Dr.Tirupati Panigrahi

Dr.Tirupati Panigrahi Founder & Chairman of Hi-Tech Group of Institutions, Politician and Social Worker

02/06/2025
ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କ...
31/05/2025

ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି କଫି ବଗିଚା ବୁଲିଥିଲେ। ମୁର୍ତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଆଚାର୍ଯ୍ୟ ଓ ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା କଫି ବଗିଚା ସମ୍ପର୍କିତ ତଥ୍ୟ ଉପସ୍ଥାନ କରିଥିଲେ ।କଫି ବଗିଚା ମଧ୍ୟରେ ରହିଥ‌ିବା ଗୋଲମରିଚ ଦେଖ‌ିବା ସହ ଅଧିକ ମାତ୍ରାରେ ଚାଷ କରିବା ଉପରେ ଗୁରୁତ୍ଵ ଦେବାକୁ କହିଥିଲେ। ଏହା ପରେ କମିଟି ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଭୁତି ଭୂଷଣ ପ୍ରଧାନଙ୍କ ନେତୃତ୍ବରେ ବିଧାୟିକା ସୀମାରାଣୀ ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ରୁପେଶ କୁମାର ପାଣିଗ୍ରାହୀ,ଉମାଚାରଣ ମଲିକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ଶେଖର ସାହୁ, ଗୌତମ ବୁଦ୍ଧଦାସ, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଗସ୍ତ କରିଥିଲେ। ବିଡିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଶରତ ଶବର, ମୃତ୍ତିକା ସଂରକ୍ଷଣ ପିଆଇଏ ହୃଷୀକେଶ ପ୍ରଧାନ, ବିଜେପି ମଣ୍ଡଳ ସଭାପତି ମିଟୁ ସାହୁ ଉପସ୍ଥିତ ଥିଲେ।

30/05/2025
ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଯେପରି କି ଧୋବାଜୟପୁର ଗ୍ରାମର ଶଙ୍କର ସହ ଦିବ୍ୟା ଏବଂ ବତୱା ଗ୍ରାମର ଶାନମୁଖ ସହ ପୂଜ...
28/05/2025

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଯେପରି କି ଧୋବାଜୟପୁର ଗ୍ରାମର ଶଙ୍କର ସହ ଦିବ୍ୟା ଏବଂ ବତୱା ଗ୍ରାମର ଶାନମୁଖ ସହ ପୂଜାଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ ଲ ଏଥିରେ ବିଧାୟକ ନବଦମ୍ପନ୍ତିଙ୍କୁ ବିବାହର ଶୁଭେଚ୍ଛା ଜଣେଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ସହ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକ, କାଶୀନଗର ବ୍ଲକ ଅଧକ୍ଷା ଵାଲାସାୟାମ୍ମା, ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଯୋଗଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ l

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଶୈଳଡା ଗ୍ରାମ ଠାରେ ମାଁ ଠାକୁରାଣୀଙ୍କ ଉତ୍ସବ ଆୟୋଜନ କରାଯାଇଥିଲା ଆଜି ଶେଷ ଦିନରେ ମାନ୍ୟବର ପାରଳା ବି...
27/05/2025

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଶୈଳଡା ଗ୍ରାମ ଠାରେ ମାଁ ଠାକୁରାଣୀଙ୍କ ଉତ୍ସବ ଆୟୋଜନ କରାଯାଇଥିଲା ଆଜି ଶେଷ ଦିନରେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ମାଁଙ୍କ ଦର୍ଶନ କରି ପୂଜାଅର୍ଚନା କରିବା ସହ ଆଶୀର୍ବାଦ ପ୍ରାପ୍ତ କରିଥିଲେ lଏଥିରେ ବିଧାୟକ ସହ ଗୋଶାଣୀ ବ୍ଲକ ଅଧକ୍ଷ ଏନ.ଭୀରରାଜୁ, ବିଜୁ ଜନତା ଦଳର ବରିଷ୍ଠ ନେତା ଗଜପତି ରାଓ ଏବଂ ସରପଞ୍ଚ ସମିତି ପ୍ରମୁଖ ଯୋଗଦେଇ ମାଁଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ l

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଦେବିଦି ଗ୍ରାମର ଜି.ଗଣେଶ କନ୍ୟା ମାନ୍ୱିତାର ପୁଷ୍ପବତୀ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବିଧ...
26/05/2025

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଦେବିଦି ଗ୍ରାମର ଜି.ଗଣେଶ କନ୍ୟା ମାନ୍ୱିତାର ପୁଷ୍ପବତୀ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ କନ୍ୟାର ଉଜ୍ବଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ସହ କେରାଣ୍ଡି ସରପଞ୍ଚ ଏ.ଦଣ୍ଡପାଣି ପ୍ରମୁଖ ଉପସ୍ଥିତ ଥିଲେ l

ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ ମାଁ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା l ଏଥିରେ ମାନ୍ୟବର ...
26/05/2025

ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ ମାଁ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା l ଏଥିରେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀ ମାନଙ୍କ ସହିତ ମିଶି କୀର୍ତ୍ତନ କରି ମାଁଙ୍କ ପୂଜାର୍ଚନା କରିବା ସହ ଆଶୀର୍ବାଦ ପ୍ରାପ୍ତ କରିଥିଲେ l ଏହା ପରେ ପରେ ପୂର୍ବତନ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଜଗବନ୍ଧୁ ଦାସଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ l ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଧାୟକ ସହ ବିଜୁ ଜନତା ଦଳର ବରିଷ୍ଠ ନେତା ଜେମ୍ସ ରାଇକା ଉପସ୍ଥିତ ଥିଲେ l

ଆଜି ଭୁବନେଶ୍ବର ସ୍ଥିତ ବିଧାନସଭା ନିକଟ ରେ ଥିବା ସ୍ବତନ୍ତ୍ର ଓଡିଶା ଗଠନର ପ୍ରମୁଖ କର୍ଣ୍ଣଧାର ଓଡ଼ିଶା ରାଜ୍ୟ ପ୍ରଦେଶ ର ପ୍ରଥମ ମୁଖ୍ୟମନ୍ତ୍ରୀ...
25/05/2025

ଆଜି ଭୁବନେଶ୍ବର ସ୍ଥିତ ବିଧାନସଭା ନିକଟ ରେ ଥିବା ସ୍ବତନ୍ତ୍ର ଓଡିଶା ଗଠନର ପ୍ରମୁଖ କର୍ଣ୍ଣଧାର ଓଡ଼ିଶା ରାଜ୍ୟ ପ୍ରଦେଶ ର ପ୍ରଥମ ମୁଖ୍ୟମନ୍ତ୍ରୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତହୋଇଯାଇଛି, ଏହି ଅବସରରେ ପ୍ରଥମେ ମହାରାଜକୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବାଚସ୍ପତି ଶ୍ରୀମତୀ ସୁରୁମା ପାଢ଼ୀ, ମାନ୍ୟବର ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ସ୍ମୃତି, କୃତିତ୍ୱ ତଥା ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ କରିଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ତଥା ନିଜସ୍ବ ଅବଦାନ ଦ୍ବାରା ସେ କରିଥିବା ସ୍ମରଣୀୟ କାର୍ଯ୍ୟକଳାପ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।

ଗଜପତି ଜିଲ୍ଲା ନୂଆ କାଶୀନଗର 10ନଂ ୱାର୍ଡ ର ବିଜୁ ଜନତା ଦଳର କର୍ମକର୍ତ୍ତା Y. ରାଜୁଙ୍କ ଏକାଦଶ କାର୍ଯ୍ୟ ରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ...
24/05/2025

ଗଜପତି ଜିଲ୍ଲା ନୂଆ କାଶୀନଗର 10ନଂ ୱାର୍ଡ ର ବିଜୁ ଜନତା ଦଳର କର୍ମକର୍ତ୍ତା Y. ରାଜୁଙ୍କ ଏକାଦଶ କାର୍ଯ୍ୟ ରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ ତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏଥିରେ ବିଧାୟକ ସହ ଜିଲ୍ଲାପରିଷଦ ଅଧକ୍ଷ ଜି.ତିରୁପତି ରାଓ,ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧକ୍ଷ ରଘୁରାମ ସାହୁ, କଉଁସେଲର କେ. ରାମାରାଓ ପ୍ରମୁଖ ଉପସ୍ଥିତ ଥିଲେ l

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ  ବିଜୁକଲ୍ୟାଣ ମଣ୍ଡପ ଠାରେ ପ୍ରବୀନ ସହ କୁସୁମାଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବି...
24/05/2025

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ପ୍ରବୀନ ସହ କୁସୁମାଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ ନବଦମ୍ପତୀଙ୍କୁ ବିବାହର ଶୁଭେଚ୍ଛା ଜଣେଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ l

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମ୍ମି ଗ୍ରାମର ଦୁର୍ଗା ସହ ପାବନିଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ଇଂ ର...
23/05/2025

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମ୍ମି ଗ୍ରାମର ଦୁର୍ଗା ସହ ପାବନିଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ ନବଦମ୍ପତୀଙ୍କୁ ବିବାହର ଶୁଭେଚ୍ଛା ଜଣେଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ l

Address

Bhubaneswar
751001

Website

Alerts

Be the first to know and let us send you an email when Dr.Tirupati Panigrahi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Dr.Tirupati Panigrahi:

Share