ହିନ୍ଦୁ ରାଜ୍ୟର ସ୍ଥିତି ସମ୍ପର୍କରେ ସୂଚନା ଦିଏ। ଏବେବି ସେଠାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ( ବାଲି ଦ୍ୱୀପର ବ୍ରାହ୍ମଣ ମାନଙ୍କୁ) “ବ୍ରାହ୍ମଣ ବୌଦ୍ଧ କଳିଙ୍ଗ” କୁହାଯାଏ | କୁହାଯାଏ ଯେ କଳିଙ୍ଗର ରାଜା ସେଠାରେ ବସବାସ କରିବାକୁ ଜାଭାକୁ କୋଡିଏ ହଜାର ଓଡ଼ିଆ ପରିବାର ପଠାଇଥିଲେ। ଦୁର୍ଭାଗ୍ୟବଶତଃ ବର୍ତ୍ତମାନର ଇଣ୍ଡୋନେସିଆରେ ଖୁବ୍ କମ୍ ଲୋକ ଜାଣନ୍ତି ଯେ କଳିଙ୍ଗ ହେଉଛି ଆଧୁନିକ ଓଡିଶାର ପ୍ରାଚୀନ ନାମ |

କେବଳ ବାଣିଜ୍ୟ କ୍ଷେତ୍ରରେ ନୁହେଁ, ସାମାଜିକ-ସାଂସ୍କୃତିକ ବିଭାଗରେ ମଧ୍ୟ ଇଣ୍ଡୋନେସିଆ ସହିତ ପ୍ରାଚୀନ କଳିଙ୍ଗ ର ବହୁତ ଭଲ ସମ୍ପର୍କ ଥିଲା | ଖୁଦୁରୁକୁଣି ଓଶା, ନିଶା ମଙ୍ଗଳା ଓଶା, କାର୍ତ୍ତିକ ପୂର୍ଣ୍ଣିମା ରେ ବୋଇତ ବନ୍ଦାଣ ଏବଂ ମହାନଦୀ କୂଳରେ ଐତିହାସିକ ବାଲିଯାତ୍ରା ସମାରୋହ ଆମର ଗୌରବମୟ ସାମୁଦ୍ରିକ ଐତିହ୍ୟର ସ୍ପଷ୍ଟ ସାକ୍ଷ୍ୟ ପ୍ରଦାନ କରେ ।ଅତୀତର ଗୌରବମୟ ବାଣିଜ୍ୟ ପରମ୍ପରାକୁ ମନେ ପକେଇ , ଏବେବି ଲୋକମାନେ ଆଧୁନିକ ଓଡ଼ିଶାରେ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ କଦଳୀ ପଟୁଆ ରେ ପାନ ଗୁଆ ଇତ୍ୟାଦି ରଖି ଯେ କୌଣସି ଜଳାଧାରରେ ଡଙ୍ଗା ଭସାନ୍ତି | ମାସାକାପମ୍ କାପେସିହ ନାମକ ଏକ ପର୍ବ ବାଲି ଦ୍ବୀପରେ ପାଳନ କରାଯାଏ ଯାହାକି ଜଣେ ବ୍ୟକ୍ତି ତାଙ୍କର ମୂଳ ମାତୃଭୂମି କଳିଙ୍ଗ କୁ ଯାଉଛନ୍ତି ବୋଲି କଳ୍ପନା କରି ଖୁସି ମନାଯାଏ।

ବାଲିଯାତ୍ରାର ଅର୍ଥ ହେଉଛି ‘ବାଲି ଦ୍ବୀପ ଉଦ୍ଦେଶ୍ୟରେ ଯାତ୍ରା’ ଏବଂ ଏହା ଆମର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ ପରମ୍ପରାର ଉତ୍ସବ | ଥାଇଲ୍ୟାଣ୍ଡର ‘ଲୋଇ କ୍ରାଥୋଙ୍ଗ’ ପର୍ବ, କାମ୍ବୋଡିଆର ‘ବନ୍ ଓମ୍ ଟୁକ୍’ ଜଳ ମହୋତ୍ସବ ଏବଂ ଲାଓସର ‘ଥାଟ୍ ଲୁଆଙ୍ଗ୍’ ପର୍ବ ବର୍ଷର ସମାନ ସମୟରେ ପାଳନ କରାଯାଏ। ଏଥିରୁ ଅନୁମାନ କରାଯାଏ ଯେ ପ୍ରାଚୀନ କଳିଙ୍ଗ ର ଏସବୁ ରାଷ୍ଟ୍ର ମାନଙ୍କ ସହିତ ମଧ୍ୟ ବାଣିଜ୍ୟିକ ସମ୍ବନ୍ଧ ଥିଲା।ଇଣ୍ଡୋନେସିଆରେ ପାଞ୍ଚଟି ମୁଖ୍ୟ ଦ୍ୱୀପ ଅଛି, ଯେପରିକି ସୁମାତ୍ରା, ଜାଭା, ବୋର୍ନେଓ (ଇଣ୍ଡୋନେସିଆରେ କାଲିମାଣ୍ଟନ୍ ଭାବରେ ଜଣାଶୁଣା), ସୁଲାୱେସି ଏବଂ ନ୍ୟୁ ଗିନି | ଭାରତୀୟମାନେ ମୂଳତଃ ଦକ୍ଷିଣ-ପୂର୍ବ ଉପକୂଳରେ ଥିବା କଳିଙ୍ଗ ନାମକ ପ୍ରାଚୀନ ରାଜ୍ୟରୁ ଇଣ୍ଡୋନେସିଆ ଆସିଥିଲେ। ଇଣ୍ଡୋନେସିଆର ଭାରତୀୟମାନେ କଳିଙ୍ଗ ରୁ ଉତ୍ପନ୍ନ ଶବ୍ଦ ‘କାଲିଙ୍ଗସ୍’ ଭାବରେ ଜଣାଶୁଣା |ତେଣୁ ସ୍ଵତଃ ଏହା ପ୍ରମାଣିତ ହୁଏ ଯେ ମୂଳ ଭାରତୀୟ ଭୁଖଣ୍ଡରୁ କଳିଙ୍ଗର ବଣିକ ମାନଙ୍କ ଦ୍ଵାରା ଇଣ୍ଡୋନେସିଆର ଆଦିମ ଅଧିବାସୀ ମାନେ ରାମାୟଣ ଓ ମହାଭାରତ ଗ୍ରନ୍ଥ ସହିତ ପରିଚିତ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ।

ବାଲିଦ୍ୱୀପର ଅଧିବାସୀ ମାନଙ୍କର ଖାଦ୍ୟ ଅଭ୍ୟାସ ଓଡିଶାର ଲୋକଙ୍କ ସହିତ ସମାନ | ସେମାନଙ୍କ ଖାଦ୍ୟରେ ଶାଗ, କଦଳୀ ଭଣ୍ଡା ଓ ମଞ୍ଜା , ବନ୍ଧାକୋବି ଏବଂ ପାନ ରହିଥାଏ | ବସ୍ତ୍ରଗତ ସାମଞ୍ଜସ୍ୟ ଦେଖିବାକୁ ଗଲେ ସମ୍ବଲପୁରୀ ଲୁଗା ବୁଣା ଶୈଳୀ ସେଠାରେ ପଟୋଲା ନାମରେ ଜ୍ଞାତ, ଯାହାକି ପ୍ରାଚୀନ କଳିଙ୍ଗ ରୁ ଯାଇଛି। ପ୍ରାଚୀନ କାଳରେ ସାଧବମାନଙ୍କ ଦ୍ୱାରା ବାଣିଜ୍ୟ କାର୍ଯ୍ୟକଳାପ ହେତୁ ଆମର ଓଡିଆ ସାହିତ୍ୟ ମଧ୍ୟ ଇଣ୍ଡୋନେସିଆର ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲା | ଶବ୍ଦ ‘ବୋଉ' (ମାତା) ଇଣ୍ଡୋନେସିଆରୁ ଉତ୍ପନ୍ନ ଯାହା ଓଡିଶାର ଅଧିକାଂଶ ସ୍ଥାନରେ ବହୁଳ ଭାବରେ ବ୍ୟବହୃତ ହୁଏ | ସେହିପରି କୋୖଣସି ପ୍ରଶ୍ନର ଉତ୍ତର ଦେବାବେଳେ ଓଡ଼ିଆରେ ‘ ଆଜ୍ଞା ‘ ବହୁଳ ଭାବେ ବ୍ୟବହୃତ ହୁଏ ଏବଂ ବାଲି ଦ୍ବୀପରେ ମଧ୍ୟ କୌଣସି ପ୍ରସଙ୍ଗରେ ସହମତି ବ୍ୟକ୍ତ କଲା ବେଳେ ‘ ଆଜ୍ଞା ‘ କୁହାଯାଏ।| ପ୍ରାଚୀନ କଳିଙ୍ଗରେ ଯେମିତି ଲୌହ ଲେଖନୀ ମାଧ୍ୟମରେ ତାଳ ପତ୍ର ପୋଥୀ ରଚନା କରାଯାଉଥିଲା, ଠିକ୍ ସେମିତି କଳିଙ୍ଗ ବଣିକ ମାନଙ୍କର ବାଣିଜ୍ୟିକ ସମ୍ବନ୍ଧ ଥିବା ଇଣ୍ଡୋନେସିଆର ଦ୍ବୀପ ଗୁଡିକରେ ତାଳପତ୍ର ପୋଥୀ ରଚନା ପ୍ରଚଳିତ ଥିଲା।ଓଡିଶାର କେତେକ ଲୋକକଥା ଇଣ୍ଡୋନେସିଆ ସାହିତ୍ୟରେ ମଧ୍ୟ ଦେଖିବାକୁ ମିଳେ | କଳିଙ୍ଗର ଅନେକ ଲୋକ ସେମାନଙ୍କର ଉପନିବେଶ ସେଠାରେ ସ୍ଥାପନ କରିଥିଲେ ଏବଂ ଇଣ୍ଡୋନେସିଆରେ ପିଢ଼ି ପରେ ପିଢ଼ି ରହୁଥିଲେ |

୨୪ ଜୁଲାଇ, ୧୯୪୭ ରେ ବିଜୁ ପଟ୍ଟନାୟକ ସେଠାକାର ଜାଭା ଦ୍ୱୀପପୁଞ୍ଜରୁ ରାଷ୍ଟ୍ରପତି ସୁକର୍ଣ ଙ୍କ ଅନୁରୋଧ କ୍ରମେ ସୁଲତାନ ସଜହୀରଙ୍କୁ ଡଚ୍ ମାନଙ୍କ କବଳରୁ ଉଦ୍ଧାର କରିଥିଲେ। ସୁଲତାନ ସଜହୀରଙ୍କ ଜୀବନ ରକ୍ଷା ପାଇଁ ପରେ ଇଣ୍ଡୋନେସିଆର ସର୍ବୋଚ୍ଚ ପୁରସ୍କାର ‘ଭୁମି ପୁତ୍ର’ ୧୯୯୫ ରେ ୫୦ ତମ ସ୍ବାଧିନତା ଦିବସ ଅବସରରେ ବିଜୁ ବାବୁଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାଚୀନ କଳିଙ୍ଗ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ପର୍ଯ୍ୟନ୍ତ ଇଣ୍ଡୋନେସିଆ ସହିତ ବନ୍ଧୁତା ବ୍ୟାପ୍ତ।

ମାର୍ଚ୍ଚ ୭/୨୦୧୯ ରେ ଇଣ୍ଡୋନେସିଆର ରାଜ ଦମ୍ପତି ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପରେ ରାଣୀ କହିଥିଲେ, “ଜଗନ୍ନାଥ ଆମର ପ୍ରଭୁ। ମୁଁ ମୋର ଜାତିର ତଥା ମୋର ଲୋକଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଲୋଡିଛି। ” ସେ ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ପୁରୁଣା ସମ୍ପର୍କରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବୌଦ୍ଧ ସାହିତ୍ୟ ଅନୁଯାୟୀ କଳିଙ୍ଗ ଏକ ସ୍ଵାଧୀନ ଦେଶ ଏବଂ ଏହାର ରାଜଧାନୀ ଦନ୍ତପୁର ନାମରେ ଜଣାଶୁଣା ଥିଲା। ତାଳପତ୍ର ପାଣ୍ଡୁଲିପି ଏବଂ ସାମୁଦ୍ରିକ ଅଭିଲେଖାଗାର ମାନଙ୍କରେ ସଂରକ୍ଷିତ ବିଭିନ୍ନ ପ୍ରମାଣ ଆଧାରରେ କଳିଙ୍ଗ ସାଧବଙ୍କ ବିଦେଶ ବାଣିଜ୍ୟ କାର୍ଯ୍ୟକଳାପର ଇତିହାସ ବିଷୟରେ ଅଧିକ ଅନୁସନ୍ଧାନ କରାଯାଇପାରିବ ଯାହା ଓଡିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କର ଅନେକ ନୂତନ ତଥ୍ୟ ପ୍ରକାଶ କରିବ |
(ଡକ୍ଟର ମନୋଜ ମିଶ୍ର)

ଜୟ ଜଗନ୍ନାଥ।
ଜୟ ଓଡ଼ିଶା। 🙏

ସୌଜନ୍ୟ : ପୂର୍ଣ୍ଣେନ୍ଦୁ ମହାପାତ୍ର

" ଓଡ଼ିଆ ସରକାରୀ ଭାଷା ଦିବସ " ଅବସରରେ 'ଭାଷା ଆନ୍ଦୋଳନ' ପରିବାର ତରଫରୁ ଓଡ଼ିଶାର ପରିଚୟ, ଓଡ଼ିଆ ଅସ୍ମିତାର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ...
17/08/2025

" ଓଡ଼ିଆ ସରକାରୀ ଭାଷା ଦିବସ " ଅବସରରେ 'ଭାଷା ଆନ୍ଦୋଳନ' ପରିବାର ତରଫରୁ ଓଡ଼ିଶାର ପରିଚୟ, ଓଡ଼ିଆ ଅସ୍ମିତାର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଓଡ଼ିଆ ଭାଷା ଆଇନ୍ ପ୍ରଣେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ସ୍ବାବଲମ୍ବୀ, ବିକଶିତ ଓଡ଼ିଶା ଗଠନ ଦିଗରେ ଜନ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ସଂକଳ୍ପ ନିଆଗଲା।
ଓଡ଼ିଶାର ହିତ ଓ ଓଡ଼ିଆଙ୍କ ସ୍ବାର୍ଥ ସର୍ବୋପରେ।
ଜୟ ଜଗନ୍ନାଥ।
ଜୟ ଓଡ଼ିଶା। 🙏

11/07/2025

ଆଦିବାସୀ ବନାମ ଅଣ-ଆଦିବାସୀ କରି ଓଡ଼ିଶାକୁ ବିଭାଜିତ କରିବା ତମ ଭୋଟ ବ୍ୟାଙ୍କ ପାଇଁ ଅନୁକୂଳ ହୋଇ ପାରେ, କିନ୍ତୁ ଓଡ଼ିଶା ପାଇଁ ହାନିକାରକ।
ଓଡ଼ିଶାର ପ୍ରତିଟି ପ୍ରାକୃତିକ ସମ୍ବଳ ଉପରେ ଅଧିକାର ଏ ମାଟିରେ ଜନ୍ମ ନେଇଥିବା ପ୍ରତିଟି ଓଡ଼ିଆର।
ଯାହାର ପୂର୍ବ ପୁରୁଷ ଏ ମାଟିରେ ଜନ୍ମ ନେଇଛନ୍ତି, ସିଏ ହିଁ ଏ ମାଟିର ମୂଳ ଅଧିବାସୀ ବା ଆଦିବାସୀ।

" ଜଳ, ଜଙ୍ଗଲ, ଜମି" ଉପରେ ମାଲିକାନା ପ୍ରତିଟି ଓଡ଼ିଆର, ଓଡ଼ିଶାର ମୂଳ-ଅଧିବାସୀଙ୍କର।

ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଆମ ରାଜ୍ୟକୁ ବିଭାଜିତ କରିବାର ଦୁଃସାହସ କର ନାହିଁ !

"ସୁନାବେଶ"- କାଳିଆ ପ୍ରତି ଆମ ମନରେ ଥିବା ଭଲ ପାଇବାର ଏକ ପରିପ୍ରକାଶ, ଏବଂ ଆମ ସମୃଦ୍ଧ ଅତୀତର ସ୍ୱାକ୍ଷର। ଓଡ଼ିଆ ଏତେଦୂର ସମୃଦ୍ଧ ଥିଲେ ଯେ ନି...
06/07/2025

"ସୁନାବେଶ"- କାଳିଆ ପ୍ରତି ଆମ ମନରେ ଥିବା ଭଲ ପାଇବାର ଏକ ପରିପ୍ରକାଶ, ଏବଂ ଆମ ସମୃଦ୍ଧ ଅତୀତର ସ୍ୱାକ୍ଷର।

ଓଡ଼ିଆ ଏତେଦୂର ସମୃଦ୍ଧ ଥିଲେ ଯେ ନିଜ ଆରାଧ୍ୟଙ୍କ ପାଇଁ ସୁନା, ରୂପା, ହୀରା, ମୋତି, ମାଣିକ୍ୟ ପରି ବହୁମୂଲ୍ୟ ଧାତୁ ଓ ରତ୍ନର ପ୍ରାବଧାନ କରାଇ ପାରିଥିଲେ, ସେ ସବୁକୁ ରତ୍ନ ଭଣ୍ଡାରରେ ସାଇତି ରଖିଥିଲେ।

ଐଶ୍ୱର୍ଯ୍ୟଶାଳୀ ନ ହୋଇଥିଲେ ଆମେ କଣ ଷାଠିଏ ପଉଟି, ଛପନ ଭୋଗର ରୀତି ପ୍ରଚଳନ କରି ପରିଥା'ନ୍ତୁ? ଏ ରୀତି ନୀତି କଣ ଆମ ସାମାଜିକ ଜୀବନର ପ୍ରତିଫଳନ ନୁହେଁ ?

ଆମେ ସମର୍ଥ ଥିଲୁ, ତେଣୁ ଭାରତର ବିଭିନ୍ନ ପ୍ରାନ୍ତରରେ ପ୍ରଭୁ ଜଗନ୍ନାଥଙ୍କ ନିମିତ୍ତ ଭୂମି ସଂରକ୍ଷିତ ରଖି ପାରିଥିଲୁ। ଆମେ ପରାକ୍ରମୀ ଥିଲୁ, ତେଣୁ ବିଶ୍ଵ ଦରବାରରେ ନିଜ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରାଇ ପାରିଥିଲୁ ।

ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଠାକୁର - ଏହି ପରି ପ୍ରତିଟି ଜିନିଷ ଯାହା ଆମ ଆରାଧ୍ୟ ଙ୍କ ପ୍ରତି ସମର୍ପିତ ବା ସମ୍ପର୍କିତ ତାହା ବଡ଼ ବା ବିଶାଳ। କାହିଁକି ? କାରଣ ଏ ଜାତିର ସ୍ଥିତି, ଓ ବ୍ୟାପ୍ତି ଥିଲା ବିଶାଳ।

ପ୍ରତି ବର୍ଷ ଆମ ଆରାଧ୍ୟ ବହୁ କଷ୍ଟ ସହି ବାହାରନ୍ତି ଆମକୁ ଦର୍ଶନ ଦେବା ପାଇଁ ଓ ତା ସାଙ୍ଗେ ମନେ ପକାଇ ଦେବା ପାଇଁ ଯେ " ଆମେ ହେଉଛୁ ଏକ ମହାନ୍, ସମ୍ଭ୍ରାନ୍ତ ଜାତି, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାର ଦାୟାଦ।"

ଆମେ ଆଜି ବିଭିନ୍ନ କାରଣରୁ ଶିଥିକ ପଡିଛୁ, କିନ୍ତୁ ସେ ଶିଥିଳତା ସାମୟିକ। ଆମ ଧମନୀରେ ପ୍ରବାହିତ ବୀର ରକ୍ତ ଯେଉଁ ଦିନ ନିଷ୍ପତ୍ତି ନେବ ପରିସ୍ଥିତିର ମଙ୍ଗ ମୋଡ଼ିବାକୁ, ସେଦିନ କାହାର ସାମର୍ଥ୍ୟ ନ ଥିବ ଆମ ପଥ ଅବରୋଧ କରିବାକୁ ! କରିବ ବା କିଏ ? ଆମ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯେ ରହିଛି ସୁରକ୍ଷା ବଳୟ ହୋଇ !

ଜୟ ଜଗନ୍ନାଥ।
ଜୟ ଓଡ଼ିଶା। 🙏

ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥଗାମୀ ଭବ ତୁମେ। 🙏
05/07/2025

ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥଗାମୀ ଭବ ତୁମେ। 🙏

ଏକା ସାଙ୍ଗରେ ଓଡ଼ିଶାର ସବୁ ସୋସିଆଲ ମିଡ଼ିଆ ଇନଫ୍ଲୁଏଁସରଙ୍କୁ ଆଦାନୀ ପୁରୀରେ ବାଣ୍ଟୁଥିବା ମାଗଣା ଖାଇବା କଥାର ପ୍ରଚାର ପ୍ରସାର କରିବାର ଆବଶ୍ୟ...
05/07/2025

ଏକା ସାଙ୍ଗରେ ଓଡ଼ିଶାର ସବୁ ସୋସିଆଲ ମିଡ଼ିଆ ଇନଫ୍ଲୁଏଁସରଙ୍କୁ ଆଦାନୀ ପୁରୀରେ ବାଣ୍ଟୁଥିବା ମାଗଣା ଖାଇବା କଥାର ପ୍ରଚାର ପ୍ରସାର କରିବାର ଆବଶ୍ୟକତା କାହିଁକି ପଡ଼ିଲା ? ଯଦି ଏସବୁ ବିଜ୍ଞାପନ ଓ ଏଥି ପାଇଁ ପାଉଣା ମିଳିଛି, ତେବେ ଆଦାନୀଙ୍କୁ ଏପରି କରିବାର ଆବଶ୍ୟକତା କାହିଁକି ପଡ଼ିଲା ?

ଆଉ ସବୁ ଇନଫ୍ଲୁଏଁସରଙ୍କ ସେହି ଭିଡ଼ିଓଟି ମିଲିୟନ ଭିଉ କେମିତି ହେଲା ? ବୁଷ୍ଟ କଲେ କି ? ତାହାର ଆବଶ୍ୟକତା କାହିଁକି ପଡ଼ିଲା ?

ଆଉ ଏ ସବୁ ଦେଖି , ସେହି ମାଗଣା ଖାଇବା ଖାଇ କେହି ଓଡ଼ିଆ ଖୁସିରେ ଗଦଗଦ ହେଲେ କି ? ଖୁସି ହେବାର ଆବଶ୍ୟକତା ଏଥି ପାଇଁ ନାହିଁ ଯେ,
୧. ଦୁନିଆରେ ଫ୍ରି କିଛି ନ ଥାଏ, ବିଶେଷତଃ ବେପାରୀଙ୍କ ଠାରୁ ମିଳୁଥିବା ମାଗଣା ଜିନିଷରେ।
୨. ରଥଯାତ୍ରାରେ ଆଦାନୀ କୌଣସି ଉଦ୍ଦେଶ୍ୟ ରଖି ପ୍ରଥମ ଥର ଖାଦ୍ୟ ବାଣ୍ଟୁ ଥାଇ ପାରନ୍ତି, କିନ୍ତୁ ଆମ ପାଇଁ ସେଟା ନୂଆ ଦୃଶ୍ୟ ନୁହେଁ। ନିଜେ ସ୍ୱଚ୍ଛଳ ନ ଥାଇ ମଧ୍ୟ, କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ନ ରଖି, ନିଜ ସାଧ୍ୟ ମୁତାବକ ଏଭଳି ସେବା ପ୍ରଦାନ କରୁଥିବା ଅନେକ ଶ୍ରଦ୍ଧାଳୁଙ୍କୁ ଆମେ ପ୍ରତି ବର୍ଷ ଦେଖି ଆସିଛୁ।

ବି.ଦ୍ର. ଯେଉଁ ମାନେ ପଇସା ନେଇ, ବା କୌଣସି କାରଣରୁ ଏହାର ପ୍ରଚାର ପ୍ରସାର କରୁଛନ୍ତି, ଖୁସିରେ ଗଦଗଦ ହେଉଛନ୍ତି, ସେମାନେ ନଅଙ୍କ ଦୁର୍ଭିକ୍ଷ ସମୟର ଛତର ( ଯେଉଁଠୁ ଆସିଛି "ଛତରଖିଆ") ପ୍ରଭାବରୁ ଏ ଯାଏଁ ବୋଧହୁଏ ମୁକ୍ତ ହୋଇ ପାରି ନାହାଁନ୍ତି।

03/07/2025

ରତ୍ନାକର ସାହୁ ବନାମ ଜଗନ୍ନାଥ ପ୍ରଧାନ ? ନା ବାବୁକ୍ରେସି ବନାମ ଡ଼େମୋକ୍ରେସି ? ଓଡ଼ିଶାରେ ବିଗତ କିଛି ଦିନ ଧରି ଚାଲିଥିବା ଅମଲାତନ୍ତ୍ର ବନାମ ଗଣତନ୍ତ୍ରରେ ଆମ ସାଧାରଣ ଜନତାଙ୍କ ସ୍ଥାନ କେଉଁଠି ? କେଉଁଠି ଆମର ଲାଭ, କେଉଁଠି ଆମର କ୍ଷତି ?

ବୀର ଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ର ବାହୁ କ୍ଷତ୍ରିୟ କୁଳ ଧୂମକେତୁ ମହାରାଜା କପ...
29/06/2025

ବୀର ଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ର ବାହୁ କ୍ଷତ୍ରିୟ କୁଳ ଧୂମକେତୁ ମହାରାଜା କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ଦିବସର ଶୁଭେଚ୍ଛା।ମହାପ୍ରଭୁଙ୍କ ଚରଣେ ପ୍ରାର୍ଥନା ପ୍ରତ୍ୟେକ ଓଡ଼ିଆ, ମହାରାଜା କପିଳେନ୍ଦ୍ର ଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତୃଭୂମି ପ୍ରେମୀ ହୁଅନ୍ତୁ।
ସୌଜନ୍ୟ: Sailendra Raj

29/06/2025

ଜଣେ ବ୍ୟକ୍ତିର ମୃତ୍ୟୁରେ ତା ଉପରେ ନିର୍ଭରଶୀଳ ଥିବା ତା ଜ୍ଞାତି କୁଟୁମ୍ବ ମଧ୍ୟ ଆଂଶିକ ମୃତ୍ୟୁ ବରଣ କରନ୍ତି। ସେ ଯେଉଁ କଷ୍ଟ ସହ୍ୟ କରନ୍ତି, କୌଣସି ଆର୍ଥିକ ସହାୟତା ତାହାର କ୍ଷତିପୂରଣ କରି ପାରିବ ନାହିଁ। ତେଣୁ, ଏ ଆର୍ଥିକ କ୍ଷତିପୂରଣକୁ ନେଇ ସରକାର ଆତ୍ମସନ୍ତୋଷ ନ ପାଇ ଲଜ୍ଜିତ ହେବା କଥା !

କାହିଁକି ହେଲା, କେମିତି ହେଲା, କିଏ କଲା ? - ଏ ସବୁ ପ୍ରଶ୍ନ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଓ ତା ପରିବାର ପାଇଁ ନିରର୍ଥକ। ତା ଜୀବନର ସୁରକ୍ଷା ସରକାରଙ୍କର କର୍ତ୍ତବ୍ୟ ଥିଲା - ଏତିକି ହିଁ ସେମାନେ ବୁଝି ପାରନ୍ତି ଓ ଆଶା କରନ୍ତି। ତେଣୁ, ବାକ୍ ଚାତୁରୀ ନ ଦେଖାଇ ସରକାର କ୍ଷମାଭିକ୍ଷା କରିବାର ଆବଶ୍ୟକତା ଅଛି, ପ୍ରଭୁ ଜଗନ୍ନାଥଙ୍କ ନିକଟରେ, ରାଜ୍ୟ ଓ ରାଜ୍ୟବାସୀଙ୍କ ନିକଟରେ।

ଗତ ବର୍ଷ ମଧ୍ୟ ଏଭଳି ବିଶୃଙ୍ଖଳା ହୋଇଥିଲା। ବଡ଼ ଠାକୁର ଗଳି ପଡ଼ିଥିଲେ। ତଦନ୍ତର ଭେଳିକି ନ ଦେଖାଇ ସରକାର ନିଜ କାର୍ଯ୍ୟପନ୍ଥା ଓ ପ୍ରସ୍ତୁତିର ଅନୁଶୀଳନ ଓ ପର୍ଯ୍ୟାଲୋଚନା କରିଥିଲେ ଏ ପ୍ରକାର ପରିସ୍ଥିତିର ପୁନରାବୃତ୍ତି ହୋଇ ନ ଥାଆନ୍ତା।

ବିଗତ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ନ ଥିଲା, ଥିଲା ବିଜେଡ଼ି ବିରୋଧରେ। ବିଜେପିର ନେତୃତ୍ୱ ଏ ସତ୍ୟକୁ ହୃଦୟଙ୍ଗମ କରି ପାରିଲେ, ଗ୍ରହଣ କରି ପାରିଲେ, ତାହା ତାଙ୍କ ପାଇଁ ଓ ଦଳ ପାଇଁ ମଙ୍ଗଳକର ହେବ।

Address

Khaliabagicha, 2nd Lane
Boudh
762014

Alerts

Be the first to know and let us send you an email when Jay Odisha - ଜୟ ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jay Odisha - ଜୟ ଓଡ଼ିଶା:

Share