Office of DCM,Odisha

Office of DCM,Odisha Official Page of the Deputy Chief Minister (Smt. Pravati Parida)'s Office, Government of Odisha

28/05/2026

ଆସନ୍ତାକାଲି ତା. ୨୯.୦୫.୨୦୨୬ (ଶୁକ୍ରବାର) ଦିନ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଙ୍କ ସରକାରୀ ବାସଭବନଠାରେ ହେବାକୁ ଥିବା ‘ଜନ ଅଭିଯୋଗ ଶୁଣାଣି’ କାର୍ଯ୍ୟକ୍ରମ ବନ୍ଦ ରହିବ ।

ଆଜି ଲୋକସେବା ଭବନଠାରେ, ନିମାପଡ଼ା ନିର୍ବାଚନମଣ୍ଡଳୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ପଦକ୍ଷ...
19/05/2026

ଆଜି ଲୋକସେବା ଭବନଠାରେ, ନିମାପଡ଼ା ନିର୍ବାଚନମଣ୍ଡଳୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ।

ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସମସ୍ତ ବ...
08/05/2026

ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida । ସମସ୍ତ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ସମାପ୍ତ ହେବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( Akhil Bharatiya Vidyarthi Parishad (ABVP) )ର ଏକ ପ୍ରତିନିଧିମଣ୍ଡଳୀ ମାନନୀୟା ଉପମୁଖ୍ୟମନ୍ତ୍ର...
06/05/2026

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( Akhil Bharatiya Vidyarthi Parishad (ABVP) )ର ଏକ ପ୍ରତିନିଧିମଣ୍ଡଳୀ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେମାନେ ମାନନୀୟା ଉପମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବା ସହ ଏବିଭିପିର ମୁଖପତ୍ର ଛାତ୍ର ସନ୍ଦେଶ ପ୍ରଦାନ କରିଥିଲେ ।

ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଶ୍ରୀ ଗୋବିନ୍ଦ ନାୟକ, କ୍ଷେତ୍ରୀୟ ସହ ସଂଗଠନ ସମ୍ପାଦକ ଶ୍ରୀ ବୈଲୋଚନ ସାହୁ ଏବଂ ଶ୍ରୀ ରାକେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Mr. Stefan Priesner, UN Resident Coordinator in India, paid a courtesy visit to Hon’ble Deputy Chief Minister Smt. Prabh...
05/05/2026

Mr. Stefan Priesner, UN Resident Coordinator in India, paid a courtesy visit to Hon’ble Deputy Chief Minister Smt. Prabhati Parida during his first visit to Odisha and shared insights on the ongoing initiatives of United Nations agencies in the state.

23/04/2026

ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida, ନିମାପଡ଼ାର ଇଂରାଜୀ ନାମ (Nimapara)କୁ ପରିବର୍ତ୍ତନ କରି (Nimapada) କରିବା ପାଇଁ ରାଜସ୍ବ ମନ୍ତ୍ରୀ ଶ୍ରୀ Suresh Pujari ଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ଫଳରେ (ନିମାପଡ଼ା)ର ଉଚ୍ଚାରଣ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ସମାନ ରହିବ ।

A.D. Ratna Teja, CGM & State Head, SBI Bhubaneswar Circle, Odisha, paid a courtesy visit to Hon’ble Deputy Chief Ministe...
20/04/2026

A.D. Ratna Teja, CGM & State Head, SBI Bhubaneswar Circle, Odisha, paid a courtesy visit to Hon’ble Deputy Chief Minister Smt. Prabhati Parida. He was accompanied by Manas Kumar Paikaray, Chief Manager, SBI Lok Seva Bhawan Branch.

The discussion focused on the study titled “Economic Empowerment of Women: A Sine Qua Non for Development – How Subhadra Yojana in Odisha Transcended Boundaries,” highlighting its key findings on women’s financial empowerment and its role in driving inclusive growth and development in Odisha.

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପ୍ରବନ୍ଧ ଲେଖି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ 'ମନ୍‌ କୀ ବାତ୍‌'ରେ ସ୍ଥାନ ପାଇଥିବା କେନ...
18/04/2026

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପ୍ରବନ୍ଧ ଲେଖି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ 'ମନ୍‌ କୀ ବାତ୍‌'ରେ ସ୍ଥାନ ପାଇଥିବା କେନ୍ଦ୍ରାପଡ଼ାର ଯୁବପ୍ରତିଭା ଶ୍ରୀ ଓମ୍‌ ପ୍ରକାଶ ରଥ ଏବଂ ତାଙ୍କ ପରିବାରବର୍ଗ ଆଜି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରଛନ୍ତି। ଏହି ଅବସରରେ ମାନନୀୟା ଉପମୁଖ୍ୟମନ୍ତ୍ରୀ, ଶ୍ରୀ ଓମ୍‌ ପ୍ରକାଶ ରଥଙ୍କ ଚିନ୍ତାଧାରା ଏବଂ ପ୍ରତିଭାର ପ୍ରଶଂସା କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

16/04/2026

ଗ୍ରୀଷ୍ମ ପ୍ରକୋପ କାରଣରୁ, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଙ୍କ ସରକାରୀ ବାସଭବନଠାରେ ଆୟୋଜିତ ହେଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ଅର୍ଥାତ ୧୭.୦୪.୨୦୨୬ (ଶୁକ୍ରବାର) ଦିନ ସକାଳ ୮.୩୦ରୁ ଆରମ୍ଭ ହେବ ।

07/04/2026

ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଆଜି କାକଟପୁର ଗସ୍ତରେ ମା’ ମଙ୍ଗଳାଙ୍କ ପୀଠଠାରେ ପବିତ୍ର ଚୈତ୍ର ମଙ୍ଗଳବାର ଅବସରରେ ଆୟୋଜିତ ପ୍ରସିଦ୍ଧ ଝାମୁଯାତ୍ରାରେ ଯୋଗଦେବେ ।

Address

Lokseva Bhawan, Lok Seva Marg
Bhubaneswar
751001

Website

Alerts

Be the first to know and let us send you an email when Office of DCM,Odisha posts news and promotions. Your email address will not be used for any other purpose, and you can unsubscribe at any time.

Share