30/06/2024
ଭୀମ ଆର୍ମି ଭାରତ ଏକତା ମିଶନ, ଓଡ଼ିଶା ରାଷ୍ଟ୍ରୀୟ ଭୀମ ଆର୍ମି ଭାରତ ଏକତା ମିଶନର ଏକ ପ୍ରାଦେଶିକ ୱିଙ୍ଗ ଅଟେ। ଯାହା ଆମ୍ବେଦକରବାଦରେ ସଫଳ ହେବା ପାଇଁ ଜାତୀୟ ଯୋଜନା ଅଧୀନରେ ଜନ୍ମ ହୋଇଛି, ଯାହା ତଥାଗତ ଗୌତମ ବୁଦ୍ଧ ଏବଂ ବହୁଜନ ସମାଜରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ବହୁଜନ ମହାପୁରୁଷ ଏବଂ ବିରାଙ୍ଗନା ମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସାମ୍ବିଧାନିକ ଆନ୍ଦୋଳନ ଯାହା ବହୁଜନ ସମାଜ ଏବଂ ମହିଳା ମାନଙ୍କର ରାଷ୍ଟ୍ରୀୟ ମୁକ୍ତି ଆନ୍ଦୋଳନ ଏବଂ ଆମ୍ବେଦକରବାଦକୁ ସଫଳ କରିବାର ଏକ ଉଦ୍ଦେଶ୍ୟ ଅଟେ।
ମନୁବାଦ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ଆମ୍ବେଦକରବାଦର ନୀତି ଏବଂ ପ୍ରବୁଦ୍ଧ ଭାରତ ପାଇଁ ସମାନତା, ସ୍ବତନ୍ତ୍ରତା, ବନ୍ଧୁତ୍ୱ, ନ୍ୟାୟ ଏବଂ ଧମ୍ମ ଆଧାରରେ ଜୀବନର ସମସ୍ତ କ୍ଷେତ୍ରରେ ବିକଳ୍ପ 'ଆଦର୍ଶ ସମାଜ' ଗଠନ କରିବା ଯାହା ନ୍ୟାୟସଙ୍ଗତ, ନୈତିକତା, ମାନବୀୟ ଏବଂ ପ୍ରବୁଦ୍ଧ ଅଟେ।
ଏହା “ଶିକ୍ଷିତ ହେବା, ସଘଂର୍ଷ କରିବା, ସଂଘଠିତ ହେବା” ନୀତିରେ ସଂଗଠକ - ପ୍ରଶିକ୍ଷକ ସୃଷ୍ଟି କରିବାକୁ ଇଚ୍ଛା କରେ। ଏହି ସଂଗଠକ - ପ୍ରଶିକ୍ଷକମାନେ ପ୍ରତିବଦ୍ଧ ଏବଂ ଦକ୍ଷ ଆମ୍ବେଦକରବାଦୀ ଅର୍ଥାତ୍ ସମାଜର ପ୍ରକୃତ ନେତା/ସୈନିକ ହେବେ।
ଆସନ୍ତୁ ଆମେ ସମସ୍ତେ ଏହି ସଂଗଠନରେ ଯୋଗଦେବା ଏବଂ ଆମ୍ବେଦକରବାଦ ଅର୍ଥାତ ସମାନତା, ସ୍ବତନ୍ତ୍ରତା, ବନ୍ଧୁତ୍ୱ, ନ୍ୟାୟ, ପ୍ରବୁଦ୍ଧ ଭାରତର ନିର୍ମାଣରେ ସହଭାଗୀ ହେବା।
ଜୟ ଭୀମ ! ଜୟ ସମ୍ବିଧାନ !! ଜୟ ପ୍ରବୁଦ୍ଧ ଭାରତ !!!
ଧନ୍ୟବାଦ
ଧିମାନ ଜଗଜୀବନ କୁମାର
ପ୍ରଦେଶ ମହାସଚିବ, ଭୀମ ଆର୍ମି ଓଡିଶା।