NHAI RO Odisha

NHAI RO Odisha Official account of NHAI, Regional Office Odisha, Dedicated to developing and managing National Highways in Odisha.

  ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।
04/09/2026

ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

02/09/2026

ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୧୬୦.୧୮ କିଲୋମିଟର ଲମ୍ବ ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ କୁ ନିଲାମ କ୍ରେତା ବା ବିଡରମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ରାମେଶ୍ୱର–କୋଣାର୍କ ପ୍ୟାକେଜ୍‌-I ପାଇଁ ୧୦ଟି ବିଡ୍ ଏବଂ କୋଣାର୍କ–ପାରାଦୀପ ପ୍ୟାକେଜ୍‌-II ପାଇଁ ୭ଟି ପ୍ରସ୍ତାବ ହସ୍ତଗତ ହୋଇଛି ।

ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗ ସହିତ ଡିଜାଇନ ହୋଇଥିବା ଏହି ପ୍ରକଳ୍ପ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସିଧାସଳଖ ଏବଂ ଦ୍ରୁତ ସଂଯୋଗ ପ୍ରଦାନ କରିବ । ଏହା ରାମେଶ୍ୱରମ୍ ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହ୍ରାସ କରିବା ସହିତ ଦ୍ରୁତ ଯୋଗାଯୋଗ ସୁବିଧା ପ୍ରଦାନ କରିବ ।

ଏଥି ସହିତ ଇନ୍ଧନ ବ୍ୟବହାର, କାର୍ବନ ନିର୍ଗମନ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚ ହ୍ରାସ କରିବ । ସେହିପରି ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବା ସହ ସମଗ୍ର ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

Ministry of Road Transport and Highways, Government of India PIB India MoRTH

Clean Stop. Better Journey.Jansanpur Plaza on NH-49 gets a fresh facelift, creating a cleaner, more comfortable and welc...
29/08/2026

Clean Stop. Better Journey.

Jansanpur Plaza on NH-49 gets a fresh facelift, creating a cleaner, more comfortable and welcoming experience for highway users.

Because every journey deserves a clean stop!

PMO India Ministry of Road Transport and Highways, Government of India PIB India MoRTH

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ   ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
28/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ର  ବିଷୟବସ୍ତୁ  "Probity for Prosperity"ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ପାଳନ ଅବସରରେ...
22/08/2026

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ର ବିଷୟବସ୍ତୁ "Probity for Prosperity"

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ପାଳନ ଅବସରରେ ଆଞ୍ଚଳିକ କାର୍ଯ୍ୟାଳୟ,ଓଡ଼ିଶା ପକ୍ଷରୁ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା, ଅଖଣ୍ଡତା ଓ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ସହ ନୈତିକ ଆଚରଣ ଏବଂ ଦୁର୍ନୀତି ନିବାରଣ ପ୍ରତି ସଚେତନତା ବୃଦ୍ଧି କରିବା।

ଏହି ଅବସରରେ ଆଞ୍ଚଳିକ କାର୍ଯ୍ୟାଳୟ,ଓଡ଼ିଶାର ଅଧିକାରୀମାନେ ସମ୍ପୂର୍ଣ୍ଣ ନିଷ୍ଠା, ସଚ୍ଚୋଟତା ଓ ଦାୟିତ୍ୱବୋଧ ସହିତ ନିଜ କର୍ତ୍ତବ୍ୟ ପାଳନ କରିବା ସହ ନୈତିକ ଆଚରଣର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ପାଇଁ ଅଖଣ୍ଡତାର ଶପଥ ଗ୍ରହଣ କରିଥିଲେ।


PMO India Ministry of Road Transport and Highways, Government of India PIB India MoRTH

The newly constructed foot-over bridges by   at PN College, Khordha and Ratamati on the Bhubaneswar–Tangi section of NH-...
21/08/2026

The newly constructed foot-over bridges by at PN College, Khordha and Ratamati on the Bhubaneswar–Tangi section of NH-16 have been opened to the public, enhancing pedestrian safety and ease of movement. These facilities will provide safer and more convenient road crossings for pedestrians.

PMO India Ministry of Road Transport and Highways, Government of India PIB India MoRTH

FASTag ଲୋକାଲ୍ ପାସ୍‌ ଏବେ ଡିଜିଟାଲ୍!ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ସୁବିଧା ବୃଦ୍ଧି ନିମନ୍ତେ NHAI ପକ୍ଷରୁ ଦେଶର ୧୨୧ଟି ଟୋଲ୍‌ ପ୍ଲାଜାରେ ...
19/08/2026

FASTag ଲୋକାଲ୍ ପାସ୍‌ ଏବେ ଡିଜିଟାଲ୍!

ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ସୁବିଧା ବୃଦ୍ଧି ନିମନ୍ତେ NHAI ପକ୍ଷରୁ ଦେଶର ୧୨୧ଟି ଟୋଲ୍‌ ପ୍ଲାଜାରେ ଅନଲାଇନ୍ FASTag ଲୋକାଲ୍ ପାସ୍‌ ସୁବିଧା ଆରମ୍ଭ କରାଯାଇଛି। ଜାତୀୟ ରାଜପଥ ବ୍ୟବହାରକାରୀମାନେ ‘Rajmargyatra App’ ଆପ୍‌ ମାଧ୍ୟମରେ ମାସିକ ଲୋକାଲ୍ ପାସ୍‌ ପାଇଁ ଆବେଦନ, ନବୀକରଣ ଓ ପରିଚାଳନା କରିପାରିବେ।

ଟୋଲ୍‌ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ନିୟମାନୁସାରେ ଏହି ସୁବିଧାର ଲାଭ ପାଇପାରିବେ। DigiLocker, VAHAN ଓ GIS-ଆଧାରିତ ଯାଞ୍ଚ ସହିତ ସମନ୍ୱିତ ଏହି ଡିଜିଟାଲ୍ ବ୍ୟବସ୍ଥା, ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସରଳ କରିଛି।

ଦିଲ୍ଲୀର UER-II ସ୍ଥିତ ମୁଣ୍ଡକା-ବକ୍କରୱାଲା ଟୋଲ୍‌ ପ୍ଲାଜାରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ଲୋକାଲ୍ ପାସ୍‌ ସୁବିଧାକୁ ବର୍ତ୍ତମାନ ଦେଶର ୧୨୧ଟି ଟୋଲ୍‌ ପ୍ଲାଜାକୁ ବିସ୍ତାର କରାଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଟୋଲ୍‌ ପ୍ଲାଜାରେ ଏହି ସୁବିଧା କାର୍ଯ୍ୟକାରୀ କରାଯିବ।

ଏହି ପଦକ୍ଷେପ ମାଧ୍ୟମରେ NHAI ପ୍ରଯୁକ୍ତିର ଉପଯୋଗ କରି ନାଗରିକମାନଙ୍କୁ ସରଳ, ସ୍ୱଚ୍ଛ ଓ ସୁବିଧାଜନକ ରାଜପଥ ସେବା ପ୍ରଦାନ ଦିଗରେ ଆଉ ଏକ ପଦକ୍ଷେପ ନେଇଛି। ଏହା ‘ଡିଜିଟାଲ୍ ଇଣ୍ଡିଆ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଜାତୀୟ ରାଜପଥରେ ଯାତ୍ରାକୁ ଅଧିକ ସହଜ ଓ ନିର୍ବିଘ୍ନ କରିବାରେ ସହାୟକ ହେବ।

Read the full release here: https://pib.gov.in/PressReleasePage.aspx?PRID=2300851®=48&lang=2 📲 Download the Rajmargyatra App today and get your FASTag Local Pass. - Android: https://play.google.com/store/apps/details?id=com.nhai.rajmargyatra- iOS: https://apps.apple.com/in/app/rajmargyatra/id6449488412

PMO India

Ministry of Road Transport and Highways, Government of India

PIB India MoRTH

Address

3rd Floor, Pal Heights Mall, Jaydev Vihar, Bhubaneswar
Odisha
751013

Website

Alerts

Be the first to know and let us send you an email when NHAI RO Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share