30/03/2022
ଭାରତ ସ୍ୱାଧୀନତାର ୭୫ ତମ ଅମୃତ ମହୋତ୍ସବ ବର୍ଷ ପାଳନ ଅବସରରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହାୟତାରେ FED ଓ Youth For Action ବାଲେଶ୍ଵର ପରିବାରର ମିଳିତ ସହଯୋଗରେ ବୁଧବାର ବାଲିଆପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୁବକ, ଯୁବତୀ ଓ ମହିଳା ମାନଙ୍କ ପାଇଁ ଆତ୍ମନିଯୁକ୍ତି ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।ସେଥି ନିମିତ୍ତ ଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟ ସଦସ୍ୟାଙ୍କୁ YouthForAction Baleshwar ପରିବାର ଧନ୍ୟବାଦ ଦେଉଅଛି। ଏହି କାର୍ଯ୍ୟକ୍ରମରେ FED ର ସଭାପତି ପଞ୍ଚାନନ ଦାଶ ମହୋଦୟ ଓ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ ସୁକାନ୍ତ କୁମାର ସାହୁ ସଂଗ୍ରାମୀ ବାଲିଆପାଳ ମାଟିରେ ପଦାର୍ପଣ କରି ଯୁବକ, ଯୁବତୀ ଓ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବାର ଦିଗଦର୍ଶନ ଦେଇଥିଲେ। ଏଣୁ ସୁଦୂର ଭୁବନେଶ୍ବରରୁ ଆସି କେବଳ ସମାଜ ସେବା ଓ ଆତ୍ମ ସନ୍ତୁଷ୍ଟି ପାଇଁ ଏ କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାକୁ ସଫଳ କରାଇଥିବାରୁ ବାଲେଶ୍ୱରବାସୀ ତଥା YouthForAction ବାଲେଶ୍ବର ପରିବାର ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଓ ସର୍ବୋପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମ୍ବାଦିକ ବନ୍ଧୁ ଏବଂ ବିଶେଷ ଭାବେ ସହଯୋଗ କରିଥିବା ପ୍ରଧାନ ଆଚାର୍ଯ୍ୟ ମନୋଜ ବାବୁ, ଗୁରୁମା ସଞ୍ଜୁ ମହାନ୍ତି, ସଙ୍ଗୀତ ଗୁରୁ ଶଶାଙ୍କ ଦାସ, କୁନି କୁନି ଶିଶୁଙ୍କ ବିନା ଏ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଅଧୂରା ରହି ଯାଇ ଥାଆନ୍ତା। ଏଣୁ ଏ ସମସ୍ତଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଆମ ପରିବାର ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଅଛି।