06/07/2026
ବୋରିଗୁମ୍ମା ବ୍ଲକ ରୋସେଇପଦର ଗାଁ – ଆଜି ବି ଅନ୍ଧାରରେ ଜୀବନ!
ସରକାର "ବିକାଶ"ର ଢୋଲ ପିଟୁଥିବା ବେଳେ, ବୋରିଗୁମ୍ମା ବ୍ଲକ ରୋସେଇପଦର ଗାଁର ଲୋକମାନେ ଆଜି ବି ବିଦ୍ୟୁତ ଆଲୋକରୁ ବଞ୍ଚିତ। ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଗାଁରେ ବିଦ୍ୟୁତ ସଂଯୋଗ ନ ଥିବା ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ।
ପିଲାମାନେ ପାଠ ପଢ଼ିବା ପାଇଁ ସୌର ଲାଇଟ୍ର ସାହାଯ୍ୟ ନେଉଛନ୍ତି, ମୋବାଇଲ୍ ଚାର୍ଜ କରିବା ପାଇଁ ଦୂର ଗାଁକୁ ଯିବାକୁ ପଡ଼ୁଛି। ଏହା କଣ ଡବଲ୍ ଇଞ୍ଜିନ ସରକାରର ବିକାଶର ଚିତ୍ର?
ଜନପ୍ରତିନିଧି ଓ ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ। ରୋସେଇପଦର ଗାଁର ପ୍ରତ୍ୟେକ ପରିବାରକୁ ଶୀଘ୍ର ବିଦ୍ୟୁତ ସଂଯୋଗ ଯୋଗାଇବା ସହ ମୌଳିକ ସୁବିଧା ନିଶ୍ଚିତ କରନ୍ତୁ।
ଲୋକଙ୍କ ଅଧିକାର ଉପରେ ରାଜନୀତି ନୁହେଁ, ବିକାଶ ଦରକାର।
Biju Janata Dal Odisha CMO Odisha
TP Sodl