Babu Singh

Call Directions Website Contact the organization

Babu Singh •MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY.

•DISTRICT PRESIDENT BJP BHUBANESWAR,ODISHA(2019-2024)

ଭୁବନେଶ୍ୱର ସାଂସଦ ଶ୍ରୀମତୀ Aparajita Sarangi ଜୀଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ...
08/10/2026

ଭୁବନେଶ୍ୱର ସାଂସଦ ଶ୍ରୀମତୀ Aparajita Sarangi ଜୀଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ।

ଶ୍ରୀ ଚିତରଞ୍ଜନ ଗୌଡ଼ ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।
08/10/2026

ଶ୍ରୀ ଚିତରଞ୍ଜନ ଗୌଡ଼ ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଅବିରତ ଜନସେବାକୁ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପୋଖରୀପୁଟ ସ୍ଥିତ କାର୍ଗିଲ ପଡ଼ିଆର...
07/10/2026

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଅବିରତ ଜନସେବାକୁ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପୋଖରୀପୁଟ ସ୍ଥିତ କାର୍ଗିଲ ପଡ଼ିଆରେ ଆୟୋଜିତ ବିକଶିତ ଭାରତ ସଙ୍କଳ୍ପ ସଭା କାର୍ଯ୍ୟକ୍ରମରେ ସାଥି କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଦେଇ ବିକଶିତ ଭାରତ ନିର୍ମାଣ ଦିଗରେ ସଂକଳ୍ପିତ ହେଲୁ । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ମୋଦୀ ଜୀଙ୍କ ଜନସେବା ଯାତ୍ରା ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ବିଶ୍ୱ ମଞ୍ଚରେ ଏକ ନୂଆ ପରିଚୟ ଦେଇଛି । ସେବା, ସୁଶାସନ ଓ ଗରିବ କଲ୍ୟାଣର ଏହି ୨୫ ବର୍ଷ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଢ଼ିବାର ସଙ୍କଳ୍ପ ସହ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆମେ ସମସ୍ତେ ଏକଜୁଟ ହୋଇ କାମ କରିବା । ମୋଦୀ ଜୀଙ୍କ ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିବା ସହ ତାଙ୍କ ମାର୍ଗଦର୍ଶନରେ ଦେଶସେବାର ଏହି ଯାତ୍ରା ଆହୁରି ଅନେକ ବର୍ଷ ଜାରି ରହୁ ବୋଲି ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi  ଜୀଙ୍କ ୨୫ ବର୍ଷର ଗୌରବମୟ ଜନସେବା ଯାତ୍ରା ଅବସରରେ ଆଜି କାର୍ଗିଲ ପଡ଼ିଆରୁ ଜାଗମରା ଛକ ପର୍ଯ୍...
07/10/2026

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ୨୫ ବର୍ଷର ଗୌରବମୟ ଜନସେବା ଯାତ୍ରା ଅବସରରେ ଆଜି କାର୍ଗିଲ ପଡ଼ିଆରୁ ଜାଗମରା ଛକ ପର୍ଯ୍ୟନ୍ତ ଆୟୋଜିତ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି। ଦେଶର ଜନସାଧାରଣଙ୍କ ସେବା ଓ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରଧାନମନ୍ତ୍ରୀଜୀଙ୍କ ଅବିରତ ସମର୍ପଣ ଆଜି କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନିଜ ଜୀବନର ମୂଳମନ୍ତ୍ର କରି ପ୍ରଧାନମନ୍ତ୍ରୀଜୀ ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ଐତିହାସିକ ଜନସେବା ଯାତ୍ରା ଆମ ସମସ୍ତଙ୍କୁ ଦେଶ ଓ ଜନତାଙ୍କ ସେବା ପାଇଁ ଆହୁରି ସମର୍ପିତ ହେବାକୁ ପ୍ରେରଣା ଦେଉଛି।

ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ମା' ଭୁବାସିନୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ଅଧି...
07/10/2026

ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ମା' ଭୁବାସିନୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ଅଧିକ ସୁବ୍ୟବସ୍ଥିତ ଓ ସୁବିଧାଜନକ କରିବା ଲକ୍ଷ୍ୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଲୁ।ଶିକ୍ଷା ହେଉଛି ସମାଜର ପ୍ରଗତିର ମୂଳ ଆଧାର। ଆମ ଅଞ୍ଚଳର ପିଲାମାନଙ୍କୁ ଉତ୍ତମ ଶିକ୍ଷା ପରିବେଶ, ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଯୋଗାଇଦେବା ଆମର ପ୍ରାଥମିକତା।ଏକାମ୍ରର ବିକାଶରେ ଶିକ୍ଷା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହା ଆଉ ଏକ ସକାରାତ୍ମକ ପଦକ୍ଷେପ।

PublicService

ଭୁବନେଶ୍ୱର ଫୁଟବଲ୍ ଏକାଡେମୀରେ ଆୟୋଜିତ ୬୫ତମ ସିନିୟର୍ ମେନ୍ ଇଣ୍ଟର୍-ଡିଷ୍ଟ୍ରିକ୍ଟ ଫୁଟବଲ୍ ଚାମ୍ପିୟନଶିପ୍ — “ସାହାଣୀ କପ୍ ୨୦୨୬-୨୭” କାର୍ଯ୍...
06/10/2026

ଭୁବନେଶ୍ୱର ଫୁଟବଲ୍ ଏକାଡେମୀରେ ଆୟୋଜିତ ୬୫ତମ ସିନିୟର୍ ମେନ୍ ଇଣ୍ଟର୍-ଡିଷ୍ଟ୍ରିକ୍ଟ ଫୁଟବଲ୍ ଚାମ୍ପିୟନଶିପ୍ — “ସାହାଣୀ କପ୍ ୨୦୨୬-୨୭” କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ଖେଳାଳି, ଆୟୋଜକ ଏବଂ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଲି।

ଫୁଟବଲ୍ ଭଳି କ୍ରୀଡ଼ା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଏକତା, ଦଳଗତ ଭାବନା ଓ ନେତୃତ୍ୱର ଗୁଣ ବିକଶିତ କରିଥାଏ। ଓଡ଼ିଶାର କ୍ରୀଡ଼ା ପ୍ରତିଭାଙ୍କୁ ଆହୁରି ଆଗକୁ ନେବା ଏବଂ ଏକ ସୁଦୃଢ଼ କ୍ରୀଡ଼ା ପରିବେଶ ଗଢ଼ିତୋଳିବା ପାଇଁ ଆମର ପ୍ରୟାସ ଜାରି ରହିବ।

ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ ପାଇଁ ଶୁଭକାମନା। ⚽🏆

ଧାମନଗର ବିଧାୟକ ତଥା ମାନନୀୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ Suryabanshi Sura...
06/10/2026

ଧାମନଗର ବିଧାୟକ ତଥା ମାନନୀୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ Suryabanshi Suraj ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଯାତ୍ରାରେ ଆଜି ଏକ ଐତିହାସିକ ଦିନ;  ନବକଳେବର ନେଇଥିବା ବିଶ୍ୱସ୍ତରୀୟ ‘କଳିଙ୍ଗ ଷ୍ଟୁଡିଓ’କୁ ମାନ୍ୟବର ମୁଖ୍ୟମନ...
05/10/2026

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଯାତ୍ରାରେ ଆଜି ଏକ ଐତିହାସିକ ଦିନ; ନବକଳେବର ନେଇଥିବା ବିଶ୍ୱସ୍ତରୀୟ ‘କଳିଙ୍ଗ ଷ୍ଟୁଡିଓ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଉଦ୍‌ଘାଟନ କରିଲୁ।

ବିଶ୍ୱସ୍ତରୀୟ ତଥା ସ୍ୱୟଂସମ୍ପୂର୍ଣ୍ଣ ଭାବେ ପୁନର୍ବିକଶିତ ଏହି ଆଧୁନିକ ଷ୍ଟୁଡିଓରେ ସୁଟିଂ ଫ୍ଲୋରଠାରୁ ଆରମ୍ଭ କରି ଏଡିଟିଂ, ସାଉଣ୍ଡ ରେକର୍ଡିଂ ଓ ପୋଷ୍ଟ-ପ୍ରଡକ୍ସନ ପର୍ଯ୍ୟନ୍ତ ସମସ୍ତ ବୈଷୟିକ ସୁବିଧା ଗୋଟିଏ ପରିସରରେ ଉପଲବ୍ଧ ହୋଇଛି, ଯାହା ଆମ ପ୍ରତିଭାବାନ ଯୁବପିଢ଼ି, କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର ଖୋଲିବ।

ନିଜ ମାଟି, ସଂସ୍କୃତି ଓ ମୌଳିକ କାହାଣୀକୁ ଆଧାର କରି ଓଡ଼ିଆ ସିନେମା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନୂତନ ପରିଚୟ ସୃଷ୍ଟି କରୁ ଏବଂ କଳିଙ୍ଗ ଷ୍ଟୁଡିଓ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ତଥା ଫିଲ୍ମ ଟୁରିଜିମର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉ, ଏହା ହିଁ ଆମର ସଂକଳ୍ପ।

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ...
05/10/2026

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉଚ୍ଛ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନୋଟିଫିକେସନ ଜାରି କରାଯିବା ପରେ ରାଜ୍ୟର ଯୁବ ଓ ଛାତ୍ର ସମାଜ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି । ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସମଗ୍ର ଓଡ଼ିଶାର ଯୁବ ଓ ଛାତ୍ର ସମାଜ ପକ୍ଷରୁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ।

Address

Sundarpada, Khordha
Bhubaneswar
751002

Alerts

Be the first to know and let us send you an email when Babu Singh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Babu Singh:

Shortcuts

Share

Category