CMO Odisha

Call Directions Website Contact the organization

CMO Odisha Official Page of the Chief Minister’s Office : Government of Odisha

Also on Twitter :

08/10/2026

ଖୋର୍ଦ୍ଧା ଜିଲ୍ଲା ଏବେ ଶିଳ୍ପାୟନର ନୂଆ ଦିଗରେ ଆଗକୁ ବଢ଼ୁଛି। ବ୍ୟାପକ ନିବେଶ ସହ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି। ନିବେଶ ବଢ଼ିବା ସହ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବା ହିଁ ସମୃଦ୍ଧ ଓଡ଼ିଶାର ଦିଗରେ ଆଉ ଏକ ପଦକ୍ଷେପ।

Khordha district is now moving towards a new era of industrial growth. With large-scale investments, 2 lakh+ employment opportunities are being created in the district.

07/10/2026

ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ( )ର ନାଗରିକମାନଙ୍କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସାମ୍ବିଧାନିକ ଅଧିକାର ପ୍ରଦାନ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

✅ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠିତ ହୋଇଛି।

✅ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ବିଜୟ କୁମାର ପୃଷ୍ଟି ସଦସ୍ୟ ଏବଂ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁଜାତା ମିଶ୍ର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।

✅ ରାଜ୍ୟର ପଞ୍ଚାୟତ ଓ ପୌରାଞ୍ଚଳରେ ମୋଟ ଜନସଂଖ୍ୟା ତୁଳନାରେ SEBC ବର୍ଗର ଅନୁପାତ, ପ୍ରତିନିଧିତ୍ୱ ତଥା ରାଜନୈତିକ ପଛୁଆପଣର ସ୍ୱରୂପ ଓ ପ୍ରଭାବ (nature and implication of political backwardness) ଉପରେ ଏହି କମିଶନ ଅନୁଧ୍ୟାନ କରିବ।

✅ ଏହି ଅନୁଧ୍ୟାନ ଆଧାରରେ ତୃଣମୂଳ ଗଣତନ୍ତ୍ରରେ ପଛୁଆ ବର୍ଗଙ୍କ ଉଚିତ ଅଧିକାର ଓ ସଶକ୍ତୀକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରିବ।

✅ ପୂର୍ବରୁ ରାଜ୍ୟ ସରକାର SEBC ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିଗତ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିସାରିଛନ୍ତି।

07/10/2026

ସରକାରୀ ସହଯୋଗରେ ସମ୍ବଲପୁରର ସଞ୍ଜୟ ପଧାନ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ମଧ୍ୟ ନିଜ ମନୋବଳ ହରାଇନାହାନ୍ତି। ପ୍ରୋସ୍ଥେଟିକ୍ ଲେଗ୍ ସହାୟତାରେ ଚଳପ୍ରଚଳ କରିବାର କ୍ଷମତା ଫେରିପାଇବା ପରେ ସେ ଇ-ରିକ୍ସା ଚଳାଇ ରୋଜଗାର କରିବା ସହ ସରକାରୀ ସହାୟତାରେ ପୋଲଟ୍ରି ଫାର୍ମ ଓ ଚାଷବାସ କରି ଆତ୍ମନିର୍ଭର ହୋଇଛନ୍ତି। “ମୁଁ ଆଜି ଭିନ୍ନକ୍ଷମ ନୁହେଁ, ମୁଁ ସଶକ୍ତ” ବୋଲି ଦୃଢ଼ତାର ସହ କହୁଥିବା ସଞ୍ଜୟଙ୍କ ଏହି ଯାତ୍ରା ମନୋବଳ, ପରିଶ୍ରମ ଓ ସରକାରୀ ସହଯୋଗର ସମନ୍ୱୟ ଏକ ପ୍ରେରଣାଦାୟୀ କାହାଣୀ ପାଲଟିଛି।

With government support, Sambalpur’s Sanjay Pradhan rebuilt his life after losing his leg in an accident. With a prosthetic leg, he now drives an e-rickshaw and runs a poultry farm while also pursuing farming. His journey from adversity to self-reliance is a powerful story of courage, determination and empowerment.

#कहानी_बदलाव_की

06/10/2026

HAL ଠାରେ 'ଶକ୍ତି' ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍‌ର ଶୁଭାରମ୍ଭ ସହ ରାଜ୍ୟର ପ୍ରତିରକ୍ଷା ଉତ୍ପାଦନ କ୍ଷମତା ଆହୁରି ସୁଦୃଢ଼ ହୋଇଛି। ପ୍ରଯୁକ୍ତିବିଦ୍ୟା, ନିଯୁକ୍ତି ଓ ଶିଳ୍ପ ଅଭିବୃଦ୍ଧିକୁ ପ୍ରାଥମିକତା ଦେଇ ଓଡ଼ିଶା ଦେଶର ଏକ ପ୍ରମୁଖ ପ୍ରତିରକ୍ଷା ନିର୍ମାଣ ହବ୍ ଭାବେ ନିଜ ସ୍ଥିତିକୁ ଅଧିକ ମଜଭୁତ କରୁଛି।

The inauguration of the second manufacturing line for the 'Shakti' engine at HAL, Sunabeda, marks a vital step forward in strengthening indigenous manufacturing capabilities. Driven by rapid technological progress and strategic infrastructure, Odisha continues to solidify its role as a premier defence manufacturing and industrial hub in the country.

06/10/2026

ଲୋକଙ୍କ ସରକାରରେ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ୍‌ ଅଧିକ ସମୃଦ୍ଧ ହେଉଛି। ସେମିକଣ୍ଡକ୍ଟରଠାରୁ ଡିଫେନ୍ସ ମାନୁଫ୍ୟାକ୍ଚରିଂ ପର୍ଯ୍ୟନ୍ତ ବିଭିନ୍ନ ଉଦୀୟମାନ କ୍ଷେତ୍ରରେ ନିବେଶ ଓ ଶିଳ୍ପ ସୁଯୋଗ ବଢ଼ାଇ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ଭାବେ ଗଢ଼ିତୋଳିବାର ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି।

Under the Lokanka Sarkar, Odisha’s industrial ecosystem is rapidly expanding. From semiconductors to defence manufacturing, the government is taking significant steps to expand investment and industrial opportunities across emerging sectors, positioning Odisha as a leading industrial hub of the country.

କୋରାପୁଟର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିସରରେ ୨ୟ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ କମ୍ପ୍ଲେକ୍ସର ଶୁଭ ଉଦ...
06/10/2026

କୋରାପୁଟର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିସରରେ ୨ୟ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ କମ୍ପ୍ଲେକ୍ସର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହ ଯୋଗଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମାନୁଫାକ୍ଚରିଂ କମ୍ପ୍ଲେକ୍ସ ପରିଦର୍ଶନ କରି ଅତ୍ୟାଧୁନିକ ବୈଷୟିକ ପ୍ରଣାଳୀ ଓ କାର୍ଯ୍ୟଧାରା ସମୀକ୍ଷା କରିବା ସହ ନିୟୋଜିତ ଇଞ୍ଜିନିୟର ତଥା କର୍ମଚାରୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଏବଂ ଦେଶର ସାମରିକ ଶକ୍ତିକୁ ସୁଦୃଢ଼ କରିବାରେ ଓଡ଼ିଶାର ଏହି ପ୍ରମୁଖ ଯୋଗଦାନକୁ ନେଇ ମୁଖ୍ୟମନ୍ତ୍ରୀ ଗର୍ବ ପ୍ରକାଶ କରିଛନ୍ତି।

Hon’ble Chief Minister Shri Mohan Charan Majhi joined Hon’ble Union Defence Minister Shri Rajnath Singh for the inauguration of the second ‘Shakti’ Engine Manufacturing Complex at HAL, Sunabeda, Koraput. Touring the facility, the Chief Minister lauded the technical and engineering workforce while reaffirming Odisha’s strategic contribution to India's defence readiness and the realization of 'Aatmanirbhar Bharat'.

06/10/2026

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁଦାନ ଓ ସହାୟତା ପାଇ ବଲାଙ୍ଗିରର ସଞ୍ଜବତୀ ମେହେର ଆରମ୍ଭ କରିଛନ୍ତି ଲେୟାର ପୋଲଟ୍ରି ଫାର୍ମ। ଏଠାରୁ ଦୈନିକ ପ୍ରାୟ ୪୦,୦୦୦ ଅଣ୍ଡା ଉତ୍ପାଦନ ହେବା ସହ ପ୍ରାୟ ୨୦ଟି ପରିବାରକୁ ମିଳିଛି ନିଯୁକ୍ତି। ସରକାରୀ ସହାୟତା ଓ ପରିଶ୍ରମ ମାଧ୍ୟମରେ ସେ ଆଜି ସ୍ୱାବଲମ୍ବୀ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Empowered by the Mukhyamantri Krushi Udyog Yojana, Balangir's Sanjabati Meher established a poultry farm. Producing nearly 40,000 eggs daily and employing 20 families, her venture stands as an inspiring model of entrepreneurship and government support.

06/10/2026

ଓଡ଼ିଶାର ଆର୍ଥିକ ଅନଗ୍ରସର ଓ ଆବଶ୍ୟକତା ଥିବା ପରିବାରଙ୍କ ପାଇଁ ସୁଲଭ ଚିକିତ୍ସାର ଆଶାକୁ ବାସ୍ତବ ରୂପ ଦେଉଛି ‘ଆୟୁଷ୍ମାନ୍ ଭାରତ’ ଯୋଜନା। ବରଗଡ଼ ଜିଲ୍ଲା ଗୁରୁଖାପାଲିର ବିଜୁଳି ଦରଦିଆଙ୍କ ପରିବାର ପାଇଁ ଚିକିତ୍ସା ଖର୍ଚ୍ଚ ଚିନ୍ତାର କାରଣ ପାଲଟିଥିବା ବେଳେ, ଆୟୁଷ୍ମାନ୍ କାର୍ଡ୍ ଆଣିଦେଇଛି ଆଶ୍ୱସ୍ତି। ଏହି କାର୍ଡ୍ ମାଧ୍ୟମରେ ସେ ଆବଶ୍ୟକ ଅପରେସନ୍ ଓ ଚିକିତ୍ସା ସୁବିଧା ପାଇଛନ୍ତି, ଯାହା ତାଙ୍କ ପରିବାରକୁ ଆର୍ଥିକ ଚିନ୍ତାରୁ ମୁକ୍ତି ଦେଇଛି। ଆୟୁଷ୍ମାନ୍ ଆଜି ଅନେକ ପରିବାର ପାଇଁ ଚିକିତ୍ସାର ଭରସା ଓ ସୁସ୍ଥ ଜୀବନର ଆଶା ପାଲଟିଛି।

The Ayushman Bharat scheme is turning the hope for accessible healthcare into a reality for families across Odisha. For Bijuli Daradia of Gurukhapali, Bargarh, the Ayushman Card became a source of support when her family struggled to afford the cost of treatment.

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ ଏବଂ ସିନେମା ଐତିହ୍ୟ ସୁରକ୍ଷା...
05/10/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ ଏବଂ ସିନେମା ଐତିହ୍ୟ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ଶୁଭ ଲୋକାର୍ପଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ନୂତନ ଅଫିସିଆଲ୍ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି। ଷ୍ଟୁଡିଓ ପରିସରରେ ବିଶ୍ୱସ୍ତରୀୟ ଇନଡୋର ଶୁଟିଂ, ଟେକ୍-ଜୋନ୍ ଏବଂ ପୋଷ୍ଟ-ପ୍ରଡକ୍ସନ୍ ଭିତ୍ତିଭୂମି ଉପଲବ୍ଧ କରାଯିବା ଦ୍ୱାରା ରାଜ୍ୟର ଚଳଚ୍ଚିତ୍ର ନିର୍ମାତାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ଓଡ଼ିଶାର ମୌଳିକ କଥାବସ୍ତୁ, ସମୃଦ୍ଧ ସଂସ୍କୃତି ଓ ଐତିହାସିକ ଗୌରବକୁ ନେଇ ଅନ୍ତର୍ଜାତୀୟ ମାନର ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଯୁବପ୍ରତିଭାମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

Hon'ble CM Shri Mohan Charan Majhi inaugurated the newly renovated and redeveloped world-class Kalinga Studio in Bhubaneswar, alongside its new cinema archive, museum, and OFDC portal, equipping local filmmakers with advanced end-to-end production infrastructure to showcase Odisha’s rich heritage on screen.

Address

Chief Minister’s Office, Lokaseva Bhavan
Bhubaneswar
751001

Alerts

Be the first to know and let us send you an email when CMO Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to CMO Odisha:

Shortcuts

Share