05/06/2026
ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆୟୋଜିତ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ମତବିନିମୟ କରିବାର ସୁଯୋଗ ପାଇଲି।
ଏହି ଅବସରରେ ମାନ୍ୟବର ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଭାଇ ,ମୋର ପ୍ରିୟ ନେତା ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଭାଇ , ଭୁବନେଶ୍ୱର ମହାନଗର ନିଗମର ବିଏମସି କମିଶନର ଶ୍ରୀଯୁକ୍ତ ଚଞ୍ଚଳ ରାଣାଙ୍କ ସମେତ ଅନେକ ଜନପ୍ରତିନିଧି ଓ ସମାଜସେବୀ ଉପସ୍ଥିତ ରହିଥିଲେ।
ପରିବେଶର ସୁରକ୍ଷା ହେଉଛି ମାନବ ସମାଜର ସୁରକ୍ଷା। ବୃକ୍ଷରୋପଣ, ସ୍ୱଚ୍ଛତା ଏବଂ ପ୍ରକୃତି ପ୍ରତି ଦାୟିତ୍ୱବୋଧ ହିଁ ଆମକୁ ଏକ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଦେଇପାରିବ। ଆସନ୍ତୁ, ବିଶ୍ୱ ପରିବେଶ ଦିବସରେ ଆମେ ସମସ୍ତେ ଏକ ସବୁଜ, ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ଭୁବନେଶ୍ୱର ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
krushnachandra_bjp