Raj Kumar Dalei

Raj Kumar Dalei ଜୟ ଶ୍ରୀରାମ 🚩

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା...
16/11/2022

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।

ଲକ୍ଷ୍ମୀନାରାୟଣ ପୂଜା ମଣ୍ଡପ ବାରିପଦା
11/11/2022

ଲକ୍ଷ୍ମୀନାରାୟଣ ପୂଜା ମଣ୍ଡପ ବାରିପଦା

🚩🕉️🕉️🕉️🚩🙏🙏🙏ଆପଣ ଓ ଆପଣଙ୍କ ପରିବାର କୁ ପବିତ୍ର ରଙ୍ଗର ପର୍ବ "ଦୋଳ ପୂର୍ଣ୍ଣିମା"ବା ହୋଲି ଉତ୍ସବ ର ଅନନ୍ତ ଶୁଭ କାମନା।ଏହି ହୋଲି‌ ଉତ୍ସବ ଅବସର...
18/03/2022

🚩🕉️🕉️🕉️🚩
🙏🙏🙏
ଆପଣ ଓ ଆପଣଙ୍କ ପରିବାର କୁ ପବିତ୍ର ରଙ୍ଗର ପର୍ବ "ଦୋଳ ପୂର୍ଣ୍ଣିମା"ବା ହୋଲି ଉତ୍ସବ ର ଅନନ୍ତ ଶୁଭ କାମନା।
ଏହି ହୋଲି‌ ଉତ୍ସବ ଅବସରରେ ଭଗବାନଙ୍କ ପାଖରେ ଏତିକି କାମନା କରୁଛି ଯେ ଆପଣଙ୍କ ଜୀବନରେ ଅନେକ ସଫଳତା ଏବଂ ଅପାର ସୁଖ ଶାନ୍ତି ପ୍ରାପ୍ତି ହେଉ।ଧନ,ଯଶ, ଐଶ୍ୱର୍ଯ୍ୟ, ଉନ୍ନତି,ପ୍ରଗତି, ଆଦର୍ଶ,ଉତ୍ତମ ସ୍ୱାସ୍ଥ୍ୟ, ପ୍ରସିଦ୍ଧି ଓ ସମୃଦ୍ଧି ପ୍ରଦାନ ହେଉ।
ଜୟ ଶ୍ରୀକୃଷ୍ଣ🚩
ଜୟ ଗୌ ମାତା🚩
ନାରାୟଣୀ ସେନା ଓଡ଼ିଶା ପ୍ରଦେଶ

11/03/2022

ଆପଣ ଯୋଉଠି ଥାଆନ୍ତୁନା କାହିଁକି 🙏🙏🙏 ଗ୍ରହଣ କରିବେ ।
#ବଉଳିର #ଚିଠି : ଦୟାକରି ନିଶ୍ଚୟ ପଢନ୍ତୁ

ସ୍ନେହର ବାବୁ,

ମୋର ସ୍ନେହ ନେବୁ, ଦୁଇ ଦିନ ହେବ ମୋତେ ଖୋଜୁଥିବୁ । ଆଜି ତୋ ଠୁଁ ମୁଁ ବହୁ ଦୂରରେ । ଆଶା ଏ ଚିଠିଟି ତୋ ପାଖରେ ପହଞ୍ଚିପାରିବ । ଯଦି ପହଞ୍ଚି ନ ପାରିଲା, ତାହା ମୋ ଆଉ ତୋ ଭାଗ୍ୟର ବିଡ଼ମ୍ବନା ବୁଝିନେବୁ ।

ସୋମବାର ସକାଳୁ ଆମ ମାଲିକ ଗଙ୍ଗାବାବୁ ମୋ ଠୁଁ କ୍ଷୀର ଦୁହିଁ ସାରିଲା ପରେ , ତୋ ଠୁ ମୋତେ ଅଲଗା କରିଦେଲେ । ଗୁହାଳରେ ତୋତେ ବାନ୍ଧି ଦେଇ ମୋତେ ବାହାରେ ବୁଲିବାକୁ ଛାଡ଼ିଦେଲେ । ସହରର କଂକ୍ରିଟ ଜଙ୍ଗଲ ଭିତରେ ଘାସ ଟିକିଏ ତ ମିଳୁନି.... ବାଧ୍ୟହୋଇ ଚିରା ଛିଣ୍ଡା କାଗଜ ଓ ଘରର ଆବର୍ଜନାମାନ ଖାଇ ଦିନ ବିତେଇବାକୁ ପଡ଼େ । ନିତି ଦିନ ପରି ସେଦିନ ମୁଁ ଖାଦ୍ୟ ଅର୍ଥାତ ଚିରାଛିଣ୍ଡା କାଗଜ ଅନ୍ବେଷଣରେ ବାହାରିଗଲି । ଦେଖିଲି ଦୁଇ ଜଣ ନୃସଂଶ କିଛି ବଳଦ ଓ ଗାଈକୁ ଅଡ଼େଇ ଅଡ଼େଇ ଚାଲିଥାନ୍ତି । ଏମାନେ କୁଆଡ଼େ ଯାଉଛନ୍ତି ??? ଏମାନଙ୍କୁ କିଏ ନେଇ ଯାଉଛି ??? ଭାବୁ ଭାବୁ ନୃସଂଶ ଲୋକଟି ମୋତେ ମଧ୍ୟ ଅଡ଼େଇ ନେଲା ସେ ପଞ୍ଝା ଭିତରକୁ । ବହୁ ଚେଷ୍ଟା ସତ୍ତ୍ବେ ବି ମୁଁ ସେ ପଞ୍ଝାରୁ ବାହାରି ପାରିଲିନି । ତୁ ତ ଜାଣିଛୁ ମୋ ଦେହର ଅଧିକ ଓଜନ ପାଇଁ ଧିରେ ଧିରେ ଚାଲେ ଆଉ ଅଧିକ ଦୂର ବି ଚାଲିପାରେ ନାହିଁ । ଚାଲୁ ଚାଲୁ ଟିକିଏ ଠିଆ ହୋଇଗଲେ..... ପଛରୁ ବାଉଁଶ ବାଡ଼ିରେ ନିର୍ଘାତ ପାହାର ବସୁଥିଲା ।ଦିନେ ବି ପିଲା ବେଳୁ ମାଡ଼ଖାଇ ନ ଥିଲି । ନୂଆକରି ମାଡ଼ ବହୁତ ଯୋର୍ କାଟୁଥାଏ । ଏମିତି ପାଖାପାଖି ପଚିଶିରୁ ତିରିଶି କିଲୋମିଟର ଚାଲି ଚାଲି ଜାତୀୟ ରାଜପଥରେ ବାମ ପାଖରେ ବାଦଳା ହାଟରେ ପହଞ୍ଚିଲି ।

ଆମ ପରି ବହୁତ ବଳଦ, ଗାଈ ଆଉ ଷଣ୍ଢ ମଧ୍ୟ ଆସିଛନ୍ତି । ତା ଭିତରୁ ହଠାତ୍ ତୋ ଭାଇ କାଳିଆ ଦେଖା ହେଲା । ଯାହାକୁ ଗଙ୍ଗାବାବୁ ବିଗତ ଚାରି ବର୍ଷ ତଳୁ ଜଣେ ଲୋକକୁ ବିକ୍ରିକରି ଦେଇଥିଲେ ।ମାତ୍ର ଅଳ୍ପ କେଇ ଟଙ୍କାରେ । କାଳିଆ ହାମ୍ମା ରଡ଼ିଦେଇ ମୋ ପାଖକୁ ଧାଇଁ ଆସିଲା । ମୁଁ ତାକୁ ସ୍ନେହରେ ଚାଟି ଚାଲିଲି । ଏହି ସମୟରେ ବଡ଼ ଟ୍ରକ ଟିଏ ଆସିଲା । ଟ୍ରକର ପଛ ଗେଟ୍ ଖୋଲା ହେଲା । ଆଖିକୁ ବିଶ୍ବାସ ହେଉ ନଥାଏ ।

ଚାରି ଗୋଡ଼କୁ ବାନ୍ଧି ତଳେ ଶୁଆଇ ଦିଆଯାଇଛି । ଆଉ ଟିକେ ନିରେଖି ଦେଖିଲି , ପାଟିକୁ ପ୍ଲାଷ୍ଟିକ୍ ସୂତାରେ ସିଲେଇ କରି ଦିଆଯାଇଛି । ଆଖିରୁ ଝରୁଥାଏ ଲୁହ ଆଉ ପାଟିରୁ ଲହୁ । ମୁଁ ଭାବୁଥାଏ ଆମର ବୋଧେ ଏ ଅବସ୍ଥା ହେବନି । ଭାବନାକୁ ଧୂଳିସାତ୍ କରି ଚାରି ପାଞ୍ଚ ଜଣ ଲୋକ ହାତରେ କିଛି ରଶି ଧରି ଆସିଲେ । ମୋର ଚାରି ଗୋଡ଼କୁ ଏକାଠି କରି ବାନ୍ଧିଦେଲେ ଆଉ ମୋ ପାଟିକୁ ସିଲେଇ ଦେଲେ । ବହୁତ କଷ୍ଟ ହେଉଥାଏରେ...ବାବୁ..ଆଳୁ ପିଆଜ ବସ୍ତା ପରି ଆମମାନଙ୍କୁ ଟ୍ରକରେ ଲଦିଦେଲେ । ତାପରେ ଆମମାନଙ୍କ ଉପରେ ତମ୍ବୁ ଘୋଡ଼ାଇ ଦେଲେ,
ଅଣନିଶ୍ବାସୀ ଲାଗୁଥାଏ । ଶୋଷ ବି ଲାଗୁଥାଏ । ଭୋକ ଓ ଶୋଷର ତାଡ଼ନା ସହ ଅନ୍ୟ ସାଥିମାନଙ୍କର ଖୁରା ମାଡ଼ରେ ଦେହ ମୋର କଣ ହୋଇଯାଉଥାଏ । ପାଟିରୁ ଝରିଝରି ରକ୍ତ ପାଟିଏ ହୋଇଗଲାଣି । ବାଧ୍ୟ ହୋଇ ନିଜର ରକ୍ତକୁ ନିଜେ ଢୋକି ଦେଲି ।

ଜାତୀୟ ରାଜପଥରେ ଟ୍ରକଟି କ୍ଷିପ୍ର ବେଗରେ ଚାଲିବା ଆରମ୍ଭ କଲା । ଅଳ୍ପ କିଛି ସମୟ ପରେ ତନଖି ଫାଟକଟିଏ ପଡ଼ିଲା । କିଛି ଖାକି ବାବୁ ଟ୍ରକକୁ ଅଟକାଇଲେ । ସେତେ ବେଳେ ଭାବିଲି...... ବୋଧେ ଖାକି ବାବୁ କଂସେଇ କବଳରୁ ଆମକୁ ରକ୍ଷା କରିବେ । କାନ ଡେରି ଶୁଣିଲି ଏଇ ଫାଟକଟି ରାଇରଂଗପୁର ଫାଟକ । ମାତ୍ର ଭାଗ୍ୟର ବିଡ଼ମ୍ବନା.... ଖାକି ବାବୁଙ୍କ ଏଜେଣ୍ଟ ସହ କଂସେଇର ମୁଲଚାଲ୍ ଚାଲିଲା । ମାତ୍ର ପାଞ୍ଚ ହଜାର ଟଙ୍କା ବିନିମୟରେ ଛଅ ଶହ ସତାନବେ(697) ନିରିହ ଜୀବନକୁ ଦାନବ ହାତରେ ଖିନଭିନ୍ ହେବାକୁ ଛାଡ଼ି ଦେଲେ ।

ପୁଣି ଆଖି ପିଛୁଳାକେ ଟ୍ରକଟି ଆଗକୁ ଆଗକୁ ଧାଇଁ ଚାଲିଲା । ପହଞ୍ଚିଲା ଯାଇ ବାଦାମ ପାହାଡ ଫାଟକ ପାଖରେ । ଏଇଠି ଟ୍ରକରେ ସମସ୍ତ କାଗଜପତ୍ର ତନଖି କରାଗଲା । ଏଇଠି ମଧ୍ୟ ଖାକି ବାବୁ ଟିକିଏ ଆଗକୁ ଯାଇ ନିଜେ ତେର ହଜାର ଟଙ୍କା ପକେଟ୍ ଗରମରେ ଟ୍ରକକୁ ପଶ୍ଚିମବଙ୍ଗ ପ୍ରବେଶକୁ ଅନୁମତି ଦେଲେ । ସେତେ ବେଳକୁ ସଂଧ୍ୟା ନଇଁ ନଇଁ ଆସୁଥାଏ । ତୋ କଥା ଅଧିକରୁ ଅଧିକ ମନେ ପଡ଼ୁଥାଏରେ.... ....
ନିଃଶବ୍ଦ ରାତିରେ ପଶ୍ଚିମବଙ୍ଗ ରାସ୍ତାରେ ଟ୍ରକର ବେଗ ବଢ଼ି ଚାଲିଥାଏ । ରାସ୍ତାର ଖାଲଢିପ ସହ ସାଥିମାନଙ୍କ ଖୁରା ମାଡ଼ରେ ଦେହ ଖଣ୍ଡିଆ ଖାବରା ହୋଇ ଦେହରୁ ଅଧିକରୁ ଅଧିକ ରକ୍ତ ଝରୁଥାଏ । ପାଟିରେ ପାଟିଏ ରକ୍ତ ଭର୍ତ୍ତିହୋଇ କଳଦେଇ ରକ୍ତର ଧାର ଅନବରତ ବହିଚାଲିଥାଏ ।ବଡ଼ି ଭୋରୁ ଟ୍ରକଟି ଯାଇ ବାଙ୍ଗଲାଦେଶ ସୀମାରେଖା ପାଖ ଫରିଦପୁର ଗାଁର କଂସେଇଖାନାରେ ପସିଲା । କଂସେଇଖାନାରୁ ଗୋ -ମାଂସର ଗନ୍ଧ ବାଜିଲା କ୍ଷଣି ଦେହ ଶୀତେଇ ଉଠିଲା ।
କିଛି ସମୟ ପରେ ଆମ ଉପରୁ ତମ୍ବୁଟିକୁ କାଢ଼ି ନିଆଗଲା । ଟିକିଏ ବାହାର ପବନ ବାଜିବାରୁ ଭଲ ଲାଗିଲା ହେଲେ ସେ ପବନରେ ଗୋ-ମାଂସର ଗନ୍ଧ l ହଠାତ୍ ଦୁଇ ଜଣ ଦାନବ ଟ୍ରକ ଉପରକୁ ଚଢ଼ି ଆସିଲେ । ଆଉ ଆମକୁ ଗୋଟି ଗୋଟି କରି ଫିଙ୍ଗି ଚାଲିଲେ ତଳକୁ । ଓଃ...... କି କଷ୍ଟ.... କାଳିଆ ଓ ମୁଁ ପାଖା ପାଖି ପଡ଼ିଥାଉ । କାଳିଆ ମୋତେ ମା' ବୋଲି ଡାକି ପାରୁନି କି ମୁଁ ତାକୁ ସ୍ନେହରେ ଟିକେ ଗେଲ କରି ପାରୁନି । କିଛି ବି କରି ପାରୁ ନ ଥାଏ । ମୋର କଷ୍ଟ ସହ କାଳିଆର କଷ୍ଟ ମୋ ହୃଦୟକୁ ବିଦୀର୍ଣ୍ଣ କରୁଥାଏ । ପାଟିର ଲହୁ ସହ ଆଖିର ଲୁହ ଏକାକାର ହୋଇ ।
ପ୍ରତ୍ୟେକଙ୍କୁ ଏକ ଏକ ଯନ୍ତ୍ର ଶିକୁଳିରେ ବାନ୍ଧି ନିଆ ଯାଉଥାଏ । ମୋ କାଳିଆର ପାଳି ଆଗ ପଡ଼ିଲା । ଶିକୁଳିଟି କାଳିଆର ଗୋଡ଼ରେ ବାନ୍ଧି ଉପରକୁ ଟେକିନେଲା । ତଳକୁ ମୁଣ୍ଡ ଓ ଲାଞ୍ଜ ଓହଳି ପଡ଼ିଲା । ପାଟିରେ ଥିବା ରକ୍ତ ଭକ୍ କରି ମେଞ୍ଚାଏ ତଳକୁ ପଡ଼ିଗଲା । ମୋ ଛାତି ଫାଟି ଯାଉଥାଏ । ଦୁଇ ଘଣ୍ଟା ଏମିତି ତଳ ମୁହାଁ ହୋଇରହିଲା ପରେ ଟକମକ୍ ଫୁଟୁଥିବା ଗରମ ପାଣି ଏକ ପାଇପ୍ ଯୋଗେ ଆଣି ତା ଉପରେ ପକାଇଲେ । କାଳିଆ ମୋତେ ବିକଳରେ ଦେଖୁଥାଏ ।

କାଳିଆର ଆଖିରୁ ଅନବରତ ଲୁହ ଆଉ ପାଟିରୁ ଲହୁ ବହି ଚାଲିଥାଏ । ଗରମ ପାଣିର ମାଡ଼ର କଷ୍ଟରେ ମେଞ୍ଚାଏ ଝାଡ଼ା କରିଦେଲା । ଜୀବନ ବିକଳରେ କାଳିଆ ଛଟପଟ ହେଉଥାଏ । ବଞ୍ଚି ଥାଉ ଥାଉ ତା' ଦେହରୁ ଚମଡ଼ା କାଢ଼ିବା ଆରମ୍ଭ କରିଦେଲେ

କାଳିଆ ଦେହରୁ ରକ୍ତର ନଈ ଛୁଟି ଚାଲିଥାଏ । ଚମଡ଼ା ବାହାର କରି ସାରିବା ପରେ ସୁନ୍ଦର ଚକ୍ ଚକ୍ ଦିଶୁଥିବା ଶିଙ୍ଗ ଦୁଇଟିକୁ କଚ୍ କରି ହାଣି ନେଲେ । ଧାରୁଆ ଛୁରୀରେ ମାଂସ ଖଣ୍ଡ ଖଣ୍ଡ କାଟି ଚାଲିଲେ । ମାଂସ କାଟୁ କାଟୁ ଦାନବଟା କାଳିଆ ପାଟିର ସିଲେଇକୁ କାଟିଦେଲା । କାଳିଆ ହାମ୍ମା.... ରଡ଼ିଛାଡ଼ି ଶେଷ ନିଶ୍ବାସ ତ୍ୟାଗ କଲା...... ହେ ଭଗବାନ ମୋତେ କଣ ଏଇଆ ଦେଖିବାକୁ ବଞ୍ଚେଇ ରଖିଥିଲୁ.......
କାଳିଆ ପରେ ମୋର ବି ସେଇ ଅବସ୍ଥା ହେବରେ ଜାଣିଛି , ହେଲେ ଟ୍ରକ ଚଢିଲା ଦିନୁ ଜୀଅନ୍ତା ମଢ ପାଲଟିଛି । ମଢର ଜୀଇଁବା ମରିବା କଣ ଯେ.....ଆଉ କି କଷଣ ଦେବେ

ଆଉ କିଛି ଲେଖିପାରୁନିରେ.....😭😭

ତୋ ନିଜ ଯତ୍ନ ନିଜେ ନେବାକୁ ଚେଷ୍ଟା କରିବୁ । ସମୟରେ ଖାଇନେବୁ । ଗଙ୍ଗାବାବୁଙ୍କୁ କହିବୁ, ତୋତେ କେବେ ବାହାରକୁ ଛାଡ଼ିବେ ନାହିଁ କି ତୋତେ ବିକିବେ ନାହିଁ । ରହୁଛି ।

#ଇତି
ତୋର ହତଭାଗିନୀ ମା'
*ବଉଳୀ*

11/03/2022

Address

751007, OD
Bhubaneswar
751007

Telephone

+918249412643

Website

Alerts

Be the first to know and let us send you an email when Raj Kumar Dalei posts news and promotions. Your email address will not be used for any other purpose, and you can unsubscribe at any time.

Share

Category