31/10/2025
ଦିବଂଗତ ଶଙ୍କର୍ଷଣ ପରିଡ଼ାଙ୍କ ଏ ଥିଲା ୨୨/୨/୨୨ ର ସ୍ବର...... ମାଟିର ସ୍ବର ସହିତ, ମାଟିର ସ୍ୱର ସାଥୀରେ, ବିଚାରରେ,ହୃଦୟରେ ଓ ପ୍ରେମ ରେ..🙏🏿
++++++++++++++++++++
*ଭାଷା ସାହିତ୍ୟ*
"ପ୍ରେମ ବିପ୍ଳବ ସତ୍ଯାଗ୍ରହ ଓ ମହା ସଂଗ୍ରାମର ସ୍ବର"
+++++++++++++++++
"ସାହିତ୍ୟ ଏକ ବିପ୍ଳବ, ବାଣିଜ୍ୟ ନୁହେଁ " ଏ ମର୍ମରେ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ତା ୨୦/୨/୨୨ ରିଖଦିନ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
କବି ଲେଖକ ସାହିତ୍ୟିକ ସମାଜ ସେବୀ ଇତ୍ୟାଦି ଏହି ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।
*ଓଡିଶା, ଯୁବ ଲେଖକ ସମ୍ମେଳନ, ସଭାପତି ତଥା ବରିଷ୍ଠ କବି ସାରସ୍ବତ ଲେଖକ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା ଓ ଭୀମଭୋଇ ଗବେଷଣା କେନ୍ଦ୍ର, ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡା ଏବଂ ସାହିତ୍ୟିକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ ମହୋଦୟ ଏହି ଆଲୋଚନାରେ ବକ୍ତା ଭାବେ ଯୋଗଦେଇ ମାଟିର ସ୍ବର ସଂଗଠନର ଏ ଉଦ୍ୟମକୁ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ କବି ଲେଖକ ମାନଙ୍କୁ ସାଧାରଣ ଜନ ଜୀବନ ଆଧାରିତ ସାହିତ୍ୟ ସୃଷ୍ଟି କରିବା ସହିତ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ଏହାକୁ ଶକ୍ତିଶାଳୀ କରିବା ପାଇଁ ଆହ୍ବାନ ଦେଇଥିଲେ*
*ଆଲୋଚକ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା କହିଥିଲେ - ସହ ଜାଗତିକ ସ୍ବର ହେଉଛି ମାଟିର ସ୍ବର*
*ଭାଷା ହେଉଛି, ଜାତିର ପ୍ରାଣ ସ୍ପନ୍ଦନ।
"ସାହିତ୍ୟ- ପ୍ରେମ, ବିପ୍ଳବ ଓ ସତ୍ଯାଗ୍ରହର ମହାସଂଗ୍ରାମ"। ସାହିତ୍ୟ ସୁଦୁର ପ୍ରସାରୀ ଅନ୍ତର୍ଦୃଷ୍ଟି ଓ ବୌଦ୍ଧିକ ପ୍ରତି ବେଦନର ପ୍ରତିବିମ୍ବ। ଜାତିପ୍ରଥା, ଅସ୍ମିତା,ଘୃଣା,
ଅସ୍ପର୍ଶ୍ଯତା,ଭେଦଭାବ ବିରୋଧରେ ସାହିତ୍ୟ ସମାଜକୁ ଦିଏ ସଠିକ ବାର୍ତ୍ତା। ସଂପ୍ରତି ମାନବିକ ଓ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଥିଲା ବେଳେ ଏହାକୁପ୍ରତିରୋଧ କରିପାରିବ କେବଳ ସାହିତ୍ୟ। ଏଥିପାଇଁ ସନ୍ଥ କବି ଭୀମଭୋଇ ହୋଇପାରିଛନ୍ତି ବିଶ୍ବ ବିଦିତ।
*ଭାଷା,ଭାବ ଓ ସ୍ବର ହେଉଛି ମାଟିର ସ୍ବର। ସାଧାରଣ ମଣିଷ ଓ ସମାଜର ସ୍ୱର ହେଉଛି ମାଟିର ସ୍ବର । ସମାଜକୁ ସଠିକ ବାର୍ତ୍ତା ଦିଏ ସମାଜକୁ ବଦଳାଏ ଓ ଗଢେ ସାହିତ୍ୟ। ଅତ୍ଯାଚାର ଅସ୍ମିତା ଅନ୍ୟାୟ ବିରୁଦ୍ଧରେ ସାହିତ୍ୟ ହିଁ କରିଛି ବୌଦ୍ଧିକ ଆନ୍ଦୋଳନ। ସାହିତ୍ୟ ଭାଷା ଭାବ ପରିସ୍ଥିତି ପରିବେଶ ଆବେଗ ଓ ପ୍ରଗତିର ବାର୍ତ୍ତାବହ। ଯେଉଁ ସାହିତ୍ୟରେ ଜନ ଜୀବନର ବାସ୍ତବ ଦୃଶ୍ୟ ରହିଛି ସେ ସାହିତ୍ୟ କାଳଜୟୀ ହୋଇଛି*
*ସାହିତ୍ୟ ବଜାର କୈନ୍ଦ୍ରିକ ନ ହୋଇ ସମାଜ କୈନ୍ଦ୍ରିକ ହେବା ଆବଶ୍ୟକ। ଏଥିପ୍ରତି ଲେଖକ ଲେଖିକା ଧ୍ୟାନ ଦେବା ଉଚିତ। ଜନ ଜୀବନ ଓ ସମାଜ ଆଧାରିତ ସାହିତ୍ୟର ମୃତ୍ୟୁ ନାହିଁ। ଭୀମଭୋଇ ହେଉଛନ୍ତି ଏହାର ଉଦାହରଣ। ସାମାଜିକ ଜନ ଜୀବନର ସାହିତ୍ୟିକ ହଳଧର ନାଗଙ୍କୁ ଆଜିର ଲେଖକ ଲେଖିକା ଅନୁସରଣ କରିବା ଆବଶ୍ୟକ*
*ଲୋକ କୈନ୍ଦ୍ରିକ ସାହିତ୍ୟ ଏ ସମାଜକୁ କରିଛି ଜାଗ୍ରତ ଓ ରଚିଛି ଅନେକ ବିପ୍ଳବ। ସାହିତ୍ୟ ଏ ସମାଜକୁ ଦେଖାଇଛି ମାର୍ଗ ଆଣିଛି ପରିବର୍ତ୍ତନ*
ଅନ୍ୟତମ ବକ୍ତା ସୁସାହିତ୍ୟିକ ଓ କବି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ,
ସାହିତ୍ୟ ହେଉଛି ସତ୍ୟ ଶିବ ସୁନ୍ଦର।
ଭାଷାର ସୁରକ୍ଷା ପାଇଁ ସାହିତ୍ୟ ଏକ ଆନ୍ଦୋଳନ ।
ଦମନ, ଅତ୍ୟାଚାର, ଜାତିପ୍ରଥା, ମନ୍ଦିରରେ ହରିଜନମାନଙ୍କ ପ୍ରବେଶ ନିଷେଧ ବିରୋଧରେ ମହା ସଂଗ୍ରାମ ଓ ଜାଗରଣ ସୃଷ୍ଟି କରିଥିଲା ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଉତ୍କଳ ଦୀପିକା।
ସାମାଜିକ କ୍ରାନ୍ତି ଓ ସଂସ୍କାର ସାହିତ୍ୟ ଦ୍ବାରା ସମ୍ଭବ।
ବନ୍ଦୀର ଆତ୍ମକଥା କବିତା ନୁହେଁ, ଥିଲା ବିପ୍ଳବର ଆହ୍ଵାନ। ସାହିତ୍ୟ, ସମାଜ ଓ ପ୍ରଗତି ପାଇଁ ଉଦ୍ଦିଷ୍ଟ ବାଣିଜ୍ୟ ପାଇଁ ନୁହେଁ।
ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର, ସସ୍ମିତା ଦାଶ, ଅଞ୍ଜଳୀପ୍ରଭା ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଅନନ୍ୟା ଦାଶ,ନଟବର ପ୍ରଧାନ ,ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା, ଅମୂଲ୍ୟ କୁମାର ନାୟକ,ସୁରେଶ କୁମାର ସାହୁ,ପ୍ରଫୁଲ ମାଝୀ, ରୋହିତ ଜେନା, ଶ୍ରୀମାନ୍ ଜିତେନ୍ଦ୍ର, ପ୍ରେମସାଗର ଦେହେରିଆ, ବନ୍ଦନା ପାତ୍ର, ସାନ୍ତ୍ବନୁ ବିଶୋଇ ଏବଂ ମୂରଲୀଧର ମହାରଣା ଇତ୍ୟାଦି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଲେଖିକା ଶ୍ରୀମତୀ ସସ୍ମିତା ଦାଶ ଧନ୍ୟବଦ ଅର୍ପଣ କରିଥିବା ବେଳେ ପ୍ରଭାତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।
ଧନ୍ୟବାଦ ସହ
ମାଟିର ସ୍ବର
20/2/22