Prasant Nanda

Prasant Nanda BJP Dist Secretary & IT Cell Coordinator, ANGUL.

18/11/2023

ରାଜ୍ୟ ବିଜେଡି ସରକାର ର ଦୁର୍ନିତି ବିରୁଦ୍ଧରେ ବିଜେପି ତାଳଚେର ବିଧାନସଭା ର ନେତା କାଳନ୍ଦୀ ସାମଲ ଙ୍କ ନେତୃତ୍ୱ ରେ ତାଳଚେର ବ୍ଲକ ଘେରାଉ କରାଗଲା।

09/09/2023
ତାଳଚେର ଗୁରୁଜାଙ୍ଗ ପଂଚାୟତ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା..
09/09/2023

ତାଳଚେର ଗୁରୁଜାଙ୍ଗ ପଂଚାୟତ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା..

26/07/2023

ଅନୁଗୋଳ ଜିଲ୍ଲା ତଥା ବିଶେଷ ଭାବରେ ତାଳଚେରକୁ ଶ୍ରୀହୀନ କରିବା ପାଇଁ ତାଳଚେର ବିଧାୟକ ସୁପରିକଳ୍ପିତ ଯୋଜନା କରିଛନ୍ତି । ନାଲକୋ ଦ୍ୱାରା ତାଳଚେର ଅଞ୍ଚଳର ପାଇପଲାଇନ କାର୍ଯ୍ୟକୁ ଜାଣିଶୁଣି ବନ୍ଦ କରାଯାଇ ସେଠାରେ ଯେପରି ଭାବରେ ଅରାଜକତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି, ତାହା ଦୁର୍ଭାଗ୍ୟଜନକ ।

ଏହି ଷଡଯନ୍ତ୍ର କାରଣରୁ ନାଲକୋ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବା ସିପିପି ପ୍ଲାଣ୍ଟରୁ ଲିନସ୍ଲରୀ ପ୍ରକଳ୍ପରେ ପାଉଁଶ ନିଷ୍କାସନ ହୋଇପାରୁନାହିଁ । ଏହି ଆନ୍ଦୋଳନ କାରଣରୁ ସିପିପିର 3ଟି ୟୁନିଟ୍ ବନ୍ଦ ହୋଇଯାଇଛି । ଏହି କାରଣରୁ ଉତ୍ପାଦନର ମାନ ହ୍ରାସ ପାଇବା ସହ ଗୁଣାତ୍ମକ ମାନ ଦୁର୍ବଳ ହୋଇଛି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତି ଉପରେ ପ୍ରଭାବ ପଡିବା ସହ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।

ନାଲକୋ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଲିଖିତ ଭାବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ପାଉଁଶ ନିଷ୍କାସନ ସମସ୍ୟା ନେଇ ବନ୍ଦ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ ।

ବିଜୁ ଜନତା ଦଳର ନେତାମାନେ ନିୟମ ଭଙ୍ଗର ଦ୍ୱାହି ଦେଇ ଆନ୍ଦୋଳନ ଜାରି ରଖିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲିନସ୍ଲରୀ ପ୍ରକଳ୍ପରେ ପାଉଁଶ ନିଷ୍କାସନ ପାଇଁ ଅନୁମତି ଦେଇଥିବା ସତ୍ତ୍ୱେ ନିଜର ଜିଦି କାରଣରୁ ସେମାନେ ଏହି ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି କରିବାରେ ଲାଗି ପଡିଛନ୍ତି । ସ୍ଥାନୀୟ ବିଧାୟକ କ୍ଷତିଗ୍ରସ୍ତ ଅଞ୍ଚଳର ବାହାର ଲୋକଙ୍କୁ କାମରେ ଲଗାଇ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ଧୋକ୍କା ଦେଇଛନ୍ତି । ପୁଣି ନୂଆ ନିଯୁକ୍ତ ସୁଷ୍ଟି କରିବା ବାହାନାରେ ବ୍ୟାପକ ଅର୍ଥ କାରବାରର ଅଭିଯୋଗ ଆସିଛି ।

ନିଜକୁ କ୍ରୀତଦାସ କହୁଥିବା, ନୂଆ ନୂଆ ଗୁମାସ୍ତା ସାଜିଥିବା ପ୍ରଣବ ପ୍ରକାଶ ଦାସ ଏଥିରେ ମୁଣ୍ଡ ପୁରାଇ ଅନୁଗୋଳ ଜିଲ୍ଲାର ଶିଳ୍ପାଞ୍ଚଳକୁ ଶ୍ରୀହୀନ କରିବା ପାଇଁ ସହଯୋଗ କରୁନାହାନ୍ତି କି ? ସେ କଣ ରାଜ୍ୟର ଶକ୍ତି ମନ୍ତ୍ରୀ ନା ପରିବେଶ ମନ୍ତ୍ରୀ ? ଏହାକୁ ଅନୁଗୋଳ ଜିଲ୍ଲା, ବିଶେଷଭାବରେ ତାଳଚେରବାସୀ କେବେ କ୍ଷମା ଦେବେ ନାହିଁ । ତାଳଚେରର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରୁଛନ୍ତି, ତାଙ୍କୁ ଉଚିତ୍ ଜବାବ ଦେବେ ।

Address

Talcher
759100

Alerts

Be the first to know and let us send you an email when Prasant Nanda posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Prasant Nanda:

Share