Saroj Mohapatra

Saroj Mohapatra Love to Write Romantic n Current issue poems in Odiya.

ବିଶ୍ବାସର ଟିକେ ଲୁଣ, ଶ୍ରଦ୍ଧାର ଲେମ୍ବୁ ଲଙ୍କା, କିଛି ଆତ୍ମୀୟତାର ଭରତା,ସଂସ୍କାରର ବଡିଚୁରା,ଓ ସତ୍ଯ ବେସରର ଝୋଳ କେବେ ଉପଭୋଗ କରିଛକେମିତି ଲା...
20/03/2026

ବିଶ୍ବାସର ଟିକେ ଲୁଣ,
ଶ୍ରଦ୍ଧାର ଲେମ୍ବୁ ଲଙ୍କା,
କିଛି ଆତ୍ମୀୟତାର ଭରତା,
ସଂସ୍କାରର ବଡିଚୁରା,
ଓ ସତ୍ଯ ବେସରର ଝୋଳ
କେବେ ଉପଭୋଗ କରିଛ
କେମିତି ଲାଗେ ଏ ଜୀବନ ପଖାଳ ?

ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ।

..... ୋଜ

ହୋଲି....ଯେଉଁ ବନ୍ଧୁମାନଙ୍କୁ ପାଖରେ ପାଇଲି କ୍ଯମେରାରେ କଏଦ୍ କଲି ।।
04/03/2026

ହୋଲି....
ଯେଉଁ ବନ୍ଧୁମାନଙ୍କୁ
ପାଖରେ ପାଇଲି
କ୍ଯମେରାରେ କଏଦ୍ କଲି ।।

ହୋଲି - 2026--------------------ସେପଟେ ଘମାଘୋଟ ଯୁଦ୍ଧର ବିଭୀଷିକାଅଶାନ୍ତ ରକ୍ତର ହୋରି ।ଆ ରଂଗ ଟିକେ ଦେଇ ବୁଝେଇଦେବି ଜୀବନ ଢଙ୍ଗରେପ୍ରେମ ...
03/03/2026

ହୋଲି - 2026
--------------------

ସେପଟେ ଘମାଘୋଟ
ଯୁଦ୍ଧର ବିଭୀଷିକା
ଅଶାନ୍ତ ରକ୍ତର ହୋରି ।


ରଂଗ ଟିକେ ଦେଇ
ବୁଝେଇଦେବି
ଜୀବନ ଢଙ୍ଗରେ
ପ୍ରେମ ଫଗୁଣରେ
ଶାନ୍ତିର କେତେ ଯେ ଜରୁରୀ !!
........ସରୋଜ

ମହିଷମର୍ଦ୍ଦିନୀ ତୁମେ କାତ୍ୟାୟନୀ ଅମ୍ବିକା, ଗୌରୀ,ଚନ୍ଦ୍ରିକା, ଭବାନୀପାପ ବିନାଶର ଧାରା  ।ଆଗମନେ ହଟୁ ଅନ୍ଯାୟ ଅଂଧାର ଫୁଟୁ ମହାର୍ଘ୍ଯର ତାରା ...
02/10/2025

ମହିଷମର୍ଦ୍ଦିନୀ ତୁମେ କାତ୍ୟାୟନୀ
ଅମ୍ବିକା, ଗୌରୀ,ଚନ୍ଦ୍ରିକା, ଭବାନୀ
ପାପ ବିନାଶର ଧାରା ।
ଆଗମନେ ହଟୁ ଅନ୍ଯାୟ ଅଂଧାର
ଫୁଟୁ ମହାର୍ଘ୍ଯର ତାରା ।।

..........ସରୋଜ
ପବିତ୍ର ବିଜୟା ଦଶମୀର ଅନେକ ଅନେକ ଶୁଭେଚ୍ଛା

ମେଘ-------    ଇଂ. ସରୋଜ ମହାପାତ୍ର ଖରା ବରଷାର ଦୋ-ଛକିରେ ଠିଆ ମୁଁ ଏକ ଅଲୋଡା ମେଘ ।ଘନୀଭୂତ ହେବି କିବା ରୂପ ନେବି ପବନ ଠାରିବ ଦିଗ  ।।ଠୋପା...
17/09/2025

ମେଘ
-------
ଇଂ. ସରୋଜ ମହାପାତ୍ର

ଖରା ବରଷାର ଦୋ-ଛକିରେ ଠିଆ
ମୁଁ ଏକ ଅଲୋଡା ମେଘ ।
ଘନୀଭୂତ ହେବି କିବା ରୂପ ନେବି
ପବନ ଠାରିବ ଦିଗ ।।

ଠୋପା ବରଷାରେ ଲେଖା ରହିଅଛି
କା ଦେହ ସେ ଭିଜେଇବ ।
ତନୁ ମନ ଭିଜି ସ୍ମୃତି ଅଗଣାରେ
ଅତୀତକୁ ଝୁରେଇବ ।।

------000------

04/09/2025

କିଛି ନଥିବା ହିଁ ଶ୍ରେଷ୍ଠ ସମ୍ପତ୍ତି
ସବୁ ଥାଇ ଭୋଗ କରି ନପାରିବା
ଏକ ଅନାବଶ୍ୟକ ବିପତ୍ତି ।
ଯାହା କାନ ପାରିବି ଶୁଣି ପାରିଲିନି
ତାହାହିଁ ସ୍ବର୍ଗ ।
ଯାହା ଶୁଣି ବାରମ୍ବାର ମରୁଛି
କେବଳ ନର୍କର ଦୁର୍ଗ ।।

... ସରୋଜ

ତୁମେ ହିଁ ଆକାର ପୁଣି ନିର୍ବିକାର କେତେ ପ୍ରଶ୍ନ ସମାଧାନ ।ଜଂଜାଳ ଅଣୁରେ ଜୀବନ ଜ୍ଯାମିତିଶ୍ରେଷ୍ଠ ତୁମେ ଅବଧାନ ।।                  ..........
27/06/2025

ତୁମେ ହିଁ ଆକାର
ପୁଣି ନିର୍ବିକାର
କେତେ ପ୍ରଶ୍ନ ସମାଧାନ ।
ଜଂଜାଳ ଅଣୁରେ
ଜୀବନ ଜ୍ଯାମିତି
ଶ୍ରେଷ୍ଠ ତୁମେ ଅବଧାନ ।।

........ସରୋଜ

ଜୀବନ ମଣ୍ଡପେ ଜଂଜାଳର ସ୍ନାନ ହସ କାନ୍ଦେ ଦେହ ଓଦା ।ଓୌଷଧରେ ସିନା ଦେହ ଉପଶମ  ଏଠି, ଅଜ୍ଞାନର ଜର ସଦା ।।ତୋ ଦାଣ୍ଡ ପରିକା ଇଚ୍ଛା ତିଆରିଛି ଗଡି...
11/06/2025

ଜୀବନ ମଣ୍ଡପେ ଜଂଜାଳର ସ୍ନାନ
ହସ କାନ୍ଦେ ଦେହ ଓଦା ।
ଓୌଷଧରେ ସିନା ଦେହ ଉପଶମ
ଏଠି, ଅଜ୍ଞାନର ଜର ସଦା ।।

ତୋ ଦାଣ୍ଡ ପରିକା ଇଚ୍ଛା ତିଆରିଛି
ଗଡିବ ତୋ ଦିବ୍ଯ ରଥ ।
ଭଗ୍ନ ଲଗ୍ନରେ ତୁ ହିଁ ଭରଷା
ପ୍ରତି ବେଦନାର ନାଥ ।।

ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ସହ
....... ସରୋଜ

ଗୁଳୁଗୁଳି------------             ଇଂ. ସରୋଜ ମହାପାତ୍ର     ବେଳେବେଳେ ଇଚ୍ଛା ହୁଏଅବେଳରେ ଭୋଗିବାକୁ ଗୁଳୁଗୁଳି ଦେହରୁ ବୋହିଯାଆନ୍ତା ଅଶାନ...
04/06/2025

ଗୁଳୁଗୁଳି
------------
ଇଂ. ସରୋଜ ମହାପାତ୍ର

ବେଳେବେଳେ ଇଚ୍ଛା ହୁଏ
ଅବେଳରେ ଭୋଗିବାକୁ ଗୁଳୁଗୁଳି
ଦେହରୁ ବୋହିଯାଆନ୍ତା
ଅଶାନ୍ତି ଓ ଅପ୍ରୀତିର ଝାଳ
ବେଳ ମୋର ଖୋଜୁଥାନ୍ତା
ଶୁଭ୍ରତାର ମହୋଦଧି
ଶାନ୍ତିର ସକାଳ ।

ଛପର କରି ହୁଏନି ସବୁ
ଇଛାର କୁଟୀର
ଭାଗ୍ଯର ମହୋଦଧିରେ
ସମୟ ଗୋଟେ କୂଳ ।
କୋଉଠି ଖାତିର ନଥାଏ
ବାଦଲ ଫଟା ବର୍ଷାକୁ ତ
କୋଉଠି ଦହଗଂଜରେ
ସାମାନ୍ଯ ଝଡି ବର୍ଷା କାଳ ।

ଜାଣେ ତୁମ ଖୋଲା ଝରକା
ମତେ ଭୋଗେଇ ପାରୁଥାଏ
ଘର ଭିତର ଅନୁଭବର ଅନୁଭୁତି
ତେବେ ସବୁ ଖରାବେଳ ନୁହଁ
ଗୁଳୁଗୁଳିର ଆକ୍ତାମାକ୍ତା ସ୍ଥିତି ।

କିଛି ଗମଗମ ଝାଳ
ଅଗରୁ ଚନ୍ଦନ
ଅକାତ ପ୍ରାପ୍ତିର ଦୁର୍ଲଭ ତୃପ୍ତି ।

ସଂଜ ପଶୁଥିବ ଖରାକୁ ଆଡେଇ
ମୁକୁଳିତ ଦରବାରେ ହେବାକୁ ସଜେଇ
ସ୍ୱଚ୍ଛନ୍ଦରେ ବାଜୁଥିବ ଅଣାୟତ୍ତ ଢୋଲ
ନିଜକୁ ନିଜେ ଖୋଲି ପାରୁଥିବ
ପରସ୍ତ ପରସ୍ତ କରି ।

ଥମିଯାଇଥିବ ଆର୍ଦ୍ରତା
ହେଲେ ଅପେକ୍ଷାରେ ଥିବ
କେଇବୁନ୍ଦା ଝାଳ
ଅନ୍ତରଂଗରେ ଅନ୍ଧାର ଭରି ।

---------000---------

ଧନ୍ୟବାଦ ସଂପାଦକ  ୁର୍ବାଭଗ୍ନ ଡେଣାର ପ୍ରଜାପତି ---------------------------              ଇଂ. ସରୋଜ ମହାପାତ୍ର । ଡେଣା ଭାଙ୍ଗିବାର ଅନେ...
17/04/2025

ଧନ୍ୟବାଦ ସଂପାଦକ ୁର୍ବା

ଭଗ୍ନ ଡେଣାର ପ୍ରଜାପତି
---------------------------
ଇଂ. ସରୋଜ ମହାପାତ୍ର ।

ଡେଣା ଭାଙ୍ଗିବାର ଅନେକ ଆଗରୁ
ସେ ଭାଙ୍ଗି ଯାଇଥିବ
ଆସ୍ତେ ଆସ୍ତେ ଅବସ ହୋଇ ପଡିଥିବ
ବ୍ଯସ୍ତତା
ମାନସିକତା
ଉତ୍ସୁକତା
ମନ ଥରେ ଭାଙ୍ଗିଗଲେ
ଅଲଣା ବିବିଧ ବିଭୋରତା
ପୋଡା ତିଅଣ କି ସଜାଡି ହୁଏ !
ଯାହା ଖାଲି ଦହଗଂଜର ଅସ୍ତିରତା ।

ସେ ଅମୂଲ୍ଯ ରଂଗର ଡେଣା
କେତେ ଭେଦ
କେତେ ସ୍ବାଦ
ଆଉ ମନେ ନପଡ଼ିଲେ ଭଲ
ସେ ଅନିଚ୍ଛା ଘରର ଅଗଣା ।

ପ୍ରଜାପତି ଠିକ୍ ଜାଣେ
ବିଶ୍ବାସର ବିଷାକ୍ତ ଚୋଟରେ
ତା ଦେହ ସାରା କଣା ।

କେବେ ଦିନେ ନିରେଖିଥିବ,
ପରଖିଥିବ ନିଜକୁ
ଟିକେ ଅହଂକାରର ଠାଣିରେ
ଦେଖେଇଥିବ ଡେଣାକୁ ।
ସାମାନ୍ଯ ଅହଂକାରପଣ
ସୁଂଦରତାର ସୌଜନ୍ଯତା
ସାମାନ୍ଯ ଅହଂକାର ହିଁ ଭରିଥାଏ
ସୌନ୍ଦର୍ଯ୍ୟତାରେ ବାକିତକ ପୂର୍ଣ୍ଣତା ।

ଅନେକ ପ୍ରୟାସ ପରେ ବି
ନିଜ ଠାରୁ ନିଜେ ନିଜେ ହାରି
ଭଲ ପାଇବା ବାଣ୍ଟି ଚାଲିଥିଲା
ଡେଣା ।
ଶୁଭୁଥିଲା
କେଉଁ ଏକ ଅଜଣା କୋଣରୁ
ଶଦ୍ଦ ହୀନ ଯନ୍ତ୍ରଣାର
କରୁଣ କାନ୍ଦଣା ।


ଫୋ: 7008167321

---------000--------

13/04/2025

ଅନ୍ଦାଜ
----------
ଅନ୍ଦାଜ ହିଁ ହସ
ଅନ୍ଦାଜ ହିଁ ଲୁହ
ଅନ୍ଦାଜ ହିଁ ଆତ୍ମା
ଅନ୍ଦାଜ ହିଁ କୋହ ।

ଅନ୍ଦାଜ ଠୁ ଆରମ୍ଭ
ଅନ୍ଦାଜ ଠି ଶେଷ ।
ଅନ୍ଦାଜ ହିଁ ପ୍ରେମ
ସବୁ ଅବଶୋଷ ।।

.......ସରୋଜ

ଆଜି ପବିତ୍ର ମହା ଶିବରାତ୍ରି । ମୋ ବାପାଙ୍କ ଜନ୍ମଦିନ । ବାପା ବଂଚିଥିଲେ ଆଜି ୮୩ ବର୍ଷରେ ପଦାର୍ପଣ କରିଥାନ୍ତେ ।  ାପାଙ୍କୁ ଉତ୍ସର୍ଗ କରି ଆଜି...
26/02/2025

ଆଜି ପବିତ୍ର ମହା ଶିବରାତ୍ରି ।
ମୋ ବାପାଙ୍କ ଜନ୍ମଦିନ ।
ବାପା ବଂଚିଥିଲେ ଆଜି ୮୩ ବର୍ଷରେ ପଦାର୍ପଣ କରିଥାନ୍ତେ ।

ାପାଙ୍କୁ ଉତ୍ସର୍ଗ କରି ଆଜି ଏ କବିତା:
******************

ଜୀବନ ଆଧାର ସତ୍ଯ କାରବାର
ଚାରିଦିଗ ଶିବ ଶିବ ,
ସଂସାର ସାଗର ଜୀବନ ତଟକୁ
ଛୁଏଁ ଭକତିର ଭାବ ।।

ନୀଳକଣ୍ଠ ନୀଳ ଗଳାରେ ଗରଳ
ମନ୍ଥନର ଶ୍ରେଷ୍ଠ ଉକ୍ତି ।
ତୁମେ ହିଁ କରମ ତୁମେ ହିଁ ଧରମ
ନିଷ୍ଠା ଚେତନାର ଶକ୍ତି ।।

..........ସରୋଜ

Address

Bhubaneswar
751014

Telephone

9437064693

Website

Alerts

Be the first to know and let us send you an email when Saroj Mohapatra posts news and promotions. Your email address will not be used for any other purpose, and you can unsubscribe at any time.

Share

Category