05/09/2025
ଆଜି ପରା ଗୁରୁ ଦିବସ,
ଯା ଆଲୁଏ ଆଲୋକିତ ସାରା ବିଶ୍ଵ ।
ଗୁରୁତ ନୁହଁ,କୁମ୍ଭାର ଟିଏ,
ଲକ୍ଷହିନ ମନକୁ,ଆକାର ଦିଏ ।
ଅଜ୍ଞାନର ଅନ୍ଧକାରୁ,ଆଲୋକିତ କରି,
ଦିଗହରା ବାଟୋଇକୁ,ପଥ ଦିଏ ପାରି ।
ସେବା ମନଭାବେ ଧରି ଗୁରୁ ଦାୟିତ୍ୟ,
ଘୋର କଳିକାଳେ ଗଢେ,ଭଲ ମଣିଷ ।
ଆଜି ପରା ଗୁରୁ ଦିବସ,
ଯା ଆଲୁଏ ଆଲୋକିତ ସାରା ବିଶ୍ଵ ।
ଗୁରୁଜ୍ଞାନେ ବାଲ୍ମୀକି,ଦସ୍ୟୁ ରତ୍ନାକର,
ମରା ମରା ଜପୁ ଜପୁ,ପାଏ କୃପା ରାମଙ୍କର ।
ଚନ୍ଦ୍ରଗୁପ୍ତ ଭାଗ୍ୟେ,ଗୁରୁ ଚାଣକ୍ୟଙ୍କ ନିତି,
ଅଖଣ୍ଡ ଭାରତ ଗଢେ,ଧନ ବଂଶ ଜିତି ।
ଗୁରୁଙ୍କ ଆଦର୍ଶେ କର,ସପନ ସାକାର,
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁହିଁ ମହେଶ ।
ଆଜି ପରା ଗୁରୁ ଦିବସ,
ଯା ଆଲୁଏ ଆଲୋକିତ ସାରା ବିଶ୍ଵ ।