Odisha Swasthya Mission Parichalana Karmachari Sangha

Odisha Swasthya Mission Parichalana Karmachari Sangha Contact information, map and directions, contact form, opening hours, services, ratings, photos, videos and announcements from Odisha Swasthya Mission Parichalana Karmachari Sangha, Government Official, Bhubaneswar.

15/03/2025

TV is the fastest growing television channel in Odisha and delivers reliable information across all platforms including Television,...

15/03/2025
15/03/2025
27/11/2024

*ଜାତୀୟ ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ଅର୍ଥାଭାବରୁ ଅକାଳ ବିୟୋଗ*
*ସ୍ଵଳ୍ପ ବେତନ ଓ ସ୍ୱାସ୍ଥ୍ୟବୀମାର ଅଭାବ ଚିକିତ୍ସାରେ ସାଜିଲା ବାଧକ*
ଆଜି ସାରା ଓଡ଼ିଶାରେ କାର୍ଯ୍ୟରତ ଜାତୀୟ ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ମନରେ ଦୁଃଖର ଛାୟା ଖେଳିଯାଇଛି। ଗତକାଲି ରାତିରେ ସ୍ଵାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଅର୍ଥାଭାବ କାରଣରୁ ମୃତ୍ୟୁ ଜନିତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପ୍ରକାଶ ଥାଉକୀ ୨୦୧୮ ମସିହାରୁ କଟକ ଜିଲ୍ଲା ଦମପୋଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ବରିଷ୍ଠ ଟିବି ଚିକିତ୍ସା ପରିଦର୍ଶକ (ଏସ ଟି ଏସ) ଶ୍ରୀ ପ୍ରିତମ ଦାସ ଗତ ଏପ୍ରିଲ୍ ମାସରେ ଜିଭ ଓ ଗଳାରେ କଷ୍ଟ ଅନୁଭବ କରିବାରୁ ଡାକ୍ତର ଦେଖାଇ ଔଷଧ ଖାଇଥିଲେ। ଅନେକ ଦିନ ଔଷଧ ଖାଇଥିଲେ ମଧ୍ଯ ଉପଶମ ନହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବାଇଓପସି ପରୀକ୍ଷା କରାଇଥିଲେ ଯେଉଁଥିରେ ୨୪ ମେ ୨୦୨୪ ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ପରେ ୨୮ ମେ ରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକରେ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭଲ ଚିକିତ୍ସା ନିମନ୍ତେ ଟାଟା ମେମରିଆଲ ହସ୍ପିଟାଲ୍ ଯାଇ ଦେଖେଇବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ସ୍ଵଳ୍ପ ବେତନ ଓ କର୍ମଚାରୀଙ୍କ ନିମନ୍ତେ ନିଶୁଳ୍କ ସ୍ଵାସ୍ଥ୍ୟ ବୀମା ନଥିବା କାରଣରୁ ସେ ତୁରନ୍ତ ଅର୍ଥ ଯୋଗାଡ କରିପାରିନଥିଲେ। ପରବର୍ତ୍ତୀ ସମୟରେ ସହଯୋଗୀ କର୍ମଚାରୀଙ୍କ ଆର୍ଥିକ ସହଯୋଗ ମିଳିବା ସହିତ ବର୍ତମାନ ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଙ୍କ ସହିତ ଯୋଗାଯୋଗ କରିବା ଓ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମହାନତା ଓ ସହଯୋଗ କାରଣରୁ ସେ ଅକ୍ଟୋବର ମାସ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତଥାପି ଜୀବନ ମରଣ ସହିତ ପ୍ରିତମ ସଂଘର୍ଷ କରି କରି ଗତକାଲି ୨୫ ନଭେମ୍ବର ରାତିରେ ମାତ୍ର ୩୨ ବର୍ଷ ବୟସରେ ଆଖି ବୁଜିଥିଲେ। ଦୀର୍ଘ ୧୧ ବର୍ଷ ଧରି ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ତରଫରୁ ବାରମ୍ବାର ମାନ୍ୟବର ମନ୍ତ୍ରୀ, ଶାସନ ସଚିବ ଓ ମିଶନ ନିର୍ଦ୍ଦେଶିକା ଙ୍କୁ ଦରମା ଓ ସ୍ଵାସ୍ଥ୍ୟ ବୀମା ଲାଗୁ କରିବା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଦୀର୍ଘ ୧୮ ବର୍ଷ ମଧ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଅନେକ କର୍ମଚାରୀ ଆଜି ଆମ ଗହଣରେ ନାହାନ୍ତି। ଏମିତିକି କରୋନା ମହାମାରୀ ସମୟରେ ଆମର ଅନେକ କର୍ମଚାରୀ ପ୍ରାଣ ହରାଇଛନ୍ତି। ଓଡିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ସରକାରଙ୍କ ଠାରେ ନିବେଦନ କରୁଛିକି ତୁରନ୍ତ ସରକାର ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ଦୃଷ୍ଟି ଦେଇ ସମାଧାନର ବିଚାର କରିବେ

Great to our Hon'ble MD NHM odisha to recommendation for creation of non medico public health cadre of management staffs...
13/02/2019

Great to our Hon'ble MD NHM odisha to recommendation for creation of non medico public health cadre of management staffs under NHM odisha

Strike of OSMPKS association,  working under management staffs under NHM odisha to continue their strike
13/02/2019

Strike of OSMPKS association, working under management staffs under NHM odisha to continue their strike

05/02/2019

*ପୁଣି ଥରେ.....*

ଓଡିଶା ରାଜ୍ୟ ରେ 2005 ମସିହା ରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସଫଳତା ର ସହ କାର୍ଯ୍ୟକାରୀ କରାଯାଉଛି l ରାଜ୍ୟ ରେ ସ୍ୱାସ୍ଥ୍ୟସେବା ବ୍ୟବହାରକୁ ସୁଦୃଢ କରିବା ଏବଂ ତାହାକୁ ଲୋକାଭିମୁଖୀ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି l ଗତ 12 ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ ହାର ହ୍ରାସ ରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି l ବିଭିନ୍ନ ଯୋଜନା କୁ ସଫଳତା ର ସହ ରୂପାୟନ କରିବାଦ୍ୱାରା ସ୍ୱାସ୍ଥ୍ୟ ସେବା ର ଉତ୍କର୍ଷତା ସ୍ତର ବୃଦ୍ଧି ପାଇଛି l

କିନ୍ତୁ ଏହି ଯୋଜନା କୁ ପ୍ରକୃତ କାର୍ଯ୍ୟ ରେ ରୂପାନ୍ତର କରୁଥିବା ଠିକା କର୍ମଚାରୀ ଙ୍କ ଭବିଷ୍ୟତ ପାଇଁ ଏ ଯାଏ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି l ଗତ ସେପ୍ଟେମ୍ବର ମାସ ରେ OSMPKS ର ଡାକରା କ୍ରମେ ସାରା ଓଡିଶା ର ପରିଚାଳନା କର୍ମଚାରୀ 5 ଦିନ ଧରି ରାଜରାସ୍ତା ରେ ଧାରଣା ରେ ବସିଥିଲେ l ମିଶନ ନିର୍ଦ୍ଦେଶିକା ଙ୍କ ଦାବି ପୂରଣ ର ପ୍ରତିଶୃତି ପାଇ OSMPKS ଧାରଣା ରୁ ଓହରିଥିଲା l ଇତିମଧ୍ୟରେ ପାଞ୍ଚ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦାବି ସମ୍ପର୍କିତ କୌଣସି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ l ଯାହାକି ମିଶନ ନିର୍ଦ୍ଦେଶିକା ଙ୍କ ପ୍ରତିଶୃତି ପାଣି ର ଗାର ସଦୃଶ ହୋଇଛି l ଠିକ ଆଉ ଏକ ଆନ୍ଦୋଳନ ର ପ୍ରସ୍ତୁତି ସମୟ ରେ RCH ଅନଲାଇନ ଏଣ୍ଟ୍ରି ନ ହୋଇପାରିଲେ DDM, BDM ଙ୍କ ଦରମା କଟାଯିବା ଚିଠି ଦେବା କଟା ଘା ରେ ଚୂନ ସଦୃଶ ହୋଇଛି l

ଶୀତତାପ ନିୟନ୍ତ୍ରିତ କୋଠରୀ ରେ ବସି ଏହି ଅବାନ୍ତର ଚିଠି କରୁଥିବା ଅଫିସର ମାନେ ଟିକେ ବାହାରକୁ ଆସନ୍ତୁ l ଅନଲାଇନ ଏଣ୍ଟ୍ରି କରିବା କାହାର କାମ ଆଉ ଏହି କାମ କରୁଥିବା କର୍ମଚାରୀ ଙ୍କ ଉପରେ ଆମର କେତେ ଲଗାମ ଅଛି ତାହା ଆପଣଙ୍କ ଠିକ ଜାଣନ୍ତି l

ସାଧାରଣତଃ ମିଶନ ର ଆର୍ଥିକ ଅନୁଦାନ ର ସିଂହ ଭାଗ ରାଜ୍ୟ ର ଏହି ଅଫିସର ମାନେ ପାଇଥାନ୍ତି l ଆଉ ଏହି ଅଫିସର ଙ୍କ ସଂଖ୍ୟା ମଧ୍ୟ କମ ନୁହଁ l ବାର୍ଷିକ ଛ ଲକ୍ଷ ଖର୍ଚ କରିବା କୌଣସି ପ୍ରୋଗ୍ରାମ ପାଇଁ ମଧ୍ୟ ଜାଣେ କନ୍ସଲଟାଣ୍ଟ ନିଯୁକ୍ତି ହୋଇଥାନ୍ତି,ଆଉ ସେହି ଅଫିସର ଙ୍କ ବାର୍ଷିକ ଦରମା ବାବଦ କୁ ୫ ଲକ୍ଷ ମିଶନ ଖର୍ଚ କରିଥାଏ l ଏହା ଓଡିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ରେ ପରିଲକ୍ଷିତ ହୁଏ ନାହିଁ l ଏତେ ଦକ୍ଷ ଅଫିସର ଥାଇ ମଧ୍ୟ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାରେ ବର୍ଷ ର ଅଧାଅଧି ସମୟ ଚାଲିଯାଇଥାଏ l ଜିଲ୍ଲା ସ୍ତର ରେ ପ୍ରାୟ ୭ ମାସ ପରେ ଯୋଜନା କୁ କାର୍ଯ୍ୟକାରୀ ଆରମ୍ଭ କରାଯାଏ l ତାପରେ ହୁଏ expenditure review l ରାଜ୍ୟ ସ୍ତର ଅଫିସର ଙ୍କର ଜିଲା ଅଧିକାରୀ ଙ୍କ ଉପରେ ଚଢ଼ଉ, ଆଉ ଜିଲ୍ଲା ଅଧିକାରୀ ଙ୍କ ବ୍ଲକ କର୍ମଚାରୀ ଙ୍କ ଉପରେ ଚଢ଼ଉ l ୮ ମାସ ଧରି ଶୋଇଥିବା ବିଭାଗ ହଠାତ ଚେଇଁ ଉଠିଥାଏ l କାର୍ଯ୍ୟ ର ଉତ୍କର୍ଷତା ମାପିବା ପାଇଁ କାହା ପାଖରେ ସମୟ ନଥାଏ l ବୁକିଂ ନା ରେ ନିଜେ କରିଥିବା ନିୟମ କୁ ନିଜେ କୋହଳ କରି ନିଜ ବ୍ୟବସ୍ଥା କୁ ରସାତଳ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ l ହୁଏତ ଏହାକୁ କିଛି ବାତେଣ୍ଡା ଓ ବାଜେ କଥା କହିପାରନ୍ତି କିନ୍ତୁ ଏହା ଅପ୍ରିୟ ସତ l କହିବାକୁ ଦୁଃଖ ଲାଗୁଛି ଆମର ଦାବି ପୂରଣ ପାଇଁ ଲଢେଇ ସରକାର ଙ୍କ ସହ ନୁହଁ ରାଜ୍ୟ ସ୍ତର ର ସେହି କିଛି ତଥାକଥିତ ଅଫିସର ଙ୍କ ସହ ଯାହାଙ୍କ ନିର୍ଦ୍ଦେଶ ରେ କୁଆଡେ ସ୍ୱାସ୍ଥ୍ୟ ମିଶନ ଉଠ ବସ ହୁଏ l
ମନଭୂଲାଣିଆ ଓ ଶସ୍ତା ଯୋଜନା କରି ଆମକୁ ଆକୃଷ୍ଠ କରିବା ରେ ଯୋଉ ମିଛ ପ୍ରସ୍ତୁତି ଚାଲିଛି ତାହାର ଜବାବ OSMPKS ନିଶ୍ଚୟ ଦେବ l

କୌଣସି ମହାପୁରୁଷ କହିଥିଲେ ଯେ ପର୍ଯ୍ୟନ୍ତ ଵ୍ୟକ୍ତି କୌଣସି କାମ କୁ ବୋଝ ମନେ କରି କର୍ତଵ୍ୟ ନିର୍ବାହ କରୁଥିବ ସେ ପର୍ଯ୍ୟନ୍ତ ଗୋଲାମ ହୋଇ ରହିଥିବ ଏଥିରୁ ମୁକ୍ତି ପାଇପାରିବ ନାହିଁ I ଯୋଉ ଦିନ କାମ କୁ ଆପଣା ର ମନେ କରି କର୍ତଵ୍ୟ କରିବ ସେଦିନ ଜୀବନ ର ନୂତନ ଅଧ୍ୟାୟ ଉନ୍ମୋଚନ ହେବ, ସୁଖ ଦିନ ଆରମ୍ଭ ହେବ l ଏଵେ ଆମର ଭବିଷ୍ୟତ ଆମ ହାତ ରେ l ଗୋଲାମ ହେଇ ଖଟିବା ନା ନିଜ ସୁଖ ଦିନ ପାଇବା ପାଇଁ ଲଢ଼ିବା l ହେଲେ ଏଥିପାଇଁ ଆମର ସ୍ୱଳ୍ପ ସମୟ ର ସୁଖ ସ୍ୱଚ୍ଛନ୍ଦ କୁ ତ୍ୟାଗ କରିବାକୁ ପଡିବ I ଏହା ଆମ ଭବିଷ୍ୟତ, ସମ୍ମାନ ଓ ମର୍ଯ୍ୟାଦା ର ପ୍ରଶ୍ନ l ଯାହାକୁ ପାଇବା ଆମ ହକ l ଅତୀତ ର ରାଗ ରୁଷା ଭୁଲି ପୁଣି ଥରେ କାଲି ଆରମ୍ଭ କରିବା... *ଆନ୍ଦୋଳନ* l ମନ ଭିତରେ କିଛି ଦ୍ଵିଧା ନରଖି ଏକ ହୋଇ ଲଢ଼ିବା l ଲଢ଼ିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ l କେବଳ ଅପେକ୍ଷା ଆସନ୍ତାକାଲି କୁ l ଦେଖାହେବ l

* #ମନେରଖନ୍ତୁଏଵେନୁହଁତକେବେନୁହଁ*

ଜୟହିନ୍ଦ

ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଠପ୍
14/09/2018

ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଠପ୍

13/09/2018
Media Coverage by Odisha TV on OSMPKS strike
12/09/2018

Media Coverage by Odisha TV on OSMPKS strike

National Health Mission (NHM) workers under the banner of Swasthya Mission Parichalana Karmachari Sangha staged a demonstration at Lower PMG in the state capital today demanding creation & regularization of non-medico public health cadre as per the National Health Policy 2017, salary in accordance w...

12/09/2018

Address

Bhubaneswar

Website

Alerts

Be the first to know and let us send you an email when Odisha Swasthya Mission Parichalana Karmachari Sangha posts news and promotions. Your email address will not be used for any other purpose, and you can unsubscribe at any time.

Share