12/04/2023
*ଦ୍ୱିତୀୟ ବୈଠକ* *BYJD-Bhawanipatna_Town*
ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇ ଭବାନୀପାଟଣା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ସ୍ତରୀୟ ଯୁବ ସଂଗଠନ ମଜବୁତ କରିବା ପାଇଁ ଶ୍ରୀଯୁକ୍ତ ପୀତବାସ ବେହେରା, ନଗର ସଭାପତି, ବିଜୁ ଯୁବ ଜନତା ଦଳ, ଭବାନୀପାଟଣାଙ୍କ ସଭାପତିତ୍ୱରେ ଆଜି ଦ୍ୱିତୀୟ ବୈଠକ ସ୍ଥାନୀୟ ବାହାଦୁର ବଗିଚା ପଡା ଠାରେ ସଂନ୍ଧ୍ୟା 05 ଘଣ୍ଟାରେ ଅନୁଷ୍ଠିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ କ ମୁଖ୍ୟ ଅତିଥି ରୂପେ ଭବାନୀପାଟଣା ପୌରପାଳିକାର ପୌରାଧକ୍ଷ ସଂଯୁକ୍ତା ବେହେରା, ମୁଖ୍ୟ ବକ୍ତା ରୂପେ ବିଜୁ ଯୁବ ଜନତା ଦଳ, କଳାହାଣ୍ଡିର ସଭାପତି ତଥା ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଆଦିତ୍ୟ ନନ୍ଦ,ବିଜୁ ମହିଳା ଜନତା ଦଳର ଉପସଭାପତି ପ୍ରିୟଦର୍ଶିନୀ ସାହୁ,ସମ୍ମାନିତ ଅତିଥି ରୂପେ ପୌରପରିଷଦର କାଉନସିଲର ଶିବାସାହୁ,ଭୁବନେ ବାଗ,କ୍ଷୀରସିନ୍ଧୁ ନାଏକ,ପ୍ରାଣନାଥ ନାଏକ ଉକ୍ତ ପଡାର ଯୁବ ଗୋଷ୍ଠି ବୈଠକରେ ଉପସ୍ଥିତ ରହିଥିଲେ ଏବଂ ପାଖାପାଖି 100 ଜଣ ଯୁବକ ବିଜୁ ଯୁବ ସଂଗଠନ ରେ ଯୋଗଦେଲେ l ଆଗାମୀ ଦିନରେ ବିଜୁ ଯୁବ ସଂଗଠନ କୁ ସୁଦୃଢ କରି ନବୀନ ଓଡିଶା ସ୍ରୋତରେ ସାମିଲ ହୋଇ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ll
ଜୟ ନବୀନ
ଜୟ ବିଜେଡି
ଜୟ ଯୁବ ଶକ୍ତି