08/03/2026
🔱 ଅନ୍ତର୍ଜାତୀୟ ମହିଳା ଦିବସ 🔱
ଦୁନିଆର ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ନାରୀ।
ନାରୀକୁ ବ୍ୟାଖ୍ୟା କରିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଶବ୍ଦ ମଧ୍ୟ ପର୍ଯ୍ୟାପ୍ତ ହୋଇନି।
ନାରୀ ଅନେକ ରୂପରେ ଆମ ସମ୍ମୁଖରେ ଆସନ୍ତି—
କେବେ ସେ କନ୍ୟା, କେବେ ଭଗିନୀ, ଆଉ କେବେ ଅର୍ଧାଙ୍ଗିନୀ।
ସେ ଜୀବନ ଦେଇଥାଏ, କିନ୍ତୁ ଅନେକ ସମୟରେ ସେ ନିଜେ ଜନ୍ମ ନେବାର ଅଧିକାର ମଧ୍ୟ ପାଉନାହିଁ।
ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେ ପରୀକ୍ଷା ଦେଇଥାଏ।
ଛୋଟବେଳେ ଭାଇ ପାଇଁ ଚକଲେଟ୍ ଛାଡ଼ିଦେବାରୁ ଆରମ୍ଭ କରି,
ଭାଇର ଭୁଲକୁ ନିଜ ମୁଣ୍ଡରେ ନେବା ପର୍ଯ୍ୟନ୍ତ —
ତ୍ୟାଗ ତାର ଜୀବନର ଅଂଶ।
ବଡ଼ ହେଲେ ବାପା ମାଆଙ୍କ ମୁହଁରେ ହସ ଦେଖିବା ପାଇଁ
ନିଜର ଅନେକ ସ୍ୱପ୍ନ ଓ ପ୍ରେମକୁ ମଧ୍ୟ ତ୍ୟାଗ କରିଦିଏ।
ତାପରେ ସେ ନିଜର ଯୌବନକୁ
ପତି ଓ ପୁତ୍ର ପାଇଁ ନିଛାବର କରିଦିଏ।
ଅନ୍ୟମାନଙ୍କୁ ଖୁସି କରି କରି
ସେ ବାର୍ଦ୍ଧକ୍ୟରେ ପଦାର୍ପଣ କରେ ଏବଂ
ଶେଷରେ ତାର ଜୀବନ ଦୀପଟି ନିର୍ବାପିତ ହୋଇଯାଏ।
ଆମେ ବୁଝି ପାରୁନାହୁଁ
ସେମାନେ କେତେ କଷ୍ଟ ସହିଥାନ୍ତି।
ନାରୀ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ।
ଲକ୍ଷ୍ମୀପୁରାଣ କେବଳ ଜାତିପ୍ରଥାର ଉଚ୍ଛେଦ କଥା କୁହେନାହିଁ,
ଏହା ନାରୀ ଜାଗରଣର ଜୟଗାନ ଓ
ନାରୀଶକ୍ତିକୁ ସର୍ବୋଚ୍ଚ ମର୍ଯ୍ୟାଦା ଦେଇଥିବା ଗାଥା।
ସତ୍ୟ କଥା ହେଉଛି —
ନାରୀଙ୍କ ପାଇଁ କେବଳ ଗୋଟିଏ ଦିନ ନୁହେଁ,
ତାଙ୍କର ସମ୍ମାନ ହେବା ଉଚିତ୍ ପ୍ରତ୍ୟେକ ଦିନ।
ନାରୀ ହେଉଛନ୍ତି
ସୃଷ୍ଟିକର୍ତ୍ତା, ରକ୍ଷକା ଏବଂ ଆବଶ୍ୟକ ହେଲେ ସଂହାରକାରିଣୀ ଶକ୍ତି।
🙏 ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଶୁଭେଚ୍ଛା। 🙏
🔱 International Women’s Day 🔱
The most beautiful creation in this world is woman.
No words have ever been enough to fully describe her greatness.
A woman appears in many forms in our lives—
sometimes as a daughter, sometimes as a sister, and sometimes as a life partner.
She gives birth to life, yet many times she herself is not even allowed to be born.
At every stage of life, she faces countless tests and challenges.
From childhood itself she learns sacrifice—
whether it is giving up a chocolate for her brother
or taking the blame for her brother’s mistakes.
As she grows older, she sacrifices many of her dreams and sometimes even her love
just to see a smile on the faces of her parents.
Later, she dedicates her youth and strength
for her husband and children.
While making others happy throughout her life,
she slowly reaches old age,
and one day the lamp of her life quietly fades away.
Often we fail to understand
how much pain and sacrifice she silently carries.
Without women, the very idea of this creation is impossible.
The Lakshmi Purana not only speaks about the removal of caste discrimination,
but also celebrates the awakening and dignity of women,
placing women’s power in a highly respected position.
The truth is—
women do not need respect only on one day.
They deserve respect every single day.
A woman is the creator, the protector,
and when necessary, the powerful force of transformation.
🙏 Wishing all women a very Happy International Women’s Day.