Shibanshi

Shibanshi A strong woman is a woman determined to do something others are determined not be done.We don't know

Join us for our International Women’s Day Appreciation Event!
12/03/2023

Join us for our International Women’s Day Appreciation Event!

वैष्णव जन तो तेने कहिये जे पीड़ परायी जाणे रेपर दुख्खे उपकार करे तोये मन अभिमान ना आणे रे.....ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍...
02/10/2022

वैष्णव जन तो तेने कहिये जे पीड़ परायी जाणे रे
पर दुख्खे उपकार करे तोये मन अभिमान ना आणे रे.....
ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟ ଖଦି ବୋର୍ଡ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ସହଯୋଗୀମାନଙ୍କ ସହ ମିଶି ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରାଗଲା। ପରେ 'ଓ୍ବାନ୍ ଷ୍ଟେପ୍ ଫର୍ ସ୍ମାଇଲ' ଓ 'ଶିବାଂଶୀ ଫାଉଣ୍ଡେସନ' ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ବୃଦ୍ଧାଶ୍ରମରେ ନିରାଶ୍ରୟ ବୃଦ୍ଧବୃଦ୍ଧାମାନଙ୍କ ସଙ୍ଗେ କିଛି ସମୟ ବିତାଇଲୁ ଓ ଆବଶ୍ୟକୀୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ବଂଟନ କରାଗଲା

27/09/2022

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌: ଲୋକେ ଦେଖିଲେ ପଶ୍ଚିମଓଡ଼ିଶାର କଳା- ସଂସ୍କୃତି ଓ ପରମ୍ପରାର ଝଲକଭୁବନେଶ୍ୱର: ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ...
25/09/2022

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌: ଲୋକେ ଦେଖିଲେ ପଶ୍ଚିମଓଡ଼ିଶାର କଳା- ସଂସ୍କୃତି ଓ ପରମ୍ପରାର ଝଲକ
ଭୁବନେଶ୍ୱର: ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସର ଆଜି ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରାଜଧାନୀରେ ରହୁଥିବା ପଶ୍ଚିମଓଡ଼ିଶାର ଲୋକମାନେ ନୂଆଁଖାଇ ଉତ୍ସବ ପାଳନ କରି ପରସ୍ପର ଭିତରେ ଭାଇଚାରା, କଳା-ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ କରିଛନ୍ତି ।
ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପଠାରେ ଆଜି ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଉଦଘାଟନ କରିବା ସହ ଭାଇଚାରା ଓ ଲୋକକଳାକୁ ବଜାୟ ରଖିବା ନିମନ୍ତେ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କୃଷି ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢ଼ୀ ଅତିଥି ଭାବେ ଯୋଗ ଦେଇ ପଶ୍ଚିମଓଡ଼ିଶାର କଳାକାର ଓ ସାଧାରଣ ଲୋକଙ୍କୁ ଉତ୍ସାହିତ କରିଥିଲେ ।

"ଗୁରବେ ନମଃ""ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ""ଗୁରୁ ଦେବ ମହେଶ୍ୱର"ଗୁରୁ ସମାଜର ଜ୍ଞାନ ଦାତା। ଅଜ୍ଞାନର ଅନ୍ଧକାର ରୁ ଜ୍ଞାନର ଆଲୋକ କରେ ଆଲୋକିତ...
09/09/2022

"ଗୁରବେ ନମଃ"
"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ "
"ଗୁରୁ ଦେବ ମହେଶ୍ୱର"

ଗୁରୁ ସମାଜର ଜ୍ଞାନ ଦାତା। ଅଜ୍ଞାନର ଅନ୍ଧକାର ରୁ ଜ୍ଞାନର ଆଲୋକ କରେ ଆଲୋକିତ କରନ୍ତି ଗୁରୁ। ଗୁରୁ ଦିବସ ଉପଲକ୍ଷେ।କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ‘ଶିବାଂଶୀ ଫାଉଣ୍ଡେସନ’ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ‘ଗୁରବେ ନମଃ’ କାର୍ଯ୍ୟକ୍ରମରେ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମାନ୍ୟବର ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ପ୍ରସୂତୀ ବିଶେଷଜ୍ଞ ପ୍ରଫେସର ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଓ ପୂର୍ବତନ ଅଧ୍ୟକ୍ଷା ଓଟିଡିସି ଶ୍ରୀମତୀ ଶ୍ରୀମୟୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା କରି ଶିବାଂଶୀ ଫାଉଣ୍ଡେସନ ସୌଭାଗ୍ୟ ମାନେ କରୁଛି।

   ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ମୋହିନୀ ପ୍ରମିଳା ଜରା ନିବାସର ଅନ୍ତେବାସୀଙ୍କୁ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଗଲା। ବୟ...
21/08/2022

ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ମୋହିନୀ ପ୍ରମିଳା ଜରା ନିବାସର ଅନ୍ତେବାସୀଙ୍କୁ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଗଲା। ବୟସର ସାୟାହ୍ନରେ ପରିବାରଠୁ ଦୂରରେ ରହି ନିଃସଙ୍ଗ ଜୀବନ ବିତାଉଥିବା ଏହି ମଉସା-ମାଉସୀଙ୍କ ସହ କିଛି ସମୟ ବିତାଇବାର ସୁଯୋଗ ମିଳିଥିଲା।

କୁନି କୁନି ପିଲାଙ୍କ ସହ ଜନ୍ମାଷ୍ଟମୀ ପାଳନ।ମାନବ ସେବା ହିଁ ମାଧବ ସେବା। ଭୁବନେଶ୍ବର ର ନୀଳାଦ୍ରି ବିହାର ସ୍ଥିତ ପଣ୍ଡା କୁଡ଼ିଆ ବସ୍ତି ରେ  ଶି...
18/08/2022

କୁନି କୁନି ପିଲାଙ୍କ ସହ ଜନ୍ମାଷ୍ଟମୀ ପାଳନ।ମାନବ ସେବା ହିଁ ମାଧବ ସେବା। ଭୁବନେଶ୍ବର ର ନୀଳାଦ୍ରି ବିହାର ସ୍ଥିତ ପଣ୍ଡା କୁଡ଼ିଆ ବସ୍ତି ରେ ଶିବାଂଶୀ ଫାଉଣ୍ଡେସନ ଓ ୱାନ୍ ଷ୍ଟପ ସ୍ମାଇଲ୍ ର ସହାୟତାରେ କୁନି କୁନି ପିଲାମାନଙ୍କୁ ପାଠ ପଢା ସାମଗ୍ରୀ ଓଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମର ମାଧ୍ୟମରେ କିଛି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ରେ ସକ୍ଷମ ହୋଇଥିଲା ସିବାଂଶି ଫାଉଣ୍ଡେସନ ।


୍ମାଷ୍ଟମୀ

15/08/2022



ଦିବ୍ୟାଙ୍ଗ ପିଲାଙ୍କ ସହ ସ୍ୱାଧୀନତା ଦିବସ ପାଳନ, ୪  ଅଟିଷ୍ଟିକ୍ ପିଲା ସମ୍ବର୍ଦ୍ଧିତଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଓପନ୍ ଲର୍ଣ୍ଣିଂ ସ...
15/08/2022

ଦିବ୍ୟାଙ୍ଗ ପିଲାଙ୍କ ସହ ସ୍ୱାଧୀନତା ଦିବସ ପାଳନ, ୪ ଅଟିଷ୍ଟିକ୍ ପିଲା ସମ୍ବର୍ଦ୍ଧିତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଓପନ୍ ଲର୍ଣ୍ଣିଂ ସିଷ୍ଟମ ଅନୁଷ୍ଠାନ ପରିସରରେ ଆଜି ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଶିବାଂଶୀ ଫାଉଣ୍ଡେସନର ସହଯୋଗରେ ଏହି ଅନୁଷ୍ଠାନ ପରିସରରେ ପ୍ରାୟ ୮୦ଜଣରୁ ଅଧିକ ଦିବ୍ୟାଙ୍ଗ ପିଲାମାନେ ସ୍ୱାଧୀନତା ଦିବସ ପାଳିବା ସହ ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ସତ୍ତ୍ୱେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୪ଜଣ ଅଟିଷ୍ଟିକ୍ ପିଲାଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଓଟିଡିସି ପୂର୍ବତନ ଅଧ୍ୟକ୍ଷା ତଥା ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ଆଇସିସି ମହିଳା ଉଦ୍ୟୋଗୀ ପରିଷଦର କନଭେନର ସୁୁକ୍ରୀର୍ତ୍ତି ପଟ୍ଟନାୟକ ଏହି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଓପନ୍ ଲର୍ଣ୍ଣିଂ ସିଷ୍ଟମର ପ୍ରତିଷ୍ଠାତା ପ୍ରଫେସର ପ୍ରତାପ ରଥ ଓ ଡଃ କସ୍ତୁରୀ ମହାପାତ୍ରଙ୍କ ଉପସ୍ଥିତିରେ ଶିବାଂଶୀ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଦିବ୍ୟାଙ୍ଗ ପିଲାମାନଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ । ପତାକା ଉତ୍ତୋଳନ , ସମୂହ ଜାତୀୟ ସଙ୍ଗୀତ ଗାନ, ବୃକ୍ଷରୋପଣ, ୪ଜଣ ଅଟିଷ୍ଟିକ୍ ପିଲାଙ୍କୁ ସମ୍ବର୍ଦ୍ଧନା ସହ ମିଷ୍ଟାନ ବଂଟନ ଆଦି କରାଯାଇଥିଲା । ସମସ୍ତ ପ୍ରତିକୂଳ ପରିସ୍ଥିତି ଓ ପ୍ରତିବନ୍ଧକ ସତ୍ତ୍ୱେ ମାଟ୍ରିକ ପରୀକ୍ଷାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଦଧିଚି, ପ୍ରିୟା, ଶିବାଙ୍ଗୀ ଓ କେ. ସୋହମ୍ କୃତକାର୍ଯ୍ୟ ହୋଇଥିବାରୁ ସେମାନେ ଅନ୍ୟମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ତଥା ସେମାନେ ଭବିଷ୍ୟତରେ ଜଣେ ଲେଖାଏଁ ସୁନ୍ଦର ନାଗରିକ ହୁଅନ୍ତୁ ବୋଲି ଶ୍ରୀମତୀ ମିଶ୍ର ଆଶା ବ୍ୟକ୍ତ କରିଥିଲେ । ଏହି ଅଟିଷ୍ଟିକ ପିଲାମାନେ ସୁନ୍ଦର ସୁନ୍ଦର ଗୀତ ଗାଇ ଉପସ୍ଥିତ ଅତିଥିଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିବାଂଶୀ ଫାଉଣ୍ଡେସନର ମୁଖ୍ୟ ଅସୀମା ନାୟକ, ସଂଯୋଜକ ଇପସିତା ସାହୁ, ଆଇସିସି ମହିଳା ଉଦ୍ୟୋଗୀ ପରିଷଦର ଜୁବିନା ଅଲ୍ଲୀ, ସୁଧନ୍ୟା ରାଜଗୁରୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର କର୍ମଚାରୀମାନେ ସମସ୍ତ ସହଯୋଗ କରିଥିଲେ ।

15/08/2022

Happy Independence Day ❤️

ମାନବ ସେବା ହିଁ ମାଧବ ସେବା। ଭୁବନେଶ୍ବରସ୍ଥିତ କଳିଙ୍ଗ ଡେଲଟା ଛକସ୍ଥିତ ଜଳେଶ୍ଵର ବସ୍ତିରେ  ଶିବାଂଶୀ ଫାଉଣ୍ଡେସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ...
10/08/2022

ମାନବ ସେବା ହିଁ ମାଧବ ସେବା। ଭୁବନେଶ୍ବରସ୍ଥିତ କଳିଙ୍ଗ ଡେଲଟା ଛକସ୍ଥିତ ଜଳେଶ୍ଵର ବସ୍ତିରେ ଶିବାଂଶୀ ଫାଉଣ୍ଡେସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ରୁଚି ଫୁଡଲାଇନ୍ ସହଯୋଗରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମର ମାଧ୍ୟମରେ କିଛି ଲୋକଙ୍କ ମୁହଁରେ ହସ ଫୁଟାଇବା ରେ ସକ୍ଷମ ହୋଇଥିଲା ସିବାଂଶି ଫାଉଣ୍ଡେସନ ।

08/08/2022

Address

Bhubaneswar
751022

Telephone

+918984724838

Website

Alerts

Be the first to know and let us send you an email when Shibanshi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Shibanshi:

Share

Category