02/10/2026
ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଠାରୁ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଏବଂ ଅନୁଗୋଳ ପୌରପାଳିକା ଠାରେ ଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଶିମିଳିପଡ଼ା ପରିକ୍ରମା କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ବିଜୁ ମଇଦାନ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ପରିଷଦ ସଦସ୍ୟ ମହେନ୍ଦ୍ର ବସ୍ତିଆ, ରାଜ୍ୟ ବିଜେଡି ସମ୍ପାଦକ ବିପ୍ଳବ ଜେନା, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ନଗର ବିଜେଡ଼ି ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଛାତ୍ର ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ଜିତ, ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଜୀବ ଲୋଚନ ଦାସ, କାଉନସିଲର ତଥା ଜିଲ୍ଲା ବିଜେଡ଼ି ସମ୍ପାଦକ ସଦାନନ୍ଦ ପଣ୍ଡା, କାଉନସିଲର ତଥା ଜିଲ୍ଲା ବିଜେଡ଼ି ସମ୍ପାଦକ ରଞ୍ଜିତ୍ ମଣ୍ଡୋଠିଆ, କାଉନସିଲର ସୂର୍ୟାସ୍ନତା ସାହୁ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସମ୍ପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସମ୍ପାଦକ ଭାଗିରଥୀ ମାଝୀ, ଜିଲ୍ଲା ବିଜେଡ଼ି ସମ୍ପାଦକ ନକୁଳ ସାହୁ ଏବଂ ବ୍ଲକ/ନଗର ବିଜୁ ଜନତା ଦଳର କମିଟି, ଯୁବ - ଛାତ୍ର - ମହିଳା ଜନତା ଦଳର ସଦସ୍ୟ ଗଣ ଉପସ୍ଥିତ ଥିଲେ।