YUVA UTKAL Bharat.

YUVA UTKAL Bharat. ଜଗଦିଶ ପ୍ରଧାନ ଦାଦନ ପ୍ରଥାକୁ ଓଡିଶାରେ ବନ୍ଦ କରିବା ହିଁ ଏକ ମାତ୍ର ଲକ୍ଷ୍ୟ l

12/08/2019

ଧାରା 370 ଉଛେଦ -ଆଜାଦ କାଶ୍ମୀର ସ୍ବପ୍ନ ଦେଖାଉଥିବା ପାକିସ୍ତାନ କୁ ଭାରତର ଶକ୍ତ ପ୍ରହାର ::::::::::::::::

ଯେତେବେଳେ ଦେଶର ସlହସବାନ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ସରକାର ଦୀର୍ଘ ସତୁରି ବର୍ଷ ଧରି କାଶ୍ମୀରରେ ଥିବା ଧାରା 370କୁ ଉଛେଦ କଲେ ସେତେବେଳେ ସାରା ଭାରତରେ ଏବଂ କାଶ୍ମୀର ଓ ଲଦାଖରେ ଖୁସିର ମାହୋଲ ସୃଷ୍ଟି ହେଲା l କିନ୍ତୁ ପାକିସ୍ତାନ ଏବଂ ତାଙ୍କ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଥିରେ ଘୋର ଅସନ୍ତୁଷ୍ଟ ହେଇ ବିବାଦୀୟ ବୟାନ ଜାରିକରିବା ଆରମ୍ଭ କରିଦେଲେ ସତେ ଯେମିତି ପାକିସ୍ତାନ ଠାରୁ ଆମେ କାଶ୍ମୀର ଜୋର ଜବରଦସ୍ତି କରି ଛଡେଇ ନେଲୁ l କାରଣ ଦୀର୍ଘ ଦିନ ଧରି ପାକିସ୍ତାନ ସରକାର ତାଙ୍କ ଦେଶ ଜନତାଙ୍କୁ ଏଇ ସପ୍ନ ଦେଇଆସୁଥିଲା କି କାଶ୍ମୀର ସେମାନଙ୍କର l

ସତ୍ୟ କହିବାକୁ ଗଲେ 30ବର୍ଷରୁ ଉର୍ଧ ହେଲାଣି ପାକିସ୍ତାନର କାଶ୍ମୀର ପଲିସି କିଛିବି ଲାଭ ପାକିସ୍ତାନ ବାସିନ୍ଦାଙ୍କୁ ଦେଇପାରିନାହିଁ ବରଂ ଭାରତ ବିପକ୍ଷରେ କେବଳ ଘୃଣା ସୃଷ୍ଟି କରି ନିଜର କ୍ଷତି ନିଜେ କରିଚାଲିଛି l
ଭାରତ ଠାରୁ ଏକ କ୍ରିକେଟ ମ୍ୟାଚ ହାରିଗଲେ ପାକିସ୍ତାନରେ କିଭଳି ପ୍ରତିକ୍ରିୟା ହୁଏ ତାହା କାହାକୁ ବା ଅଛପା

କିନ୍ତୁ କାଶ୍ମୀର ସମାଧାନ ପରେ ସେମାନେ କିଭଳି ସରକାର ଚଳେଇବେ ଦେଖିବାକୁ ବାକି ରହିଲା !!!!!

ପାକିସ୍ତାନରେ ଯେ କୌଣସି ଦଳ ଯେତେବେଳେ ନିର୍ବାଚନରେ ଆସନ୍ତି ସମସ୍ତଙ୍କ ଏଜେଣ୍ଡାରେ କାଶ୍ମୀର ଥାଏ l ସମସ୍ତେ ପାକିସ୍ତାନୀଙ୍କୁ ଦିବା ସ୍ବପ୍ନ ଦେଖlନ୍ତି କି "କାଶ୍ମୀର ବନେଗା ପାକିସ୍ତାନ "ଅର୍ଥାତ କାଶ୍ମୀର ଦିନେ ପାକିସ୍ତାନର ହେବ l ଶାସନ ଗାଦିରେ ବସିବା ପାଇଁ ଏହାକୁ ମୁଖ୍ୟ ମୁଦା ଏବଂ ଭାରତ ବିରୋଧୀ ବୟାନ ଦେଇ ଶାସନ ଭାର ସମ୍ଭାଳନ୍ତି l ଏବେ ତ ସିଧା ସଳଖ ଆମ ଦେଶର ରାଜନୈତିକ ଦଳ ଭଳିଆ RSS କୁ ଦୋଷ ଦେବାକୁ ଆରମ୍ଭ କଲେଣି l

କିନ୍ତୁ କିଭଳି କାଶ୍ମୀର ଯାହା ଆମର ଭୂସ୍ବର୍ଗ ଏବଂ ଅବିଛେଦ ଅଂଗ ତାହା ପାକିସ୍ତାନୀଙ୍କ ହେବ???? ପୁଣି ସେମାନେ କୁହନ୍ତି kasmir hamare shahrag hai ଅର୍ଥାତ କଣ୍ଠନଳୀ ର ଧମନୀ ହେଉଛି କାଶ୍ମୀର l କିଭଳି ସେମାନେ ଏବେ ନିଜ ଧମନୀ ବିନା ବଞ୍ଚି ରହିବେ???

1990ମସିହା ସମୟରେ ପାକିସ୍ତାନ ନିଜ ଜନତାଙ୍କୁ ନିଜର ଏକ Television ମାଧ୍ୟମରେ 9P.M. ପରେ ଏକ ଛୋଟ ଯାହାକି 20ମିନଟ ର ପ୍ରୋଗ୍ରାମ ପ୍ରସାରଣ କରି କେବଳ ଭାରତୀୟଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରିବାକୁ ଉସୁକାଉଥିଲେ, ଏବଂ ଏହା ସହ ଏକ ଗୀତ "ଇସ ଦୁନିଆ କେ ଗମ ଜାନେ କବ ହୁ ଗି କମ " ସହ କାଶ୍ମୀରର ମିଛ ଛବି ଲୋକଙ୍କୁ ଦେଖାଉଥିଲେ l ଏବଂ ସେହି ପ୍ରୋଗ୍ରାମ ରେ ସେମାନେ Mirwaiz ummer farooq, Yasin malik, sSayed alli Geelani ଏବଂ ଅନ୍ୟ କାଶ୍ମୀର ବିଛିନାତାବାଦୀ ନେତାଙ୍କୁ ପ୍ରକୃତ ହିରୋ ବୋଲି ପ୍ରଶଂସାରେ ପୋତି ପକାଇ ଦେଶ ସାରା telivision ରେ ଦେଖାଉଥିଲେ l

ପାକିସ୍ତାନୀଙ୍କ ହୃଦୟ କେବଳ କାଶ୍ମିରୀଙ୍କ ପାଇଁ ସ୍ପନ୍ଦନ ହେବା ଉଚିତ ବୋଲି ଲୋକଙ୍କୁ ବୁଝାଉଥିଲେ l କିନ୍ତୁ ଆମ ଦେଶର ଗୋଟେ ରାଜ୍ୟ ପାଇଁ କିଭଳି ତାଙ୍କ ସ୍ପନ୍ଦନ ହେବ ଆଉ ବର୍ତମାନ ତ ହ୍ରୁଦସ୍ପନ୍ଦନ ବନ୍ଦ ମଧ୍ୟ ହେଇଗଲା

ପ୍ରତିବର୍ଷ ଫେବ୍ରୁଆରୀ 5ତାରିଖ ପାକିସ୍ତାନରେ ପାକିସ୍ତାନୀ ମାନେ କାଶ୍ମିରୀ ଦିବସ ରୂପେ ପାଳନ କରନ୍ତି ସେଥିରେ ଧର୍ମଯୁଧ୍ୟ କରିବାକୁ ଆବାହନ କରିବା ସହ ଆମ ସୈନିକଙ୍କ ବିରୁଦ୍ଧରେ ମିଥ୍ୟାରେ ବର୍ବରତା କରୁଥିବା ଅଭିଯୋଗ କରି କାର୍ଯ୍ୟକ୍ରମ ମାନଙ୍କରେ ଦେଖା ଯାଏ l ଆଜାଦ କାଶ୍ମୀରର Poster Boy Hafeez Sayeed, Sallauddin, Ahmad budhianvi ଯେଉଁ ମାନେ କି ବିଶ୍ୱ ପାଇଁ କୁଖ୍ୟାତ ଆତଙ୍କବାଦୀ ଏବଂ ସବୁ ଦେଶ ଏମାନଙ୍କ ସଙ୍ଗଠନକୁ ନିଷେଧ କରିଛନ୍ତି ସେମାନେ ସେହିଦିନ ନାନା ଶୋଭାଯାତ୍ରା କରି ଧର୍ମଯୁଧ୍ୟ ର ଡାକରା ଦେଇ ଭାରତ ବିରୋଧୀ ଭାଷଣ ମାନ ଦିଅନ୍ତି l

ଏହାର ପ୍ରଭାବ ମଧ୍ୟ ପାକିସ୍ତାନୀ ଉପରେ ପଡୁଛି,ନିଜର ହିଂସା ଭାବନା ଏବଂ ଭାରତ ବିରୋଧୀ ଯୋଗୁଁ ଆତଙ୍କବାଦୀ ସଂଗଠନ, ଆତଙ୍କବାଦୀ, ଜେହାଦି ସୃଷ୍ଟି ହେଇ ନିଜେ ନିଜର କ୍ଷତି କରୁଛନ୍ତି l

କିନ୍ତୁ ନିଜ ଦେଶର ବିକାଶ ପାଇଁ କଣ କରିଛନ୍ତି ପାକିସ୍ତାନ ସରକାର???????
ଏକା ସାଙ୍ଗରେ ସୃଷ୍ଟି ଭାରତ ଆଉ ପାକିସ୍ତାନ ଆଜି କିଏ କଉଠି ତାର ତର୍ଜମା କରିବା ଦରକାର l ଭାରତ ନିଜର ନିଷ୍ଠାପର ଉଦ୍ୟମ ବଳରେ ଆଜି ଚନ୍ଦ୍ରରେ ଅବତୀର୍ଣ ହେଉଥିଲା ବେଳେ ପାକିସ୍ତାନ Line of Control ପାରି ହେବା ମଧ୍ୟ ସମ୍ଭବ ହେଉନି l ଗୋଟିଏ ଦେଶ ସାରା ବିଶ୍ୱ ଶକ୍ତି ଆଡକୁ ଯାଉଥିବା ବେଳେ ପାକିସ୍ତାନ ନିଜେ ଗୋଟେ ଅଟା କଳ ବସେଇବା କି ନିଜର ଛୁଞ୍ଚି ଟେ ତିଆରି କରିବା ବି ସମ୍ଭବ ହେଉନି l

ନିଜଦେଶର ପାସ୍ତୁନ, ବାଲଚ, ହଯରସ, ମହାଯୋର ମାନଙ୍କ ବିକାଶ ପାଇଁ କେବେ ଚେଷ୍ଟା କରିଛି କି??

ନିଜ ଦେଶରେ ଥିବା ସଂଖ୍ୟା ଲଘୁ ସିହା, ଅହମଦିଅl, ଖ୍ରୀଷ୍ଟିଆନ କି ହିନ୍ଦୁ ଏମାନଙ୍କ ବିଷୟରେ କେବେ ଭାବିଛି କି??
ଆମ ଦେଶର ସଂଖ୍ୟାଲଘୁ ମାନେ ପାକିସ୍ତାନୀ ସଂଖୟାଧିକ ଠାରୁ ମଧ୍ୟ ଯଥେଷ୍ଟ ସୁରକ୍ଷିତ ଏବଂ ସମୃଦ୍ଧ lଦେଶର ଗରିବି କିପରି ହଟିବ ସେବିଷୟରେ ଭାବିଚି କି??? ଯେଉଁ ଦେଶର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ବି ଦୁର୍ନୀତି ଅଭିଯୋଗରେ ଜେଲରେ ବନ୍ଦୀ ଜୀବନ କାଟନ୍ତି, ଏବଂ ଦେଶରୁ ବାସନ୍ଦ ହେଇ ଅନ୍ୟ ଦେଶରେ ଆଶ୍ରୟ ନିଅନ୍ତି ସେ ଦେଶର ଦୁର୍ନୀତି ହଟେଇବାକୁ ଦେଶର କିଛିବି ଭାବନା ଅଛିକି??

ତେଣୁକରି କେବଳ ଆତଙ୍କବାଦୀ ସୃଷ୍ଟି କରୁଥିବା ଦେଶର ପରିଚୟ ନେଇ ବଂଚିବା ଅପେକ୍ଷା ନିଜର ଲୋକଙ୍କ ବିଷୟରେ ଚିନ୍ତା କରି କାଶ୍ମୀର ବିଷୟରେ ଦିବା ସପ୍ନ ନଦେଖି ଶାନ୍ତିରେ ରୁହନ୍ତୁ l ଆଉ ଭାରତ ବର୍ଷ ଏବେ 1999 ମସିହାର ଅବସ୍ଥାରେ ନାହିଁ ତେଣୁକରି ଯୁଧ୍ୟ କରିବାର ଯୋଜନା ଭୁଲିବା ଉଚିତl

JAGADISH PRADHAN
#9437929311

30/07/2019
11/02/2019

ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଆମ ଜିଲ୍ଲା ନେତୃମଣ୍ଡଳି ସହ ବସି ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରିବି ।

Address

Bhubaneswar

Telephone

+919437929311

Website

Alerts

Be the first to know and let us send you an email when YUVA UTKAL Bharat. posts news and promotions. Your email address will not be used for any other purpose, and you can unsubscribe at any time.

Share