Ajira srujani

Ajira srujani social organization empowerment education

02/03/2023
ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ( ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଆଜିର ସୃଜନୀର ଉଦ୍ୟମ ପ୍ରଶସନୀୟ ) ଭୁବନେଶ୍ୱର ...
12/11/2022

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

( ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଆଜିର ସୃଜନୀର ଉଦ୍ୟମ ପ୍ରଶସନୀୟ )

ଭୁବନେଶ୍ୱର (୧୦ /୧୧ ) : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା 'ଆଜିର ସୃଜନୀ' ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା 'ସ୍ମୃତିରେ ସୃଜନୀ' ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିବା ଭୁବନେଶ୍ୱର ବସ୍ତି ଅଞ୍ଚଳର କିଛି ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ତାଙ୍କ ସହ ପୂର୍ବରୁ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପରିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି,ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବିଶିଷ୍ଟ ଅତିଥି, ସଂଘମିତ୍ରା ପତି ସମ୍ମାନିତ ଅତିଥି, ଶକୁନ୍ତଳା ବଳିଆରସିଂହ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ତଥା ପରିବେଶ ସୁରକ୍ଷା ବ୍ରତରେ ବ୍ରତୀ ହୋଇ ଆଜିର ସୃଜନୀ ଏକ ଚିରନ୍ତନ ସତ୍ୟ ଲକ୍ଷ୍ୟରେ ଆଗକୁ ବଢ଼ିଚାଲିଛି ଏବଂ ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଏପରି ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ଵଳନ, ଆଜିର ସୃଜନୀ ସଙ୍ଗୀତ ପରିବେଷଣ ସହ ସୁଜାତା ରାୟଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକମରେ ମିଲନ ଭଟୁଆରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦ ଅନୁଷ୍ଠାନର କାର୍ଯ୍ୟକଳାପ ଉପରେ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ପରିଶେଷରେ ସ୍ଵର୍ଣ୍ଣପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଗତ ପାଞ୍ଚ ବର୍ଷ ଧରି ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ ଆଜିର ସୃଜନୀ ଅନୁଷ୍ଠାନ କାର୍ଯ୍ୟକରି ବିଭିନ୍ନ କାରଣ ବଶତଃ ସମୟର ପରିବର୍ତ୍ତନ ସହ ପଛେଇ ଯାଉଥିବା ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ତାର ପ୍ରୟାସ ଜାରି ରଖିଛି l

  #ଆଜିର_ସୃଜନୀ ଏବଂ SBI ମିଳିତ ସହଯୋଗରେ ପ୍ରତ୍ୟେକ ସ୍କୁଲ ପରିସରରେ ଗଚ୍ଛଲଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l #ଆଜିରସୃଜନୀ  #ଭୁବନେଶ୍ବର
12/10/2022


#ଆଜିର_ସୃଜନୀ ଏବଂ SBI ମିଳିତ ସହଯୋଗରେ ପ୍ରତ୍ୟେକ ସ୍କୁଲ ପରିସରରେ ଗଚ୍ଛଲଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l
#ଆଜିରସୃଜନୀ
#ଭୁବନେଶ୍ବର

ସମସ୍ୟା ଥିଲେ ସମାଧାନ ମଧ୍ୟ ଅଛି l ଅତି ଛୋଟ ଛୋଟ କଥାରେ ଭାଙ୍ଗି ନପଡି ଆଗକୁ ବଢ଼ିବାର ସାହାସ ବାନ୍ଧିବା ଶିଖାଏ ଆଜିର ସୃଜନୀ l #ଆଜିର ସୃଜନୀ  ...
21/05/2022

ସମସ୍ୟା ଥିଲେ ସମାଧାନ ମଧ୍ୟ ଅଛି l ଅତି ଛୋଟ ଛୋଟ କଥାରେ ଭାଙ୍ଗି ନପଡି ଆଗକୁ ବଢ଼ିବାର ସାହାସ ବାନ୍ଧିବା ଶିଖାଏ ଆଜିର ସୃଜନୀ l
#ଆଜିର ସୃଜନୀ
Nanda

21/04/2022
 #ସ୍ୱାସ୍ଥ୍ୟ_ଶିକ୍ଷା_ସେବା_ସଂଗଠନ                ଆମର ପ୍ରତ୍ୟେକ ଦିନ ସମସ୍ତଙ୍କ ସହ ସାକ୍ଷାତ ଏବଂ  ସେମାନଙ୍କର ସମସ୍ୟା ଉପରେ ଗୁରୁତ୍ଵ ଦେବ...
19/04/2022

#ସ୍ୱାସ୍ଥ୍ୟ_ଶିକ୍ଷା_ସେବା_ସଂଗଠନ
ଆମର ପ୍ରତ୍ୟେକ ଦିନ ସମସ୍ତଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ସମସ୍ୟା ଉପରେ ଗୁରୁତ୍ଵ ଦେବା ସହ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ କାମ ଜାରି ରହିଛି l ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ଏବଂ ସଂଗଠନ କୁ ସୁଦୃଢ କରାଯିବା ଆମର ଲକ୍ଷ୍ୟ l

‘ #सेवा_परमो_धर्म’ପ୍ରତ୍ୟେକ ଦିନ କିଛି କିଛି ସେବା କାର୍ଯ୍ୟ କରିବା ସମସ୍ତଙ୍କର କର୍ତ୍ତ୍ୟବ୍ୟ l ଆଜି ହିଁ ନିଜର ଘରର ପ୍ରତ୍ୟକ ଜିନିଷ କୁ ଅନ...
18/04/2022

‘ #सेवा_परमो_धर्म’
ପ୍ରତ୍ୟେକ ଦିନ କିଛି କିଛି ସେବା କାର୍ଯ୍ୟ କରିବା ସମସ୍ତଙ୍କର କର୍ତ୍ତ୍ୟବ୍ୟ l ଆଜି ହିଁ ନିଜର ଘରର ପ୍ରତ୍ୟକ ଜିନିଷ କୁ ଅନୁଧ୍ୟାନ କରିବା ପରେ ଆପଣ ଜାଣିପାରିବେ ବହୁତ୍ କିଛି ଏପରି ଜିନିଷ ଡ୍ରେସ୍ ହେଉ କି ରୋଷେଇ ଆସବାବ ହେଉ କି ପିଲାଙ୍କ ପୁରୁଣା ଖାତା କି ବହି ହେଉ ଅଦରକାରୀ ଭାବରେ ପଡି ରହିଛି l ସେ ସବୁକୁ ଆପଣ ଦେଇପାରିବେ l


#ସ୍ୱାସ୍ଥ୍ୟ_ଶିକ୍ଷା_ସେବା_ସଙ୍ଗଠନ

 #ସ୍ୱାସ୍ଥ୍ୟ_ଶିକ୍ଷା_ସେବା_ସଙ୍ଗଠନ ସୃଜନୀ ର ମୂଳମନ୍ତ୍ର l ଧରି ଆଗକୁ ଚାଲିଛି ଆଜିର ସୃଜନୀ l ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ l
16/04/2022

#ସ୍ୱାସ୍ଥ୍ୟ_ଶିକ୍ଷା_ସେବା_ସଙ୍ଗଠନ ସୃଜନୀ ର ମୂଳମନ୍ତ୍ର l
ଧରି ଆଗକୁ ଚାଲିଛି ଆଜିର ସୃଜନୀ l ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ l


ପିଲାମାନଙ୍କର ସ୍କୁଲ ଖୋଲିଲା ପରେ ସେମାଙ୍କ ସହ ଆଲୋଚନା ରୁ ଜଣାପଡ଼ିଲା କଣ ପାଇଁ ସ୍କୁଲ ଯାଇପାରୁନାହlନ୍ତି l ଅନେକ ସମସ୍ୟା ରହିଛି l କାହାର ଭତ...
14/04/2022

ପିଲାମାନଙ୍କର ସ୍କୁଲ ଖୋଲିଲା ପରେ ସେମାଙ୍କ ସହ ଆଲୋଚନା ରୁ ଜଣାପଡ଼ିଲା କଣ ପାଇଁ ସ୍କୁଲ ଯାଇପାରୁନାହlନ୍ତି l ଅନେକ ସମସ୍ୟା ରହିଛି l କାହାର ଭତ୍ତା ହେଇପାରୁନି, କାହାର ରସନ୍ କାର୍ଡ ନାହିଁ ଅନେକ ସମସ୍ୟା ଭିତରେ ସମସ୍ତେ l ସମାଧାନ ପାଇଁ ଆମେ ଚେଷ୍ଟିତ l

ବନିତା ଆଜି ନିଜ ଗୋଡ଼ରେ ଠିଆ ହୋଇପାରିଛି, ସେତିକି ନିଜକୁ ସଶକ୍ତ କରିପାରିଛି ଦେଖିଲେ ବହୁତ ଗର୍ବ ଅନୁଭବ ହୁଏ l ସମସ୍ତଙ୍କୁ ଗୋଟେ ଟ୍ରେନିଂ ପରେ...
14/04/2022

ବନିତା ଆଜି ନିଜ ଗୋଡ଼ରେ ଠିଆ ହୋଇପାରିଛି, ସେତିକି ନିଜକୁ ସଶକ୍ତ କରିପାରିଛି ଦେଖିଲେ ବହୁତ ଗର୍ବ ଅନୁଭବ ହୁଏ l ସମସ୍ତଙ୍କୁ ଗୋଟେ ଟ୍ରେନିଂ ପରେ ଆମର ପ୍ରେରଣା ରହୁଛି କିଛି ନିଜ ପାଇଁ ରୋଜଗାର କରିପାରିବେ ଏବଂ ପରିବାର କୁ ସାହାଯ୍ୟ କରିପାରିବେ l ପିଲାମାନଙ୍କୁ ସଠିକ୍ ଭବିଷ୍ୟତ ମଧ୍ୟ ଦେଇପାରିବେ l


Address

Bhubaneswar
751001

Alerts

Be the first to know and let us send you an email when Ajira srujani posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Ajira srujani:

Share

Category