20/05/2026
#ବିକାଶ_ମୂଳକ_କାର୍ଯ୍ୟକ୍ରମ
#ମଧ୍ୟ_ଭୁବନେଶ୍ୱର
ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା ।
1. କାର୍ଯ୍ୟର ନାମ :-
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ 0/000 କି.ମି ରୁ 0/866 କି.ମି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢୀକରଣ କାର୍ଯ୍ୟ, ଖୋର୍ଦ୍ଧା ଜିଲ୍ଲାରେ CRDP ଅନ୍ତର୍ଗତ 2025-26 ବର୍ଷ ପାଇଁ ।
🔹 ପ୍ରଶାସନିକ ଅନୁମୋଦନ ରାଶି : ₹5,96,67,198/-
🔹 ଚୁକ୍ତି ମୂଲ୍ୟ : ₹3,59,93,620/-
🔹 କାର୍ଯ୍ୟ ଆରମ୍ଭ ତାରିଖ : 11.05.2026
🔹 କାର୍ଯ୍ୟ ସମାପ୍ତି ତାରିଖ : 10.10.2026
🔹 ରାସ୍ତାର ଦୈର୍ଘ୍ୟ : 0.866 କି.ମି
2. କାର୍ଯ୍ୟର ନାମ :-
ୟୁନିଟ-6 ଅଭ୍ୟନ୍ତରୀଣ ରାସ୍ତା-17 ଅନ୍ତର୍ଗତ VIMR-8 କ୍ୱାର୍ଟର ନିକଟ ହସ୍ପିଟାଲ ଛକରୁ IIRPF-1 କ୍ୱାର୍ଟର ନିକଟ ବାନଦୁର୍ଗା ମନ୍ଦିର ପର୍ଯ୍ୟନ୍ତ 0/000 କି.ମି ରୁ 0/946 କି.ମି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢୀକରଣ କାର୍ଯ୍ୟ, ଖୋର୍ଦ୍ଧା ଜିଲ୍ଲାରେ CRDP ଅନ୍ତର୍ଗତ 2025-26 ବର୍ଷ ପାଇଁ ।
🔹 ପ୍ରଶାସନିକ ଅନୁମୋଦନ ରାଶି : ₹3,93,12,000/-
🔹 ଚୁକ୍ତି ମୂଲ୍ୟ : ₹2,27,56,918/-
🔹 କାର୍ଯ୍ୟ ଆରମ୍ଭ ତାରିଖ : 18.05.2026
🔹 କାର୍ଯ୍ୟ ସମାପ୍ତି ତାରିଖ : 17.10.2026
3- ସଂସଦୀୟ ପାଣ୍ଠିରୁ ମନ୍ଦିର ପରିସରରେ ଶୀତଳ ପାନୀୟ ଜଳ ବ୍ୟବସ୍ଥାର ଲୋକାର୍ପଣ କରାଯାଇଥିଲା ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂହ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କର୍ପୋରେଟର ପୁଷ୍ପା ରାଉତ, ଜୟ ଓଡିଶା ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ବହୁ ନେତୃବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।
PMO India