Sagua Balangir

Sagua Balangir ଗଛ ଜଗାମା- ଗଛ ବଞ୍ଚାମା

On the occasion of World Environment Day today SAGUA BALANGIR was honoured with the prestigious" Prakruti Mitra" State l...
05/06/2026

On the occasion of World Environment Day today SAGUA BALANGIR was honoured with the prestigious" Prakruti Mitra" State lavel award by the District Collector of Balangir . This follows two consecutive accolades previously received by Sagua Balangir; The Western Odisha Yuva Manch samman and the Mathkhai Mahossab Samman.
Over the last three years , the "SAGUA BALANGIR " Green Warriors team has dedicated its full efforts to a plantation drive aimed at transforming Balangir town in to a Green zone. 🙏👍🌲🌳🌴

ଆଜି ତା ୦୫-୦୬-୨୦୨୬ ବିଶ୍ୱ ପରିବେଶ ଦିବସ ଅବସରରେ Green warriors ସାଥୀ ମାନେ RR Colony ର ବାସିନ୍ଦା ମାନଙ୍କ ସହିତ ମିଶି ପ୍ରତୀକାତ୍ମକ ସ୍...
05/06/2026

ଆଜି ତା ୦୫-୦୬-୨୦୨୬ ବିଶ୍ୱ ପରିବେଶ ଦିବସ ଅବସରରେ Green warriors ସାଥୀ ମାନେ RR Colony ର ବାସିନ୍ଦା ମାନଙ୍କ ସହିତ ମିଶି ପ୍ରତୀକାତ୍ମକ ସ୍ୱରୂପ ଗୋଟିଏ ବରଗଛ ରୋପଣ କରାଗଲା ।

05/06/2026

ବିଶ୍ୱ ପରିବେଶ ଦିବସର ବାର୍ତ୍ତା 🌲🌳🌴

ନିରାଟ୍ ସତ୍ ବାକି ସୁନ୍ ବାକେ କଡ଼ା
--------------------------------
ଯିବନ୍ ଯାକର୍ ଯାହା କମାମା,
ସବୁ ଛାଡିଯିମା ଇନେ।
ଗଲା ବେଲ୍ କେ ୪ କ୍ୱିଣ୍ଟାଲ ,
ଉଧାର ଲାଗମା
ଧର୍ତ୍ତି ମାର୍ ଠାନେ ।
ଯେତେ ସମ୍ପତ୍ତି ,
ଥିଲେ କାଏଁ ହେବା ,
ନିଶ୍ୱାସ ମିଲ୍ ଲେ ସିନା ?
ଭାବି ଦେଖୁଁ ଟିକେ !!!
କେନ୍ତା କର୍ବେ ଆମର ଅନ୍ତେ,
ଆମର ପିଲାଛୁଆ ମାନେ ?

ଇସ୍କୁଲ ବେଗ୍ ଥି
ପାଏନ୍ ବୁତଲ୍ ସାଙ୍ଗେ ,
ନିଶ୍ୱାସ ବୁତ୍ ଲେ ବୁହିବେ ,
ବେଲ୍ ଥାଉଁ ଥାଉଁ
ବନ୍ଧ୍ ବାନ୍ଧିଦେଲେ ସିନା ,
ଭାସି ନାଇଁ ଯିବେ
ଆମର ନାତି ନାତେନ୍ ।

ଉଧାର୍ ସୂଝୁ 🙏
ମା କେ ବଞ୍ଚାଉ ,
ବଞ୍ଚାଉ ଆଏବାର୍ ପିଢ଼ିକେ,
ନିଶ୍ୱାସ ଲାଗି
ପ୍ରଶ୍ୱାସ(ଗଛ) ଜଗଉଁ ,
ଇ ଭାବ୍ ହେଉ ଆଏଜ୍ ସମ୍ କେ ।।

ଆସୁନ୍ "ଗଛ ଜଗାମା ଗଛ ବଞ୍ଚାମା"
ଧର୍ତୀ ମା କେ ସାଗୁଆ ରଖ୍ ମା 🙏🌳🌴🌲🌴🌳🌲🌴🌲🌳
ଜୟ ପ୍ରକାଶ ନାରାୟଣ ପୁରୋହିତ
ସାଗୁଆ ବଲାଙ୍ଗୀର 🙏

31/05/2026

ଗତ କାଲିର ଝଡ଼ ତୋଫାନ ରେ ଢଳି ପଡ଼ିଥିବା ଗଛ ଗୁଡିକର ଯତ୍ନ ନେଉଛନ୍ତି ଆମର Morning Green warriors team ର ସଦସ୍ୟ ମାନେ 👍💚🌳🌴🌲

ଆସୁନ "ଗଛ ଜଗାମା ଗଛ ବଞ୍ଚାମା"ଆମର ସହର କେ ସାଗୁଆ କରମା 🙏🌲🌴🌳🌲🌴🌳🌲🌴🌳🌲🌴🌳🌴🌲🌳🌲🌴🌳
29/05/2026

ଆସୁନ "ଗଛ ଜଗାମା ଗଛ ବଞ୍ଚାମା"
ଆମର ସହର କେ ସାଗୁଆ କରମା 🙏🌲🌴🌳🌲🌴🌳🌲🌴🌳🌲🌴🌳🌴🌲🌳🌲🌴🌳

Environmental plantation should be included in the curriculum at all educational levels from Kindergarten to Post gradua...
29/05/2026

Environmental plantation should be included in the curriculum at all educational levels from Kindergarten to Post graduate studies .

24/05/2026

WHY BALANGIR is hottest city of the WORLD !!!!?????
--------------------------------
ସାଧାରଣ ଅର୍ଥରେ ବୁଝିବାକୁ ହେଲେ ... ପୃଥିବୀ ର ବାୟୁମଣ୍ଡଳର ((ହାରାହାରି ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାର କାରଣ ହେଲା # # ବାୟୁମଣ୍ଡଳର Green- House Gases ଯଥା... ଅଙ୍ଗାରକାମ୍ଳ CO2(75%) , ମିଥେନ CH4 (17%), ନାଇଟ୍ରସ ଅକ୍ସାଇଡ୍ N2O(6%) ଏବଂ F-gas (2%) ଏହି ଚାରୋଟି ଗ୍ୟାସ ର ପରିମାଣ ବଢ଼ିବା ଯୋଗୁ ସୂର୍ୟ ଙ୍କ ରଶ୍ମି ପୃଥିବୀ ପୃଷ୍ଠରୁ ପ୍ରତିଫଳିତ ହୋଇ ଫେରି ଯାଇପାରେ ନାହିଁ , ଫଳରେ ପୃଥିବୀ ପୃଷ୍ଠ ଅତ୍ୟଧିକ ଗରମ୍ ହୁଏ । ଏଥିପାଇଁ ଆମେ ନିଜେ ହିଁ ଦାୟୀ
କାରଣ !
କୋଇଲା,ପେଟ୍ରୋଲ, ଡିଜେଲ୍ ର ଅତ୍ୟଧିକ ବ୍ୟବହାର ଏବଂ କଂକ୍ରିଟ ସହର ର ଆଶାନୁତିତ ବୃଦ୍ଧି ଯୋଗୁଁ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ଅତ୍ୟଧିକ ବୃଦ୍ଧି ପାଉଛି । ଗଛ ଗୁଡ଼ିକ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି , ମାତ୍ର ଶିଳ୍ପାୟନ , ସହରୀକରଣ ଏବଂ ରାସ୍ତା ପ୍ରସସ୍ଥି କରଣ ନାଁ ରେ ବ୍ୟାପକ ଜଙ୍ଗଲ କଟାଯିବା ଫଳରେ ପ୍ରାକୃତିକ ସନ୍ତୁଳନ ବିଗିଡ଼ି ଯାଉଛି । ଲୋଅର ସୁକତେଲ୍ ପ୍ରକଳ୍ପ ନାଁ ରେ କେତେ ଯେ ଜଙ୍ଗଲ ଧ୍ୱଂସ କରାଗଲା ଏବଂ ତାଠୁ ଅଧିକ କେତେଯେ କଂକ୍ରିଟ ସହର ଠିଆ କରାହେଲା ତାର ହିସାବ ନାହିଁ ।

ଅତ୍ୟଧିକ ରାସାୟନିକ ସାର ବ୍ୟବହାର , ଧାନ ଚାଷ ଠୁ ନେଇ କି ପନି ପରିବା, ଫଳ ଚାଷ ପର୍ଯ୍ୟନ୍ତ ସବୁଥିରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମିଥେନ୍ ଗ୍ୟାସ୍ ବାୟୁମଣ୍ଡଳରେ ମିଶିଥାଏ ।

ନାଇଟ୍ରସ ଅକ୍ସାଇଡ୍ ସେତେ କ୍ଷତିକାରକ ନୁହେଁ କିନ୍ତୁ F -Gas ଯାହାର ପରିମାଣ କି 2% , ଏହି ଗ୍ୟାସ ଆଜି AC, Refrigerator , Electronics ଉପକରଣ ର ବହୁଳ ବ୍ୟବହାର ଯୋଗୁ 200% କୁ ବୃଦ୍ଧି ହୋଇଯାଇଛି ।
ଏଣୁ ବାୟୁ ମଣ୍ଡଳର Green House Gases ର ସନ୍ତୁଳନ ରକ୍ଷା କରିବା ପାଇଁ .....
୧ - ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ ନିହାତି ଆବଶ୍ୟକ ।

୨ - ସହରୀ କରଣକୁ ସଙ୍କୁଚିତ କରିବା ପାଇଁ ସରକାରଙ୍କୁ କଠୋର ପଦକ୍ଷେପ ନେବାକୁ ପଡିବ ।

୨- Diesel/ petrol ଚାଳିତ ଯାନ ବାହାନ ଉପରେ ରୋକ୍ ଲଗାଇବାକୁ ପଡିବ ।

୩ - ରାସାୟନିକ ସାରର ଆବଶ୍ୟକତା କୁ କିଛି ମାତ୍ରାରେ ରୋକ୍ ଲଗାଇବାକୁ ପଡିବ ।

୪- ଗୋଟିଏ AC/Freezer ବଦଳରେ ଆମକୁ ଘର ଚାରି ପାଖରେ ଚାରୋଟି ଗଛ ଲଗାଇବାକୁ ପଡିବ । 😀🙏

ଗଛ ଲଗାମା
ଗଛ ବଞ୍ଚାମା 🌳🌴🌲🌳🌴
ଭବିଷ୍ୟତ ପିଢ଼ି ପାଇଁ ଆସ୍ଵସ୍ଥ ହେମା
ଜୟ ସାଗୁଆ ବଲାଙ୍ଗୀର 🙏🌳🌴🌲🌴🌳

24/05/2026

ସହରର ଭିନ୍ ଭିନ ଜାଗାରେ ଜଗାହେଇଥିବା ଗଛ ମାନ୍ କର ଯତନ୍ ନେଉଛନ୍ ଆମର Green Warriors ବନ୍ଧୁ ମାନେ, Salute to all Green Warriors 👍💚🌲🌳🌴🌳🌴🌲

22/05/2026

"ମୁଇଁ ବରଗଛ କହୁଛେଁ ଆଜ୍ଞା"

ସମ୍ବଲପୁର ରୋଡ HP Petrol Pump ଆଘେ କେଡ଼େ କଷ୍ଟେ ଆମର ମଲା ଜାତି ଭାଇ ଟେ ଜାଗା ଦେଲେ ଯେ ମୋର୍ ସୁକେ ଖାଇ ପିଇ କରି ବଢ଼ୁଚେଁ, ମୁଇଁ ବଡ ହେଲେ ୧୦୦ ବଛର ତକ୍ ଛାଏଁ ଆର୍ Oxygen ଦେମି , ଗୁହାରି କରୁଛେଁ ମୋତେ ନାଇଁ କାଟବେ ଆଜ୍ଞା 🙏😭

21/05/2026

ଆଜି ସରକାରୀ ମୁଖ୍ୟ ଡାକ୍ତରଖାନା ଏବଂ ସୁଦ୍ ପଡା ଅଞ୍ଚଳର ସମସ୍ତ ଗଛ ମାନ ଙ୍କୁ trimming କରାଗଲା ଏବଂ ପବନରେ tree guard ଦ୍ୱାରା କଟି ଯାଉଥିବା ଗଛ ମାନଙ୍କୁ କପଡ଼ା ରସିଦ୍ୱାରା ❌ ଭାବରେ ବନ୍ଧାଗଲା। ଆଜି ଗଛସେଵାରେ ଯୋଗ ଦେଇଥିବା ସମସ୍ତ Green warriors ସାଥୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏💚🌲🌳🌴
ଜୟ ସାଗୁଆ ବଲାଙ୍ଗୀର ,🌲🌳🌴
ଜୟ Green warriors 💚🌲🌳🌴

Address

Balangir
Balangir
767001

Website

Alerts

Be the first to know and let us send you an email when Sagua Balangir posts news and promotions. Your email address will not be used for any other purpose, and you can unsubscribe at any time.

Share

Category