Varsa Vani

Varsa Vani Contact information, map and directions, contact form, opening hours, services, ratings, photos, videos and announcements from Varsa Vani, Khandapada, khandapada.

24/11/2025

ଏମିତି ଅନେକ କାହାଣୀ
"ବହୁତ କିଛି" ରୁ ଆରମ୍ଭ ହୋଇ,
"କିଛି ନୁହେଁ" ରେ ସରିଯାଏ।
😄😄😄

10/11/2025

ଅନେକ ସମୟରେ ନିଜ ପାଖେ ନିଜେ ବସିବା ଉଚିତ୍,
ଅନେକ ସମୟରେ ନିଜ ସହ ନିଜେ ଗପିବା ଉଚିତ୍।

ନିଜ ପାଖେ ନିଜର ଅଭିଯୋଗ କରିବା ଉଚିତ୍।
ନିଜ ପାଖେ ନିଜ ଭୁଲ ଠିକ୍ ବିଚାର କରିବା ଉଚିତ୍।

ନିଜକୁ ନିଜେ ଗାଳି ଦେବା ଉଚିତ୍।
ନିଜକୁ ନିଜେ ସୁଧାରିବା ଉଚିତ୍।

ନିଜ ପାଖେ ନିଜ ଛାତି କୋହକୁ କହି କାନ୍ଦି ଦେବା ଉଚିତ୍।
କାରଣ ନିଜେ ସେଇ ଯିଏ ନିଜର ଦରଜ ବୁଝି ପାରିବ,
ଆଉ ଶେଷ ପର୍ଯ୍ୟନ୍ତ ତୁମ ଛାଇ ହେଇ ରହିବ।
ଗଲା ବେଳେ ତୁମ ସାଙ୍ଗରେ ଯିବ। 🙂

ପୁଣି ତେଜିଲେ ଜେନ-ଜି,ପେରୁ ରେ ସ୍ଥିତି ଅନାୟତ।ଜଣେ ମୃତ, ସହେ ରୁ ଊର୍ଦ୍ଧ୍ବ ଆହତ।ରାଷ୍ଟ୍ରପତି ଯୋସେ ଜେରି ଙ୍କ ଇସ୍ତଫା ଦାବି।ମାତ୍ର ଇସ୍ତଫା ଦ...
17/10/2025

ପୁଣି ତେଜିଲେ ଜେନ-ଜି,
ପେରୁ ରେ ସ୍ଥିତି ଅନାୟତ।
ଜଣେ ମୃତ, ସହେ ରୁ ଊର୍ଦ୍ଧ୍ବ ଆହତ।
ରାଷ୍ଟ୍ରପତି ଯୋସେ ଜେରି ଙ୍କ ଇସ୍ତଫା ଦାବି।
ମାତ୍ର ଇସ୍ତଫା ଦେବାକୁ ରାଷ୍ଟ୍ରପତି ରାଜି ନାହାନ୍ତି।

କଥା ହେଉଛି, ଯୁବ ପିଢ଼ି, ଅର୍ଥାତ Gen Z ମାନେ, ସରକାରଙ୍କ ନୂଆ ପେନ୍ସନ୍ ଆଇନ ବିରୋଧରେ ରାସ୍ତାକୁ ଓହଲାଇଛନ୍ତି। ଏହି ଆଇନ ଅନୁସାରେ, ୧୮ ବର୍ଷ ଉପରେ ଥିବା ସମସ୍ତଙ୍କୁ ପେନ୍ସନ୍ ସିଷ୍ଟମ୍‌ରେ ଯୋଗ ଦେବା ପାଇଁ ବାଧ୍ୟ କରାଯାଇଛି। ଯୁବମାନେ ଏହାକୁ ଅନ୍ୟାୟ ଭାବୁଛନ୍ତି, କାରଣ ତାଙ୍କ ମଧ୍ୟରୁ ବହୁତେ ଚାକିରିହୀନ ଥିବାବେଳେ ଅନେକେ ଅସ୍ଥାୟୀ କାମରେ ରହିଛନ୍ତି।

ପ୍ରଦର୍ଶନକାଳୀନ ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବାରୁ ଜଣଙ୍କ ମୃତ୍ୟୁ ଓ ଅନେକ ଜଣ ଆହତ ହୋଇଛନ୍ତି।

Gen Z ଯୁବମାନେ ଟିକଟକ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ସଂଗଠିତ ହେଉଛନ୍ତି ଓ। one piece anime luffy picture ଚିହ୍ନକୁ ବିଦ୍ରୋହର ପ୍ରତୀକ ଭାବେ ବ୍ୟବହାର କରୁଛନ୍ତି।

ସେମାନଙ୍କ ଦାବି — ପେନ୍ସନ୍ ଆଇନ ରଦ୍ଦ କରାଯାଉ, ଭ୍ରଷ୍ଟାଚାର ଅଟକାଯାଉ ଓ ସରକାରୀ ଦାୟିତ୍ୱ ବୃଦ୍ଧି କରାଯାଉ।

ଏହି ଆନ୍ଦୋଳନ ପେରୁ ଦେଶରେ ନୂତନ ପିଢ଼ିଙ୍କ ସ୍ୱର କୁ ଆନ୍ତର୍ଜାତୀୟ ସ୍ତରରେ ଯାଇ ପହଞ୍ଚିଲାଣି।

ଭଗବାନ ଙ୍କ ଲୀଳା ସତରେ ଚମତ୍କାର। 🙏ପ୍ରତିଟି ଘଟଣା ପଛରେ, ଲୁଚେଇ ରଖିଥାନ୍ତି ବିରାଟ ଉଦ୍ଦେଶ୍ୟ।ଏଇ ଯେମିତି ଦେଖୁନା, ଆମ ଜୀବନ ରେ କିଏ ଆଉ କେତେ...
07/10/2025

ଭଗବାନ ଙ୍କ ଲୀଳା ସତରେ ଚମତ୍କାର। 🙏

ପ୍ରତିଟି ଘଟଣା ପଛରେ, ଲୁଚେଇ ରଖିଥାନ୍ତି ବିରାଟ ଉଦ୍ଦେଶ୍ୟ।
ଏଇ ଯେମିତି ଦେଖୁନା, ଆମ ଜୀବନ ରେ କିଏ ଆଉ କେତେବେଳେ ଆସିବ, ସେଗୁଡା ଫିକ୍ସ ହେଇକି ରହିଥାଏ।
ଆମେ ଭାବୁ ସେ ଜୀବନ ରେ ଚମତ୍କାର ହେଇକି ଆସିଲା, ମୋ ପାଇଁ ବରଦାନ ସଦୃଶ୍ୟ। ମାତ୍ର ସତରେ ସେମିତି ହୋଇନଥାଏ।
ଭଗବାନ ତାକୁ ଆମ ଜୀବନ ରେ ଏଥିପାଇଁ ପଠେଇ ଥାଆନ୍ତି କାରଣ ତା ଦ୍ଵାରା ଭଗବାନ ଆମର କିଛି ବିରାଟ ଉଦ୍ଦେଶ୍ୟ ପୂରଣ କରି ପାରିବେ। ସେଥିପାଇଁ ସେ ବ୍ୟକ୍ତି ସହ ତୁମର ଏମିତି ଘନିଷ୍ଟତା ବନେଇ ଦିଅନ୍ତି ଯେ, ତୁମେ ଭାବିବ କାହିଁକି ୟା ସହ ମୋର ଆଗରୁ ଭେଟ ହେଇ ନଥିଲା। ଏଇ ସେଇ ଯିଏ ଶେଷ ପର୍ଯ୍ୟନ୍ତ ମୋ ସହ ରହିବ।
ଆଉ ଯେବେ ସେ ଚାଲି ଯାଏ ଲାଗେ କେହି କାହାର ନୁହେଁ। ସମସ୍ତେ ସ୍ବାର୍ଥ ପର। କାମ ସରିଗଲା ପରେ ହାତ ଛାଡ଼ି ଦିଅନ୍ତି।

ହେଲେ ଆମେ ମୂର୍ଖ ଯିବ କଣ ବୁଝି ପାରୁଛି, ଭଗବାନ ତାକୁ ଯେତିକି କାମ ଆମ ପାଇଁ କରିବାକୁ ଛାଡିଥିଲେ, ସେଟା ହେଇଗଲା। ଏବେ ତାର ଆଉ ଭୂମିକା ଆମ ଜୀବନ ରେ ନାହିଁ।
ହୁଏତ ତାକୁ ଆଉ କାହା ପାଇଁ ଭୂମିକା ନିଭେଇବାର ଅଛି। ଆଉ ଆମକୁ ଆଉ କାହା ପାଇଁ ଭୂମିକା ନିଭେଇବାର ଅଛି।

ଶେଷରେ ଆମର ହିଁ ଭଲ ହୋଇଥାଏ। ମାତ୍ର ଆମେ ଜାଣି ନପାରି ସବୁବେଳେ ଭଗବାନ ଙ୍କୁ ଦୋଷ ଦେଇ କହୁ, କି "ତୁମକୁ ଦୁଃଖ ଦେବାକୁ ମୁଁ ହିଁ କେବଳ ମିଳିଛି, ମୋ ସହ କଣ ପାଇଁ ସବୁବେଳେ ଏମିତି ହୁଏ, ମୁଁ ଭଲ ପାଉଥିବା ଜିନିଷ ଆଉ ମଣିଷ ଗୁଡାକ ତୁମେ କଣ ପାଇଁ ମୋ ଠାରୁ ଦୂରେଇ ଦେଉଛ। " 😞

ମାତ୍ର ଆମକୁ ଭଗବାନ ଙ୍କ ଏହି ଲୀଳା କୁ ବୁଝିବାକୁ ପଡ଼ିବ।😊
ଆଉ ତାଙ୍କ ଦ୍ଵାରା ହୋଇଥିବା ମହତ୍ ଉଦ୍ଦେଶ୍ୟ ସାଧନ କୁ ଅନୁଭବ କରିବାକୁ ପଡ଼ିବ। ଆଉ ଯେଉଁ ବ୍ୟକ୍ତି ଦ୍ଵାରା ତାହା ସାଧିତ ହୋଇଛି ତାକୁ ସେ ଗଲା ପରେ ଗାଳି ନଦେଇ ଧନ୍ୟବାଦ୍ ଦେଇ କୃତଜ୍ଞତା ଜ୍ଞାପନ କରିବାକୁ ପଡ଼ିବ। ତେବେ ଯାଇ ଆମ ଜୀବନ ସରଳ ହେଇ ପାରିବ। ଏବଂ ଏହିଭଳି ପୁରୁଣା ଲୋକ ଙ୍କୁ ହରେଇବାର ବା ଧୋକା ଖାଇବାର ଦୁଃଖ ଆଉ ରହିବ ନାହିଁ।
ମତେ ତ ବୁଝିବା ପାଇଁ ଅନେକ ସମୟ ଲାଗିଲା, ଆଶା ଏହି ପୋଷ୍ଟ ଟି ପଢ଼ିବା ପରେ ଆପଣ ବି ବୁଝି ପାରିବେ, ଆଉ ଅନୁଭବ କରି ପାରିବେ। ♥️

ଜୟ ଜଗନ୍ନାଥ 🙏

Varsa Nayak Varsa

26/09/2025

ଲିବର୍ ସିରୋସିସ୍ ର ଭୟାବହତା 😱
ଧନୀ ଗରିବ ସମସ୍ତ ଙ୍କୁ କବଜା କରିଥାଏ।
ଦେଖନ୍ତୁ ସ୍ଵତନ୍ତ୍ର ରିପୋର୍ଟ


22/09/2025

ପେଟ୍ରୋଲ ସ୍କାମ୍ 📣📣

17/09/2025

ନୀଳ କଳା ଓଢଣା ମୁଣ୍ଡରେ ଓଢେଇ,
ନାରଙ୍ଗୀ ଧଳା ଶାଢ଼ୀ ବକ୍ଷରେ ସଜେଇ ।
ହସୁଛି ଧରି ରାଣୀ ହେଇଣ ଗେହ୍ଲେଇ
ମଥାରେ ତା ବହେ ନଦୀ ଛାତିକୁ ଫୁଲେଇ।
ପାହାଡ଼, ଝରଣା ରୂପୀ ଗହଣା ସଜେଇ,
ଜିବଜନ୍ତୁ ଆଦି ଛୁଆ କୋଳରେ ଖେଳାଇ।
ସୁନ୍ଦରୀ ରୂପ ରେ ଆହା ଦିଶେ କି ମନୋହର।
କିଏ ହେବ ସରି ତା ଗୁଣ ର ନାହିଁ ପଟାନ୍ତର।

ବର୍ଷା ନାୟକ

#ଧରଣୀରାଣି, #କାସତଣ୍ଡି, #କଳାବାଦଲ #ନୀଳଆକାଶ
#ସବୁଜଘାସ #ବର୍ଷାଋତୁ

" Miles to go before I sleep" 🤗
05/09/2025

" Miles to go before I sleep" 🤗

03/09/2025

ଶ୍ରିଫଳ, ଶ୍ରୀଙ୍କର ଫଳ 💁

#ଓଡ଼ିଆ

02/09/2025

ବିକାଶ ନା ରେ ଆମେ ପ୍ରକୃତି ସହ ରଚୁଛେ ତାଣ୍ଡବ : ପଞ୍ଜାବ


Varsa Nayak Varsa

Address

Khandapada
Khandapada

Website

Alerts

Be the first to know and let us send you an email when Varsa Vani posts news and promotions. Your email address will not be used for any other purpose, and you can unsubscribe at any time.

Share